ମେୟରରୁ ମୁଖ୍ୟମନ୍ତ୍ରୀ

ପିତା ଏମ. କରୁଣାନିଧିଙ୍କ ଫାଉଣ୍ଟେନ୍‌ ପେନ୍‌ରେ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କେତେକ ଫାଇଲ୍‌ରେ ଦସ୍ତଖତ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ୭ ମେ’ରେ ନୂଆ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଡିଏମ୍‌କେ ୨୩୪ ଆସନରୁ ଏକାକୀ ୧୩୨ ସିଟ୍‌ ପାଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ତାଙ୍କ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ୧୫୯ ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା। ଦୀର୍ଘ ୧୦ ବର୍ଷ ପରେ ଡିଏମ୍‌କେ କ୍ଷମତାକୁ ଆସିଲା। ଫଳରେ କରୁଣାନିଧିଙ୍କ ଉତ୍ତରାଧିକାରୀ ଭାବେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌. କେ. ଷ୍ଟାଲିନ୍‌ ରାଜ୍ୟବାସୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ପ୍ରଥମ ଦିନରୁ ଆଭାସ ଦେଇଛନ୍ତି। ରାଜ୍ୟର ରାଶନ କାର୍ଡଧାରୀଙ୍କ ପାଇଁ ୪,୦୦୦ ଟଙ୍କା ଲେଖାଏ କୋଭିଡ୍‌-୧୯ ସହାୟତା, ସିଟି (ସାଧାରଣ) ବସ୍‌ରେ ମହିଳାଙ୍କ ସକାଶେ ବିନା ମୂଲ୍ୟରେ ଯାତ୍ରା ଏବଂ କ୍ଷୀର ମୂଲ୍ୟରେ ୩ଟଙ୍କା ହ୍ରାସ କରିଛନ୍ତି ଷ୍ଟାଲିନ୍‌। ପିତା କରୁଣାନିଧି ଦୀର୍ଘ ବର୍ଷ ଧରି ତାମିଲନାଡୁ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିଲେ। ଷ୍ଟାଲିନ୍‌ ପିତାଙ୍କ ପ୍ରତ୍ୟେକ ରାଜନୈତିକ ଜୀବନରେ ପାଖେ ପାଖେ ରହି କାର୍ଯ୍ୟ କରିଥିବାରୁ ସେ ସୁଶାସନ ଦେବେ ବୋଲି ରାଜ୍ୟବାସୀ ଆଶା ରଖିବା ସ୍ବାଭାବିକ।
ମୁଥୁଭେଲ କରୁଣାନିଧି ଷ୍ଟାଲିନ୍‌ ୧ ମାର୍ଚ୍ଚ ୧୯୫୩ରେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ)ଠାରେ ଜନ୍ମଗ୍ରହଣ କରିଥିଲେ। ପିତା କରୁଣାନିଧି ଓ ମାତା ଦୟାଲୁ ଅମଲ୍‌ଙ୍କ ଏହି ପୁତ୍ରଙ୍କ ନାମ ପଛରେ ଇତିହାସ ରହିଛି। ପୁତ୍ର ଜନ୍ମ ହେବାର ୪ ଦିନ ପରେ ସୋଭିଏଟ୍‌ ନେତା ଯୋଶେଫ୍‌ ଷ୍ଟାଲିନ୍‌ଙ୍କ ମୃତ୍ୟୁ ଘଟିଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ମନରେ ଷ୍ଟାଲିନ୍‌ଙ୍କ ନେତୃତ୍ୱ ପ୍ରତି କରୁଣାନିଧିଙ୍କ ଶ୍ରଦ୍ଧା ଜାଗ୍ରତ ହୋଇଥିଲା। ସେଥିପାଇଁ ସେ ପୁତ୍ରର ନାମ ରଖିଥିଲେ ଷ୍ଟାଲିନ୍‌। ଆଜି ସେହି ନାମଧାରୀ ଷ୍ଟାଲିନ୍‌ ତାମିଲନାଡୁ ଶାସନର ମଙ୍ଗ ଧରିଥିବାରୁ ପିତାଙ୍କ ଦ୍ୱାରା ଦିଆଯାଇଥିବା ନାମ ସାର୍ଥକ ହୋଇଥିବା କୁହାଯାଉଛି। ଷ୍ଟାଲିନ୍‌ ମାଡ୍ରାସସ୍ଥିତ ଖ୍ରୀଷ୍ଟିଆନ୍‌ କଲେଜ ହାୟର ସେକେଣ୍ଡାରୀ ସ୍କୁଲରେ ପଢ଼ା ଶେଷ କରିବା ପରେ ବିବେକାନନ୍ଦ କଲେଜରୁ ପ୍ରି-ୟୁନିଭର୍ସିଟି ପାଠ୍ୟକ୍ରମ ଏବଂ ୟୁନିଭର୍ସିଟି ଅଫ୍‌ ମାଡ୍ରାସରୁ ଇତିହାସ ବିଷୟରେ ୧୯୭୩ରେ ଡିଗ୍ରୀ ଅର୍ଜନ କରିଥିଲେ। ତେବେ ୨୦୦୯ରେ ଆନ୍ନା ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ଦେଇଥିଲା। ୨୫ ଅଗଷ୍ଟ ୧୯୭୫ରେ ସେ ଦୁର୍ଗା (ସନ୍ଥା ନାମରେ ପରିଚିତ)ଙ୍କୁ ବିବାହ କରିଥିଲେ। ସେମାନଙ୍କ ଦୁଇ ସନ୍ତାନ ଅଛନ୍ତି। ପୁଅ ଉଦୟନିଧି ଷ୍ଟାଲିନ୍‌ ଜଣେ ଅଭିନେତା ତଥା ରାଜନେତା ଭାବେ ଜଣାଶୁଣା।
ଷ୍ଟାଲିନ୍‌ଙ୍କ ରାଜନୈତିକ କ୍ୟାରିୟର ଯୁବାବସ୍ଥାରୁ ଆରମ୍ଭ ହୋଇଥିଲା। କେତେ ଜଣ ବନ୍ଧୁଙ୍କ ସହ ମିଶି ଏକ ଚା’ ଦୋକାନରେ ସେ ଗୋପାଳପୁରମ୍‌ ଯୁବ ବାହିନୀ ଗଠନ କରିଥିଲେ। ତେବେ ୧୯୭୩ରେ ସେ ଡିଏମ୍‌କେର ଜେନେରାଲ କମିଟିକୁ ନିର୍ବାଚିତ ହୋଇଥିଲେ। ଜରୁରିକାଳୀନ ପରିସ୍ଥିତିକୁ ସମାଲୋଚନା କରି ସେ ମେଣ୍ଟେନାନ୍ସ ଅଫ୍‌ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ(ମିଶା)ରେ ଗିରଫ ହେବା ପରେ ରାଜନୈତିକ ଦୁନିଆରେ ଚର୍ଚ୍ଚିତ ହୋଇଥିଲେ। ଏପରି କି ଜେଲ୍‌ରେ ଥାଇ ସେ ଡିଗ୍ରୀ ପରୀକ୍ଷା ଦେଇଥିଲେ। ପରେ ଷ୍ଟାଲିନ୍‌ ଡିଏମ୍‌କେ ଯୁବ ଶାଖା ଗଠନ କରିଥିଲେ। ୧୯୮୨ରେ ସେ ଏହାର ସମ୍ପାଦକ ପଦବୀରେ ରହି ଦୀର୍ଘ ୪ ଦଶନ୍ଧି ଧରି ଏହି ଶାଖାକୁ ପରିଚାଳନା କରିଥିଲେ। ସକ୍ରିୟ ରାଜନୀତିକୁ ଆସି ସେ ଥାଉଜେଣ୍ଡସ୍‌ ଲାଇଟସ୍‌ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା ଦେଇଥିଲେ। କିନ୍ତୁ ବିଫଳ ହୋଇଥିଲେ। ୧୯୮୯ରେ ଦ୍ୱିତୀୟ ଥର ସେହିଠାରୁ ଲଢ଼ି ବିଧାୟକ ହୋଇଥିଲେ। କିନ୍ତୁ ୧୯୯୧ରେ ଡିଏମ୍‌କେ ସରକାରର ପତନ ଘଟିଥିଲା। ପରେ ସେ ସେହିଠାରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଏଆଇଏଡିଏମ୍‌କେ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ହେଲେ ୧୯୯୬ରେ ସେହିଠାରୁ ପୁଣି ବିଜୟଲାଭ କରିଥିଲେ। ସେହିବର୍ଷ ପ୍ରଥମେ ମ୍ୟୁନିସିପାଲ ନିର୍ବାଚନରେ ସିଧାସଳଖ ନିର୍ବାଚିତ ହୋଇ ଷ୍ଟାଲିନ୍‌ ଚେନ୍ନାଇର ମେୟର ହୋଇଥିଲେ। ସେ ୨୦୦୧ରେ ପୁନଃ ମେୟର ହୋଇଥିଲେ। ୨୦୦୨ରେ ଦୁଇଟି ସରକାରୀ ପଦବୀରେ ଜଣେ ରହିପାରିବେ ନାହିଁ ବୋଲି କହି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଲିଥା ନୂଆ ତାମିଲନାଡୁ ମ୍ୟୁନିସିପାଲ୍‌ ଆଇନ ଆଣିଥିଲେ। ସେତେବେଳେ ଷ୍ଟାଲିନ୍‌ ଥାଉଜେଣ୍ଡ୍‌ସ ଲାଇଟ୍ସ କନ୍‌ଷ୍ଟିଚ୍ୟୁଏନ୍ସିରୁ ବିଧାୟକ ଥିଲେ। କିନ୍ତୁ ମାଡ୍ରାସ ହାଇକୋର୍ଟ ସେହି ଆଇନକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଷ୍ଟାଲିନ୍‌ ୨୦୦୩ରେ ଡିଏମ୍‌କେର ଉପ ସାଧାରଣ ସମ୍ପାଦକ ହୋଇଥିଲେ। ୨୦୦୬ ବିଧାନସଭା ନିର୍ବାଚନରେ ଷ୍ଟାଲିନ୍‌ଙ୍କ ପ୍ରଚେଷ୍ଟାରେ ଦଳ କ୍ଷମତାକୁ ଆସିଥିଲା। ସେ ପିତାଙ୍କ ମୁଖ୍ୟମନ୍ତ୍ରିତ୍ୱ ବେଳେ ଗ୍ରାମୀଣ ବିକାଶ ଓ ସ୍ଥାନୀୟ ପ୍ରଶାସନ ବିଭାଗର ମନ୍ତ୍ରୀ ହୋଇ ସମଗ୍ର ଶାସନକୁ ପରିଚାଳନା କରିବାର ସୁଯୋଗ ପାଇଥିଲେ। ଉତ୍ତମ କାର୍ଯ୍ୟଦକ୍ଷତା ଯୋଗୁ ସେ ୨୯ ମେ’ ୨୦୦୯ରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପାରିବାରିକ ଉତ୍ତରାଧିକାରୀ ନେଇ ହେଉଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ପିତା କରୁଣାନିଧି ୩ ମେ’ ୨୦୧୩ରେ ତାଙ୍କ ନାମ ଘୋଷଣା କରିଥିଲେ। ସେବେଠାରୁ ଷ୍ଟାଲିନ୍‌ ଦଳ ପାଇଁ ଅନବରତ କାର୍ଯ୍ୟ କରି ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ, ଯାହା ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସକାଶେ ଯୋଗ୍ୟ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଚାକିରିରୁ ଅବସରନେବା ପରେ ବିଶ୍ରାମ ସମୟକୁ ଅନେକେ ସମାଜ ସେବାରେ ଲଗାଇବାର ଉଦାହରଣ ଦେଖିବାକୁ ମିଳେ, ଯାହାଙ୍କ ମଧ୍ୟରୁ ବେଙ୍ଗାଲୁରୁର କ୍ୟାପ୍‌ଟେନ ସନ୍ତୋଷ କୁମାର ଅନ୍ୟତମ। ସେନା…

ଭିଆଇପି ପରମ୍ପରା

ଭିଆଇପି ପରମ୍ପରା ଅତ୍ୟନ୍ତ ଅଶୋଭନୀୟ ଓ ଅରୁଚିକର ପରିସ୍ଥିତି ସୃଷ୍ଟି କରିଥାଏ। ଭିଆଇପିମାନଙ୍କ ପାଇଁ ଆୟୋଜକଙ୍କ କେବଳ ସମୟ ଓ ସମ୍ବଳର ଅପଚୟ ହୁଏ ତାହା ନୁହେଁ,…

ସ୍ବାଭିମାନର ଅନନ୍ୟ ଆଭା

ମାଟିର ସୁକନ୍ୟା ନନ୍ଦିନୀ ଶତପଥୀ। ନାରୀ ଅସ୍ମିତାର ଏକ ତେଜୋଦୀପ୍ତ ସ୍ବର। ତାଙ୍କ ଦେଶପ୍ରେମ, ନିର୍ଭୀକତା, ସାହସିକତା ଓ ବେସାଲିସପଣକୁ ନେଇ ଗଢ଼ିଉଠିଛି ଅନେକ କଥା, କାହାଣୀ…

ଗୋପରେ ବଢୁଛି ବିକଳ୍ପ

ପରିବର୍ତ୍ତନ କେବେହେଲେ ଡେଙ୍ଗୁରାପିଟି ଆସେନାହିଁ। ଜନ ଆନ୍ଦୋଳନ ଆରମ୍ଭ ହେଲେ ସେହି ପରିବର୍ତ୍ତନ ଜୁଆର ଭଳି ମାଡ଼ିଆସେ। ଆଜି ଭାରତବର୍ଷରେ ଏକ ଭିନ୍ନ ଏବଂ ପରିବର୍ତ୍ତିତ ଛବି…

ଏଇ ଭାରତରେ

ଗଙ୍ଗାନଦୀକୁ ସଫା କରିବା ପାଇଁ ୨୦୧୪ରେ କେନ୍ଦ୍ର ସରକାର ନମାମୀ ଗଙ୍ଗେ ଯୋଜନା ଆରମ୍ଭ କରିଥିଲେ ମଧ୍ୟ ବ୍ୟକ୍ତିଗତ ସ୍ତରରେ ଉତ୍ତରପ୍ରଦେଶ ରାମପୁରର ପଟଓ୍ବାଇ ଗାଁର ୨୩…

ଶବ୍ଦ ପଛର ସତ୍ୟ

ଆମେ ସାଧାରଣତଃ ଧରିନେଉ ଯେ ଲୋକେ ଯାହା କହନ୍ତି, ସେହି ଅର୍ଥରେ ହିଁ କହନ୍ତି। କିନ୍ତୁ ବାସ୍ତବ ଜୀବନରେ ଅନେକ ସମୟରେ ଶବ୍ଦ ଓ ଉଦ୍ଦେଶ୍ୟ ମଧ୍ୟରେ…

ନକଲ ପାଇଁ ଅକଲ ଦରକାର

ମଣିଷ ଏକ ସାମାଜିକ ପ୍ରାଣୀ ଏବଂ ଅନୁକରଣ କରିବା ତା’ର ଜନ୍ମଗତ ପ୍ରବୃତ୍ତି। ଶିଶୁଟିଏ ଜନ୍ମ ହେବା ପରେ ନିଜ ପରିବାର ଓ ଆଖପାଖର ଲୋକଙ୍କୁ ଦେଖି…

ନିଷ୍ପ୍ରୟୋଜନ ପ୍ରୟାସ

ଅନେକ ପୁରାତନ ପୁସ୍ତକ, ପୁରାଣ ସାହିତ୍ୟ ତଥା ବହୁ ବରେଣ୍ୟ ସାଧକଙ୍କ କୃତିକୁ ସମ୍ପାଦନା, ଗବେଷଣା, ତ୍ରୁଟି ସଂଶୋଧନ, ଭ୍ରମ ଦୂରୀକରଣ ନାମରେ ନୂତନ ରୂପ ଦେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri