Posted inଜାତୀୟ

ଜ୍ଞାନବ୍ୟାପି ସର୍ଭେ ଶେଷ, ମଙ୍ଗଳବାରଠାରୁ ସୁପ୍ରିମ୍‌କୋର୍ଟରେ ଶୁଣାଣି…

ନୂଆଦିଲ୍ଲୀ, ୧୬।୫ : ଜ୍ଞାନବ୍ୟାପି ମସଜିଦ ସର୍ଭେ ଶେଷ ହୋଇଛି। ସର୍ଭେ ରିପୋର୍ଟ ଆଧାରରେ କରାଯାଇଥିବା ଆବେଦନର ଶୁଣାଣି ମଙ୍ଗଳବାର ସୁପ୍ରିମକୋର୍ଟରେ କରାଯିବ। ଜଷ୍ଟିସ ଡି.ଓ୍ବାଇ ଚନ୍ଦ୍ରଚୂଡ ଏବଂ ପି.ଏସ୍‌. ନରସିଂହାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ।

ଗତ ସପ୍ତାହରେ ଅଞ୍ଜୁମାନ ଇନ୍ତେଜାମିଆ ମସଜିଦ କମିଟି ଏହି ସର୍ଭେ ଉପରେ ରୋକ କରିବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହା ଉପରେ କୋର୍ଟ କହିଥିଲେ ଯେ ଆମେ ଏ ବିଷୟରେ କିଛି ଜାଣି ନାହୁଁ। ଏଭଳି ପରିସ୍ଥିତିରେ ଆମେ କୌଣସି ଆଦେଶ ଦେଇ ପାରିବୁ ନାହିଁ। ପ୍ରଧାନ ବିଚାରପତି ଏନ.ଭି ରାମନାଙ୍କ ବେଞ୍ଚ କହିଥିଲେ ଯେ ଆମେ ଏହାକୁ ତାଲିକାଭୁକ୍ତ କରୁଛୁ ଏବଂ ଆସନ୍ତା ସପ୍ତାହରେ ଏହାର ଶୁଣାଣି କରିବୁ।

ସୋମବାର  ଲଗାତାର ତୃତୀୟ ଦିନ ମସଜିଦର ସର୍ଭେ କରାଯାଇଥିଲା ଏବଂ ଏହି ପ୍ରକ୍ରିୟା ଶେଷ ହୋଇଛି। ବର୍ତ୍ତମାନ ଏହି ସର୍ଭେର ରିପୋର୍ଟ ମଙ୍ଗଳବାର ବାରାଣାସୀ କୋର୍ଟରେ ଉପସ୍ଥାପିତ ହେବ।

ସର୍ଭେ ପରେ ହିନ୍ଦୁ ପକ୍ଷର ଆଇନଜୀବୀ ସୋହନଲାଲ ଦାବି କରିଛନ୍ତି ଯେ ବାବାଙ୍କ ସନ୍ଧାନ ମିଳିଛି। ମସଜିଦ୍‌ ପରିସରରୁ ଶିବଲିଙ୍ଗ ମିଳିଥିବା କୁହାଯାଉଛି। ସେ କହିଛନ୍ତି ଯେ ପୋଖରୀରୁ ପାଣି ବାହାର କରି ଖୋଜାଖୋଜି କରିବା ମାତ୍ରେ ବାବା ମିଳିଥିଲେ। ସେ କହିଛନ୍ତି, ନନ୍ଦୀ ଯାହାଙ୍କୁ ଅପେକ୍ଷା କରୁଥିଲେ, ତାହା ଏବେ ପୂରଣ ହୋଇଛି। ମସଜିଦ ପରିସରର ସର୍ଭେ ସମୟରେ ସୋହାନଲାଲ କୋର୍ଟ କମିଶନରଙ୍କ ସହ ମଧ୍ୟ ଉପସ୍ଥିତ ଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

କ୍ୟାବିନେଟ୍‌ ସମ୍ପ୍ରସାରଣ ନେଇ ଅନିଶ୍ଚିତତା…

ମୁମ୍ବାଇ,୨୮।୭ : ମହାରାଷ୍ଟ୍ରରେ କ୍ଷମତା ପରିବର୍ତ୍ତନ ହେବାର ପ୍ରାୟ ଏକ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ କ୍ୟାବିନେଟର ସମ୍ପ୍ରସାରଣ ହୋଇନାହିଁ। ଏନେଇ ସମ୍ପ୍ରସାରଣ ନେଇ ଅନିଶ୍ଚିତତା...

ୟୁପି ଡିଜିପି ମୁକୁଲ ଗୋଏଲ ବହିଷ୍କୃତ

ଲକ୍ଷ୍ନୌ, ୧୨ା୫: ଉତ୍ତରପ୍ରଦେଶ ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ମୁକୁଲ ଗୋଏଲଙ୍କୁ ବୁଧବାର ତାଙ୍କ ପଦରୁ ବହିଷ୍କୃତ କରାଯାଇଛି। କର୍ତ୍ତବ୍ୟରେ ହେଳା ଏବଂ ସରକାରୀ ନିର୍ଦ୍ଦେଶ ଅବମାନନା...

ଭାଇରାଲ ହେଉଛି ରାହୁଲ-ପ୍ରିୟଙ୍କାଙ୍କ ବରଫ ଫିଙ୍ଗା ଫଟୋ

ନୂଆଦିଲ୍ଲୀ,୩୦ା୧: ଭାରତ ଯାଡ଼ୋ ଯାତ୍ରାର ଶେଷ ଦିନରେ ଶ୍ରୀନଗରରେ ପ୍ରବଳ ତୁଷାରପାତ ହୋଇଛି। ଏହା ଦେଖି ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀ ଖୁସି ମନାଇଛନ୍ତି।...

ଆସନ୍ତା ସପ୍ତାହରେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବ୍ୟବସାୟୀ

ନୂଆଦିଲ୍ଲୀ,୧୯ା୭:ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ମୂଲ୍ୟ ବୃଦ୍ଧିରେ ଦେଶବାସୀ ଘାଣ୍ଟି ହେଉଥିବାବେଳେ ସୋମବାରଠାରୁ ପୂର୍ବରୁ ପ୍ୟାକ୍‌ ହୋଇଥିବା ବିଭିନ୍ନ ଖାଦ୍ୟ ସାମଗ୍ରୀ ଯଥା କ୍ଷୀର, ଦହି, ପନିର, ମାଛ,...

ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲା: ଏନ୍‌କାଉଣ୍ଟର ଉପରେ ପ୍ରଶ୍ନ ଉଠାଇଲେ କୋର୍ଟ

ହାଇଦ୍ରାବାଦ୍‌,୨୦।୫: ୨୦୧୯ର ବହୁ ଚର୍ଚ୍ଚିିତ ହାଇଦ୍ରାବାଦ ଏନ୍‌କାଉଣ୍ଟର ମାମଲାରେ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ବେଳେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏନ୍‌.ବି ରମନାଙ୍କ ଖଣ୍ଡପୀଠ...

ବିହାରରେ ଘାତକ ସାଜିଛି ମସ୍ତିଷ୍କ ଜ୍ୱର: ଗଲାଣି ୧୪୦ ନିରୀହ ଶିଶୁଙ୍କ ଜୀବନ

ପାଟଣା, ୨୧।୬: ବିହାରରେ ମସ୍ତିଷ୍କ ଜ୍ୱର ବା ଆକ୍ୟୁଟେ ଏନ୍ସେଫାଲାଇଟିସ ସିଣ୍ଡ୍ରୋମ ଯୋଗୁ ଏଯାଏ ୧୪୦ ଜଣ ନିରୀହ ଶିଶୁଙ୍କ ମୃତ୍ୟୁ ଘଟିଛି। କେବଳ ମୁଜାଫରପୁରରେ...

ସୋଲାନରେ କାନ୍ଥ ଭୁଶୁଡ଼ିବାରୁ ୭ଯବାନଙ୍କ ସମେତ ୮ମୃତ: ରେସକ୍ୟୁ ଅପରେଶନ୍‌ ଜାରି

ସୋଲାନ,୧୫।୭: ହିମାଚଳ ପ୍ରଦେଶ ସୋଲାନ ଜିଲାର କୁମାରହାଟିରେ ଏକ ଢ଼ାବାରେ କାନ୍ଥ ଭୁଶୁଡ଼ିବାରୁ ୭ଯବାନ ସମେତ ୮ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ରବିବାର ଏହି ୪ମହଲା...

ବିଶ୍ୱ ପରିବେଶ ଦିବସରେ ସମସ୍ତଙ୍କୁ ଚାରା ଲଗାଇବାକୁ କହିଲେ ମୋଦି

ନୂଆଦିଲ୍ଲୀ,୫।୬: ଭବିଷ୍ୟତରେ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଅଧିକରୁ ଅଧିକ ଚାରା ଲଗାଇବାକୁ ବିଶ୍ୱ ପରିବେଶ ଦିବସରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ...

Advertisement
Archives

Model This Week