ଓଜନ କମ୍‌ କରିବା ପାଇଁ ବୈଜ୍ଞାନିକ ପ୍ରସ୍ତୁତ କଲେ ଭାଇବ୍ରେଟିଙ୍ଗ ସ୍ମାର୍ଟ ପିଲ୍‌, ବଜେଟ୍‌ ଫ୍ରେଣ୍ଡଲି ରହିଛି ଦାମ୍‌

ନୂଆଦିଲ୍ଲୀ,୯।୧:ବିଶ୍ୱରେ ଥିବା ସବୁ ବୈଜ୍ଞାନିକ ମାନବକଲ୍ୟାଣ ପାଇଁ ବିଭିନ୍ନ ଆବିଷ୍କାର କରୁଛନ୍ତି। ନିକଟରେ ବୈଜ୍ଞାନିକମାନେ ଏପରି ଏକ ଟାବଲେଟ ବା ପିଲ୍‌ ତିଆରି କରିଛନ୍ତି ଯାହାଦ୍ୱାରା ଓଜନ ଅତି ସହଜରେ କମି ପାରିବ। ଗୋଟିଏ ଟାବଲେଟରେ କମିଯିବ ଓଜନ। ସାଇନ୍ସ ଜର୍ନାଲରେ ପ୍ରକାଶିତ ଏକ ଆଲେଖ୍ୟରେ ସ୍ମାର୍ଟ ପିଲ୍‌ (Vibrating Ingestible BioElectronic Stimulator- VIBES) ସମ୍ପର୍କରେ କୁହାଯାଇଛି। ଦାବି କରାଯାଉଛି ଏହି ଟାବଲେଟ ଖାଇବା ଦ୍ୱାରା ଆପଣଙ୍କ ଓଜନ ବହୁତ ପରିମାଣରେ କମିଯିବ।

କହି ରଖୁଛୁ କି, ଏହି ପିଲ୍‌ର ଏଯାଏଁ ମାନବ ପରୀକ୍ଷଣ କରାଯାଇ ନାହିଁ। କିନ୍ତୁ ପ୍ରଥମ ଥର ଘୁଷୁରୀ ଉପରେ ଏହାକୁ ଟେଷ୍ଟିଂ କରାଯାଇଥିଲା। ଯାହା ଆଶାଜନକ ରୂପେ ସଫଳ ହୋଇଛି। ଏହି ପିଲ୍‌ର ବିଶେଷତ୍ୱ ହେଉଛି, ଏହାକୁ ଖାଇବା ଦ୍ୱାରା ଭୋକ କମ୍‌ ଲାଗିବା ସହ ଓଜନ ମଧ୍ୟ କମିବ। ଘୁଷୁରୀମାନଙ୍କ ଉପରେ କରାଯାଇଥିବା ପରୀକ୍ଷଣରେ, ସେମାନେ ପିଲ୍‌ ଖାଇବାର ଅଧଘଣ୍ଟା ପରେ ମଧ୍ୟ ୪୦ ପ୍ରତିଶତରୁ କମ୍‌ ଖାଇବା ଖାଇଥିଲେ। ଏହି ପିଲ୍‌ ଷ୍ଟ୍ରେଚ ରିସେପ୍ଟରକୁ ସକ୍ରିୟ କରି ପେଟରେ ଭୋଜନର ଉପସ୍ଥିତିକୁ ଷ୍ଟିମ୍ୟୁଲେଟ କରିଥାଏ। ବଦଳରେ ଏହା ହାଇପାଥୋଲେମସ ହରମୋନର ସ୍ତରକୁ ବଢାଇଥାଏ। ଯାହାଦ୍ୱାରା ଆମକୁ ପେଟ ଭର୍ତ୍ତି ହେବା ଭଳି ଲାଗିଥାଏ। କିନ୍ତୁ ମାନବ ପରୀକ୍ଷଣ ପରେ ଏହାର ସଫଳ ରୂପାୟନ ହୋଇ ପାରିଛି କି ନାହିଁ ଜଣାପଡିବ।

ଏମଆଇଟିର ପୂର୍ବ ସ୍ନାତକ ଛାତ୍ର ଓ ପୋଷ୍ଟଡକ ଶ୍ରୀୟା ଶ୍ରୀନିବାସ ଏହାକୁ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ସେ ହାଓର୍‌ବାଡ ବିଶ୍ୱବିଦ୍ୟାଳୟର ବାୟୋଇନଞ୍ଜିନିୟରିଂର ସହାୟକ ପ୍ରଫେସର ଅଛନ୍ତି। ଏନେଇ ସେ କହିଛନ୍ତି, ଭୋକ ଲାଗିଲେ ଏହି ସ୍ମାର୍ଟ ପିଲ୍‌ ଖାଇବା ଦ୍ୱାରା ତାହା ପେଟରେ ଭାଇବ୍ରେଟ ହୋଇ ଷ୍ଟ୍ରେଚ ରିସେପ୍ଟରକୁ ଆକ୍ଟିଭେଟ କରିଥାଏ। ଏହାପରେ ବ୍ୟକ୍ତିଜଣଙ୍କୁ ପେଟପୁରା ଖାଇବା ଭଳି ଅନୁଭବ ହୋଇଥାଏ। ଯାହାଦ୍ୱାରା ବ୍ୟକ୍ତି ନିଜ ଖାଇବା ପାର୍ଟନକୁ କଣ୍ଟ୍ରୋଲ କରିଥାଏ।

ଏହି ଭାଇବ୍ରେଟିଙ୍ଗ ଷ୍ଟିମ୍ୟୁଲେଟର ଏକ ବ୍ୟାଟେରୀ ଭଳି ପରିଚାଳିତ ହୋଇଥାଏ। ତେବେ ପେଟରେ ଏହା ଏକ ଟାଇମର ଭଳି କାମ କରେ। ପ୍ରକ୍ରିୟା ପୁରା ହେବା ପରେ ତାହା ମଳରେ ଶରୀରରୁ ବାହାରି ଯାଇଥାଏ। ସବୁଠାରୁ ଖୁସି ଖବର ଏହା କି, ଏହି ପିଲ୍‌ ପକେଟ ଫ୍ରେଣ୍ଡଲି। ଏହାର ଦାମ୍‌ ୧ଡଲାର(୮୪ଟଙ୍କା) ଭିତରେ ରହିବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ସୋରେନ ସରକାରଙ୍କ ନିଷ୍ପତ୍ତିକୁ ହାଇକୋର୍ଟଙ୍କ ଝଟକା, JSSC-CGL ସମେତ ୨୨ଟି ରଦ୍ଦ ପରୀକ୍ଷା ଉପରେ…

ରାଞ୍ଚି, ୨୦।୮: ଝାଡ଼ଖଣ୍ଡର ହେମନ୍ତ ସୋରେନ ସରକାରଙ୍କୁ ବଡ଼ ଝଟକା ଲାଗିଛି । JSSC-CGL ସମେତ ୨୨ଟି ନିଯୁକ୍ତି ପରୀକ୍ଷା ରଦ୍ଦ କରିବା ନେଇ ସରକାର ନେଇଥିବା…

ବନ୍ଧ୍ୟାକରଣ ସତ୍ତ୍ୱେ କେମିତି ହେଲି ୬ଟି ଛୁଆର ବାପା? କୁକୁର ବେଶରେ ଆସି ଜନଶୁଣାଣିରେ ଏମିତି ପଚାରିଲେ…

ଭୋପାଳ,୨୦।୮: ମଧ୍ୟପ୍ରଦେଶର ଖଣ୍ଡୱାରେ ଜନଶୁଣାଣି ସମୟରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଜଣେ ବ୍ୟକ୍ତି କୁକୁରର ମୁଖା ଓ ପୋଷାକ ପିନ୍ଧି ‘କୁକୁର’ ହୋଇ କଲେକ୍ଟର…

କାର୍ଯ୍ୟକାରୀ ହେଲା ନିର୍ଦ୍ଦେଶ: ଆର୍ଯ୍ୟପଲ୍ଲୀ ତଟବର୍ତ୍ତୀ ଅଞ୍ଚଳରେ ଚାଲିଛି ପଥର ପ୍ୟାକିଂ କାର୍ଯ୍ୟ

ଛତ୍ରପୁର,୨୦ା୮(ଦିଲ୍ଲୀପ ସାମଲ): ଦିନକୁ ଦିନ ବଙ୍ଗୋପସାଗର ଛତ୍ରପୁର ପୌରପରିଷଦ ଉପକଣ୍ଠ ଆର୍ଯ୍ୟପଲ୍ଲୀ କୂଳ ଲଙ୍ଘି ଚାଲିଛି। ଏନେଇ ଆର୍ଯ୍ୟପଲ୍ଲୀ ପଞ୍ଚାୟତର ସମସ୍ତ ଗାଁ ବିପଦରେ ଥିବାବେଳେ ଲୋକେ…

ପୂର୍ବତନ ବିଧାୟକଙ୍କୁ କାମୁଡ଼ିଲା ସାପ, ବନ୍ୟା ସ୍ଥିତି ସମୀକ୍ଷା ପାଇଁ ଯାଇ…

ରାଜନଗର,୨୦।୮: ରାଜନଗରର ପୂର୍ବତନ ବିଧାୟକଙ୍କୁ କାମୁଡ଼ିଦେଲା ସାପ । ବନ୍ୟାଞ୍ଚଳ ସ୍ଥିତି ସମୀକ୍ଷା ପାଇଁ ଯାଇଥିବା ବେଳେ ଅଂଶୁମାନ ମହାନ୍ତିଙ୍କୁ ସାପ କାମୁଡ଼ି ଦେଇଥିବା ଜଣାପଡିଛି ।…

ସୁପ୍ରିମକୋର୍ଟରୁ ଆସିଲା ସାଂଘାତିକ ତଥ୍ୟ: ମୁଖ୍ୟମନ୍ତ୍ରୀ ବିଜୟ ଥଲାପତିଙ୍କ ନାଁରେ ଏତେ ଆପରାଧିକ ମାମଲା, ଶୀର୍ଷରେ…

ନୂଆଦିଲ୍ଲୀ, ୨୦।୮: ନେତାମାନଙ୍କ ବିରୋଧରେ ରହିଥିବା ଆପରାଧିକ ମାମଲାର ଶୀଘ୍ର ଶୁଣାଣି ଦାବିକୁ ନେଇ ସୁପ୍ରିମକୋର୍ଟରେ ଚାଲିଥିବା ଶୁଣାଣି ସମୟରେ ଚକିତ କରିଦେବା ଭଳି ତଥ୍ୟ ସାମ୍ନାକୁ…

ବନ୍ୟାସ୍ରୋତରେ ଭାସିଗଲେ ଯୁବକ, ବହୁ ସମୟ ଧରି ଖୋଜାଖୋଜି ପରେ ବି…

ପଟ୍ଟାମୁଣ୍ଡାଇ,୨୦ା୮(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପେଣ୍ଠପାଳ ପଞ୍ଚାୟତ ନାହିଆ ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ବନ୍ୟାପାଣିର ପ୍ରବଳ ସ୍ରୋତରେ ଭାସିଯାଇ…

୨୦ରୁ ୨୨ଅଗଷ୍ଟ ଯାଏ ସବୁ ସ୍କୁଲ-କଲେଜ ବନ୍ଦ; ରାଜ୍ୟପାଳ ଜାରି କଲେ ନିର୍ଦ୍ଦେଶ, ଜାଣନ୍ତୁ କାହିଁକି…

୨୦ ରୁ ୨୨ ଅଗଷ୍ଟ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ, ଯାହାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ନିର୍ଦ୍ଦେଶ ଜାରି କରାଯାଇଛି। ଶିକ୍ଷା ବିଭାଗ…

ବଲାଙ୍ଗୀରରେ ଚାଞ୍ଚଲ୍ୟ; ଯୁବକଙ୍କ ମୁଣ୍ଡ କାଟି ପୋଖରୀରେ ଫିଙ୍ଗିଦେଲେ

ବଲାଙ୍ଗୀର,୨୦।୮( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା ଅଞ୍ଚଳରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଗଡା ଗ୍ରାମ ସ୍କୁଲ ନିକଟରେ ଏକ ପୋଖରୀରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri