ଗଗନ ଗୋ ଫର୍‌ ଫ୍ରିଡମ୍‌ ଗୋଲ୍ଡ ଅଫରର ବିଜେତା

ଭୁବନେଶ୍ୱର୫।୨(ଅଭୟ ଦାଶ): ଫ୍ରିଡମ ହେଲ୍‌ଦି କୁକିଂ ଅଏଲ୍ସର ବହୁ ପ୍ରତୀକ୍ଷିତ ବମ୍ପର ଡ୍ର ‘ଗୋ ଫର୍‌ ଫ୍ରିଡମ ଗୋଲ୍ଡ ଅଫର-୨୦୨୪’ର ବିଜେତାଙ୍କ ନାମ ନିକଟରେ ଘୋଷଣା କରାଯାଇଥିଲା। ଓଡ଼ିଶା ସମେତ ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶ ପାଇଁ ଏହି ବମ୍ପର ଡ୍ର’ର ଭାଗ୍ୟଶାଳୀ ବିଜେତାମାନେ ୫୦ଗ୍ରାମର ସ୍ବର୍ଣ୍ଣ୍‌ମୁଦ୍ରା ଜିତିଛନ୍ତି। ଏପରିକି ପ୍ରତ୍ୟେକ ରାଜ୍ୟରୁ ଜଣେ ବିଜେତା ୫୦ଗ୍ରାମ ସୁନାମୁଦ୍ରା ଜିତିଥିବାବେଳେ ଉପବିଜେତାଙ୍କୁ ୧୦ଗ୍ରାମର ସୁନାମୁଦ୍ରା ପୁରସ୍କାର ସ୍ବରୂପ ଏକ ସ୍ବତନ୍ତ୍ର ଉତ୍ସବରେ ଦିଆଯାଇଥିଲା।
ଏହି ପରିପ୍ରେକ୍ଷୀରେ ଫ୍ରିଡମର ଓଡ଼ିଶା ବଜାର ପକ୍ଷରୁ ମଙ୍ଗଳବାର ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ପୁରସ୍କାର ବିତରଣ ଉତ୍ସବର ଆୟୋଜନ କରାଯାଇଥିଲା।
ଏହି ଅବସରରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍ସର ଜିଏମ୍‌ (ମାର୍କେଟିଂ) ଚେତନ ପିମ୍ପଲଖୁଟେ ଏବଂ ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ ପ୍ରମୁଖ ଉପସ୍ଥିତ ରହି ‘ଗୋ ଫର୍‌ ଫ୍ରିଡମ ଗୋଲ୍ଡ ଅଫର-୨୦୨୪’ର ବିଜେତା ଯାଜପୁର ଜିଲାର ଗଗନ ବିହାରୀ ସାହୁଙ୍କୁ ୫୦ ଗ୍ରାମ ସ୍ବର୍ଣ୍ଣମୁଦ୍ରା ଏବଂ ଗଜପତି ଜିଲା (ମୋହନା)ର ସୁରେଶ ଚନ୍ଦ୍ର ସାହୁଙ୍କୁ ୧୦ଗ୍ରାମର ସୁନା ମୁଦ୍ରା ପୁରସ୍କାର ସ୍ବରୂପ ପ୍ରଦାନ କରିଥିଲେ।
ଏ ସମ୍ପର୍କରେ ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲ୍‌ସର ଜିଏମ୍‌ (ମାର୍କେଟିଂ) ଚେତନ ପିମ୍ପଲଖୁଟେ କହିଥିଲେ, ଫ୍ରିଡମ୍‌ ହେଲ୍‌ଦି କୁକିଂ ଅଏଲରେ ଆମ ଗ୍ରାହକଙ୍କୁ ଗୁଣାତ୍ମକ ତଥା ନିରାପଦ ଉତ୍ପାଦ ପ୍ରଦାନ କରିବା ବ୍ୟତୀତ ‘ଗୋ ଫର୍‌ ଫ୍ରିଡମ୍‌ ଗୋଲ୍ଡ ଅଫର୍‌ ୨୦୨୪’ ଆମେ କାର୍ଯ୍ୟ କରୁଥିବା ଭୌଗୋଳିକ ସ୍ତରରେ ମଧ୍ୟ ଏହି ଅଫର ଜରିଆରେ ଗ୍ରାହକଙ୍କ ମଧ୍ୟରେ ସୁଖ ବିସ୍ତାର କରିପାରିଛୁ।
ସେହିଭଳି ଫ୍ରିଡମ୍‌ ହେଲ୍‌ଦି କୁକି ଅଏଲ୍ସର ଓଡ଼ିଶା ମୁଖ୍ୟ ଅମିୟ କୁମାର ଧଳ କହିଥିଲେ, ଆମେ ଏହି ଅଫର ଜରିଆରେ ଏକ ଭଲ କାରବାର ଓ ଉତ୍ସାଜନକ ଆଗ୍ରହ ବଜାରରେ ଦେଖିବାକୁ ପାଇଥିଲୁ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

ଘର କବାଟ ଖୋଲୁଖୋଲୁ ଚୋଟ ମାରିଲା ବିଷଧର ସାପ, ଟଳିପଡ଼ିଲେ ବୃଦ୍ଧା

ଦିଗପହଣ୍ଡି,୫ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରାପଦର ପଞ୍ଚାୟତ ଭୁଡୁକି ଗ୍ରାମର ଏ.ବାଉରୀ ପାତ୍ରଙ୍କ ସ୍ତ୍ରୀ ଏ.ସାଇଆମ୍ମା ପାତ୍ର(୭୦) ନାମ୍ନୀ ବୃଦ୍ଧା ବୁଧବାର ଅପରାହ୍ନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri