Posted inଜାତୀୟ

ରାହୁଲ କରୁଛନ୍ତି ଛୋଟ ରାଜନୀତି: ଶାହା

ନୂଆଦିଲ୍ଲୀ,୨୮।୬: ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ରବିବାର ନ୍ୟୁଜ ଏଜେନ୍ସି ଏଏନ୍‌ଆଇକୁ ଦେଇଥିବା ଏକ ସାକ୍ଷାତ୍‌କାରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ଶାହା କହିଛନ୍ତି ଚାଇନା ବିବାଦକୁ ନେଇ ରାହୁଲ ହୀନ ରାଜନୀତି କରୁଛନ୍ତି। ଏହାକୁ ନେଇ ଯଦି ଆଲୋଚନା କରିବାର ଅଛି ତେବେ ରାହୁଲ ସଂସଦ ଆସନ୍ତୁ। ଆମେ ସବୁ ପ୍ରକାର ଆଲୋଚନା କରିବାକୁ ପ୍ରସ୍ତୁତ ଅଛୁ। ହେଲେ ଯେତେବେଳେ ଦେଶ ଚାଇନା ବିରୋଧରେ ଯୁଦ୍ଧ ଲାଗି ପ୍ରସ୍ତୁତ ହେଉଛି ସେତେବେଳେ ରାହୁଲଙ୍କ ବୟାନ ପାକିସ୍ତାନ ଓ ଚାଇନାକୁ ଖୁସି କରୁଛି। ୧୯୬୨ରୁ ଏପର୍ଯ୍ୟନ୍ତ ଯାହା ଘଟିଛି ସଂସଦରେ ସବୁର ଆଲୋଚନା ପାଇଁ ମୋଦି ସରକାର ପ୍ରସ୍ତୁତ ବୋଲି ଶାହା କହିଛନ୍ତି। ଯେତେବେଳେ ଯବାନ ସୀମାରେ ସଂଘର୍ଷ କରୁଛନ୍ତି, ସରକାର ଉଚିତ ପଦକ୍ଷେପ ନେଉଛନ୍ତି ସେତେବେଳେ ରାହୁଲ ପାକିସ୍ତାନ ଓ ଚାଇନାକୁ ଖୁସି କରୁଛନ୍ତି ବୋଲି ସେ କହିଛନ୍ତି। ହେଲେ ଏହା ଆମେ ସ୍ପଷ୍ଟ କରୁଛି କି ମୋଦିଙ୍କ ନେତୃତ୍ୱାଧିନ ସରକାର ୨ଟି ଯାକ ଯୁଦ୍ଧରେ ବିଜୟୀ ହେବ। କିନ୍ତୁ ଏହି ସମୟରେ ରାହୁଲଙ୍କ ଏହି ରାଜନୀତି ଆଦୌ ଠିକ୍‌ ନୁହେଁ ବୋଲି ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୈନପୁରୀରେ ୪ ହଜାର ବର୍ଷ ପୁରାତନ ଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ…

ମୈନପୁରୀ, ୨୪।୬ : ତ୍ତରପ୍ରଦେଶର ମୈନପୁରୀର ଏକ ଚାଷ ଜମିରୁ ଚାରି ହଜାର ବର୍ଷ ପୁରାତନଦ୍ୱାପର ଯୁଗର ଅସ୍ତ୍ରଶସ୍ତ୍ରର ସନ୍ଧାନ ମିଳିଛି। ମିଳିଥିବା ତମ୍ବା ଅସ୍ତ୍ରଶସ୍ତ୍ରର...

ଦୈନିକ ସଂକ୍ରମଣ କମିଲା, ମୃତ୍ୟୁ ସଂଖ୍ୟା ବଢ଼ିଲା…

ନୂଆଦିଲ୍ଲୀ,୨୨।୯: କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଥମିବାର ନା ଧରୁନି। ଫଳରେ ଲୋକେ ତୃତୀୟ ଲହର ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଲଗାତାର ୨...

ପଶ୍ଚିମବଙ୍ଗ ଡାକ୍ତରଙ୍କୁ ଆଇଏମ୍‌ଏର ସମର୍ଥନ: ୧୭ରେ କାର୍ଯ୍ୟବନ୍ଦ ଆନ୍ଦୋଳନ

ନୂଆଦିଲ୍ଲୀ,୧୫ା୬(ପି.ଟି.) କୋଲକାତାରେ ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ପ୍ରତିବାଦରେ ୪ ଦିନ ଧରି ଚାଲିଥିବା ଆନ୍ଦୋଳନ ବ୍ୟାପକ ହୋଇଛି। ଡାକ୍ତରମାନଙ୍କ ଆନ୍ଦୋଳନକୁ ବିଭିନ୍ନ ମହଲରୁ ସମର୍ଥନ ମିଳିଛି।...

ଲୋକ ସଭା ନିର୍ବାଚନ: ପ୍ରଥମ ୨ଘଣ୍ଟାରେ ଆସାମ, ବିହାରରେ ସର୍ବାଧିକ ମତଦାନ

ନୂଆଦିଲ୍ଲୀ,୨୩।୪: ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ କାର୍ଯ୍ୟକ୍ରମରେ ପ୍ରଥମ ୨ ଘଣ୍ଟାରେ...

ଛୋଟ ପିଲାଙ୍କୁ ୨ ଚକିଆରେ ନେବାକୁ ଏବେ ନୂଆ ନିୟମ, ଉଲ୍ଲଂଘନ କଲେ ୧୦୦୦ ଜରିମାନା…

ନୂଆଦିଲ୍ଲୀ, ୧୬।୨ : ଏବେ ଛୋଟ ପିଲାଙ୍କୁ ୨ ଚକିଆ ଯାନରେ ନେବା ପାଇଁ ନୂଆ ଟ୍ରାଫିକ ନିୟମ ଜାରି ହୋଇଛି। ସଡ଼କ ପରିବହନ ଏବଂ...

ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ସରପଞ୍ଚ ହତ୍ୟା ଘଟଣାରେ ସମ୍ପୃକ୍ତ ୫ ଆତଙ୍କବାଦୀ ଗିରଫ

ଶ୍ରୀନଗର,୨୪।୫: ଜମ୍ମୁ-କଶ୍ମୀର ପୋଲିସ ଲଶ୍କର-ଇ-ତୋଏବାର ୫ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗିରଫ ୩ଜଣ ଆତଙ୍କବାଦୀ ବାରମୁଳା ଜିଲା ସରପଞ୍ଚ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି...

ମୁକୁଳିଲେ ଅଟକ ଥିବା ଆଉ ୫ ରାଜନେତା

ଶ୍ରୀନଗର,୧୬।୧: ଜମ୍ମୁ-କଶ୍ମୀରରେ ନଜରବନ୍ଦୀ ଥିବା ଆଉ ୫ ରାଜନେତାଙ୍କୁ ଗୁରୁବାର ମୁକୁଳାଇ ଦିଆଯାଇଛି। ଏବେ ଆଉ ୨୧ ନେତା ନଜରବନ୍ଦୀ ଥିବା ଜଣାପଡିଛି। ଗୁରୁବାର ମୁକୁଳିଥିବା...

ଶ୍ରମିକଙ୍କ ସହିତ ଏକାଠି ଭୋଜନ କଲେ ପ୍ରଧାନମନ୍ତ୍ରୀ…

କାଶୀ, ୧୩।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର କାଶୀ ବିଶ୍ୱନାଥ କରିଡରର ଲୋକାର୍ପିତ କରିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଏହାର ନିର୍ମାଣ କରିଥିବା ଶ୍ରମିକଙ୍କ ଉପରେ...

Advertisement
Archives

Model This Week