ବିକାଶ ଠାରୁ ଦୂରରେ ବିଲେଇସାହି

ବଇଣ୍ଡା,୧୩।୩(ପରିକ୍ଷିତ ସାହୁ): ଗ୍ରାମାଞ୍ଚଳର ସହରୀକରଣ ଉପରେ ସରକାର ଗୁରୁତ୍ୱ ଦେଉଛନ୍ତି। ପାଇପ୍‌ ପାଣି, ପକ୍କା ରାସ୍ତା, ନଦୀ ଓ ନାଳ ଉପରେ ପୋଲ ନିର୍ମାଣ ଦିଗରେ ଧ୍ୟାନ ଦେଉଛନ୍ତି। ହେଲେ କଟକ-ସମ୍ବଲପୁର ୫୫ନଂ. ଜାତୀୟ ରାଜପଥ ଠାରୁ ମାତ୍ର ୧ କିଲୋମିଟର ଦୂରରେ ଥିବା ଅନୁଗୋଳ ଜିଲା କିଶୋରନଗର ବ୍ଲକ ନାକିଚି ପଞ୍ଚାୟତର ବିଲେଇସାହି ଗ୍ରାମବାସୀଙ୍କୁ ଏଯାଏ ସେହି ସହରୀକରଣର ସ୍ବାଦ ମିଳିପାରି ନାହିଁ। ଏପରି କି ବାରମ୍ବାର ସରକାରଙ୍କ ଧ୍ୟାନ ଆକର୍ଷଣ ସତ୍ତ୍ୱେ ଗଁାକୁ ରାସ୍ତା ନିର୍ମାଣ ହେଉଛି ନା ନାଳ ଉପରେ ପୋଲଟିଏ କରାଯାଉଛି। ଫଳରେ ଦୀର୍ଘବର୍ଷ ଧରି ବିକାଶ ଠାରୁ ଦୂରରେ ରହି ଆସିଥିବା ଏହି ଗ୍ରାମବାସୀ ଏବେ ସରକାରଙ୍କୁ ଚରମବାଣୀ ଶୁଣାଇଛନ୍ତି। ରାସ୍ତା, ବ୍ରିଜ୍‌ ନ ହେଲେ ଆସନ୍ତା ନିର୍ବାଚନରେ ଭୋଟ ଦେବେନି ବୋଲି ବ୍ୟାନର ମାରି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି।
ଗ୍ରାମବାସୀ କହିଛନ୍ତି, ନାକିଚି ପଞ୍ଚାୟତର ୪ ନମ୍ବର ୱାର୍ଡରେ ଥିବା ବିଲେଇସାହିରୁ ୫୫ ନମ୍ବର ଜାତୀୟ ରାଜପଥ ଯାଏ ଏକ ମାଟି ରାସ୍ତା ଲମ୍ବିଛି। ସାହିରେ ରହୁଥିବା ୪୦ ପରିବାରଙ୍କ ଗମନାଗମନର ଏହା ହିିଁ ଏକମାତ୍ର ମାଧ୍ୟମ। ହେଲେ ଉକ୍ତ ରାସ୍ତାକୁ ଏଯାଏ ପକ୍କା କିମ୍ବା ପିଚୁ କରାଯାଉ ନାହିଁ। ଫଳରେ ଗାଁ ମଧ୍ୟକୁ ଜରୁରୀ ସମୟରେ ଆମ୍ବୁଲାନ୍ସ କିମ୍ବା ଦମକଳ ଯାଇପାରୁ ନାହିଁ। ବର୍ଷା ଦିନେ ରାସ୍ତା ଅତ୍ୟନ୍ତ କାଦୁଅପୂର୍ଣ୍ଣ ହୋଇଯାଉଥିବାରୁ ଯାତାୟାତ କରିବା କଷ୍ଟକର ହୋଇପଡ଼ୁଛି। ଦୀର୍ଘବର୍ଷ ଧରି ଲୋକେ ଏପରି ଅବ୍ୟବସ୍ଥାର ସମ୍ମୁଖୀନ ହେଉଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଉ ନାହିଁ। ସେହିପରି ଉକ୍ତ ରାସ୍ତାରେ ପଡ଼ୁଥିବା ଏକ ନାଳ ଉପରେ ପୋଲ ନିର୍ମାଣ କରାଯାଉ ନାହିଁ। ଗାଁର କେହି ରୋଗରେ ପଡ଼ିଲେ ତାଙ୍କୁ ଖଟିଆରେ ବୋହି ନାଳ ପାରି କରିବାକୁ ପଡ଼ୁଛି। ରାଜପଥ ପାର୍ଶ୍ୱରେ ଥିବା ଏହି ଗାଁ ପ୍ରତି ସରକାରୀ ଅବହେଳା ସୀମା ଟପିଯାଇଛି। ଏ ନେଇ ୧୫ ଫେବୃଆରୀ ୨୦୧୨, ୨ ଜୁନ ୨୦୧୬, ୩ ଅଗଷ୍ଟ ୨୦୨୨ରେ ସ୍ଥାନୀୟ ସରପଞ୍ଚଙ୍କ ଠାରୁ ଆରମ୍ଭ କରି କିଶୋରନଗର ବିଡିଓ, ଆଠମଲ୍ଲିକ ବିଧାୟକ, ସମ୍ବଲପୁର ଏମ୍‌ପିଙ୍କୁ ଅଭିଯୋଗ କରାଯାଇଥିଲା। ମାତ୍ର କୌଣସି ପଦକ୍ଷେପ ନିଆଯାଇ ନାହିଁ। ତେଣୁ ସରକାରୀ ଅବହେଳାର ଶିକାର ଏହି ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟ ବର୍ଜନ କରିବା ପାଇଁ ନିଷ୍ପତ୍ତି କରିଛନ୍ତି। ହୋର୍ଡିଂ ମାଧ୍ୟମରେ ସେମାନେ ସରକାରଙ୍କୁ ଚେତାବନୀ ଦେବା ସହ ଜିଲାପାଳଙ୍କୁ ମଧ୍ୟ ଅବଗତ କରାଇଛନ୍ତି। ବିଲେଇସାହିର ଏହି ସମସ୍ୟା ସମ୍ପର୍କରେ କିଶୋରନଗର ବିଡିଓ ବିନୋଦ ବିହାରୀ ବେହେରାଙ୍କ ଯୋଗାଯୋଗ କରାଯାଥିଲେ ମଧ୍ୟ ସେ କୌଣସି ଉତ୍ତର ଦେଇ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଢାବା କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅଧୀନ ୧୮ ନମ୍ବର ଜାତୀୟ ରାଜପଥ ଗଡଦେଉଳିଆ ସ୍ଥିତ ଏକ ଢ଼ାବାରେ ଶନିବାର ସନ୍ଧ୍ୟାରେ ୪ଜଣ ଦୁର୍ବୃତ୍ତ ପଶି…

ଝିଅ ଘରକୁ ବୁଲିବାକୁ ଯାଇଥିଲେ, କଳାକନା ବୁଲାଇଲେ ଦୁର୍ବୃତ୍ତ

ବୈଶିଙ୍ଗା,୧୨।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ଗଡଦେଉଳିଆ ଗ୍ରାମର ଜନୈକ ବ୍ୟକ୍ତି ତାଙ୍କ ଝିଅ ଘରକୁ ବୁଲିବାକୁ ଯାଇଥିବା ବେଳେ ଦୁର୍ବୃତ୍ତମାନେ ଘରେ ପଶି…

ବାଇକ୍‌କୁ ପିଟିଲା ବାଇକ୍‌: ୨ ଛାତ୍ରଙ୍କ ସମେତ ୪ ଗୁରୁତର

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜ ନିକଟରେ ଶନିବାର ଘଟିଥିବା ଏକ ସଡ଼କ ଦୁର୍ଘଟଣାରେ ଯୁକ୍ତ ୩ରେ ପଢୁଥିବା ୨ ଛାତ୍ରଙ୍କ ସମେତ…

ଦୁର୍ଘଟଣାରେ ଆହତ ବୃଦ୍ଧଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ, ଆଜି ମୃତଦେହ ଜବତ କରି…

ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ଅନଙ୍ଗପୁର ଗ୍ରାମ ନିକଟ ମୁଖ୍ୟରାସ୍ତାରେ ଏକ ବାଇକ୍‌ ଧକ୍କାରେ ସାନଖେମୁଣ୍ଡି ବ୍ଲକ ଗୌତମୀ ଗ୍ରାମର…

ଗୁଣିଆ ସନ୍ଦେହରେ ବାନ୍ଧିକି ରଖିଲେ, ଭିଡିଓ ଭାଇରାଲ

ପାତ୍ରପୁର,୧୨।୯(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ବି ନୂଆଗାଁ ଗ୍ରାମରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି l ଗ୍ରାମର କେଉଟ…

ଭଦ୍ରକରୁ ଅପହରଣ କରି ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖିଥିଲେ ଅପହରଣକାରୀ, ଆଉ ତା’ ପରେ…

ହାଟଡିହୀ,୧୨ା୯(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ପୋଲିସ ପାଇଁ ଅପହରଣର ଶିକାର ହୋଇଥିବା ୩ ଜଣଙ୍କ ଜୀବନ ବଞ୍ଚିଯାଇଛି। ପୋଲିସର ହସ୍ତକ୍ଷେପ ପରେ ଅପହରଣ ଶିକାର ହୋଇ ୫…

ଜୀବନ ସଂଘର୍ଷରେ ହାରିଗଲେ ଚାଷୀ

ଦିଗପହଣ୍ଡି,୧୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ଗ୍ରାମର ଜଣେ ଚାଷୀ ସାପ କାମୁଡ଼ାରେ ଗୁରୁତର ହୋଇ ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା…

କାର୍‌ରେ ଚାଲାଣ ହେଉଥିଲା ଗଞ୍ଜେଇ, ଯାଞ୍ଚ ସମୟରେ ମହାରାଷ୍ଟ୍ରର ୨ ଅଭିଯୁକ୍ତଙ୍କୁ ଧରି…

ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ସିମନବାଡ଼ି ପଞ୍ଚାୟତ ଟୋଲଗେଟ ନିକଟରେ ପୋଲିସ ବ୍ଲକିଂ କରି ଯାଞ୍ଚ କରିବା ସମୟରେ ଗୋଟିଏ କାର୍‌ରୁ ୪୨ କେଜି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?