Posted inଜାତୀୟ

ଉଚ୍ଚ ବିପଦପୂର୍ଣ୍ଣ ପ୍ୟାକେଜ୍ ବୋତଲ ପାଣି, ସତର୍କ କରାଇଲା FSSAI

ନୂଆଦିଲ୍ଲୀ,୨।୧୨: ଏକ ଆଶ୍ଚର୍ଯ୍ୟଜନକ ଖୁଲାସା କରି ଖାଦ୍ୟ ନିରାପତ୍ତା ଏବଂ ମାନକ ପ୍ରାଧିକରଣ ଅଫ ଇଣ୍ଡିଆ (FSSAI) ପ୍ୟାକେଜ୍‌ ହୋଇଥିବା ପାନୀୟ ଏବଂ ମିନେରାଲ୍‌ ଯୁକ୍ତ ପାଣି ଉଚ୍ଚ ବିପଦପୂର୍ଣ୍ଣ ବର୍ଗରେ ସାମିଲ୍‌ କରିଛି। ଏଥିସହିତ ଏହାକୁ ବାଧ୍ୟତାମୂଳକ ଯାଞ୍ଚ ଏବଂ ତୃତୀୟ-ପକ୍ଷ ଅଡିଟ ନିୟମ ଅନୁଯାୟୀ ପାଳନ କରିବାକୁ କୁହାଯାଇଛି। ଅକ୍ଟୋବର ମାସରେ ସରକାର ଜାରି କରିଥିବା ନିର୍ଦେଶ ଅନୁଯାୟୀ ପ୍ୟାକେଜ ହୋଇଥିବା ପାନୀୟ ଏବଂ ମିନେରାଲ୍‌ ଯୁକ୍ତ ପାଣି ଏଣିକି ଲାଇସେନ୍ସ ପାଇବା ପାଇଁ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡରୁ ପ୍ରମାଣପତ୍ର ପାଇବା ବାଧ୍ୟତାମୂଳକ କରିବା ପରେ ଏଫଏସଏସଏଆଇ ଏହି ନିଷ୍ପତି ନେଇଛି।

ନଭେମ୍ବର ୨୯ରେ ଏହାର ଆଦେଶରେ ଏଫଏସଏସଏଆଇ ଉଲ୍ଲେଖ କରିଛି ଯେ, ଖାଦ୍ୟ ବର୍ଗର ଉତ୍ପାଦକ କିମ୍ବା ପ୍ରକ୍ରୀୟାର ଯାଞ୍ଚ ଯେଉଁଥିପାଇଁ ବାଧ୍ୟତାମୂଳକ ବିଏସ ସାର୍ଟିଫିକେଟ ଆବଶ୍ୟକତା ହଟାଯାଇଛି, ବର୍ତ୍ତମାନ ଲାଇସେନ୍ସ କିମ୍ବା ପଞ୍ଜୀକରଣ ପୂର୍ବରୁ ଆବଶ୍ୟକ ହେବ।

ଏଥିସହିତ ଉଚ୍ଚ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗ ଅନ୍ତର୍ଗତ ସମସ୍ତ କେନ୍ଦ୍ରୀୟ ଲାଇସେନ୍ସପ୍ରାପ୍ତ ଉତ୍ପାଦକମାନେ ସେମାନଙ୍କର ବ୍ୟବସାୟକୁ ଏଫଏସଏସଏଆଇ ସ୍ବୀକୃତିପ୍ରାପ୍ତ ତୃତୀୟ ପକ୍ଷ ଖାଦ୍ୟ ନିରାପତ୍ତା ଅଡିଟ ଏଜେନ୍ସି ଦ୍ୱାରା ପ୍ରତିବର୍ଷ ଅଡିଟ କରିବେ। ଅଧିକ ବିପଦପୂର୍ଣ୍ଣ ଖାଦ୍ୟ ବର୍ଗର ତାଲିକାରେ ପ୍ୟାକେଜ ପାନୀୟ ଜଳ ଏବଂ ମିନେରାଲ୍‌ ଯୁକ୍ତ ପାଣ ଅନ୍ତର୍ଭୁକ୍ତ ହୋଇଛି ବୋଲି ଖାଦ୍ୟ ସୁରକ୍ଷା ପ୍ରାଧିକରଣର ନିର୍ଦ୍ଦେଶରେ କୁହାଯାଇଛି।

ଏହାପୂର୍ବରୁ ପ୍ୟାକେଜ ହୋଇଥିବା ପାନୀୟ ଜଳ ଶିଳ୍ପ ସରଳୀକୃତ ନିୟମାବଳୀ ପାଇଁ ସରକାରଙ୍କୁ ଅନୁରୋଧ କରିଥିଲା। ଉଭୟ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ଏବଂ ଏଫଏସଏସଏଆଇରୁ ବାଧ୍ୟତାମୂଳକ ଦୌତ ପ୍ରମାଣପତ୍ର ପାଇବା ସର୍ତ୍ତ ହଟାଇବାକୁ ସେମାନେ ସରକାରଙ୍କୁ ଅନୁରୋଧ କରିଥିଲେ। ବିଶେଷଜ୍ଞମାନେ କହିଛନ୍ତି ଯେ ଅତ୍ୟାଧୁନିକ ନିୟମ ଶିଳ୍ପର ଅନୁପାଳନ ଭାରକୁ ସରଳ କରିବ।


Enter your email to get our daily news in your inbox.

All Right Reserved By Dharitri.Com

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ନୂଆପଡ଼ାରେ ଲଜ୍ଜା, ନାବାଳିକାଙ୍କୁ ଟେକି ନେଇ ବଳାତ୍କାର

ନୂଆପଡ଼ା,୨୨ା୯(ମକାରୁ ବେମାଲ): ନୂଆପଡ଼ା ଜିଲା ବେଲଟୁକୁରି ଥାନା ଅଞ୍ଚଳରେ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ପୋଲିସ ମଙ୍ଗଳବାର ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ଭାଲେଶ୍ୱର ପଞ୍ଚାୟତ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?