Posted inଜାତୀୟ

୩୬ ଦିନ ପରେ ପଳାତକ ଅମୃତପାଲ ଗିରଫ…

ମୋଗା,୨୩।୪ : ଖାଲିସ୍ତାନର ସମର୍ଥକ ତଥା ‘ୱାରିସ ପଞ୍ଜାବ ଡେ’ର ମୁଖ୍ୟ ଅମୃତପାଲ ସିଂଙ୍କୁ ଶେଷରେ ପୋଲିସ ଗିରଫ କରିଛି। ପଞ୍ଜାବ ପୋଲିସ ପଳାତକ ଅମୃତପାଲ ସିଂଙ୍କୁ ମୋଗାର ଗୁରୁଦ୍ୱାରାରୁ ଗିରଫ କରିଛି। ଅମୃତପାଲ ମାର୍ଚ୍ଚ ୧୮ ଠାରୁ ଫେରାରଥିଲେ। ପୋଲିସ ତାଙ୍କ ଚାଚା ଏବଂ ଅନେକ ସହଯୋଗୀଙ୍କୁ ଗିରଫ କରିଛି।
ଅମୃତପାଲଙ୍କ ଗିରଫଦାରୀକୁ ପଞ୍ଜାବ ପୋଲିସ ପକ୍ଷରୁ ନିଶ୍ଚିତ କରାଯାଇଛି। ଏନେଇ ଶାନ୍ତି ବଜାୟ ରଖିବାକୁ ପୋଲିସ ଲୋକଙ୍କୁ ନିବେଦନ କରିଛି। ଏହା ସହିତ ଲୋକଙ୍କୁ ସୋସିଆଲ ମିୀଡ଼ିଆରେ ମିଥ୍ୟା ଖବର ଶେୟାର ନକରିବାକୁ ମଧ୍ୟ କୁହାଯାଇଛି।
କୁହାଯାଉଛି, ଅମୃତପାଲଙ୍କୁ ଆସାମର ଡିବ୍ରୁଗଡକୁ ନିଆଯିବ। ତାଙ୍କୁ ଦିବ୍ରୁଗଡରେ ପଚରାଉଚରା କରାଯିବ। ଅମୃତପାଲଙ୍କୁ ଗିରଫ କରାଯାଉଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି। କେତେକ ନ୍ୟୁଜ ଏଜେନ୍ସି ପକ୍ଷରୁ ଅମୃତପାଲଙ୍କ ନୂଆ ଫଟୋ ଶେୟାର କରାଯାଇ ଟୁଇଟ ହୋଇଛି।

ଗିରଫ ପୂର୍ବରୁ ଅମୃତପାଲ ସିଂଙ୍କୁ ରୋଡେୱାଲା ଗୁରୁଦ୍ୱାରରେ ଦେଖିବାକୁ ମିଳିଥିଲା। ଏହା ପରେ ମୁକ୍ତସର ପୋଲିସ ତାଙ୍କୁ ନିଜ ହେପାଜତକୁ ନେଇଥିଲେ। ଏହି ଭିଡିଓ ରବିବାର ଭୋର ୪ ଟା ସମୟର ବୋଲି କୁହାଯାଉଛି। ମାର୍ଚ୍ଚ ୧୮ ଠାରୁ ସେ ଫେରାର ଥିଲେ। ତାଙ୍କ ସନ୍ଧାନରେ ଅନେକ ସ୍ଥାନରେ ଚଢ଼ାଉ ମଧ୍ୟ କରାଯାଇଥିଲା। ଉଲ୍ଲେଖନୀୟ କଥା ହେଉଛି, ଫେବୃଆରୀ ୨୩ ରେ ଅମୃତପାଲ ଏବଂ ତାଙ୍କ ସମର୍ଥକମାନେ ସହକର୍ମୀ ଲଭପ୍ରୀତ ତୁଫାନଙ୍କୁ ମୁକ୍ତ କରିବାକୁ ଦାବି କରି ଅଜନାଲା ପୋଲିସ ଷ୍ଟେଶନରେ ଅସ୍ତ୍ରଶସ୍ତ୍ର ସହିତ ଆକ୍ରମଣ କରିଥିଲେ। ଏହି ଘଟଣାରେ ବହୁ ପୋଲିସ କର୍ମଚାରୀ ଆହତ ହୋଇଥିଲେ।

ଅମୃତପାଲ ଗିରଫ ହେବା ପୂର୍ବରୁ ତାଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ପୋଲିସ ଅମୃତସର ବିମାନ ବନ୍ଦରରୁ ଗିରଫ କରିଥିଲା। କିରଣଦୀପ ଏୟାର ଇଣ୍ଡିଆ ବିମାନରେ ବର୍ମିଂହାମ ଅଭିମୁଖେ ଯାତ୍ରା କରିବାକୁ ଯାଉଥିଲେ। ଇମିଗ୍ରେଶନ ଅଧିକାରୀମାନେ ତାଙ୍କୁ ଯାତ୍ରା କରିବାକୁ ଅନୁମତି ଦେଇ ନ ଥିଲେ ଏବଂ ତାଙ୍କୁ ଗିରଫ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଇକିଆ ଥାନାରେ ନିଶାମୁକ୍ତ ଅଭିଯାନ, ଏହି ଶପଥ ନେଲେ ଛାତ୍ରୀଛାତ୍ର

ରାଇକିଆ,୧।୭(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ଥାନାରେ ବୁଧବାର ନିଶା ମୁକ୍ତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଥାନା ଅଧିକାରୀ ଏ.ସ୍ୱର୍ଣ୍ଣଲତା ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

ନୂତନ ବ୍ଲକ ଶିକ୍ଷା ଅଧିକାରିଣୀ ଭାବେ ଯୋଗଦେଲେ ମଧୁସ୍ମିତା:ଏକ ନମ୍ବର ଶିକ୍ଷା ବ୍ଲକ କରିବା ଲକ୍ଷ୍ୟ

କର୍ଲାମୁଣ୍ଡା:୧/୭(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଶିକ୍ଷା ବିଭାଗରେ ନୂତନ ଭାବେ ବୁଧବାର ବ୍ଲକ ଶିକ୍ଷା ଅଧିକାରିଣୀ ମଧୁସ୍ମିତା ନାଏକ ଯୋଗ ଦେଇଛନ୍ତି। କାର୍ଯ୍ୟାଳୟରେ ଯୋଗଦେବା…

ଗଜପତି ପୋଲିସକୁ ବଡ଼ ସଫଳତା: ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ, ୬ ନାବାଳିକା…

ଗଜପତି,୧।୭(ଗିରିଧାରୀ ପରିଛା): ଗଜପତି ପୋଲିସ ଏକ ଆନ୍ତଃରାଜ୍ୟ ମାନବ ଚାଲାଣର ପର୍ଦ୍ଦାଫାଶ କରି ୬ ଜଣ ନାବାଳିକାଙ୍କ ସମେତ ୭ ଜଣ ପୀଡ଼ିତାଙ୍କୁ ହାଇଦ୍ରାବାଦରୁ ଉଦ୍ଧାର କରିଛି।…

ଆଜିଠାରୁ ଅନିର୍ଦ୍ଦିଷ୍ଟକାଳ ଯାଏ ରୋଗୀସେବା ବନ୍ଦ, ହନ୍ତସନ୍ତ ହେଉଛନ୍ତି ରୋଗୀ

ବଞ୍ଚୋ,୧।୭(ପ୍ରଦୋଷ ବିଶ୍ୱାଳ ): ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏଶନ (ଓମ୍‌ସା)ର ୮ ଦଫା ଦାବି ପୂରଣ ନ ହେବା ପ୍ରତିବାଦରେ ଜାତୀୟ ଡାକ୍ତର ଦିବସ ଅବସରରୁ ବୁଧବାର…

ଗଣଶିକ୍ଷା ବିଭାଗର ବଡ଼ ଘୋଷଣା, ଛାତ୍ରୀଛାତ୍ରଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି

ଭୁବନେଶ୍ୱର,୧।୭: ଛାତ୍ରଛାତ୍ରୀଙ୍କୁ ମିଳିବ ସମ୍ପୂର୍ଣ୍ଣ ନୂଆ ବହି । ଚଳିତ ବର୍ଷରେ ହିଁ ନୂଆ ବହି ଯୋଗାଇ ଦେବେ ସରକାର । ଯଥା  ସମ୍ଭବ ଛାତ୍ରୀଛାତ୍ରଙ୍କୁ ବହି…

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ଆଜିଠୁ ବଦଳିଲା ‘ମନରେଗା’ ଯୋଜନା, ନୂଆ ‘VB-G RAM G’ ଆକ୍ଟରେ ଏବେ ପ୍ରତିଦିନ ମିଳିବ…

ନୂଆଦିଲ୍ଲୀ,୧।୭: ଗ୍ରାମୀଣ ରୋଜଗାର କ୍ଷେତ୍ରରେ କେନ୍ଦ୍ର ସରକାର ଆଜି ଅର୍ଥାତ୍ ୧ ଜୁଲାଇ ୨୦୨୬ରୁ ଏକ ଐତିହାସିକ ତଥା ବଡ଼ ନୀତିଗତ ପରିବର୍ତ୍ତନ କାର୍ଯ୍ୟକାରୀ କରିଛନ୍ତି। ଦେଶର…

ଦ୍ରୁତଗତି ସାଜିଲା କାଳ: ବର୍ଷାରେ ହଠାତ୍‌ ବ୍ରେକ୍‌ ମାରିବାରୁ, ଘଟିଲା…

ଦାରିଙ୍ଗବାଡି,୧।୭ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡି ପଞ୍ଚାୟତ ବୁଡ଼ାଗୁଡା ଛକରେ ଏକ କାର ଦୁର୍ଘଟଣାଗ୍ରସ୍ତ ହୋଇଛି।…

୩ରେ ଆସି ୫ରେ ଫେରିବେ ଶାହା: ଜାଣନ୍ତୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ

ଭୁବନେଶ୍ୱର,୧ା୭(ସୁନିତ୍‌ ମିଶ୍ର):ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ୩ ତାରିଖ ସା ୮ଟା ୪୦ରେ ଝାରସୁଗୁଡ଼ା ଠାରେ ପହଞ୍ଚିବେ। ଏହାପରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ରାତ୍ରିଯାପନ କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri