Posted inଜାତୀୟ

ୟୁଜ୍‌ ଆଣ୍ଡ୍‌ ଥ୍ରୋ’କୁ ବିଶ୍ୱାସ କରନ୍ତି ଗାନ୍ଧୀ ପରିବାର: ଭାଜପା

ନୂଆଦିଲ୍ଲୀ,୨୪ା୨: ଆସନ୍ତା ଲୋକ ସଭା ନିର୍ବାଚନକୁ ନେଇ କଂଗ୍ରେସ ଏବଂ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି) ମଧ୍ୟରେ ସପ୍ତାହେ ଧରି ଚାଲିଥିବା ବିବାଦ ଶନିବାର ଶେଷ ହୋଇଛି। ଇଣ୍ଡିଆର ଉଭୟ ଦଳ କଂଗ୍ରେସ ଏବଂ ଏଏପି ଆନୁଷ୍ଠାନିକ ଭାବେ ଦିଲ୍ଲୀ, ଗୁଜରାଟ, ହରିୟାଣା, ଚଣ୍ଡିଗଡ଼ ଏବଂ ଗୋଆ ପାଇଁ ସିଟ୍‌ ବଣ୍ଟନ ଉପରେ ଚୁକ୍ତିନାମା ଘୋଷଣା କରିଛନ୍ତି। ଗୁଜରାଟର ୨୬ଟି ଲୋକ ସଭା ଆସନ ମଧ୍ୟରୁ ୨୪ଟିରେ କଂଗ୍ରେସ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଏଏପି ଦୁଇଟି ଆସନରେ ପ୍ରାର୍ଥୀ ଦେବ।

ଏଥି ସହିତ କଂଗ୍ରେସ ଭରୁଚ ଆସନକୁ ଏଏପିକୁ ଦେଇଛି। ଭରୁଚ ଆସନ ଏଏପିକୁ ଦିଆଯିବା ପରେ ପୂର୍ବତନ କଂଗ୍ରେସ ନେତା ତଥା ବର୍ତ୍ତମାନ ଭାଜପା ମୁଖପାତ୍ର ଜୟବୀର ଶେର୍‌ଗିଲ ଏବଂ ଭାରତୀୟ ଜନତା ପାର୍ଟି (ଭାଜପା) ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବ୍ୟ କଂଗ୍ରେସକୁ ଟାର୍ଗେଟ କରିଛନ୍ତି।

ରାହୁଲ ଗାନ୍ଧୀଙ୍କୁ ଲକ୍ଷ୍ୟ କରି ଜୟବୀର କହିଛନ୍ତି, କଂଗ୍ରେସ ଦଳ ପାଇଁ ଜୀବନ ଦେଇଥିବା ଅହମ୍ମଦ ପଟେଲଙ୍କ ଦୀର୍ଘ ଦିନର ଗଡ଼ ଏଏପିକୁ ହସ୍ତାନ୍ତର କରି ପ୍ରତିଶୋଧ ନେଇଛି।

ରାହୁଲଙ୍କ ଉପରେ ଖୋଳତାଡ଼ କରି ସେ କହିଛନ୍ତି, ଏହି ଆସନ ସହିତ ତାଙ୍କର ଦୀର୍ଘ ସମୟ ଧରି ସମ୍ପର୍କ ଅଛି। ବର୍ତ୍ତମାନ ଦଳ ଏହାକୁ ଏଏପି ଆକାଉଣ୍ଟରେ ରଖି ସ୍ବର୍ଗତ ଅହମ୍ମଦ ପଟେଲଙ୍କ ପରିବାରକୁ ଅପମାନିତ କରିବାକୁ ଚେଷ୍ଟା କରିଛି। ସେ ଅଭିଯୋଗ କରିଛନ୍ତି ଯେ, ଗାନ୍ଧୀ ପରିବାର ୟୁଜ୍‌ ଆଣ୍ଡ୍‌ ଥ୍ରୋ’ରେ ବିଶ୍ୱାସ କରନ୍ତି। ସେ କହିଛନ୍ତି, ପାର୍ଟି ପ୍ରଥମେ ଯାହାକୁ ବହୁଳ ଭାବରେ ବ୍ୟବହାର କରେ ଏବଂ ଯେତେବେଳେ ତାଙ୍କର ଉଦ୍ଦେଶ୍ୟ ପୂରଣ ହୁଏ ସେତେବେଳେ ତାଙ୍କୁ ଫିଙ୍ଗିଦିଏ।


Enter your email to get our daily news in your inbox.

All Right Reserved By Dharitri.Com

୨ ବର୍ଷ ହେଲା ଖଲାସିଙ୍କୁ ମିଳୁନି ଟଙ୍କା, ଆନ୍ଦୋଳନ ଚେତାବନୀ

ଝରିଗାଁ,୨୧ା୬(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ପ୍ରଶାସନ ପକ୍ଷରୁ ବିଭିନ୍ନ ଧାନ ମଣ୍ଡିରେ ଖାଲାସିମାନେ ଧାନ ଓଜନ କରିଥିବା ବେଳେ ଦୁଇବର୍ଷ ଧରି ଖଲାସିମାନଙ୍କ…

ଶାନ୍ତି ଆଲୋଚନାରେ ଏହି ମୁଖ୍ୟ ପ୍ରସଙ୍ଗ ରଖିବ ଇରାନ, ବିଦେଶରେ ଅଟକି ଥିବା…

ତେହରାନ,୨୧ା୬: ସୁଇଜରଲାଣ୍ଡରେ ଆମେରିକା ସହ ଶାନ୍ତି ଆଲୋଚନାରେ ଇସ୍ରାଏଲ୍‌ ଏବଂ ଲେବାନନ୍‌ର ଆତଙ୍କବାଦୀ ଗୋଷ୍ଠୀ ହେଜ୍‌ବୋଲ୍ଲା ମଧ୍ୟରେ ଚାଲିଥିବା ଯୁଦ୍ଧ ମୁଖ୍ୟ ପ୍ରସଙ୍ଗ ହେବ ବୋଲି ଇରାନ…

ହଠାତ୍‌ ଢିଲା ହୋଇଗଲା ବସ୍‌ର ଷ୍ଟିଅରିଂ, ଡ୍ରାଇଭର ଏମିତି ଉପସ୍ଥିତି ବୁଦ୍ଧି ଖଟାଇବାରୁ…

ରିଆମାଳ,୨୧ା୬(ବଦ୍ରିନାରାୟଣ ଅଗ୍ରଓ୍ବାଲ): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅନ୍ତର୍ଗତ ସୁରଙ୍ଗିପାଳ ନିକଟରେ ଆଜି ଶୁଭଲକ୍ଷ୍ମୀ ନାମକ ଏକ ଯାତ୍ରୀବାହୀ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍‌ଟି ରେଙ୍ଗାଲି ଡ୍ୟାମ୍‌…

ଜୁଆଖେଳ ଚଢ଼ାଉବେଳେ ପୋଲିସକୁ ହତ୍ୟା ଉଦ୍ୟମ: ଫେରାର ଥିବା ୨ ଅଭିଯୁକ୍ତ ୫ ମାସ ପରେ ଗଲେ ଜେଲ୍‌

ଦିଗପହଣ୍ଡି,୨୧ା୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ରବିବାର କେ.ନୂଆଗାଁ ଥାନା ଦେଓଖାଳି ଗ୍ରାମର କୁନା ପ୍ରଧାନ ଏବଂ ରଜତ ପ୍ରଧାନଙ୍କୁ ଗିରଫ କରି ରବିବାର…

ଉଗ୍ରରୂପ ଧାରଣ କଲା ପାରିବାରିକ ବିବାଦ: ଖୁଡ଼ୀକୁ ମାରିଦେଲେ ପୁତୁରା, ପୁତୁରାବୋହୂ

ଜଗନ୍ନାଥପ୍ରସାଦ,୨୧ା୬(ବିଭୁପ୍ରସାଦ ପଟ୍ଟନାୟକ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଏକଘରିଆ ପଲ୍ଲୀ ଜରିପଙ୍କାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି…

ଏଟିଏମ୍‌ ଅଚଳ, ୧୫ ଦିନ ହେଲା ଗ୍ରାହକ ହନ୍ତସନ୍ତ

ଦାରିଙ୍ଗବାଡ଼ି,୨୧ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ପ୍ରମୁଖ ବଜାର ସିମନବାଡ଼ି ଛକରେ ଥିବା ୧ ମାତ୍ର ଏଟିଏମ୍‌ ଅଚଳ ହୋଇପଡ଼ିଛି। ଫଳରେ ଉକ୍ତ ଏଟିଏମ୍‌ ଉପରେ…

ଖାଇବା ତେଲ ପ୍ରତି କୃଷକ ଗୁରୁତ୍ୱ ଦେବାକୁ ଆହ୍ବାନ

ବରଗଡ଼,୨୧ା୬(ପ୍ରେମାନନ୍ଦ ଖମାରୀ): ରାଜ୍ୟ ସରକାରଙ୍କ ୨ବର୍ଷ ପୂର୍ତ୍ତି ଉତ୍ସବ ବିକାଶ ଧାରା, ଓଡ଼ିଶା ସାରା ଅବସରରେ ଜାତୀୟ ଖାଇବା ତେଲ ମିଶନଅଏଲ ପାମ (ଏନ୍‌ଏମ୍‌ଇଓ-ଓପି) ୨୦୨୬-୨୭ ଅଧୀନରେ…

ସରିଲା NEET, UG ପରୀକ୍ଷା

ନୂଆଦିଲ୍ଲୀ,୨୧।୬: କଡ଼ା ସୁରକ୍ଷା ମଧ୍ୟରେ ଶେଷ ହୋଇଛି NEET-UG ପରୀକ୍ଷା। ୫୪୪୦ କେନ୍ଦ୍ରରେ ୨୨ ଲକ୍ଷରୁ ଊଦ୍ଧର୍‌ବ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବା ସୂଚନ ମିଳିଛି। ପରୀକ୍ଷାକୁ ସୁରକ୍ଷିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri