Posted inଫୁରସତ

ଅନ୍ଧାରରେ ପଥ ଦେଖାଏ କବିତା

ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି କବିମାନଙ୍କୁ ସମ୍ମାନ ଦେବା, କବିତା ପାଠ କରିବାର ମୌଖିକ ପରମ୍ପରାକୁ ପୁନର୍ଜୀବିତ କରିବା ଏବଂ କବିତାକୁ ପ୍ରୋତ୍ସାହିତ କରିବା। ଏହା ବ୍ୟତୀତ ଥିଏଟର, ନୃତ୍ୟ, ସଙ୍ଗୀତ ଏବଂ ଚିତ୍ରାଙ୍କନ ପରି ଅନ୍ୟାନ୍ୟ କଳା ମଧ୍ୟରେ କବିତାର ଦୃଷ୍ଟିଭଙ୍ଗୀକୁ ବଢ଼ାଇବା ଏହି ଦିବସ ପାଳନର ଉଦ୍ଦେଶ୍ୟ। କବିତା କବିର ମନର ଭାବନାକୁ ସୁନ୍ଦର ଭାବରେ ପରିପ୍ରକାଶ କରିଥାଏ। ଯେତେ ବି ଅନ୍ଧାର ହେଉ ନା କାହିଁକି କବିତା ତା’ର ରାସ୍ତା ତିଆରି କରେ। ସେଥିପାଇଁ ଜାତୀୟ ଆୟୋଗ, ଏନ୍‌ଜିଓ ତଥା ସରକାରୀ, ବେସରକାରୀ ଅନୁଷ୍ଠାନ ଯଥା ବିଦ୍ୟାଳୟ, କବି ତଥା ଲେଖକ ଗୋଷ୍ଠୀ, ପ୍ରକାଶନ ଗୃହ, ସାଂସ୍କୃତିକ ଗୋଷ୍ଠୀ, ସଂଗ୍ରହାଳୟ ସକ୍ରିୟ ଅଂଶଗ୍ରହଣ କରି ବିଶ୍ୱ କବିତା ଦିବସ ପାଳନ କରିଥାନ୍ତି।
ଜାତିସଂଘର ଶିକ୍ଷା ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ (ୟୁନେସ୍କୋ) ଦ୍ୱାରା ବିଶ୍ୱ କବିତା ଦିବସକୁ ପ୍ରଥମେ ୧୯୯୯ରେ ପ୍ୟାରିସ୍‌ରେ ଅନୁଷ୍ଠିତ ୩୦ ତମ ସାଧାରଣ ସମ୍ମିଳନୀରେ ବିଶ୍ୱ କବିତା ଦିବସ ଭାବରେ ଗ୍ରହଣ କରାଯାଇଥିଲା ଏବଂ କବିତା ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିବିଧତାକୁ ସମର୍ଥନ କରିବା ଏବଂ ଲୋପ ପାଇବାକୁ ଯାଉଥିବା ଭାଷାକୁ ସୁରକ୍ଷା ଦେବା।
ରେକର୍ଡ ଅନୁଯାୟୀ, ମୋରୋକନ୍‌ ଜାତୀୟ ଆୟୋଗ ହିଁ ଅନ୍ତର୍ଜାତୀୟ କବିତା ଦିବସ ଘୋଷଣା କରିବାକୁ ଅନୁରୋଧ କରିଥିଲା। ଏହାଦ୍ୱାରା ୟୁନେସ୍କୋର ମହାନିର୍ଦ୍ଦେଶକ କବି, ଲେଖକ, ପେନ୍‌ ଇଣ୍ଟରନ୍ୟାଶନାଲର ସଦସ୍ୟ, ଲେଖକମାନଙ୍କର ଏକ ସଙ୍ଗଠନ ଏବଂ ବିଭିନ୍ନ ଅଣ-ସରକାରୀ ସଂଗଠନ (ଏନ୍‌ଜିଓ) ଏବଂ ୟୁନେସ୍କୋ ସହିତ ଜଡିତ କବିତା କେନ୍ଦ୍ରଗୁଡ଼ିକ ସହିତ ଏକ ଅନ୍ତର୍ଜାତୀୟ ପରାମର୍ଶ ଆହ୍ବାନ କରିଥିଲେ। ୟୁନେସ୍କୋ ଅନୁଭବ କରିଥିଲା ଯେ, ବିଶ୍ୱ କବିତା ଦିବସ ପାଳନ କରିବା ଦ୍ୱାରା ଆଞ୍ଚଳିକ, ଜାତୀୟ ତଥା ଅନ୍ତର୍ଜାତୀୟ କବିତାର ଗତିବିଧିକୁ ଚିହ୍ନିବାରେ ସାହାଯ୍ୟ କରିବ। ଏହା ଭାଷାଭିତ୍ତିକ ବିବିଧତାକୁ ପ୍ରୋତ୍ସାହନ ଦେବ ଏବଂ ଯୁବକମାନଙ୍କୁ ସେମାନଙ୍କର ମାତୃଭାଷାରେ କବିତା ଲେଖିବାକୁ ଉତ୍ସାହିତ କରିବ। ଏହା ପରବର୍ତ୍ତୀ ସମୟରେ ସଂସ୍କୃତି ସଂରକ୍ଷଣ କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

HRଙ୍କ ଗୋଟିଏ ଫୋନ୍‌ କଲ୍‌ରେ ଚାଲିଗଲା ଯୁବତୀଙ୍କର ସାଢ଼େ ୫ ବର୍ଷର ଚାକିରି, କହିଲେ ଭଗବାନଙ୍କ ନିର୍ଦ୍ଦେଶ ଯାହା…

ଦିଲ୍ଲୀର ଜଣେ ଆଇଟି ପ୍ରଫେଶନାଲଙ୍କ ଏକ ଭାବପ୍ରବଣ ଭିଡିଓ ସୋସିଆଲ ମିଡିଆରେ ତୀବ୍ର ବେଗରେ ଭାଇରାଲ ହେଉଛି। ଭିଡିଓରେ ଯୁବତୀ ଜଣକ କହୁଛନ୍ତି ସେ ଏଚ୍‌ଆରଙ୍କଠାରୁ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri