ବରିଷ୍ଠ ନେତୃବୃନ୍ଦଙ୍କ ବିନା ଗଗନଙ୍କ ଶକ୍ତି ପ୍ରଦର୍ଶନ

କଟକ, ୯ା୨(ଶିଳ୍ପା ପ୍ରିୟଦର୍ଶିନୀ):ସାଧାରଣ ନିର୍ବାଚନ ଲାଗି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ଭାଜପାର ଆଶାୟୀଙ୍କ ନାମ ସାମ୍ନାକୁ ଆସି ନ ଥିବାବେଳେ କଟକ ମହାନଗର ନିଗମ(ସିଏମ୍‌ସି) ଅଧୀନ ୨୬ନଂ. ଓ୍ବାର୍ଡର କର୍ପୋରେଟର ତଥା ଭାଜପା ଯୁବମୋର୍ଚ୍ଚା ସମ୍ପାଦକ ଗଗନ ଓଝା ଗୁରୁବାର ଜନସମ୍ପର୍କ ପଦଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ପଦଯାତ୍ରା ଝୋଲାସାହିସ୍ଥିତ ଏକ ବ୍ୟାଙ୍କ ନିକଟରୁ ବାହାରି ନିମସାହି, ସେମିନାରୀ ଛକ, ହାତୀପୋଖରୀ, ଦରଘାବଜାର, ଗୌରୀଶଙ୍କର ପାର୍କ, ନନ୍ଦୀସାହି, ଚୌଧୁରୀ ବଜାର ପରିକ୍ରମା କରି କାଠଗଡ଼ା ସାହିଠାରେ ପହଞ୍ଚିଥିଲା। ଏ ସମ୍ପର୍କରେ ଗଗନ କହିଛନ୍ତି, କେନ୍ଦ୍ର ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ କେନ୍ଦ୍ର ସରକାର ଦେଉଥିବା ଅନୁଦାନ କିପରି ହିତାଧିକାରୀଙ୍କ ପାଖରେ ପହଞ୍ଚିବ ସେ ନେଇ ଏହି ପଦଯାତ୍ରା କରାଯାଇଛି। କଟକର ଅନେକ ସାହି କମିଟିର ମୁରବି ଏବଂ କ୍ଲବ ସଦସ୍ୟ ଗଗନଙ୍କୁ ସମ୍ମାନିତ କରିଥିବା ଦେଖିବାକୁ ମିଳିଛି।
ଅପରପକ୍ଷରେ ଏହି ପଦଯାତ୍ରାରେ ଦଳୀୟ ବ୍ୟାନର ଓ ପତାକା କର୍ମୀମାନେ ଧରିଥିବାବେଳେ ନେତୃବୃନ୍ଦଙ୍କୁ ଦେଖିବାକୁ ମିଳି ନ ଥିଲା। କିଛି ମାସ ବ୍ୟବଧାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କର୍ପୋରେଟର ଗଗନଙ୍କ ବାସଭବନରେ ପହଞ୍ଚି କର୍ମକର୍ତ୍ତାଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଗାମୀ ଦିନରେ ଗଗନ ଦଳୀୟ ଟିକେଟ ପାଇଁ ଆଶାୟୀଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହି ପଦଯାତ୍ରାରେ ସାମିଲ ହୋଇଥିବା ଭାଜପାର ପୂର୍ବତନ କଟକ ନଗର ଜିଲା ସଭାପତି ଲକ୍ଷ୍ମୀଧର ପ୍ରଧାନ କହିଛନ୍ତି, ଆସନ୍ତା ନିର୍ବାଚନକୁ ଦୃଷ୍ଟିରେ ରଖି ବାରବାଟୀ-କଟକ ନିର୍ବାଚନମଣ୍ଡଳୀରୁ ବିଧାୟକ ଟିକେଟ ପାଇଁ ଗଗନ ଆଶାୟୀ। ଏଥିରେ ମୋର ସମର୍ଥନ ରହିଛି। ସମସ୍ତ ନେତୃବୃନ୍ଦ ସମର୍ଥନ କଲେ ଗଗନଙ୍କୁ ଟିକେଟ୍‌ ମିଳିବ ବୋଲି ସେ କହିଛନ୍ତି। ଏହି ପଦଯାତ୍ରାରେ କର୍ପୋରେଟର ଗୋପାଳ ବେହେରା, ଲକ୍ଷ୍ମୀଧର ବେହେରା, ରାକେଶ ସ୍ବାଇଁ, କଟକ ଜିଲା ଯୁବମୋର୍ଚ୍ଚା ସଭାପତି ନଳିନୀ ରାୟ, ପୂର୍ବତନ ଯୁବ ମୋର୍ଚ୍ଚା ନଗର ଜିଲା ସଭାପତି ସତ୍ୟ ମିଶ୍ର, ରୀତା ମହାପାତ୍ର, ଅମ୍ବିକା ଦାସ, ସବିତା ବେହେରା, ହେମନ୍ତ ସେଠୀ, ସୁଚିତ୍ରା ସେନାପତି, ମନୋଜ ମହାରଣା ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

ତେଲ-ଉତେଇ ନଦୀରେ ବନ୍ୟା: ଶତାଧିକ ଚାଷଜମି ଜଳମଗ୍ନ

କର୍ଲାମୁଣ୍ଡା,୨୬।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ଦେଇ ପ୍ରବାହିତ ହେଉଥିବା ତେଲ ଓ ଉତେଇ ନଦୀରେ ବନ୍ୟା ଆସି ନିକଟସ୍ଥ ଅଞ୍ଚଳକୁ ମାଡି…

ସୁବର୍ଣ୍ଣରେଖାରେ ୪ର୍ଥ ବନ୍ୟା: ୪ ବ୍ଲକ୍‌ରେ ଲକ୍ଷାଧିକ ଲୋକ ଜଳବନ୍ଦୀ

ଭୋଗରାଇ,୨୬ା୯(ପ୍ରଦୀପ ଦାସ): ଝାଡ଼ଖଣ୍ଡ ମାଳାଞ୍ଚଳରେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଗାଲୁଡ଼ିହି ଜଳାଧାରରୁ ୧ ୩ଟି ଗେଟ୍‌ ଖୋଲାଯାଇ ଉଦ୍‌ବୃତ୍ତ ବର୍ଷାଜଳ ସୁବର୍ଣ୍ଣରେଖାକୁ ନିଷ୍କାସନ ହେବାରୁ…

କପାଚାଷ ଦେଖିବାକୁ ଯାଇଥିଲେ ଚାଷୀ, ହାତୀ ହାବୁଡ଼ରେ ପଡ଼ିବାରୁ କଚାଡ଼ି କଚାଡ଼ି ମାରିଲା

ଲାଞ୍ଜିଗଡ଼,୨୬ା୯(ରମେଶ ଚନ୍ଦ୍ର ନାୟକ): ବିଜେପୁର ବନବିଭାଗ ଅନ୍ତର୍ଗତ ବେନଗାଁ ପଞ୍ଚାୟତର ବେଥିଆପଡ଼ା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ବିଜେପୁର ଥାନା ଏବଂ…

ଘୋଡ଼ାହାଡ଼ ଡ୍ୟାମ୍‌ରେ ବଢୁଛି ଜଳପତ୍ତନ: ଗୋଟିଏ ଗେଟ୍‌ ଖୋଲି ନଦୀକୁ ଛଡ଼ାଗଲା ପାଣି

ଦିଗପହଣ୍ଡି,୨୬ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଘୋଡ଼ାହାଡ଼ ଡ୍ୟାମ୍‌ରୁ ସ୍ପିଲ ଓ୍ବେ ମୁଖ୍ୟ ଫାଟକର ଗୋଟିଏ ଗେଟ୍‌ ଦେଇ ଘୋଡ଼ାହାଡ଼ ନଦୀ ମଧ୍ୟକୁ ଶନିବାର ସକାଳ ପ୍ରାୟ…

ସାମୁଦ୍ରିକ ଜୁଆର ମାଡ଼ରେ ଧସିଲା ଲୁଣାଘେରି ବନ୍ଧ, ତତ୍ପରତା ଦେଖାଉନି ଜଳସମ୍ପଦ ବିଭାଗ

ମହାକାଳପଡ଼ା,୨୬ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ଲଘୁଚାପ ପ୍ରଭାବରେ ସାମୁଦ୍ରିକ ଜୁଆର ମାଡ଼ରେ ଜରି ପଲିଥିନରେ ନଦୀ ପାର୍ଶ୍ୱମାଟି ଅତଡ଼ା ଖସିବା ଯୋଗୁ ବନ୍ଧ ପ୍ରତି ବିପଦ ସୃଷ୍ଟି ହୋଇଛି।…

ହୀରାକୁଦରେ ପୁଣି ଖୋଲିଲା ୭ଟି ସ୍ଲୁଇସ ଗେଟ: ଜାରି ରହିଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର, ୨୬।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ପୁଣି ବୃଦ୍ଧି ପାଇଛି। ଏହାକୁ ଦୃଷ୍ଟିରେ ରଖି ଜଳଭଣ୍ଡାରର ସୁପରିଚାଳନା ଏବଂ ଆଗୁଆ ପ୍ରତିଷେଧମୂଳକ ପଦକ୍ଷେପ…

ଆରପାରିରେ ଆଦର୍ଶ ଶିକ୍ଷକ ସନାତନ: ପାଟଣା ଅଞ୍ଚଳରେ ଶୋକର ଛାୟା

ପାଟଣା, ୨୬।୯ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ଡିଆନାଳୀ ଗ୍ରାମର ଆଦର୍ଶ ଶିକ୍ଷକ ତଥା ବିଶିଷ୍ଟ ସଂଗଠକ, ଶିକ୍ଷାବିତ୍‌ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?