ବିମାନ ଦୁର୍ଘଟଣାସ୍ଥଳ ପରିଦର୍ଶନ କଲେ ଫ୍ରାନ୍ସ ବିଶେଷଜ୍ଞ ଦଳ

କାଠମାଣ୍ଡୁ,୧୮ା୧: ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ବୁଧବାର ଫ୍ରାନ୍ସର ଏକ ବିଶେଷଜ୍ଞ ଦଳକୁ ଡାକିଛି ନେପାଳ। ଏହି ଦୁର୍ଘଟଣାଗ୍ରସ୍ତ ବିମାନରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣ ଯାତ୍ରୀ ଥିଲେ। ଫ୍ରାନ୍ସର ଏକ ବିଶେଷଜ୍ଞ ଦଳ ଦୁର୍ଘଟଣାର ଅନୁସନ୍ଧାନ ପାଇଁ ଆଜି ଦୁର୍ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ୟେତି ଏୟାରଲାଇନ୍ସର ଜଣେ ଅଧିକାରୀ କହିଛନ୍ତି, ବିମାନ ଦୁର୍ଘଟଣାର ସବିଶେଷ ତଥ୍ୟ ବୁଝିବା ପାଇଁ ପୋଖରାର ଏକ ୯ ଜଣିଆ ଟିମ୍‌ ବିମାନ କର୍ମଚାରୀ ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ପଚରାଉଚରା କରିଥିଲେ। କାଠମାଣ୍ଡୁରୁ ସକାଳ ୧୦.୩୦ରେ ଉଡ଼ାଣ ଭରିଥିବା ଏହି ବିମାନ ରବିବାର ୪ କ୍ରୁ ସଦସ୍ୟ ଏବଂ ୬୮ ଜଣ ଯାତ୍ରୀଙ୍କୁ ନେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେଥିମଧ୍ୟରୁ ୭୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି ନିଖୋଜ ଥିବା କୁହାଯାଉଛି।

ବିମାନ ଦୁର୍ଘଟଣାର ତଦନ୍ତ ପାଇଁ ନେପାଳ ସରକାର ଏକ ୫ ଜଣିଆ କମିଟି ଗଠନ କରିଥିଲେ। ପୂର୍ବତନ ବିମାନ ସଚିବ ନଗେନ୍ଦ୍ର ଘିମେରଙ୍କ ନେତୃତ୍ୱରେ ଏକ ୫ ଜଣିଆ କମିଟି ୪୫ ଦିନ ମଧ୍ୟରେ ଦୁର୍ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି। ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏଟିଆର-୭୨ ବିମାନ ଫ୍ରାନ୍ସ ଏବଂ ଇଟାଲୀ ସହାୟତାରେ ଏଟିଆର ଦ୍ୱାରା ନିର୍ମିତ ଯୁଗ୍ମ ଟର୍ବୋପ୍ରପ୍‌ ଇଞ୍ଜିନ ଦ୍ୱାରା ପରିଚାଳିତ। ଏଭଳି ପରିସ୍ଥିତିରେ ନେପାଳୀ ସେନାର ଏକ ଟିମ୍‌ ବିମାନର ଅବଶିଷ୍ଟାଂଶ ଖୋଜିବାରେ ନିୟୋଜିତ ଅଛନ୍ତି। ବିମାନର କକ୍‌ପିଟ୍‌ ଭଏସ୍‌ ରେକର୍ଡର ଏବଂ ଫ୍ଲାଇଟ୍‌ ଡାଟା ରେକର୍ଡର ମିଳିଛି। ଏହି ଦୁଇଟି ଯନ୍ତ୍ରର ଅବସ୍ଥା ଭଲ ଅଛି। ଏଗୁଡ଼ିକ ଅନୁସନ୍ଧାନକାରୀଙ୍କୁ ଦୁର୍ଘଟଣାର କାରଣ ଜାଣିବାରେ ସାହାଯ୍ୟ କରିବ।

ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଅନେକ ଶରୀର ଜଳି ଯାଇଥିଲା ଏବଂ ଶରୀରର କିଛି ଅଂଶ ଏଣେତେଣେ ବିଛାଡ଼ି ହୋଇ ପଡ଼ିଥିଲା। ଏଭଳି ପରିସ୍ଥିତିରେ ଏହି ମୃତଦେହ ଚିହ୍ନଟ କରିବାରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏୟାରଲାଇନ୍ସର ମୁଖପାତ୍ର ସୁଦର୍ଶନ ବର୍ତ୍ତଉଲା କହିଛନ୍ତି, ପୋଷ୍ଟମର୍ଟମ ପରେ ମୃତଦେହଗୁଡ଼ିକର ଡିଏନଏ ପରୀକ୍ଷା କରାଯାଇଥିଲା ଏବଂ ପରେ ସେମାନଙ୍କୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହି କାରଣରୁ ମୃତଦେହ ହସ୍ତାନ୍ତର କରିବାରେ ବିଳମ୍ବ ହୋଇଥିଲା।

ସୂଚନାଯୋଗ୍ୟ, ଏପର୍ଯ୍ୟନ୍ତ ନେପାଳରେ ୯୧୪ ଜଣଙ୍କର ମୃତ୍ୟୁ ହୋଇଛି। ନେପାଳର ବେସାମରିକ ବିମାନ ଚଳାଚଳ ସଂସ୍ଥା ଅନୁଯାୟୀ, ଅଗଷ୍ଟ ୧୯୫୫ରେ ପ୍ରଥମ ବିମାନ ଦୁର୍ଘଟଣା ପରେ ୯୧୪ ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ପୋଖରାରେ ରବିବାରର ବିମାନ ଦୁର୍ଘଟଣା ୧୦୪ତମ ଏବଂ ଆହତଙ୍କ ମଧ୍ୟରେ ତୃତୀୟ ବୃହତ୍ତମ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ପୂର୍ବତନ ଅଧିନାୟକ

ଇସଲାମାବାଦ୍‌,୨୫।୪: ପାକିସ୍ତାନ ମହିଳା କ୍ରିକେଟ ଦଳର ପୂର୍ବତନ ଅଧିନାୟକ ବିସ୍‌ମାହ ମାରୋଫ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି। ସେ ହଠାତ୍‌ ଅବସର ଘୋଷଣା କରି ସମସ୍ତଙ୍କୁ...

ପରଦା ପଛରେ ଚାଇନା ସହ କଥାବାର୍ତ୍ତା କରୁଛି ତିବ୍ବତ: ଭାରତକୁ କଲା ଏମିତି ଅପିଲ୍‌

ଧର୍ମଶାଳା,୨୫।୪: ତିବ୍ଦତ ସରକାର ପରଦା ପଛରେ ଚାଇନା ସରକାରଙ୍କ ସହ କଥାବାର୍ତ୍ତା କରୁଛନ୍ତି। ଉଭୟ ପକ୍ଷ ଦୀର୍ଘ ବିଚାରାଧୀନ ଦ୍ୱିପାକ୍ଷିକ ଆଲୋଚନାକୁ ପୁଣି ଆରମ୍ଭ କରିବାକୁ...

ସ୍ତ୍ରୀଙ୍କ ବିରୋଧରେ ଆସିଲା ଦୁର୍ନୀତି ଅଭିଯୋଗ, ପଦ ଛାଡିବାର ସଙ୍କେତ ଦେଲେ ସ୍ପେନ୍‌ ପ୍ରଧାନମନ୍ତ୍ରୀ

ମାଦ୍ରିଦ୍‌,୨୫।୪: ସ୍ପେନର ପ୍ରଧାନମନ୍ତ୍ରୀ ପେଡ୍ରୋ ସାଞ୍ଚେଜଙ୍କ ସ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଛି। ପ୍ରଧାନମନ୍ତ୍ରୀ ତାଙ୍କର ସମସ୍ତ ସରକାରୀ କାର୍ଯ୍ୟ ବନ୍ଦ କରି ଦେଇଛନ୍ତି ଏବଂ...

ମିଳିତ ଜାତିସଂଘରେ ଆମେରିକା-ରୁଷିଆ ମୁହାଁମୁହିଁ

ଓ୍ବାଶିଂଟନ,୨୫ା୪: ମିଳିତ ଜାତିସଂଘରେ ଆମେରିକା ଏବଂ ରୁଷିଆ ପୁଣି ଥରେ ମୁହାଁମୁହିଁ ହୋଇଛନ୍ତି। କିଛି ଦିନ ପୂର୍ବରୁ ଏକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ, ରୁଷିଆ...

ଆମେରିକା ଉପରେ ରାଗିଗଲେ ନେତାନ୍ୟାହୁ: କହିଲେ ଏମିତି କଥା

ଜେରୁଜେଲମ,୨୫।୪: ଗାଜାରେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ଯୁଦ୍ଧ ଜାରି ରହିଛି ଏବଂ ଇରାନ ସହିତ ଯୁଦ୍ଧ ପରି ପରିସ୍ଥିତି ଅଛି। ଏହି ସମୟରେ ବେଞ୍ଜାମିନ...

ଇସାରା ଇସାରାରେ ପାକିସ୍ତାନକୁ ଧମକ ଦେଲା ଆମେରିକା

ଓ୍ବାଶିଂଟନ,୨୪ା୪: ଫେବୃଆରୀ ୮ ସାଧାରଣ ନିର୍ବାଚନ ପରେ ଇରାନର ରାଷ୍ଟ୍ରପତି ସୟଦ ଇବ୍ରାହିମ ରାଇସିଙ୍କ ଇସଲାମାବାଦ ଗସ୍ତ ପ୍ରଥମ ରାଜ୍ୟ ମୁଖ୍ୟଙ୍କ ଦ୍ୱାରା ହୋଇଛି। ତାଙ୍କର...

ପାଶ୍ଚରାଇଜ୍ଡ କ୍ଷୀରରେ ମିଳିଲା ବାର୍ଡ ଫ୍ଲୁ ଜୀବାଣୁର ଅବଶିଷ୍ଟାଂଶ, ପରୀକ୍ଷା ପାଇଁ ପଠାଗଲା ନମୁନା

ଓ୍ବାଶିଂଟନ,୨୪।୪: ଆମେରିକାର ବିଭିନ୍ନ ରାଜ୍ୟରେ ଡେୟରି ଗାଈମାନଙ୍କଠାରେ H5N1 ଷ୍ଟ୍ରେନ ପ୍ରଥମ ଥର ପାଇଁ ଚିହ୍ନଟ ହୋଇଛି। ଏହା ପ୍ରାୟ ୮ଟି ରାଜ୍ୟରେ ବ୍ୟାପିଛି। ଏହି...

ଆମେରିକାରେ ମୋଦିଙ୍କ ଭଳି ନେତାଙ୍କର ଆବଶ୍ୟକତା ରହିଛି, କିଏ କଲେ ଏମିତି ପ୍ରଶଂସା

ନୂଆଦିଲ୍ଲୀ,୨୪।୪: ସମଗ୍ର ବିଶ୍ୱରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା କେତେ ବଢୁଛି ତାହା ଆକଳନ କରାଯାଇପାରିବ ଯେ ଲୋକମାନେ ତାଙ୍କ ଭଳି ଜଣେ ନେତା ମଧ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri