Posted inଖେଳ

ପେଟରେ ଥିଲା ଭୋକ, ଆଖିରେ ଥିଲା ସ୍ବପ୍ନ: ଏବେ ଏସିଆନ ଗେମ୍ସରେ ଭାରତ ପାଇଁ ପଦକ ଜିତିଲେ କ୍ୟାବ୍‌ ଡ୍ରାଇଭର

ନୂଆଦିଲ୍ଲୀ,୨୪।୯: ଜାପାନର ନାଗୋୟାରେ ପୁରୁଷ ଡବଲ ସ୍କଲ୍ସ ରୋଇଂ ଫାଇନାଲ ଶେଷ ହେବା ପରେ ଯେତେବେଳେ ଆକାଶରେ ଭାରତର ତ୍ରିରଙ୍ଗା ଉଡିଥିଲା,ସେତେବେଳେ ୨୦୦୦ ମିଟର ଓ୍ବାଟର କୋର୍ସରେ ଠିଆ ହୋଇଥିବା ସଲମାନ ଖାନଙ୍କ ଆଖିରୁ ଲୁହ ଝରିପଡ଼ିଥିଲା। ଏହା କେବଳ ପଦକ ଜିତିବାର ଖୁସିର ଲୁହ ନଥିଲା, ବରଂ ଦିଲ୍ଲୀର ରାସ୍ତାରେ କ୍ୟାବ ଚଳାଇବା ସମୟରେ ଭୋଗିଥିବା ଯନ୍ତ୍ରଣା, ଅସହାୟତା ଓ କଠିନ ସଂଘର୍ଷର ସ୍ମୃତିର ଲୁହ ଥିଲା।

ସତନାମ ସିଂହଙ୍କ ସହ ମିଶି ୬:୧୩.୨୫ ସେକେଣ୍ଡ ସମୟରେ ଫିନିଶ କରି ଭାରତ ପାଇଁ ଐତିହାସିକ ପ୍ରଥମ ପଦକ ଜିତିଥିବା ସଲମାନ ଖାନଙ୍କ କାହାଣୀ ଏକ ପ୍ରେରଣାଦାୟକ ଯାତ୍ରାଠାରୁ କମ୍‌ ନୁହେଁ।

ଉତ୍ତରପ୍ରଦେଶର ଆମେଠି ଜିଲାର ପୁରେ ଧିଙ୍ଗଇ ଗାଁରେ ଜନ୍ମିତ ସଲମାନଙ୍କ ପିଲାଦିନ କେବେ ବି ସହଜ ନଥିଲା। ୬ ଭାଇଭଉଣୀଙ୍କ ମଧ୍ୟରେ ସବୁଠାରୁ ବଡ଼ ସଲମାନଙ୍କ ବାପା ମହମ୍ମଦ କାସିମ ଖାନ ହରିୟାଣାର ତାଉରୁରେ ଟ୍ରକ ବଡି ତିଆରି କାମ କରୁଥିଲେ। ପିଲାଦିନରୁ ହିଁ ସଲମାନଙ୍କ ସ୍ବପ୍ନ ଥିଲା ଭାରତୀୟ ସେନାରେ ଯୋଗଦେଇ ଦେଶ ସେବା କରିବା।

କିନ୍ତୁ ନିୟତିର ନିଷ୍ପତ୍ତି ଥିଲା ଭିନ୍ନ। ସଲମାନ ମାତ୍ର ୧୮ ବର୍ଷ ବୟସରେ ଥିବାବେଳେ ଡେଙ୍ଗୁରେ ତାଙ୍କ ବାପାଙ୍କ ଅଚାନକ ମୃତ୍ୟୁ ହୋଇଥିଲା। ରାତାରାତି ପରିବାରର ଭରଣପୋଷଣ ଓ ସାନ ଭାଇଭଉଣୀଙ୍କ ଦାୟିତ୍ୱ ୧୮ ବର୍ଷୀୟ ସଲମାନଙ୍କ କାନ୍ଧରେ ପଡ଼ିଥିଲା।

ପରିବାର ପୋଷିବା ପାଇଁ ସେ ନିଜ ସେନାରେ ଯୋଗଦେବା ସ୍ବପ୍ନକୁ ମନ ଭିତରେ ରଖି ଚାକିରି ଖୋଜି ଦିଲ୍ଲୀ ଆସିଥିଲେ। ତୀବ୍ର ଗରମ ହେଉ କିମ୍ବା ପ୍ରବଳ ଶୀତ, ସେ ଦିନରାତି ଦିଲ୍ଲୀର ରାସ୍ତାରେ କ୍ୟାବ ଚଳାଇ ପରିବାରର ପେଟ ପୋଷୁଥିଲେ।

ତେବେ ରାସ୍ତାରେ କ୍ୟାବ ଚଳାଇବା ସମୟରେ ମଧ୍ୟ ସଲମାନଙ୍କ ଆଖିରେ ସେନା ପୋଷାକ ପିନ୍ଧିବାର ସ୍ବପ୍ନ ମରିନଥିଲା। ଦିନେ ଜଣେ ବନ୍ଧୁ ତାଙ୍କ ଉଚ୍ଚତା ଓ ମଜବୁତ ଶାରୀରିକ ଗଠନ ଦେଖି ପୁଣିଥରେ ସେନା ନିଯୁକ୍ତି ପରୀକ୍ଷା ଦେବାକୁ ପରାମର୍ଶ ଦେଇଥିଲେ।
ଏହାପରେ ସଲମାନ କ୍ୟାବର ଚାବି ଅନ୍ୟ ଜଣେ ଡ୍ରାଇଭରଙ୍କୁ ଦେଇ ମାତ୍ର ୪ ମାସ ଧରି ଦିନରାତି କଠିନ ପରିଶ୍ରମ କରିଥିଲେ। ଶେଷରେ ୨୫ ସେପ୍ଟେମ୍ବର ୨୦୧୮ରେ ପୁଣେସ୍ଥିତ ବମ୍ବେ ଇଞ୍ଜିନିୟର ଗ୍ରୁପରେ ଭାରତୀୟ ସେନାରେ ଯୋଗ ଦେଇଥିଲେ। ସେନାରେ ଯୋଗଦେବା ପରେ ତାଙ୍କ ଉଚ୍ଚତା ଦେଖି କୋଚମାନେ ତାଙ୍କୁ ରୋଇଂ ଖେଳିବାକୁ ପରାମର୍ଶ ଦେଇଥିଲେ। ଯେଉଁ ଖେଳର ନାଁ ମଧ୍ୟ ସଲମାନ କେବେ ଶୁଣିନଥିଲେ, ସେହି ଖେଳରେ ଡଙ୍ଗା ସମ୍ଭାଳିବା ତାଙ୍କ ପାଇଁ ବେଶ କଷ୍ଟକର ଥିଲା।

ଦୁଇଥର ତାଙ୍କ ମନୋବଳ ଏତେ ଭାଙ୍ଗିଯାଇଥିଲା ଯେ ସେ ରୋଇଂ ଛାଡ଼ିଦେବାକୁ ଚାହିଁଥିଲେ। କିନ୍ତୁ ସେନାର ବରିଷ୍ଠ କୋଚମାନେ ତାଙ୍କୁ ସବୁବେଳେ ସମର୍ଥନ କରିଥିଲେ ଏବଂ ହାର୍‌ ନମାନିବାକୁ ପ୍ରେରଣା ଦେଇଥିଲେ। ଶେଷରେ ସଲମାନଙ୍କ କଠିନ ପରିଶ୍ରମ ରଙ୍ଗ ଆଣିଥିଲା। ନ୍ୟାଶନାଲ ଗେମ୍ସଠାରୁ ଆରମ୍ଭ କରି ଏସିଆନ ରୋଇଂ କପ ପର୍ଯ୍ୟନ୍ତ ସେ ସ୍ବର୍ଣ୍ଣ ପଦକ ଜିତି ଚାଲିଥିଲେ। ତାଙ୍କ ଏହି ଐତିହାସିକ ପ୍ରଦର୍ଶନ ପାଇଁ ଭାରତୀୟ ସେନା ତାଙ୍କୁ ‘ନାୟବ ସୁବେଦାର’ ପଦକୁ ପଦୋନ୍ନତି ଦେଇଥିଲା।
କ୍ୟାବ ଷ୍ଟିୟରିଂରୁ ରୋଇଂ ବୋଟ ପର୍ଯ୍ୟନ୍ତ ସଲମାନଙ୍କ ଏହି ଯାତ୍ରା ଆଜି ଅନେକ ଯୁବକଙ୍କ ପାଇଁ ସଂଘର୍ଷ, ଦୃଢ଼ ଇଚ୍ଛାଶକ୍ତି ଓ ସଫଳତାର ଏକ ପ୍ରେରଣାଦାୟକ ଉଦାହରଣ ପାଲଟିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଚଲ୍ୟକର ଖୁଲାସା, ଏହି ଖେଳାଳି ଛଡାଇ ନେବେ ଋତୁରାଜଙ୍କ ପଦ!

ନୂଆଦିଲ୍ଲୀ: IPL ୨୦୨୭ ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ (CSK) ନିଜ କୋଚିଂ ସେଟଅପ୍‌ରେ ବଡ଼ ପରିବର୍ତ୍ତନ କରିଛି । ଦୀର୍ଘ ସମୟ ଧରି ଦଳର ହେଡ୍…

୫ ରାଜ୍ୟର ନିର୍ବାଚନରେ ପାଣି ଭଳି ଟଙ୍କା ଖର୍ଚ୍ଚ କରିଛି ଭାଜପା, ମୂଲ୍ୟ ଶୁଣିଲେ ହୋଇଯିବେ କାବା! ଏହି ରାଜ୍ୟରେ ସବୁଠୁ ଅଧିକ

ନୂଆଦିଲ୍ଲୀ,୨୪।୯: ଆସାମ, ତାମିଲନାଡୁ, ପୁଡୁଚେରୀ, କେରଳ ଏବଂ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାଜପାର ଖର୍ଚ୍ଚ ରିପୋର୍ଟରୁ ଜଣାପଡ଼ିଛି ଯେ, ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟ ଏହି ୫ଟି…

ଗଭୀର ଅବପାତ ପ୍ରଭାବରେ ଫୁଲୁଛି ଋଷିକୁଲ୍ୟା, ଭୟଭୀତ ନହେବାକୁ ପ୍ରଶାସନର ସଚେତନତା

ପୁରୁଷୋତ୍ତମପୁର,୨୪।୯(ସବିତା ମିଶ୍ର): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ…

ପାଣି ଘେରରେ ଗୋଖର କୁଦା; ବୁଡ଼ିଲା ତଳିଆ ଅଞ୍ଚଳ, ଆତଙ୍କିତ ମତ୍ସଜୀବୀ

ଗଞ୍ଜାମ,୨୪।୯(ବିଦ୍ୟାଧର ସାହୁ ): ଟଳିଛି ବାତ୍ୟା ଭୟ । ଗଭୀର ଅବପାତ ଜନିତ ଲଗାଣ ବର୍ଷା ଲାଗି ରହିଥିବାରୁ ପାଳିବନ୍ଧ ପଞ୍ଚାୟତ ଗୋଖର କୁଦା ଗ୍ରାମ ପାଣି…

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ଲକ୍ଷ୍ନୌ,୨୪।୯: ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?