ମେୟରରୁ ମୁଖ୍ୟମନ୍ତ୍ରୀ

ପିତା ଏମ. କରୁଣାନିଧିଙ୍କ ଫାଉଣ୍ଟେନ୍‌ ପେନ୍‌ରେ ରାଜ୍ୟବାସୀଙ୍କ କଲ୍ୟାଣ ନିମନ୍ତେ ଉଦ୍ଦିଷ୍ଟ କେତେକ ଫାଇଲ୍‌ରେ ଦସ୍ତଖତ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ୍‌. କେ. ଷ୍ଟାଲିନ୍‌ ୭ ମେ’ରେ ନୂଆ ରାଜନୈତିକ ଜୀବନ ଆରମ୍ଭ କରିଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ଡିଏମ୍‌କେ ୨୩୪ ଆସନରୁ ଏକାକୀ ୧୩୨ ସିଟ୍‌ ପାଇ ନିରଙ୍କୁଶ ସଂଖ୍ୟାଗରିଷ୍ଠତା ହାସଲ କରିଥିଲେ ମଧ୍ୟ ତାଙ୍କ ଧର୍ମନିରପେକ୍ଷ ପ୍ରଗତିଶୀଳ ମେଣ୍ଟ ୧୫୯ ଆସନ ଅକ୍ତିଆର କରିବାରେ ସକ୍ଷମ ହୋଇଥିଲା। ଦୀର୍ଘ ୧୦ ବର୍ଷ ପରେ ଡିଏମ୍‌କେ କ୍ଷମତାକୁ ଆସିଲା। ଫଳରେ କରୁଣାନିଧିଙ୍କ ଉତ୍ତରାଧିକାରୀ ଭାବେ ଡିଏମ୍‌କେ ଅଧ୍ୟକ୍ଷ ଏମ୍‌. କେ. ଷ୍ଟାଲିନ୍‌ ରାଜ୍ୟବାସୀଙ୍କୁ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ ବୋଲି ପ୍ରଥମ ଦିନରୁ ଆଭାସ ଦେଇଛନ୍ତି। ରାଜ୍ୟର ରାଶନ କାର୍ଡଧାରୀଙ୍କ ପାଇଁ ୪,୦୦୦ ଟଙ୍କା ଲେଖାଏ କୋଭିଡ୍‌-୧୯ ସହାୟତା, ସିଟି (ସାଧାରଣ) ବସ୍‌ରେ ମହିଳାଙ୍କ ସକାଶେ ବିନା ମୂଲ୍ୟରେ ଯାତ୍ରା ଏବଂ କ୍ଷୀର ମୂଲ୍ୟରେ ୩ଟଙ୍କା ହ୍ରାସ କରିଛନ୍ତି ଷ୍ଟାଲିନ୍‌। ପିତା କରୁଣାନିଧି ଦୀର୍ଘ ବର୍ଷ ଧରି ତାମିଲନାଡୁ ରାଜନୀତିରେ ସ୍ବତନ୍ତ୍ର ସ୍ଥାନ ବଜାୟ ରଖିଥିଲେ। ଷ୍ଟାଲିନ୍‌ ପିତାଙ୍କ ପ୍ରତ୍ୟେକ ରାଜନୈତିକ ଜୀବନରେ ପାଖେ ପାଖେ ରହି କାର୍ଯ୍ୟ କରିଥିବାରୁ ସେ ସୁଶାସନ ଦେବେ ବୋଲି ରାଜ୍ୟବାସୀ ଆଶା ରଖିବା ସ୍ବାଭାବିକ।
ମୁଥୁଭେଲ କରୁଣାନିଧି ଷ୍ଟାଲିନ୍‌ ୧ ମାର୍ଚ୍ଚ ୧୯୫୩ରେ ମାଡ୍ରାସ (ବର୍ତ୍ତମାନର ଚେନ୍ନାଇ)ଠାରେ ଜନ୍ମଗ୍ରହଣ କରିଥିଲେ। ପିତା କରୁଣାନିଧି ଓ ମାତା ଦୟାଲୁ ଅମଲ୍‌ଙ୍କ ଏହି ପୁତ୍ରଙ୍କ ନାମ ପଛରେ ଇତିହାସ ରହିଛି। ପୁତ୍ର ଜନ୍ମ ହେବାର ୪ ଦିନ ପରେ ସୋଭିଏଟ୍‌ ନେତା ଯୋଶେଫ୍‌ ଷ୍ଟାଲିନ୍‌ଙ୍କ ମୃତ୍ୟୁ ଘଟିଥିଲା। ଶ୍ରଦ୍ଧାଞ୍ଜଳି ସଭାରେ ଉଦ୍‌ବୋଧନ ଦେଉଥିବା ବେଳେ ମନରେ ଷ୍ଟାଲିନ୍‌ଙ୍କ ନେତୃତ୍ୱ ପ୍ରତି କରୁଣାନିଧିଙ୍କ ଶ୍ରଦ୍ଧା ଜାଗ୍ରତ ହୋଇଥିଲା। ସେଥିପାଇଁ ସେ ପୁତ୍ରର ନାମ ରଖିଥିଲେ ଷ୍ଟାଲିନ୍‌। ଆଜି ସେହି ନାମଧାରୀ ଷ୍ଟାଲିନ୍‌ ତାମିଲନାଡୁ ଶାସନର ମଙ୍ଗ ଧରିଥିବାରୁ ପିତାଙ୍କ ଦ୍ୱାରା ଦିଆଯାଇଥିବା ନାମ ସାର୍ଥକ ହୋଇଥିବା କୁହାଯାଉଛି। ଷ୍ଟାଲିନ୍‌ ମାଡ୍ରାସସ୍ଥିତ ଖ୍ରୀଷ୍ଟିଆନ୍‌ କଲେଜ ହାୟର ସେକେଣ୍ଡାରୀ ସ୍କୁଲରେ ପଢ଼ା ଶେଷ କରିବା ପରେ ବିବେକାନନ୍ଦ କଲେଜରୁ ପ୍ରି-ୟୁନିଭର୍ସିଟି ପାଠ୍ୟକ୍ରମ ଏବଂ ୟୁନିଭର୍ସିଟି ଅଫ୍‌ ମାଡ୍ରାସରୁ ଇତିହାସ ବିଷୟରେ ୧୯୭୩ରେ ଡିଗ୍ରୀ ଅର୍ଜନ କରିଥିଲେ। ତେବେ ୨୦୦୯ରେ ଆନ୍ନା ବିଶ୍ୱବିଦ୍ୟାଳୟ ତାଙ୍କୁ ସମ୍ମାନଜନକ ଡକ୍ଟରେଟ୍‌ ଡିଗ୍ରୀ ଦେଇଥିଲା। ୨୫ ଅଗଷ୍ଟ ୧୯୭୫ରେ ସେ ଦୁର୍ଗା (ସନ୍ଥା ନାମରେ ପରିଚିତ)ଙ୍କୁ ବିବାହ କରିଥିଲେ। ସେମାନଙ୍କ ଦୁଇ ସନ୍ତାନ ଅଛନ୍ତି। ପୁଅ ଉଦୟନିଧି ଷ୍ଟାଲିନ୍‌ ଜଣେ ଅଭିନେତା ତଥା ରାଜନେତା ଭାବେ ଜଣାଶୁଣା।
ଷ୍ଟାଲିନ୍‌ଙ୍କ ରାଜନୈତିକ କ୍ୟାରିୟର ଯୁବାବସ୍ଥାରୁ ଆରମ୍ଭ ହୋଇଥିଲା। କେତେ ଜଣ ବନ୍ଧୁଙ୍କ ସହ ମିଶି ଏକ ଚା’ ଦୋକାନରେ ସେ ଗୋପାଳପୁରମ୍‌ ଯୁବ ବାହିନୀ ଗଠନ କରିଥିଲେ। ତେବେ ୧୯୭୩ରେ ସେ ଡିଏମ୍‌କେର ଜେନେରାଲ କମିଟିକୁ ନିର୍ବାଚିତ ହୋଇଥିଲେ। ଜରୁରିକାଳୀନ ପରିସ୍ଥିତିକୁ ସମାଲୋଚନା କରି ସେ ମେଣ୍ଟେନାନ୍ସ ଅଫ୍‌ ଇଣ୍ଟରନାଲ ସିକ୍ୟୁରିଟି ଆକ୍ଟ(ମିଶା)ରେ ଗିରଫ ହେବା ପରେ ରାଜନୈତିକ ଦୁନିଆରେ ଚର୍ଚ୍ଚିତ ହୋଇଥିଲେ। ଏପରି କି ଜେଲ୍‌ରେ ଥାଇ ସେ ଡିଗ୍ରୀ ପରୀକ୍ଷା ଦେଇଥିଲେ। ପରେ ଷ୍ଟାଲିନ୍‌ ଡିଏମ୍‌କେ ଯୁବ ଶାଖା ଗଠନ କରିଥିଲେ। ୧୯୮୨ରେ ସେ ଏହାର ସମ୍ପାଦକ ପଦବୀରେ ରହି ଦୀର୍ଘ ୪ ଦଶନ୍ଧି ଧରି ଏହି ଶାଖାକୁ ପରିଚାଳନା କରିଥିଲେ। ସକ୍ରିୟ ରାଜନୀତିକୁ ଆସି ସେ ଥାଉଜେଣ୍ଡସ୍‌ ଲାଇଟସ୍‌ ବିଧାନସଭା ନିର୍ବାଚନମଣ୍ଡଳୀରେ ଭାଗ୍ୟ ପରୀକ୍ଷା ଦେଇଥିଲେ। କିନ୍ତୁ ବିଫଳ ହୋଇଥିଲେ। ୧୯୮୯ରେ ଦ୍ୱିତୀୟ ଥର ସେହିଠାରୁ ଲଢ଼ି ବିଧାୟକ ହୋଇଥିଲେ। କିନ୍ତୁ ୧୯୯୧ରେ ଡିଏମ୍‌କେ ସରକାରର ପତନ ଘଟିଥିଲା। ପରେ ସେ ସେହିଠାରୁ ତୃତୀୟ ଥର ପାଇଁ ନିର୍ବାଚନ ଲଢ଼ିଥିଲେ ମଧ୍ୟ ଏଆଇଏଡିଏମ୍‌କେ ପ୍ରାର୍ଥୀଙ୍କଠାରୁ ହାରି ଯାଇଥିଲେ। ହେଲେ ୧୯୯୬ରେ ସେହିଠାରୁ ପୁଣି ବିଜୟଲାଭ କରିଥିଲେ। ସେହିବର୍ଷ ପ୍ରଥମେ ମ୍ୟୁନିସିପାଲ ନିର୍ବାଚନରେ ସିଧାସଳଖ ନିର୍ବାଚିତ ହୋଇ ଷ୍ଟାଲିନ୍‌ ଚେନ୍ନାଇର ମେୟର ହୋଇଥିଲେ। ସେ ୨୦୦୧ରେ ପୁନଃ ମେୟର ହୋଇଥିଲେ। ୨୦୦୨ରେ ଦୁଇଟି ସରକାରୀ ପଦବୀରେ ଜଣେ ରହିପାରିବେ ନାହିଁ ବୋଲି କହି ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ଜୟଲଲିଥା ନୂଆ ତାମିଲନାଡୁ ମ୍ୟୁନିସିପାଲ୍‌ ଆଇନ ଆଣିଥିଲେ। ସେତେବେଳେ ଷ୍ଟାଲିନ୍‌ ଥାଉଜେଣ୍ଡ୍‌ସ ଲାଇଟ୍ସ କନ୍‌ଷ୍ଟିଚ୍ୟୁଏନ୍ସିରୁ ବିଧାୟକ ଥିଲେ। କିନ୍ତୁ ମାଡ୍ରାସ ହାଇକୋର୍ଟ ସେହି ଆଇନକୁ ପ୍ରତ୍ୟାଖ୍ୟାନ କରିଥିଲେ। ପରବର୍ତ୍ତୀ ସମୟରେ ଷ୍ଟାଲିନ୍‌ ୨୦୦୩ରେ ଡିଏମ୍‌କେର ଉପ ସାଧାରଣ ସମ୍ପାଦକ ହୋଇଥିଲେ। ୨୦୦୬ ବିଧାନସଭା ନିର୍ବାଚନରେ ଷ୍ଟାଲିନ୍‌ଙ୍କ ପ୍ରଚେଷ୍ଟାରେ ଦଳ କ୍ଷମତାକୁ ଆସିଥିଲା। ସେ ପିତାଙ୍କ ମୁଖ୍ୟମନ୍ତ୍ରିତ୍ୱ ବେଳେ ଗ୍ରାମୀଣ ବିକାଶ ଓ ସ୍ଥାନୀୟ ପ୍ରଶାସନ ବିଭାଗର ମନ୍ତ୍ରୀ ହୋଇ ସମଗ୍ର ଶାସନକୁ ପରିଚାଳନା କରିବାର ସୁଯୋଗ ପାଇଥିଲେ। ଉତ୍ତମ କାର୍ଯ୍ୟଦକ୍ଷତା ଯୋଗୁ ସେ ୨୯ ମେ’ ୨୦୦୯ରେ ରାଜ୍ୟର ଉପ ମୁଖ୍ୟମନ୍ତ୍ରୀ ହୋଇଥିଲେ। ତେବେ ପାରିବାରିକ ଉତ୍ତରାଧିକାରୀ ନେଇ ହେଉଥିବା କଳ୍ପନାଜଳ୍ପନାର ଅବସାନ ଘଟାଇ ପିତା କରୁଣାନିଧି ୩ ମେ’ ୨୦୧୩ରେ ତାଙ୍କ ନାମ ଘୋଷଣା କରିଥିଲେ। ସେବେଠାରୁ ଷ୍ଟାଲିନ୍‌ ଦଳ ପାଇଁ ଅନବରତ କାର୍ଯ୍ୟ କରି ସାଙ୍ଗଠନିକ ଦକ୍ଷତାର ପ୍ରମାଣ ଦେଇଥିଲେ, ଯାହା ତାଙ୍କୁ ଏବେ ମୁଖ୍ୟମନ୍ତ୍ରୀ ଆସନରେ ବସିବା ସକାଶେ ଯୋଗ୍ୟ କରିପାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri