Posted inଗଜପତି

ଗଜପତି ଅବକାରୀ ଏସ୍‌ଆଇଙ୍କ ୪ ପଦକ ହାସଲ

ପାରଳାଖେମୁଣ୍ଡି,୧୬।୫(ଡି.ଏନ୍‌.ଏ.): କର୍ନାଟକର ବେଙ୍ଗଲୁରୁଠାରେ ଅନୁଷ୍ଠିତ ପ୍ରଥମ ଜାତୀୟ ପ୍ୟାନ ଇଣ୍ଡିଆ ମାଷ୍ଟର ଗେମ୍ସରେ ଗଜପତି ଜିଲା ଅବକାରୀ ବିଭାଗର ଏସ୍‌ଆଇ କିଶୋର ଚନ୍ଦ୍ର ରଥ ଭାଗ ନେଇ ୪ ପଦକ ହାସଲ କରିଛନ୍ତି। ସେ ସ୍ବର୍ଣ୍ଣ ପଦକ ସହ ଗୋଟିଏ ରୌପ୍ୟ ଏବଂ ୨ଟି କାଂସ୍ୟ ପଦକ ଏପରି ମୋଟ ୪ ପଦକ ହାସଲ କରିଛନ୍ତି। ୧୦୦ ମିଟର ରାଲି ରେସ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ଟ୍ରିପଲ ଜମ୍ପ୍‌ରେ ରୌପ୍ୟ ପଦକ ପାଇ ଦ୍ୱିତୀୟ ସ୍ଥାନ ହାସଲ କରିଛନ୍ତି। ସେହିପରି ଲଙ୍ଗ୍‌ଜମ୍ପ୍‌ ଓ ହାଇଜମ୍ପ୍‌ରେ ପୃଥକ୍‌ ଭାବେ ୨ କାଂସ୍ୟ ପଦକ ହାସଲ କରି ତୃତୀୟ ସ୍ଥାନ ହାସଲ କରିଥିଲେ। ଏହି ମାଷ୍ଟର ଗେମ୍ସରେ ଦେଶର ୨ ହଜାରରୁ ଊର୍ଦ୍ଧ୍ୱ ଖେଳାଳି ଭାଗ ନେଇଥିବାବେଳେ ଓଡ଼ିଶାରୁ ୨୪ଜଣ ଭାଗ ନେଇଛନ୍ତି। ସୂଚନାଯୋଗ୍ୟ, ଏସ୍‌ଆଇ ରଥ ପିଲାଦିନରୁ ସମସ୍ତ ଖେଳ ଖେଳିବା ସହ ଦୌଡ଼ କୁଦରେ ବେଶ ସୁନାମ ଅର୍ଜନ କରିଥିଲେ। ସେହିପରି ନିଜ କର୍ମକ୍ଷେତ୍ରରେ ସୁଚାରୁ ରୂପେ ଦାୟିତ୍ୱ ତୁଲାଇବା ସହ ଖେଳକୁଦ ପାଇଁ ସମୟ ବାହାର କରିନିଅନ୍ତି ଏବଂ ବିଭିନ୍ନ ଜାତୀୟସ୍ତରର ପ୍ରତିଯୋଗିତାରେ ଭାଗ ନେଇ ଜିଲା ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ସେ ବହୁ ଜାତୀୟସ୍ତରର ଖେଳକୁଦ ପ୍ରତିଯୋଗିତାରେ ଭାଗ ନେଇ ବହୁ ବାର ପୁରସ୍କୃତ ହୋଇଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ମିଳିଲା ପ୍ରେମୀ ଯୁଗଳଙ୍କ କ୍ଷତାକ୍ତ ମୃତଦେହ : ଅନର କିଲିଂ ସନ୍ଦେହ

ପାରଳାଖେମୁଣ୍ଡି,୮ା୩: ଗଜପତି ଜିଲା ଗୁରାଣ୍ଡି ଥାନା ଅନ୍ତର୍ଗତ ଆରିବା ଗ୍ରାମରେ ରବିବାର ରାତିରେ ଏକ ଘରୁ ଜଣେ ଯୁବତୀ ଓ ଯୁବକଙ୍କ କ୍ଷତାକ୍ତ ମୃତଦେହ ପୋଲିସ...

ବଞ୍ଚି ଥାଉ ଥାଉ ନିଜ ପାଇଁ ସମାଧି ତିଆରି କରି ଚର୍ଚ୍ଚାରେ ଲକ୍ଷ୍ମଣ

ପାରଳାଖେମୁଣ୍ଡି,୨୩।୨(ଡି.ଏନ.ଏ.): ବଞ୍ଚି ବଞ୍ଚି ଥାଉ ଥାଉ ନିଜ ପାଇଁ ଏବଂ ନିଜ ସ୍ତ୍ରୀ ପାଇଁ ସମାଧି ତିଆରି କରି ଏବେ ଚର୍ଚ୍ଚାରେ ଲକ୍ଷ୍ମଣ ଭୂୟାଁ। ଏଭଳି...

ଥାନାରେ ପଶି ପୋଲିସକୁ ନିର୍ଧୁମ ଛେଚିଲେ ଲୋକେ

ପାରଳାଖେମୁଣ୍ଡି,୧୩।୯(ଡି.ଏନ୍‌.ଏ.): ଗଞ୍ଜେଇ ଜବତ ଓ ଗିରଫଦାରିକୁ ନେଇ ଲୋକେ ପୋଲିସକୁ ନିର୍ଧୁମ ପିଟିବା ସହ ଥାନା ଭଙ୍ଗାରୁଜା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ଘଟିଛି ଗଜପତି...

ଗଜପତିରେ ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ୪୨କୁ ବୃଦ୍ଧି: ମାସକରେ ଗଲାଣି ୭ ଜୀବନ

ପାରଳାଖେମୁଣ୍ଡି,୧୬ା୯(ଡି.ଏନ୍‌.ଏ.): ଗଜପତି ଜିଲାରେ ଦିନକୁ ଦିନ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢିଚାଲିଛି। ବର୍ତ୍ତମାନ ସୁଦ୍ଧା ସରକାରୀ ଭାବେ ଜିଲାରେ ୪୨ ରୋଗୀ ଚିହ୍ନଟ ହୋଇଛନ୍ତି। ହେଲେ...

ଲବାରସିଂ ବିଦ୍ୟାଳୟ: ୧୦୦ ପିଲାଙ୍କୁ ୨ ଶିକ୍ଷକ

ଆର୍‌.ଉଦୟଗିରି,୭।୮(ଡି.ଏନ୍‌.ଏ.): ଗଜପତି ଜିଲାରେ ଶିକ୍ଷା ବିଭାଗ ଏକପ୍ରକାର ପଙ୍ଗୁ ହୋଇ ପଡ଼ିଥିବା ଦେଖିବାକୁ ମିଳୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ୧୯୫୩ ମସିହାରେ ମୋହନା ବ୍ଲକ ଅନ୍ତର୍ଗତ...

ଆଉ ଜଣେ ଶିଶୁଙ୍କୁ ଅପହରଣ : ଗାଁ ଦାଣ୍ଡରୁ ଉଠାଇ ନେଲେ ୨ ଦୁର୍ବୃତ୍ତ

କାଶୀନଗର,୧୭ା୧୨(ଡି.ଏନ୍‌.ଏ.)- ଓଡ଼ିଶାର ବିଭିନ୍ନ ସ୍ଥାନରେ ଶିଶୁ ଅପହରଣକୁ ନେଇ ତୁମ୍ବିତୋଫାନ ଚାଲିଥିବାବେଳେ ଗଜପତି ଜିଲା କାଶୀନଗର ଅଞ୍ଚଳରୁ ଗୁରୁବାର ପୁଣି ଜଣେ ଶିଶୁଙ୍କୁ ଅପହରଣ କରାଯାଇଛି।...

୪ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ

ପାରଳାଖେମୁଣ୍ଡି, ୧୦ା୮ (ଡି.ଏନ୍‌.ଏ): ଗଜପତି ଜିଲାରେ ଗତ ଦୁଇଦିନ ଧରି ଲାଗିରହିଛି ଲଘୁଚାପ ବର୍ଷା। ଜନ ଜୀବନ ଅସ୍ତବ୍ୟସ୍ତ ହୋଇଗଲାଣି। ଲଗାଣ ବର୍ଷା ଯୋଗୁ ନଦୀର...

ବୃନ୍ଦାବନ ପ୍ୟାଲେସ୍‌ ରାସ୍ତା ଅବସ୍ଥା ସୁଧୁରୁନି

ପାରଳାଖେମୁଣ୍ଡି,୧୯।୫(ଡି.ଏନ୍‌.ଏ.): ପାରଳାଖେମୁଣ୍ଡି ସହରର ଐତିହାସିକ ପର୍ଯ୍ୟଟନସ୍ଥଳୀ ବୃନ୍ଦାବନ ପ୍ୟାଲେସ୍‌କୁ ଯିବା ପାଇଁ ମହେନ୍ଦ୍ରତନୟା ନଦୀ ବ୍ରିଜ୍‌ ପଟେ ଥିବା ରାସ୍ତାର ଅବସ୍ଥା ଅତି ଶୋଚନୀୟ ହୋଇଛି।...

Advertisement
Archives

Model This Week