ଗଜପତି ମୋ’ ପାଇଁ ସ୍ବତନ୍ତ୍ର: ନବୀନ

ଭୁବନେଶ୍ୱର (ବ୍ୟୁରୋ)/ପାରଳାଖେମୁଣ୍ଡି (ଡି.ଏନ୍‌.ଏ.)୫। ୧୦:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଗଜପତି ଜିଲାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲ୍‌ଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଜପତି ଜିଲା ସହ ବିଜୁବାବୁଙ୍କର ସମ୍ପର୍କ ବିଷୟରେ ସମସ୍ତେ ଜାଣନ୍ତି। ଗଜପତି ଜିଲା ତାଙ୍କ ପାଇଁ ସ୍ବତନ୍ତ୍ର ଗୁରୁତ୍ୱ ବହନ କରେ। ଗଜପତିରେ ସ୍ମାର୍ଟ ହେଲ୍‌ଥ କାର୍ଡ ଆରମ୍ଭ କରି ସେ ବହୁତ ଖୁସି ବୋଲି କହିଛନ୍ତି। ଗଜପତି ହେଉଛି କଳା ଓ ସଂସ୍କୃତିର ଭୂମି। ଛୋଟିଆ ଜିଲା ହେଲେ ମଧ୍ୟ ଆଧୁନିକ ଓଡ଼ିଶା ପାଇଁ ଗଜପତିର ଅବଦାନ ବହୁତ ବେଶି। ଏହି ଅବସରରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ ପୁରୋଧା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମନେପକାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ଅବଦାନକୁ ଏ ଜାତି କେବେ ଭୁଲି ପାରିବ ନାହିଁ। ସେ ଥିଲେ ବିକାଶ ଓ ସ୍ବାଭିମାନର ପ୍ରତୀକ। ସେହିପରି କବି ଗୋପାଳ କୃଷ୍ଣ ପଟ୍ଟନାୟକ ତଥା ବିଶିଷ୍ଟ ଐତିହାସିକ ସତ୍ୟନାରାୟଣ ରାଜଗୁରୁଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଗଜପତି ଜିଲା ପାଇଁ ମୁଖ୍ୟମନ୍ତ୍ରୀ ରାସ୍ତାଘାଟ, ଶିକ୍ଷା, ସ୍ବାସ୍ଥ୍ୟ ଭିତ୍ତିଭୂମି ସହିତ ମେଗା ପାଇପ ଜଳ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି। ଏଥିସହିତ ମହେନ୍ଦ୍ରଗିରି ତୀର୍ଥର ବିକାଶ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ସ୍ମାର୍ଟ ହେଲ୍‌ଥ କାର୍ଡ ଦ୍ବାରା ରାଜ୍ୟର ୯୬ ଲକ୍ଷ ପରିବାରର ସାଢେ ତିନି କୋଟି ଲୋକ ଉପକୃତ ହେବେ। ଏହାଦ୍ବାରା ଗରିବ ଲୋକମାନେ ସ୍ବାସ୍ଥ୍ୟ ସେବା ପାଇଁ ଆର୍ଥିକ ସମସ୍ୟାରୁ ମୁକ୍ତ ହୋଇପାରିବେ। ଲୋକମାନେ ସ୍ବାସ୍ଥ୍ୟ ସମସ୍ୟାରେ ପଡିଲେ ଚିକିତ୍ସା ପାଇଁ କିପରି ଜମିବାଡି ବିକିବାକୁ ବାଧ୍ୟ ହୁଅନ୍ତି, ପିଲାଙ୍କ ପାଠପଢ଼ା ବନ୍ଦ କରନ୍ତି, ସେ ସବୁ ସମସ୍ୟା ବିଷୟରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହା ତାଙ୍କୁ ବହୁତ ଦୁଃଖ ଦେଇଥାଏ। ବର୍ତ୍ତମାନ ଲୋକମାନେ ବିନା କୌଣସି ଅସୁବିଧାରେ କାର୍ଡ ଖଣ୍ଡିଏ ଧରି ଦେଶର ୨୦୦ ବଡ଼ ବଡ଼ ହସ୍ପିଟାଲରେ ଭଲ ଚିକିତ୍ସା ପାଇପାରିବେ। ଏଥିପାଇଁ ଟଙ୍କାଟିଏ ବି ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ପ୍ରତିଟି ଜୀବନ ମୂଲ୍ୟବାନ୍‌। ଚାଷୀ ହେଉ ବା ମୂଲିଆ ଅବା ରିକ୍ସାଚାଳକ ସମସ୍ତେ ସମ୍ମାନର ସହ ବଞ୍ଚନ୍ତୁ। ଏହା ତାଙ୍କର ବିଭିନ୍ନ କଲ୍ୟାଣ କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଗଜପତି ଜିଲାରେ ୪,୯୭,୫୦୧ ହିତାଧିକାରୀ ସ୍ମାର୍ଟ ହେଲ୍‌ଥ କାର୍ଡ ଜରିଆରେ ଉପକୃତ ହେବେ ବୋଲି ଜଣାପଡିଛି। ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଗଜପତିରେ ୭୯୬.୧୯ କୋଟିର ବୃହତ୍‌ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ସମେତ ୮୨୦ କୋଟି ଟଙ୍କାର ଅନ୍ୟାନ୍ୟ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।
ସୂଚନାଯୋଗ୍ୟ ଯେ ସ୍ମାର୍ଟ ହେଲ୍‌ଥ କାର୍ଡ ରାଜ୍ୟ ସରକାରଙ୍କ ଏକ ଫ୍ଲାଗ ଶିପ୍‌ କାର୍ଯ୍ୟକ୍ରମ। ଅଗଷ୍ଟ ୨୦ରେ ମୁଖ୍ୟମନ୍ତ୍ରୀ ମାଲକାନଗିରିରେ ଏହାର ଶୁଭାରମ୍ଭ କରିଥିଲେ। ଏହାପରେ ସୁନ୍ଦରଗଡ଼, ବଲାଙ୍ଗୀରରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରିବା ପରେ ଗଜପତିରେ ମଧ୍ୟ ଏହା ଆରମ୍ଭ ହୋଇଛି।
ଏହି କାର୍ଯ୍ୟକ୍ରମରେ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ, ଅନୁସୂଚିତ ଜାତି ଓ ଜନଜାତି ବିକାଶ ମନ୍ତ୍ରୀ ଜଗନ୍ନାଥ ସାରକା, ଶିଳ୍ପ ଓ ଶକ୍ତି ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଏମ୍‌ପି ଚନ୍ଦ୍ରଶେଖର ସାହୁ ଏବଂ ବିଧାୟକମାନେ ଯୋଗ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛେଳି ଗିଳିବାକୁ ଆସି ଜାଲରେ ଫସିଲା ଅଜଗର

ଉଦଳା,୧୨ା୧୦(ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ଉଦଳା ବନାଞ୍ଚଳ ଅଧୀନ ଚନ୍ଦ୍ରପୁର ଗ୍ରାମରୁ ଶୁକ୍ରବାର ଏକ ସାଢେ ୮ ଫୁଟ୍‌ ଲମ୍ବର ଅଜଗର ଉଦ୍ଧାର ହୋଇଛି। ଗ୍ରାମରେ ଥିବା...

ନକଲି ବାଣ କାରଖାନା ଠାବ: ବିପୁଳ ବିସ୍ଫୋରକ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

ସଜନାଗଡ଼,୧୨।୧୦(ଡି.ଏନ.ଏ.)-ନୀଳଗିରି ଥାନା ମଲ୍ୟାଣି ଗ୍ରାମର ଏକ ନକଲି ବାଣ କାରଖାନା ଉପରେ ଶନିବାର ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛି।...

ଏବେ ଖୋଲିବନି ଲିଙ୍ଗରାଜ ମନ୍ଦିର

ଭୁବନେଶ୍ୱର,୯।୮(ବ୍ୟୁରୋ): ଶୈବକ୍ଷେତ୍ରର ପ୍ରସିଦ୍ଧ ଶ୍ରୀ ଲିଙ୍ଗରାଜ ମନ୍ଦିର। କିଛି ମାସ ହେଲା କୋଭିଡ୍‌ କଟକଣା ଯୋଗୁ ମନ୍ଦିର ବନ୍ଦ ରହିଛି। ମନ୍ଦିର କେବେ ଖୋଲିବ ତାହା...

‘ଚାପ ସତ୍ତ୍ୱେ କାର୍ଯ୍ୟ ପ୍ରଶଂସନୀୟ’

ଭୁବନେଶ୍ୱର,୬।୩ (ବ୍ୟୁରୋ):କମିଶନରେଟ ପୋଲିସ ପକ୍ଷରୁ ପ୍ରଥମ ଅଧିକାରୀ ସମ୍ମିଳନୀ ରବିବାର କିଟ୍‌ ବିଶ୍ୱବିଦ୍ୟାଳୟ ଅଡିଟୋରିୟମଠାରେ ଆରମ୍ଭ ହୋଇଛି। କଟକ-ଭୁବନେଶ୍ୱର ଦୈତ୍ୟନଗରୀରେ କାର୍ଯ୍ୟକରୁଥିବା ପୋଲିସ ଅଧିକାରୀଙ୍କ କାର୍ଯ୍ୟ...

କାଜୁ ଗଛରେ ପୋକ: ଦୁର୍ଦ୍ଦିନରେ ୬୫୦ ଆଦିବାସୀ ପରିବାର

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ କାଳିମେଘି, ଚନ୍ଦନପୁର ଓ ଘୋଡାପଡା ପଞ୍ଚାୟତର ୧୯ ଖଣ୍ଡ ଆଦିବାସୀ ଗାଁର ୬୫୦ ପରିବାର ଦୁର୍ଦ୍ଦିନରେ ଗତି କରୁଛନ୍ତି। ଏମାନେ...

ବ୍ରାହ୍ମଣୀ ନଦୀକୁ ଡେଇଁଲେ ନାବାଳିକା

ଲହୁଣୀପଡ଼ା/ବଣାଁଇ,୧୩।୧୦(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନା ଅଧୀନ ରଜାମୁଣ୍ଡା ପଞ୍ଚାୟତ ୧୪୩ ନମ୍ବର ଜାତୀୟ ରାଜପଥର ନରେନ୍ଦ୍ର ପୋଲ ଉପରୁ ବ୍ରହ୍ମଣୀ ନଦୀକୁ ଡେଇଁ ଜନୈକା...

ସ୍ବାମୀଙ୍କ ଆତ୍ମହତ୍ୟା: ବନ୍ଧାହେଲେ ସ୍ତ୍ରୀ, ପ୍ରେମିକ

ବଡବିଲ, ୪।୮: ଗତ ୨ ତାରିଖରେ ଆତ୍ମହତ୍ୟା କରିଥିଲେ କେନ୍ଦୁଝର ଜିଲା ବଡ଼ବିଲ ଥାନା ଧୋବି ହଟିଂ ଅଞ୍ଚଳରେ ରହୁଥିବା ସୁଶାନ୍ତ ମହାକୁଡ଼। ତେବେ ଏହା...

ରାଜ୍ୟରେ ସୁସ୍ଥ ହେଲେ ୩୬୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୮।୧୨(ବ୍ୟୁରୋ)-ରାଜ୍ୟରେ ଶୁକ୍ରବାର ଆଉ ୩୬୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁନ୍ଦରଗଡ ଜିଲାରୁ ସର୍ବାଧିକ ୬୬ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୪୬, ମୟୂରଭଞ୍ଜରୁ ୨୮,...

Advertisement
Archives

Model This Week