ଆଜିଠାରୁ ଶ୍ରୀମନ୍ଦିରରେ ନୂଆ ଏସ୍‌ଓପି

ପୁରୀ ଅଫିସ ୧୬।୧୨: ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବୁଧବାର ନୂଆ ଏସ୍‌ଓପି ଜାରି କରାଯାଇଛି। ଏହି ନୂଆ ଏସ୍‌ଓପି ଚଳିତ ମାସ ୧୬ ତାରିଖ ଅର୍ଥାତ୍‌ ଗୁରୁବାରଠାରୁ ଲାଗୁ ହେବ। କୋଭିଡ୍‌ର ସମ୍ଭାବ୍ୟ ତୃତୀୟ ଲହର ଏବଂ ଭକ୍ତଙ୍କୁ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖାଯାଇ ଏହି ଏସ୍‌ଓପି ଜାରି କରାଯାଇଛି। ନୂତନ ଏସ୍‌ଓପି ଅନୁଯାୟୀ ଶ୍ରଦ୍ଧାଳୁମାନେ ପ୍ରତିଦିନ ଭୋର ୫ଟା ୩୦ ରୁ ରାତି ୯ଟା ୩୦ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମାତ୍ର ପୂର୍ବ ଭଳି ରବିବାର ସର୍ବସାଧାରଣଙ୍କ ଲାଗି ଦର୍ଶନ ବନ୍ଦ ରହିବ। ସେହିପରି ଇଂରାଜୀ ନୂଆବର୍ଷ ଅବସରରେ ଶ୍ରଦ୍ଧାଳୁମାନଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି ଡିସେମ୍ବର ୩୧ ଏବଂ ୨୦୨୨ ଜାନୁୟାରୀ ୧ ତାରିଖ ଭକ୍ତମାନଙ୍କ ନିମନ୍ତେ ଶ୍ରୀମନ୍ଦିର ବନ୍ଦ ରହିବ। ଶ୍ରୀମନ୍ଦିରରେ ଅନୁଷ୍ଠିତ ହେଉଥିବା ସ୍ବତନ୍ତ୍ର ନୀତି ବନକଲାଗି ଏବଂ ପଇତା ଲାଗି ନୀତି ଥିଲେ ଶ୍ରୀମନ୍ଦିର ଜୟ ବିଜୟ ଦ୍ୱାର ଏବଂ ବେହେରଣ ଦ୍ୱାରା ବନ୍ଦ ରହିବ । ତେବେ ଏହି ସମୟରେ ଶ୍ରଦ୍ଧାଳୁମାନେ ଶ୍ରୀମନ୍ଦିର ପରିସରରେ ଥିବା ପାର୍ଶ୍ୱ ଦେବଦେବୀଙ୍କ ଦର୍ଶନ କରିପାରିବେ। ସେହିପରି ଆନନ୍ଦ ବଜାର ଯାଇ ମହାପ୍ରସାଦ ସେବନ କରିପାରିବେ। ଏହାବ୍ୟତୀତ ପୂର୍ବ ନିଷ୍ପତ୍ତି ଅନୁଯାୟୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ୨ ଡୋଜ ଟିକା ନଚେତ କୋଭିଡ୍‌ ଆର୍‌ଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିଛି। ତେବେ ପୂର୍ବରୁ ଭକ୍ତମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ କରିପାରୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୫ ଦିନିଆ ରିମାଣ୍ଡରେ ଯିବେ ରମେଶ

ଭୁବନେଶ୍ୱର,୩।୩(ବ୍ୟୁରୋ): ନକଲି ଡାକ୍ତର ରମେଶ ସ୍ବାଇଁ ଆଉ ୫ ଦିନିଆ ରିମାଣ୍ଡରେ ଯିବେ । ଏନେଇ ଏସ୍‌ଡିଜେମେ୍‌ ପକ୍ଷରୁ ଅନୁମତି ମିଳିଛିି। ତେବେ ୭ ଦିନ...

ଏକତରଫା ପ୍ରେମରେ ବିଫଳ ହେବା ପରେ ଯୁବକଙ୍କ ଉନ୍ମତ୍ତ କାଣ୍ଡ: ମାରଣାସ୍ତ୍ରରେ ବାପା-ଝିଅଙ୍କୁ ଆକ୍ରମଣ

ଭଦ୍ରକ ଅଫିସ,୧।୧୨: ଭଦ୍ରକ ଗ୍ରାମାଞ୍ଚଳ ଥାନା କେନ୍ଦୁଆପଦା ଡାଳିମ୍ବଗଡ଼ିଆ ଛକରେ ଶନିବାର ରାତିରେ ଜଣେ ବ୍ୟକ୍ତି ଏବଂ ତାଙ୍କ ଝିଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି। ଏଥିରେ...

ଥମୁନି ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ କରୋନା ନେଲା ୬୮ ଜୀବନ

ଭୁବନେଶ୍ୱର,୨୪।୭(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ହ୍ରାସ ପାଉଥିବା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗୁନି ବ୍ରେକ୍‌। ଶନିବାର ରାଜ୍ୟରେ କରୋନାଜନିତ ୬୮ଜଣଙ୍କର ମୃତ୍ୟୁ ଘଟିଛି। ଏହାକୁ...

ଅନୁଗୋଳ, ବଅଁରପାଳ ଖେଳାଳିଙ୍କୁ ଉପେକ୍ଷା : ନିର୍ମାଣ ହୋଇନି ମିନି ଷ୍ଟାଡିୟମ

ଅନୁଗୋଳ ଅଫିସ, ୧୧।୭ – କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ବିଶେଷକରି ଗ୍ରାମାଞ୍ଚଳରେ କ୍ରୀଡ଼ା ପ୍ରତିଭା ସୃଷ୍ଟି କରିବା...

ଯୁବକଙ୍କୁ ହତ୍ୟା ଅଭିଯୋଗ: ପ୍ରତିବାଦରେ ବ୍ରାହ୍ମଣୀଗାଁ ବନ୍ଦ

ଦାରିଙ୍ଗବାଡ଼ି,୧୮ା୧୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁକୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ଘଟଣାକୁ ନେଇ ପରିବାର...

ଝାରସୁଗୁଡାରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଗୁଜବ

ଝାରସୁଗୁଡା ଅଫିସ,୮।୬: ଝାରସୁଗୁଡ଼ା ବିଧାୟକ ତଥା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାସ ମନ୍ତ୍ରୀ ପଦରୁ ଇସ୍ତଫା...

ଶେଷ ହେଲା ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌’; ପୁରସ୍କୃତ ହେଲେ ଓଡ଼ିଶାର ୩୯ ପ୍ରତିଷ୍ଠିତ ବ୍ୟବସାୟୀ

ଭୁବନେଶ୍ୱର,୨।୪(ବ୍ୟୁରୋ): ଶେଷ ହୋଇଛି ଧରିତ୍ରୀ ଏବଂ ଓଡ଼ିଶାପୋଷ୍ଟ ଆନୁକୂଲ୍ୟରେ ଆୟୋଜିତ ‘ବିଜନେସ୍‌ ଏମିନେନ୍ସ ଆଓ୍ବାର୍ଡସ୍‌-୨୦୨୨’। ଶନିବାର ହୋଟେଲ ସ୍ବସ୍ତି ପ୍ରିମିୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଶେଷରେ...

‘ଧରିତ୍ରୀ’ରେ ପ୍ରକାଶିତ ଖବରକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟୁଇଟ୍‌: କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ବରଗଡ଼ ପୌରପରିଷଦ

ବରଗଡ଼ ଅଫିସ,୧୨ା୪: ମହାମାରୀ କରୋନା ଭୂତାଣୁ ପ୍ରତିହତ ପାଇଁ ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯାଉଛି। ଏଥିପାଇଁ ଲକ୍‌ଡାଉନ୍‌ କଟକଣା ମଧ୍ୟ ଲାଗୁ କରାଯାଇଛି। ମାତ୍ର ମାଛ,...

Advertisement
Archives

Model This Week