ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ ସୃଷ୍ଟି ହେଉଛି। ଏଥର ୧୪ ସେପ୍ଟେମ୍ୱରରୁ ଗଣେଶ ପୂଜା ଅବସରରେ ମାଲବ୍ୟ, ଭଦ୍ର ଯୋଗ ଠାରୁ ଆରମ୍ଭ କରି ହଂସ ରାଜଯୋଗ ଏବଂ ରବି ଯୋଗ ସୃଷ୍ଟି ହେଉଛି। ସେହିପରି ବୁଧ ଏବଂ ଅରୁଣ (ୟୁରେନସ)ଙ୍କ ସଂଯୋଗରୁ ନବପଞ୍ଚମ ରାଜଯୋଗ ନିର୍ମାଣ ହେଉଛି। ଗଣେଶ ପୂଜାରେ ନବପଞ୍ଚମ ରାଜଯୋଗ ସୃଷ୍ଟି ହେତୁ କିଛି ର୍ନିଦ୍ଦିଷ୍ଟ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ଭଗବାନ ଗଣେଶଙ୍କର ବିଶେଷ କୃପା ରହିବ। ଆସନ୍ତୁ ଜାଣିବା କେଉଁଗୁଡ଼ିକ ସେହି ଭାଗ୍ୟଶାଳୀ ରାଶି।
ମେଷ ରାଶିର ଲୋକଙ୍କ ପାଇଁ ଗଣେଶ ପୂଜା ସମୟରେ ସୃଷ୍ଟି ହେଉଥିବା ନବପଞ୍ଚମ ରାଜଯୋଗ ଅତ୍ୟନ୍ତ ଶୁଭ ଏବଂ ଲାଭଦାୟକ ପ୍ରମାଣିତ ହେବ। ଏହି ସମୟରେ ଆପଣଙ୍କ ଷଷ୍ଠ ଭାବରେ ବୁଧ ଏବଂ ଦଶମ ଭାବରେ ଅରୁଣ ଅବସ୍ଥାନ କରୁଛନ୍ତି। ଏପରି ସ୍ଥିତିରେ ମେଷ ରାଶିର ବ୍ୟକ୍ତିମାନଙ୍କ ଭାଗ୍ୟରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ଶୀଘ୍ର ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ବ୍ୟବସାୟରେ କୌଣସି ବଡ଼ ଡିଲ ଚୂଡ଼ାନ୍ତ ହୋଇପାରେ। ସମାଜରେ ମାନ-ସମ୍ମାନ ବୃଦ୍ଧି ପାଇବ ଏବଂ ଆୟର ନୂଆ ନୂଆ ଉତ୍ସ ଖୋଲିପାରେ।
ବୃଷ ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ଗଣେଶ ଚତୁର୍ଥୀରେ ନବପଞ୍ଚମ ରାଜଯୋଗ ବହୁତ ଶୁଭ ତଥା ଉତ୍ତମ ରହିବ। ଏହି ରାଶିର ବ୍ୟକ୍ତିମାନଙ୍କୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ମିଳିବ। କର୍ମକ୍ଷେତ୍ରରେ କୌଣସି ବଡ଼ ଦାୟିତ୍ୱ ମିଳିପାରେ। ବେକାର ଯୁବକଯୁବତୀମାନଙ୍କୁ ଚାକିରି ପାଇଁ ଉତ୍ତମ ସୁଯୋଗ ମିଳିପାରେ। ଏହି ସମୟରେ କୌଣସି କାର୍ଯ୍ୟ ଯୋଗୁଁ ସମାଜରେ ଆପଣଙ୍କୁ ମାନ-ସମ୍ମାନ ପ୍ରାପ୍ତ ହେବ। ଧାର୍ମିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ।
ଗଣେଶ ପୂଜାରେ ନବପଞ୍ଚମ ରାଜଯୋଗ ଅନେକ ଦୃଷ୍ଟିକୋଣରୁ ବିଶେଷ ଫଳଦାୟୀ ହେବ। କନ୍ୟା ରାଶିର ବ୍ୟକ୍ତିମାନଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ଭାଗ୍ୟର ଭରପୂର ସାଥ ମିଳିବ। ନିଜ ପରିଶ୍ରମର ଉପଯୁକ୍ତ ଫଳ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବାର ସୁଯୋଗ ମିଳିବ। ହଠାତ୍ ଧନପ୍ରାପ୍ତିର ଯୋଗ ରହିଛି। ଯେଉଁମାନେ ବେରୋଜଗାର ଅଛନ୍ତି, ସେମାନଙ୍କୁ ନୂତନ ଚାକିରି ପାଇଁ ଭଲ ସୁଯୋଗ ମିଳିପାରେ।
ମକର ରାଶିର ବ୍ୟକ୍ତିବିଶେଷଙ୍କ ପାଇଁ ନବପଞ୍ଚମ ରାଜଯୋଗ ଅତ୍ୟନ୍ତ ଶୁଭ ଏବଂ ଫଳପ୍ରଦ ରହିବ। ଦୀର୍ଘ ଦିନରୁ ଅଟକି ରହିଥିବା ଆପଣଙ୍କ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ ହେବ। ପୁରୁଣା ଋଣରୁ ଆପଣ ମୁକ୍ତି ପାଇବେ। ରୋଜଗାରର ନୂଆ ନୂଆ ଉତ୍ସ ସୃଷ୍ଟି ହୋଇପାରେ। ଜୀବନରେ ଲାଗି ରହିଥିବା ଆହୱାନ ଏବଂ ସମସ୍ୟାର ସମାପ୍ତି ଘଟିବ ତଥା ଭଗବାନ ଗଣେଶଙ୍କର ବିଶେଷ କୃପା ଲାଭ ହେବ। ସୱାସ୍ଥ୍ୟ ଭଲ ରହିବ ଏବଂ ଧାର୍ମିକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ଏହି ସମୟରେ ପୈତୃକ ସମ୍ପତ୍ତିରୁ ଆପଣଙ୍କୁ ଉତ୍ତମ ଲାଭ ମିଳିପାରେ। ପରିବାର ସହିତ ଏକ ଉତ୍ତମ ଏବଂ ସ୍ମରଣୀୟ ସମୟ ବିତାଇବାର ସୁଯୋଗ ମିଳିବ।

