ପଲ୍ଲିଶ୍ରୀ ମେଳାରେ ଅତିଥି ଚୟନକୁ ନେଇ ଅସନ୍ତୋଷ

ଫୁଲବାଣୀ ଅଫିସ, ୧୬।୫: ଫୁଲବାଣୀ କରୋନେଶନ ପଡିଆରେ ଗତ ୧୩ ତାରିଖରୁ ଚାଲିଥିବା ପଲ୍ଲିଶ୍ରୀ ମେଳାରେ ଆରମ୍ଭରୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। ମେଳାକୁ ନେଇ ଲୋକଙ୍କ ମଧ୍ୟରେ ଉତ୍ସାହ ପରିଲକ୍ଷିତ ହୋଇଥିଲେ ମଧ୍ୟ ଅତିଥି ଚୟନକୁ ନେଇ କେତେଜଣ ପ୍ରଶାସନିକ ଅଧିକାରୀ, ଲୋକପ୍ରତିନିଧି ଏବଂ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି ହୋଇଛି ା ପୌର ପରଷଦରେ ଏହି ମେଳା ହେଉଛି। ହେଲେ ପୌରାଧ୍ୟକ୍ଷାଙ୍କୁ ଅତିଥି ଭାବେ ଡକା ନ ଯିବାର କାରଣ ଏବେ ବି ଅସ୍ପଷ୍ଟ ରହିଛି ା ଏହାକୁ ନେଇ ବିଭିନ୍ନ ଆଲୋଚନା ଜୋର ଧରିଛି ା ଅନ୍ୟପକ୍ଷରେ ଉଦ୍‌ଘାଟନୀ ଉତ୍ସବରେ ଫୁଲବାଣୀ, ବାଲିଗୁଡା ଏବଂ ଜି.ଉଦୟଗିରିର ବିଧାୟକଙ୍କୁ ଅତିଥି ଭାବେ ଡକା ଯାଇଥିଲା ମଧ୍ୟ ସେମାନେ ଆସିଲେ ନାହିଁ। ୧୪ ତାରିଖରେ ଅତିରିକ୍ତ ଜିଲାପାଳଙ୍କୁ ଅତିଥି କରାଯାଇଥିଲା ବେଳେ ସେ ବି ମଞ୍ଚରେ ଅନୁପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ଯୋଗଦେବାକୁ ଅତିଥିମାନଙ୍କ ସହ ଆଲୋଚନା ହୋଇଥିଲା କି ନାହିଁ ତାହାକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଛି। ଏ ନେଇ ଓରମାସ ସହକାରୀ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଦୁର୍ଗା ପ୍ରସାଦ ଭୂୟାଁଙ୍କୁ ପଚାରିବାରେ ସବୁ ନିଷ୍ପତ୍ତି ଉଚ୍ଚ ପଦସ୍ଥ ଅଧିକାରୀ ନେଇଥିବା ସେ କହିଛନ୍ତି। ହେଲେ କାହାରି ନାଁ କହିବାକୁ ସେ ମନା କରିଥିଲେ। ସୂଚନାଯୋଗ୍ୟ, ପଲ୍ଲିଶ୍ରୀ ମେଳା ଓରମାସ ପକ୍ଷରୁ ଚାଲିଛି ା ମେଳାରେ ଯେତିକି ସ୍ବୟଂ ସହାୟିକା ଗୋଷ୍ଠି ଏବଂ ଅନ୍ୟ ଅନୁଷ୍ଠାନ ଆସିବାର ଥିଲା ବର୍ତ୍ତମାନ ସୁଦ୍ଧା ସେତିକି ଆସିନାହାନ୍ତି। ଷ୍ଟଲ ପାଇଁ ଅଧିକ ଟଙ୍କା ନିଆଯାଇ ଥିବା ମାଲିକମାନେ କହୁଛନ୍ତି। ଅନ୍ୟପକ୍ଷରେ ଖାଦ୍ୟ ଅତ୍ୟନ୍ତ ନିମ୍ନମାନର ପରଷା ଯାଉଥିବା ଲୋକେ କହୁଛନ୍ତି। ଖୋଦ ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଧ୍ୟ ସେଠାକୁ ଯାଉନାହାନ୍ତି। ତାଙ୍କୁ ନିମନ୍ତ୍ରଣ କାର୍ଡ ଦିଆ ଯାଇ ନ ଥିବା ପରୋକ୍ଷରେ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣା: ଆଉ ୬ ଗିରଫ, ମୋଟ ଗିରଫ ସଂଖ୍ୟା ୮କୁ ବୃଦ୍ଧି

ଦାରିଙ୍ଗବାଡ଼ି,୨୫।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗ୍ରାମରେ ପିଉସାଙ୍କୁ ନିର୍ମମ ଭାବେ ହତ୍ୟା କରି ପୋଡ଼ି ଦେବା ଘଟଣାରେ ପୋଲିସକୁ ବଡ଼…

କିରିକୁଟି ସରକାରୀ ଉଚ୍ଚ ବିଦ୍ୟାଳୟରେ ‘ନିଶା ମୁକ୍ତ ଓଡ଼ିଶା’ ଅଭିଯାନ: ଗଞ୍ଜେଇ ଚାଷ-ନିଶାରୁ ଦୂରେଇ ରହିବାକୁ…

ଦାରିଙ୍ଗବାଡ଼ି,୨୫।୮ (ଅରୁଣ ସାହୁ): କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡ଼ା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ମଙ୍ଗଳବାର ଦାରିଙ୍ଗବାଡ଼ି ଥାନା କିରିକୁଟି ସରକାରୀ ଉନ୍ନୀତ ଉଚ୍ଚ…

କିରିକୁଟିରେ ‘ଆମ ଗାଁ ଆମ ତହସିଲ: ଅଭିଯୋଗ ଶୁଣିଲେ

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ତହସିଲ ଅଧୀନ କିରିକୁଟି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ‘ଆମ ଗାଁ ଆମ ତହସିଲ’ ଶିବିର ଅନୁଷ୍ଠିତ…

ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ, କର୍ମକର୍ତ୍ତା ଚୟନ: ବ୍ରାହ୍ମଣୀଗାଁରେ ବ୍ଲକ୍ କାର୍ଯ୍ୟାଳୟ ସ୍ଥାପନ ଦାବି

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍ ପାଳକ ସଂଘର କମ୍ୟୁନିଟି ହଲ୍‌ରେ ମଙ୍ଗଳବାର ଦାରିଙ୍ଗବାଡ଼ି ମିଳିତ ମଞ୍ଚ ଗଠନ ଓ କର୍ମକର୍ତ୍ତା ଚୟନ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ଦୁର୍ଗମ ଅଞ୍ଚଳରେ ‘ଦମନ’ ଟିମ୍‌: କମୁଛି ମ୍ୟାଲେରିଆ ଜ୍ୱର ଭୟ

ଦାରିଙ୍ଗବାଡି, ୨୫।୮ (ଅରୁଣ ସାହୁ): ମ୍ୟାଲେରିଆ ମୁକ୍ତ ଲକ୍ଷ୍ୟରେ ଦୁର୍ଗମ ଅଞ୍ଚଳରେ ଅପରେଶନ ଦମନ କାର୍ଯ୍ୟକ୍ରମ ଜୋରଦାର କରାଯାଉଛି। ଏହି ପ୍ରରିପ୍ରେକ୍ଷୀରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

୨ ମାସ ହେବ ବଲକି ଗାଁ ଅନ୍ଧାର: ବିଦ୍ୟୁତ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ତୁମୁଡ଼ିବନ୍ଧ, ୨୪।୮ (ଦୀପକ କୁମାର ପରାସେଠ): ଦୁଇ ମାସ ହେବ ବଲକି ଗାଁ ଅନ୍ଧାରରେ। ଟ୍ରାନ୍ସଫର୍ମର ଖରାପ ହୋଇଯିବା ପରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ସ୍ୱାଭାବିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri