Posted inଜାତୀୟ

ମାର୍ଚ୍ଚ-୧ରୁ କ୍ଷୀର ଲିଟର ୧୦୦ ଟଙ୍କା

ହିସାର,୨୮।୨: କୃଷି ଆଇନ ବିରୋଧରେ ଜାରି ରହିଥିବା ଆନ୍ଦୋଳନକୁ ହରିୟାଣା ଖାପ୍‌ ପଞ୍ଚାୟତର ସମର୍ଥନ ମିଳିଛି। ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ଟଙ୍କାରେ ବିକ୍ରି କରିବାକୁ ପଞ୍ଚାୟତ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ସରକାରୀ ସମିତି ସମେତ ଡାଏରୀ କମ୍ପାନୀଗୁଡ଼ିକୁ ଦୁଗ୍ଧ ଉତ୍ପାଦନକାରୀ ଚାଷୀମାନଙ୍କୁ ପଞ୍ଚାୟତ ପକ୍ଷରୁ ଧାର୍ଯ୍ୟ ହୋଇଥିବା ଦାମ୍‌ରେ କ୍ଷୀର ବିକ୍ରି କରିବାକୁ ପଡ଼ିବ। ଏହାର ଉଲ୍ଲଂଘନ କରୁଥିବା ଚାଷୀଙ୍କୁ ୧୧ ହଜାର ଟଙ୍କାର ଜରିମାନା ଦଣ୍ଡାଦେଶ କରାଯିବ ବୋଲି ଖାପ୍‌ ପଞ୍ଚାୟତ କଡ଼ା ନିଷ୍ପତି ଗ୍ରହଣ କରିଛି। ତେବେ ସାଧାରଣ ଲୋକଙ୍କୁ ଲିଟର ପିଛା ୫୫ ରୁ ୬୦ ଟଙ୍କା ମଧ୍ୟରେ କ୍ଷୀର ଯୋଗାଇ ଦିଆଯିବ ବୋଲି ପଞ୍ଚାୟତ ପକ୍ଷରୁ କୁହାଯାଇଛି। ହିସାର ଅଞ୍ଚଳର ଥିବା ଗାଁଗୁଡ଼ିକରେ ଜନନାୟକ ଜନତା ପାର୍ଟି ଏବଂ ଭାଜପା ନେତାଙ୍କୁ ପ୍ରବେଶ ନ କରାଇଦେବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି। ପଞ୍ଚାୟତ ପକ୍ଷରୁ କ୍ଷୀରର ମୂଳ ଦାମ୍‌ ୩୫.୫ ଟଙ୍କା ଉପରେ ସବୁଜ ଘାସ ଟିକସ ୨୦.୩୫ ଟଙ୍କା, ଚୋକଡ ଟିକସ ୧୪.୧୫ ଟଙ୍କା, ଗୋବର ଟିକସ ୯ ଟଙ୍କା, ମୁଲିଆଙ୍କ ପାଇଁ ୧୫.୧୫ ଟଙ୍କା, ଚାଷୀ ଲାଭାଶଂ ୫.୮୫ ଟଙ୍କା ଆଦି ଯୋଡ଼ା ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହେଭି ଡ୍ରପ୍‌ ସିଷ୍ଟମର ସଫଳ ପରୀକ୍ଷଣ କଲା ବାୟୁସେନା

ନୂଆଦିଲ୍ଲୀ,୧୯।୮: ପ୍ରତିରକ୍ଷା ନିର୍ମାଣରେ ମେକ ଇନ ଇଣ୍ଡିଆ ଅଧୀନରେ ଦେଶ ବଡ ସଫଳତା ହାସଲ କରିଛି। ବାୟୁସେନା ହେବି ଡ୍ରପ୍‌ ସିଷ୍ଟମର ସଫଳ ପରୀକ୍ଷଣ କରିଥିବା...

ବଳାତ୍କାର ପୀଡ଼ିତାଙ୍କ ଅଭିଯୋଗ ରଖିଲାନି ପୋଲିସ

ମୁମ୍ବାଇ,୧୨।୯: ୩୪ ବର୍ଷୀୟା ବଳାତ୍କାର ପୀଡ଼ିତା ଆଖି ବୁଝିବାର ଦିନକ ପରେ ମହାରାଷ୍ଟ୍ରର ଉଲହାସନଗରରୁ ଆସିଛି ଆଉ ଏକ ବଳାତ୍କାର ମାମଲା। ୧୫ ବର୍ଷୀୟା ନାବାଳିକାଙ୍କୁ...

ହିନ୍ଦୁ ମହିଳାଙ୍କୁ ମନ୍ଦିର ଦର୍ଶନ କରାଇ ଦେବା ପାଇଁ କାନ୍ଧରେ ବସାଇ ନେଲେ ମୁସଲମାନ ଯବାନ

ଆନ୍ଧ୍ରପ୍ରଦେଶର ତିରୁମାଲାରେ ଧାର୍ମିକ ସମନ୍ବୟର ଏକ ଅନନ୍ୟ ଉଦାହରଣ ଦେଖିବାକୁ ମିଳିଛି। ଜଣେ ମୁସଲମାନ ଯବାନ ହିନ୍ଦୁ ମହିଳାଙ୍କୁ କାନ୍ଧରେ ବସାଇ ୬ କିଲୋମିଟର ନେଇଥିଲେ।...

ପୁଣି କରୋନା ଆକ୍ରାନ୍ତ ହେଲେ ବିହାର ମୁଖ୍ୟମନ୍ତ୍ରୀ

ପାଟନା,୨୬।୭: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣି ଥରେ କରୋନା ପଜିଟିଭ ହୋଇଛନ୍ତି। ଗତ ଦୁଇ ଦିନ ଧରି ନୀତୀଶ କୁମାର ଜ୍ୱରରେ ପୀଡିତ ଥିଲେ।...

୬୪ଦିନ ପରେ ପୁଅ ସହ ଜେଲ୍‌କୁ ଫେରିଲେ ଏସ୍‌ପି ନେତା

ଲକ୍ଷ୍ନୌ,୧୩।୭: ସମାଜବାଦୀ ପାର୍ଟିର (ଏସ୍‌ପି)ର ବରିଷ୍ଠ ନେତା ଆଜମ ଖାଁ ୬୪ ଦିନ ପରେ ପୁଅ ଅବଦ୍ଦୁଲା ସହ ତ୍ତତ୍ତରପ୍ରଦେଶ ଲକ୍ଷ୍ନୌରୁ ସୀତାପୁର ଜେଲ୍‌କୁ ଫେରିଛନ୍ତି।...

ଆତ୍ମହତ୍ୟା କଲେ ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି

ହାଇଦ୍ରାବାଦ,୧୬।୯: ଆନ୍ଧ୍ର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି ତଥା ତେଲଗୁ ଦେଶମ ପାର୍ଟି(ଟିଡିପି)ର ନେତା କୋଡେଲା ଶିବ ପ୍ରସାଦ ରାଓ ସୋମବାର ଆତ୍ମହତ୍ୟା କରିଛନ୍ତି। ଏନେଇ...

ଲଖିମପୁର ଖେରି ହିଂସା, ଚାଷୀ ସଂଗଠନ ପକ୍ଷରୁ ୬ ଘଣ୍ଟିଆ ରେଳ ରୋକୋ…

ନୂଆଦିଲ୍ଲୀ,୧୮।୧୦: ଉତ୍ତରପ୍ରଦେଶର ଲଖିମପୁର ଖେରି ହିଂସାକୁ ବିରୋଧ କରି ଚାଷୀ ସଂଗଠନ ପକ୍ଷରୁ ସୋମବାର ଦେଶବ୍ୟାପୀ ୬ ଘଣ୍ଟିଆ ରେଳ ରୋକୋ ଆରମ୍ଭ ହୋଇଛି। ପୂର୍ବାହ୍ନ...

ମୋଦିଙ୍କ ଶାସନରେ ୧୨ ହଜାର କୋଟିର ଲୁହାପଥର ରପ୍ତାନୀ ଦୁର୍ନୀତି: କଂଗ୍ରେସ

ନୂଆଦିଲ୍ଲୀ,୮।୧୦: ଲୁହାପଥର ରପ୍ତାନୀ ଦୁର୍ନୀତି ନେଇ କଂଗ୍ରେସ ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କୁ ଟାର୍ଗେଟ୍‌ କରାଯାଇଛି। କଂଗ୍ରେସର ରାଷ୍ଟ୍ରୀୟ ପ୍ରବକ୍ତା ପଓ୍ବନ ଖେରା ଏନେଇ...

Advertisement
Archives

Model This Week