ପ୍ରତିଷ୍ଠିତରୁ ପଛୁଆ

ଏକଶତାବ୍ଦୀ ପୂର୍ବେ ଅନେକ ଗୋଷ୍ଠୀ ନିଜକୁ ବ୍ରାହ୍ମଣ ଓ କ୍ଷତ୍ରିୟ ଭାବେ ପରିଚୟ ଦେବାକୁ ଚାହଁୁଥିଲେ। ଏବେ କିନ୍ତୁ ଅନେକ ଗୋଷ୍ଠୀ ଅନ୍ୟ ପଛୁଆବର୍ଗ (ଓବିସି) ହେବା ପାଇଁ ଚାହଁୁଛନ୍ତି। ପୁରାତନ ବର୍ଣ୍ଣ ବ୍ୟବସ୍ଥା(ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ, ଶୂଦ୍ର, ଅତି-ଶୂଦ୍ର କିମ୍ବା ପଞ୍ଚମ)ର ସ୍ଥାନ ନେଇଛି ଏବକାର ନୂତନ ଜାତି ବର୍ଗୀକରଣ(ସାଧାରଣ, ଓବିସି, ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି )। କିନ୍ତୁ ସାଧାରଣ ନୀତି ବା ସିଦ୍ଧାନ୍ତ ସମାନ ରହିଛି। ଠିକ୍‌ ବର୍ଗରେ ରହିଲେ ତୁମେ କେତେକ ନିର୍ଦ୍ଦିଷ୍ଟ ଅଧିକାର ଓ ସଂରକ୍ଷଣ ପାଇବ। କିନ୍ତୁ ଏହା ମଧ୍ୟରେ ଏକ ବଡ଼ ପ୍ରଭେଦ ଅଛି। ଆରମ୍ଭରୁ ଏଭଳି ଗୋଷ୍ଠୀ ବର୍ଗୀକରଣର ଉଦ୍ଦେଶ୍ୟ ଥିଲା ତୁମେ କେମିତି ଉପରକୁ ଉଠି ନିଜକୁ ବିଶିଷ୍ଟ ବା ପ୍ରତିଷ୍ଠିତ କିମ୍ବା ପବିତ୍ର (ସଂସ୍କୃତୀକରଣ) ଭାବେ ପ୍ରତିପାଦିତ କରିବ। ବର୍ତ୍ତମାନର ବର୍ଗୀକରଣ ମାନେ ହେଉଛି ତୁମେ ନିଜକୁ ନୀଚ ଓ ଅବଦମିତ (ପଛୁଆ) ଭାବେ ଦର୍ଶାଇବା। ଭାରତରେ ଭିନ୍ନ ଭିନ୍ନ ବର୍ଗର ସମାଜ ରହିଥିଲେ ମଧ୍ୟ ସମାଜିକ ବ୍ୟବସ୍ଥା ପୂର୍ବଭଳି ସମାନ ରହିଛି।
ଭାରତରେ ପ୍ରାୟ ୩,୦୦୦ ଜାତି ଅଛି। ଅନେକ କ୍ଷେତ୍ରରେ ଏହା ବୃତ୍ତି ସହ ଜଡ଼ିତ( ଯଥା ବୁଣାକାର, କୁମ୍ଭକାର,ରଜକ ଇତ୍ୟାଦି)। ଏଭଳି ଜାତି ବର୍ଗୀକରଣ ଆମେ ତାମିଲ ସଙ୍ଗମ କାବ୍ୟରେ ମଧ୍ୟ ଦେଖିବାକୁ ପାଇଥାଉ। ସାରା ବିଶ୍ୱରେ ଉଚ୍ଚ-ନୀଚ ପଦାନୁକ୍ରମ ବ୍ୟବସ୍ଥା ରହିଛି, କିନ୍ତୁ ଭାରତର ଜାତି ବ୍ୟବସ୍ଥା ସମ୍ପୂର୍ଣ୍ଣ ଭିନ୍ନ। କାରଣ ଜାତି ସହ ପବିତ୍ରତା, ସାମାଜିକ ପରମ୍ପରା ଓ ନିଜ ଜାତିରେ ବିବାହ ପ୍ରଥା ଜଡ଼ିତ । ଶୁଦ୍ଧ ଶାକାହାର ଖାଦ୍ୟ ଏବଂ ଖାଇବା ଅନୁପଯୋଗୀ ଅଶୁଦ୍ଧ ଖାଦ୍ୟ ଧାରଣା ଏବେ ମଧ୍ୟ ଏକବିଂଶ ଶତାବ୍ଦୀରେ ଜାତିର ସୂଚକ ଭାବେ ରହିଛି।
ପାଖାପାଖି ୨,୦୦୦ ବର୍ଷ ପୂର୍ବେ, ବ୍ରାହ୍ମଣମାନେ ଯେତେବେଳେ ଧର୍ମଶାସ୍ତ୍ର ଲେଖିବା ଆରମ୍ଭକଲେ ସେହି ସମୟରେ ସେମାନେ ସାମାଜିକ ବର୍ଗୀକରଣ ବା ବିଭାଜନ ଆରମ୍ଭ କରିଥିଲେ। ସେତିକିବେଳେ ଚତୁଃବର୍ଣ୍ଣ ବ୍ୟବସ୍ଥା ଗଢ଼ିଉଠିଥିଲା ଏବଂ ପୁରୁଣା କର୍ମକାଣ୍ଡ ରୀତିନୀତି ମାଧ୍ୟମରେ ସମାଜକୁ ବ୍ୟାପିଥିଲା। ଏହି ବର୍ଗୀକୃତ ଗୋଷ୍ଠୀର ଶୀର୍ଷରେ ଥିଲେ ବ୍ରାହ୍ମଣ। ବ୍ରାହ୍ମଣଙ୍କୁ ସାହାଯ୍ୟ କରୁଥିଲେ ଭୂମି ମାଲିକ ଗୋଷ୍ଠୀ( କ୍ଷତ୍ରିୟ, ଠାକୁର ଓ ରାଜପୁତ) ଏବଂ ବଣିକ ଗୋଷ୍ଠୀ (ବୈଶ୍ୟ, ବଣିକ ଓ ବ୍ୟାପାରୀ) ସବୁ । ବ୍ରାହ୍ମଣଙ୍କ ଭଳି ଏମାନେ ଥିଲେ ବିଶିଷ୍ଟ ଗୋଷ୍ଠୀ, ଯେଉଁମାନେ ଦ୍ୱିଜ ଭାବେ ଜଣାଶୁଣା। ଏହି ଶବ୍ଦକୁ ଖ୍ରୀଷ୍ଟାବ୍ଦ ୨୦୦ ପରେ ମନୁସ୍ମୃତିରେ ଅଧିକ ଦର୍ଶାଯାଇଛି। ଏହିସବୁ ବର୍ଣ୍ଣ ପରେ ଅବଶିଷ୍ଟ ଯାହା ରହିଲେ ସେମାନେ ଥିଲେ ଶୂଦ୍ର। ଏହି ବର୍ଣ୍ଣ ବ୍ୟବସ୍ଥା ଭାରତର ଲୋକଙ୍କୁ ବିଭିନ୍ନ ବର୍ଗରେ ବିଭକ୍ତ କରିଥିଲା। ପ୍ରତି ଗାଁରେ କେବଳ ଏହି ୪ଟି ଗୋଷ୍ଠୀ ଥିଲେ। ଉଦାହରଣ ସ୍ବରୂପ, ଗାଁରେ ହେଉଥିବା ଉତ୍ପାଦନର କିଛି ଭାଗ କିଭଳି ଗାଁ ମନ୍ଦିରର ତତ୍ତ୍ୱାବଧାରକ (ନର୍ତ୍ତକୀ, ଝାଡ଼ୁଦାର, ମାଳୀ ଓ ପୂଜକ (ବ୍ରାହ୍ମଣ କିମ୍ବା ଅଣ ବ୍ରାହ୍ମଣ(ଗୁରୁ)ହୋଇପାରନ୍ତି)ଙ୍କୁ ଦିଆଯାଉଥିଲା, ତାହାର ବିବରଣୀ ମହାରାଷ୍ଟ୍ରରୁ ମିଳିଥିବା ଶିଳାଲେଖରୁ ଜଣାଯାଏ । ଗୋଟିଏ ଗାଁର ଧନକୁ ଏହିଭଳି ଭାବେ ଗ୍ରାମର ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ଭାଗ କରାଯାଉଥିଲା। ଗୋଟିଏ ଜାତି ବା ସମ୍ପ୍ରଦାୟର ଅଧିକାର ଯେଭଳି କ୍ଷତିଗ୍ରସ୍ତ ନ ହୁଏ, ସେଥିପାଇଁ ସମାଜରେ ନିଜ ଜାତି ମଧ୍ୟରେ ବିବାହ ପ୍ରଚଳିତ ଥିଲା। ଗ୍ରାମ ବାହାରର କୌଣସି ଲୋକଙ୍କୁ ଗାଁର ଧନରେ ଭାଗୀଦାର ହେବାକୁ ଅନୁମତି ମିଳୁ ନ ଥିଲା। ଏହା ଜେନେଟିକ୍‌ ବା ଆନୁବଂଶିକ ପ୍ରମାଣରୁ ସିଦ୍ଧ ହୁଏ। ୧,୬୦୦ ବର୍ଷ ପୂର୍ବରୁ, ଭାରତରେ ଗୋଟିଏ ଜାତି ଅନ୍ୟ ଜାତିରେ ବିବାହ ନ କରିବାର ଏକ ବିଚିତ୍ର ଧାରା ପ୍ରଚଳିତ ରହିଆସିଛି।
ବେଦ ନିର୍ଦ୍ଧାରିତ ସାମାଜିକ ବର୍ଗୀକରଣ ବ୍ୟବସ୍ଥାକୁ ଇଂରେଜମାନେ ଗ୍ରହଣ କରିଥିଲେ। କୁହାଯାଏ ସେମାନେ ହିନ୍ଦୁଙ୍କ ପାଇଁ ବାଇବେଲ ଭଳି ସମାନ ଗ୍ରନ୍ଥ ଖୋଜୁଥିଲେ। କିନ୍ତୁ ତାହା ସତ୍ୟ ନୁହେଁ। ପଣ୍ଡିତମାନେ ଏବେ କହୁଛନ୍ତି, ବ୍ୟବସ୍ଥା ଗୁପ୍ତବଂଶର ଶାସନ ସମୟରୁ ସୃଷ୍ଟି ହୋଇଥିଲା। ଏହି ସମୟରେ ଭାରତର ଆର୍ଥିକ ଢାଞ୍ଚା ଅଧିକ ବ୍ୟାପାରିକ-ଆଶ୍ରମ(ମଠ) କୈନ୍ଦ୍ରିକ ବଦଳରେ ଅଧିକ କୃଷକ-ବ୍ରାହ୍ମଣ ଭିତ୍ତିକ ହୋଇପାରିଥିଲା। ଖ୍ରୀଷ୍ଟାବ୍ଦ ୩୦୦ ପରବର୍ତ୍ତୀ ସମୟର ତାମ୍ରପତ୍ର ଲେଖାରୁ ଜଣାପଡ଼େ, ସାରା ଭାରତରେ ବିଶେଷକରି ଦକ୍ଷିଣରେ ବ୍ରାହ୍ମଣ ସମ୍ପ୍ରଦାୟକୁ ଭୂମିଦାନ ଦିଆଯାଉଥିବା ବିଷୟ ଉଲ୍ଲେଖ ରହିଛି। ଚତୁଃବଣ୍ଣର୍ର୍ ବ୍ୟବସ୍ଥା ବିଳମ୍ବରେ ପ୍ରକାଶିତ ଋଗ୍‌ବେଦରେ କେବଳ ଦେଖିବାକୁ ମିଳେ। ଏହି ସମୟରେ ଲେଖାରେ ବ୍ରାହ୍ମଣ ଓ ଶୂଦ୍ର ଶବ୍ଦ ବ୍ୟବହାର କରାଯାଇଛି। ଅବଶିଷ୍ଟ ବୈଦିକ ଶାସ୍ତ୍ରରେ ବିଭାଜନ ପ୍ରାୟତଃ ୩ ସ୍ତରର ରହିଥିବାବେଳେ ସେଥିରେ କୌଣସି ପଦାନୁକ୍ରମ ନାହିଁ। ଏହା ସମ୍ପୂର୍ଣ୍ଣ ସମ୍ଭବ ଯେ, ଋଗ୍‌ବେଦରେ ପରେ ବ୍ରାହ୍ମଣଙ୍କ ନିୟମ ସଂହିତା ଦ୍ୱାରା ନିଜ ଜାତି ମଧ୍ୟରେ ବିବାହ ପରମ୍ପରାକୁ ଯୋଡ଼ାଯାଇଥିଲା। ଊନବିଂଶ ଶତାବ୍ଦୀରେ ନେପାଳୀ ହିନ୍ଦୁ ନିୟମ ପୁସ୍ତିକା ମୁଲୁକି ଆଇନରେ କ୍ଷମତା ଓ ସୁବିଧାସୁଯୋଗର ର଼୍ୟାଙ୍କିଙ୍ଗ୍‌ ଦେଖିବାକୁ ମିଳେ। କାହା ହାତରୁ ପାଣି ପିଇବ ଏବଂ କାହା ହାତରୁ ପାଣି ପିଇବ ନାହିଁ, ଏହି ଆଧାରରେ ଜାତିର ବର୍ଗୀକରଣ କରାଯାଇଥିଲା। ବାଲି ହିନ୍ଦୁ ଦ୍ୱୀପରେ ମଧ୍ୟ ଏହା ଦେଖିବାକୁ ମିଳେ, ଯେଉଁଠି ଆନ୍ତଃ ଜାତି ବିବାହକୁ ନେଇ କଠୋର ନିୟମ ଅଛି।
ଜାତିଗତ ର଼୍ୟାଙ୍କିଙ୍ଗ୍‌ ବିଶେଷକରି ପରିବର୍ତ୍ତନୀୟ ଥିଲା। ବୀର ସମ୍ପ୍ରଦାୟ କିଛି ବ୍ରାହ୍ମଣଙ୍କ ସମର୍ଥନରେ ସହଜରେ ‘କ୍ଷତ୍ରିୟ’ ମାନ୍ୟତା ପାଇପାରୁଥିଲେ। ତେଲଙ୍ଗାନର କ୍ଷତ୍ରିୟ ରାଜାମାନେ ନିଜକୁ ଶୂଦ୍ର ଭାବେ ଶିଳାଲେଖରେ ଦର୍ଶାଇଛନ୍ତି। କଦମ୍ବା ରାଜାମାନେ ବ୍ରାହ୍ମଣ ଜାତିର ବୋଲି ଦାବି କରିଥିଲେ। ପ୍ରାକ୍‌ ମୋଗଲ ସମୟରେ, ରାଜପୁତ ବଂଶ ସେମାନଙ୍କ ମାନ୍ୟତା ପାଇଁ ଚାରଣ ଭାଟଙ୍କ ଉପରେ ନିର୍ଭର କରୁଥିଲେ। ପରେ ପୁରାତନ ସୂର୍ଯ୍ୟ ଓ ଚନ୍ଦ୍ର ବଂଶଜ ଭାବେ କ୍ଷତ୍ରିୟ ମାନ୍ୟତା ପାଇବାକୁ ବ୍ରାହ୍ମଣଙ୍କ ସମର୍ଥନ ଅଧିକ ନେଇଥିଲେ ଓ ଏଥିପାଇଁ ସେମାନଙ୍କୁ ଜମି ଦାନ ଦେଇଥିଲେ। ଅଷ୍ଟାଦଶ ଶତାବ୍ଦୀରେ, ମାଛଭକ୍ଷୀ ବ୍ରାହ୍ମଣ ଶାକାହାରୀ ବ୍ରାହ୍ମଣ ମାନ୍ୟତା ପାଇବେ କି ନାହିଁ କିମ୍ବା ମରାଠା ରାଜାଙ୍କର ରାଜପୁତ ବଂଶ ସହ ସର୍ମ୍ପକ ଅଛି ନା ନାହିଁ, ତାହା ସବୁ କାଶୀ ବ୍ରାହ୍ମଣମାନେ ହିଁ ସ୍ଥିର କରୁଥିଲେ।
ଏବେ ଆମେ ଯେଉଁ ଜାତି ସମ୍ପର୍କରେ ଜାଣିଛେ, ତାହାକୁ ଇଂରେଜମାନେ ଦସ୍ତାବିଜ୍‌କରଣ ବା ରେକର୍ଡ କରିଛନ୍ତି ବୋଲି ଅଭିଯୋଗ ଉଠେ। ପ୍ରତ୍ୟେକ ହିନ୍ଦୁଙ୍କୁ ଏକ ବର୍ଣ୍ଣ ବା ଜାତି ମଧ୍ୟରେ ରହିବାକୁ ପଡ଼ିଲା। ଏହା କାୟସ୍ଥ (କରଣ) ଏବଂ ବୈଦ୍ୟ ମସୁଦାୟ ପାଇଁ ସମସ୍ୟା ସୃଷ୍ଟି କରିଥିଲା, ଯେଉଁମାନେ ପ୍ରତିଷ୍ଠିତ (ଦ୍ୱିଜ) ଥିଲେ, ବ୍ରାହ୍ମଣ କିମ୍ବା କ୍ଷତ୍ରିୟ ନ ଥିଲେ। ତେବେ ବ୍ରାହ୍ମଣଙ୍କ ପ୍ରତିଦ୍ୱନ୍ଦ୍ୱୀ ଭାବେ ଦେଖାଗଲା। ତେବେ ଏହିସବୁ ପରିବର୍ତ୍ତନ ଗୋଟିଏ ବର୍ଗକୁ ଛୁଇଁପାରି ନ ଥିଲା। ଅସ୍ପୃଶ୍ୟ ଓ ଆଦିବାସୀ ଯେଉଁମାନେ ପରିମଳ, ସ୍ବେରେଜ, ମୃତଦେହ, ଶ୍ମଶାନ, ଚମଡ଼ା ଓ ଅସ୍ଥି କାର୍ଯ୍ୟ ସହ ଜଡ଼ିତ ଥିଲେ ସେମାନଙ୍କୁ ଗାଁ ବାହାର ସୀମାରେ ରହିବାକୁ ବାଧ୍ୟ କରାଯାଇଥିଲା।
-devduttofficial@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଘର ନାହିଁ, ସ୍କୁଲ ଚାଲିଛି ଖୋଲା ଆକାଶ ତଳେ। ଏଠି ଦେୟ ଦେବାକୁ ପଡ଼ୁନାହିଁ କି ସିଲାବସ୍‌ ମଧ୍ୟ ନାହିଁ। ଯଦି ଏପରି କୌଣସି ସ୍କୁଲ୍‌ ସରକାରୀସ୍ତରରେ…

ଚାଲ ଭୋଟର ତିଆରି କରିବା

ଯଦିଓ ଭାରତରେ ପ୍ରତ୍ୟେକ ନାଗରିକ ୧୮ ବର୍ଷ ପରେ ଭୋଟ ଦେବା ପାଇଁ ଯୋଗ୍ୟ ବିବେଚିତ ହେଉଛନ୍ତି, ସେମାନେ ଭୋଟ ଦେବା ପାଇଁ କେତେଦୂର ସକ୍ଷମ ଏହା…

କଳାଧନ ଓ କାଳମନ

କଳାଧନ ବିଷୟରେ କେତେ ପ୍ରକାର କଥା କୁହାଯାଇଛି, କୁହାଯାଉଛି ଓ କାମ କରାଯାଉଛି। ଭାରତ ପରିପ୍ରେକ୍ଷୀରେ ଏହାର ନକାରାମତ୍କ ଗୁରୁତ୍ୱ ଏତେ ବଢ଼ିଯାଇଛି ଯେ ଢିଙ୍କିଶାଳରୁ ଢେଙ୍କାନାଳ…

ଇଏ କି ଭକ୍ତ-୨

ଗଣେଶ ପୂଜାରୁ ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଓଡ଼ିଶାର ଖୋର୍ଦ୍ଧା ଜିଲାର ଜଟଣୀରେ ୨୬ ସେପ୍ଟେମ୍ବରରେ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା ଚାଲୁଥିବା ବେଳେ ଏକ ବ୍ୟାଙ୍କ୍‌ର ତାଜା…

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?