Odisha Elections 2024

ହଜାରେ ଅଣ୍ଡାରୁ ଗୋଟିଏ କଇଁଛକୁ ମିଳେ ପୂର୍ଣ୍ଣ ଜୀବନ

କେନ୍ଦ୍ରାପଡ଼ା, ୫ା୪ (ଜଗନ୍ନାଥ ଧଳ):ଚଳିତବର୍ଷ ଭିତରକନିକା ଜାତୀୟଉଦ୍ୟାନ ଅନ୍ତର୍ଗତ ଗହୀରମଥା ସମୁଦ୍ର ତଟାଞ୍ଚଳରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ ଅଲିଭ ରିଡ୍‌ଲେ ସମୂହ ଅଣ୍ଡାଦାନ ଆରମ୍ଭ କରିଛନ୍ତି। ବହୁ ବିଳମ୍ବରେ ଗହୀରମଥାର ବିଭିନ୍ନ ସ୍ଥାନରେ ପ୍ରାୟ ୮ ହଜାର ଅଲିଭ ରିଡ୍‌ଲେ ମଙ୍ଗଳବାର ରାତିରେ ସମୂହ ଅଣ୍ଡାଦାନ କରିଛନ୍ତି। ସାମୁଦ୍ରିକ ନିଷିଦ୍ଧାଞ୍ଚଳରେ ଥିବା ବାବୁବାଲି, ବରୁଣେଇ, ପେଣ୍ଠ, ସାତଭାୟାର ବିସ୍ତୀର୍ଣ୍ଣ ବେଳାଭୂମିରେ ଏହି କଇଁଛମାନେ ଅଣ୍ଡାଦାନ ପରେ ସମୁଦ୍ରକୁ ଫେରି ଯାଇଥାନ୍ତି। ଗୋଟିଏ ଅଲିଭ ରିଡ୍‌ଲେ ୮୦ରୁ ୧୨୦ ପର୍ଯ୍ୟନ୍ତ ଅଣ୍ଡାଦାନ ବାଲିରେ କରିଥାନ୍ତି। ତେବେ ହଜାରେ ଅଣ୍ଡାରୁ ମାତ୍ର ଗୋଟିଏ ଅଲିଭ ରିଡ୍‌ଲେ ୫୦ବର୍ଷରୁ ଊର୍ଦ୍ଧ୍ୱ ବର୍ଷ ବଞ୍ଚତ୍ଥାନ୍ତି ବୋଲି ଗହୀରମଥା ରେଞ୍ଜ ଅଧିକାରୀ ପ୍ରଦୋଷ ମହାରଣା କହିଛନ୍ତି। ଅଣ୍ଡା ନଷ୍ଟ ହେବା, ପାଣିପାଗ ପରିବର୍ତ୍ତନ, ସାମୁଦ୍ରିକ ଓ ବନ୍ୟ ଜୀବଜନ୍ତୁଙ୍କ ଶିକାର, ସମୁଦ୍ର ତଟବର୍ତ୍ତୀ ଅଞ୍ଚଳର ଉନ୍ନତୀକରଣ, ମନୁଷ୍ୟକୃତ ଅନ୍ୟ ବାଧା ପାଇଁ ଏହି ବିରଳ କଇଁଛ ହ୍ରାସ ପାଉଥିବା ସେ ଦର୍ଶାଇଛନ୍ତି।
ତାଙ୍କ ସୂଚନା ମୁତାବକ, ଫ୍ଲାଟବ୍ୟାକ୍ସ, ଲଗରହେଡସ, ଗ୍ରୀନ ଟର୍ଟଲ, ଲେଦରବ୍ୟାକ୍ସ, ହକ୍ସବିଲସ, କେମ୍ପସ ରିଡ୍‌ଲେ ଓ ଅଲିଭ ରିଡ୍‌ଲେ ଆଦି ସାମୂହିକ ଅଣ୍ଡାଦାନ ପାଇଁ ଉପଯୁକ୍ତ ସ୍ଥାନ ଚୟନ କରିଥାନ୍ତି। ଏମାନଙ୍କ ମଧ୍ୟରୁ ଏକମାତ୍ର ଅଲିଭ ରିଡ୍‌ଲେ ପ୍ରଜାତି କଇଁଛ ବଙ୍ଗୋପସାଗରର ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳକୁ ଆସିଥାନ୍ତି। କେତେକ କ୍ଷେତ୍ରରେ ଏମାନଙ୍କ ଆସିବା ସମୟରେ ମୃତ୍ୟୁ ଘଟୁଥିବା ବେଳେ ଅଣ୍ଡାରୁ ଶାବକ ହେବା ପୂର୍ବରୁ ବିପର୍ଯ୍ୟୟର ଶିକାର ହେବାକୁ ପଡ଼େ।
ଅଣ୍ଡା ଓ ଶାବକକୁ କଙ୍କଡା, ପକ୍ଷୀ, ସରୀସୃପ ଓ ବନ୍ୟଜନ୍ତୁଙ୍କ ବିପଦ ଅଛି। ସେହିପରି କୁକୁରଙ୍କ ଦୃଷ୍ଟି ଏମାନଙ୍କ ଉପରେ ନିବଦ୍ଧ ଥିବାରୁ ଅଣ୍ଡା ଓ ଶାବକ ନଷ୍ଟ ହୋଇଥାନ୍ତି। ଶାବକମାନେ ସାଧାରଣରେ ଅଣ୍ଡାରୁ ବାହାରିବା ପରେ ରାତିର ସାମାନ୍ୟ ଆଲୁଅରେ ସମୁଦ୍ରକୁ ଯାଇଥାନ୍ତି। ମାତ୍ର କେତେକ ଅଞ୍ଚଳରେ ଗାଡିର ଉଜ୍ଜ୍ୱଳ ଆଲୋକ ପରି ଅନ୍ୟ ଆଲୋକ ଉତ୍ସକୁ ଅନୁସରଣ କରି ଶାବକ ସମୁଦ୍ରର ବିପରୀତ ମୁଖୀ ହେବା ବହୁ ନଜିର ଅଛି। ସେହିପରି ସମୁଦ୍ର କୂଳରେ ପଡ଼ିଥିବା ପ୍ଲାଷ୍ଟିକ ବୋତଲ, ଛତା, ବେଞ୍ଚ, ଜାଲ ଆଦି ସମୁଦ୍ରକୁ ଫେରିବାରେ ବାଧା ଦେଇଥାଏ। ନିଷିଦ୍ଧାଞ୍ଚଳରେ ପଶି କଇଁଛ ଅଣ୍ଡା ଓ ଶାବକକୁ କେତେଜଣ ବ୍ୟକ୍ତି ଚୋରାଇ ନେଇ ବ୍ୟବସାୟ କରିଥାନ୍ତି। ସମୁଦ୍ରରେ ପହଞ୍ଚତ୍ବା ପରେ ମଧ୍ୟ ବହୁ ବିପଦର ସମ୍ମୁଖୀନ ହୋଇଥାନ୍ତି। ମତ୍ସ୍ୟ ବ୍ୟବସାୟୀଙ୍କ ଗିଲନେଟର, ଟ୍ରଲର ମାଡରେ କଇଁଛଙ୍କ ଶରୀର କ୍ଷତାକ୍ତ ହୋଇଥାଏ। ସମୁଦ୍ରରେ ଭାସୁଥିବା ପ୍ଲାଷ୍ଟିକ ଓ ଅନ୍ୟ ବର୍ଜବସ୍ତୁର ଆହାର ଏମାନଙ୍କ ବିପଦ ସାଜିଥିବା ବେଳେ ଭାସମାନ ତୈଳ ନିଃଶ୍ୱାସ ପ୍ରଶ୍ୱାସରେ ଅସୁବିଧା ସୃଷ୍ଟି କରେ। ସମୁଦ୍ର କୂଳରେ ବର୍ଜ୍ୟବସ୍ତୁ ନ ଫିଙ୍ଗିବା, ଜାଲରେ ଟିଇଡି (ଟର୍ଟଲ ଏକ୍ସକ୍ଲ୍ୟଡର ଡିଭାଇସ) ଲଗାଇବା, ଅଣ୍ଡାଦାନ ସମୟରେ କୃତ୍ରିମ ଆଲୋକ ବ୍ୟବହାର ନ କରିଲେ ଏମାନଙ୍କ ବଂଶବୃଦ୍ଧି ହୋଇପାରିବ ବୋଲି ରେଞ୍ଜ ଅଧିକାରୀ ମହାରଣା ସୂଚନା ଦେଇଛନ୍ତି। ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ସ୍ଥାନୀୟ ବନ ବିଭାଗର କର୍ମଚାରୀ ଅଭାବ ସହ ବେଆଇନ ମାଛ ଧରା କଇଁଛ ସୁରକ୍ଷା ପାଇଁ ବାଧକ ସାଜିଛି। ଏଥିସହି ତଟବର୍ତ୍ତୀ ଅଞ୍ଚଳରେ ବଢ଼ୁଥିବା ଚିଙ୍ଗୁଡି ଘେରିରୁ ବାହାରୁ ଥିବା ବିଷାକ୍ତ ରାସାୟନିକ ଦ୍ରବ୍ୟ କଇଁଛଙ୍କ ମୃତ୍ୟୁର କାରଣ ହୋଇଛି। ପରିବେଶବିତ ସେକ୍‌ ଚାନ୍ଦ କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଆଗାମୀଦିନରେ ଏହି ବିରଳ କଇଁଛଙ୍କ ସମୂହ ବଂଶ ଲୋପର କାରଣ ହେବ। ଜୀବଜନ୍ତୁଙ୍କୁ ଭଲ ପାଇବା ସହ ଗଛ ଲଗାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୩ ମାର୍ଚ୍ଚ ୮ରୁ ୧୩ ତାରିଖ ମଧ୍ୟରେ ଏହି ଅଞ୍ଚଳରେ ମୋଟ ୫,୧୨,୧୭୫ ଅଲିିଭ ରିଡଲେ କଇଁଛ ଅଣ୍ଡାଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୮୬୭ ବୁଥ୍‌ରେ ହେବ ୱେବ୍‌କାଷ୍ଟିଂ

କେନ୍ଦ୍ରାପଡ଼ା,୧୭ା୫(ଜଗନ୍ନାଥ ଧଳ): ଜୁନ୍‌ ୧ରେ ସାଧାରଣ ନିର୍ବାଚନର ମତଦାନ ପାଇଁ କେନ୍ଦ୍ରାପଡ଼ା ଜିଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ପ୍ରାୟ ଶେଷ ହୋଇଛି। ମୋଟ୍‌ ୧୪୪୫ ମଧ୍ୟରୁ...

ଦୋକାନ ଭିତରେ ପଶିଗଲା ବରଯାତ୍ରୀଙ୍କୁ ଧରି ଫେରୁଥିବା ଗାଡ଼ି

ଭବାନୀପାଟଣା,୧୮।୫(ଉତ୍ତମ କୁମାର ଦାଶ): ସଟର ଭାଙ୍ଗି ଦୋକାନ ଭିତରକୁ ପଶିଗଲା ସ୍କର୍ପିଓ। ଶୁକ୍ରବାର ବିଳମ୍ବିତ ରାତିରେ କଳାହାଣ୍ଡି ଜିଲା ଧର୍ମଗଡଠାରେ ଦ୍ରୁତ ଗତିରେ ବରଯାତ୍ରୀଙ୍କୁ ଧରି...

ହୋଟେଲ ରୁମ୍‌ରେ ପୋଲିସ କନ୍‌ଷ୍ଟେବଲଙ୍କୁ ହତ୍ୟା

ବଲାଙ୍ଗୀର,୧୮।୫(ବୀରେନ୍ଦ୍ର କୁମାର ଝାଙ୍କର): ବଲାଙ୍ଗୀର ସହର ରେଲୱେ ଷ୍ଟେଶନ୍‌ ନିକଟ ଏକ ହୋଟେଲ ରୁମ୍‌ରୁ ଜଣେ ବ୍ୟକ୍ତିଙ୍କ ହାତମୁହଁ ବନ୍ଧା ମୃତଦେହ ପୋଲିସ ଉଦ୍ଧାର କରରଯାଇଛି।...

‘୬ଷ୍ଠ ଥର ନବୀନ ମୁଖ୍ୟମନ୍ତ୍ରୀ ହେଲେ ଜମିଜମା ସମସ୍ୟାର ସମାଧାନ କରାଯିବ’

ଜଟଣୀ,୧୮ା୫(ରବୀନ୍ଦ୍ରନାଥ ମହାକୁଡ଼): ଓଡ଼ିଶାରେ ୬ଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେଲେ ଜଟଣୀରେ ରହିଥିବା ଜମିଜମା ସମସ୍ୟାର ସମାଧାନ କରାଯିବ। ସମସ୍ତ ଏସ୍‌ଏଚ୍‌ଜି ମହିଳାଙ୍କୁ...

ପରିବହନକାରୀ ସଂସ୍ଥା କର୍ମଚାରୀଙ୍କଠାରୁ ୨୦ ଲକ୍ଷ ଜବତ

ବଡ଼ବିଲ,୧୮ା୫(ଦେବପ୍ରିୟ ରଣା): କେନ୍ଦୁଝର ଜିଲା ବଡ଼ବିଲ ପୋଲିସ ଶୁକ୍ରବାର କିରିବୁ ଓ ସାଧୁସିଂ ହଟିଂ ଛକରେ ଯାନବାହନ ତନଖି ବେଳେ ୨୦ ଲକ୍ଷ ଟଙ୍କା ଜବତ...

ବିରୋଧୀ ମିଛ କହି କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,(ଅସମାପିକା ସାହୁ)/ସମ୍ବଲପୁର, (ପ୍ରମୋଦ ବହିଦାର)/ଅନୁଗୋଳ, (ଅମିତ କୁମାର ସାମଲ) / ଢେଙ୍କାନାଳ (ରତନ ନାୟାର)୧୮।୫: ରାଜ୍ୟର ୨ ଲୋକ ସଭା କ୍ଷେତ୍ରର ୪ ନିର୍ବାଚନମଣ୍ଡଳୀରେ ପ୍ରଚାର...

୨୫ ବର୍ଷ ଶାସନରେ ଓଡ଼ିଶା ୫୦ ବର୍ଷ ଖସିଛି: ଶାହା

ରାଉରକେଲା,୧୮ା୫(ବିପ୍ଲବ ରଞ୍ଜନ ଦାଶ): ଏଥର ସାରା ଓଡ଼ିଶାରେ ମଧ୍ୟ ପଦ୍ମ ଫୁଟିବ। ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଲେ ଦେଶରେ ୩୦କୋଟି ଦିଦି ଲକ୍ଷପତି,୩କୋଟି ଗରିବଙ୍କୁ...

ବରଗଡ଼ରେ ଧର୍ମେନ୍ଦ୍ରଙ୍କ ରୋଡ୍‌ ଶୋ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ସାଧାରଣ ନିର୍ବାଚନ ପାଇଁ ମତଦାନ ଦିବସ ଯେତିକି ପାଖେଇ ଆସୁଛି, ଅନୁରୂପ ଭାବେ ପ୍ରାର୍ଥୀଙ୍କ ପ୍ରଚାର ମଧ୍ୟ ଜୋର୍‌ ଧରିବାରେ ଲାଗିଛି। ବରଗଡ଼...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri