Posted inଜାତୀୟ

ଭାଜପା ଏମ୍‌ପି ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗ: କେନ୍ଦ୍ରମନ୍ତ୍ରୀ ଦେଲେ ସଫେଇ

ନୂଆଦିଲ୍ଲୀ,୧୮।୧: ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟ ଇଣ୍ଡିଗୋ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିବା ପ୍ରସଙ୍ଗରେ କେନ୍ଦ୍ର ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ନିଜ ମତ ରଖିଛନ୍ତି। ଏନେଇ ସେ କହିଛନ୍ତି, ତଥ୍ୟକୁ ଦେଖିବା ଆବଶ୍ୟକ। ବିମାନଟି ରନ୍‌ଓ୍ବେରେ ଥିବାବେଳେ ଜରୁରୀକାଳୀନ ଦ୍ୱାର ଭୁଲବଶତଃ ଖୋଲା ଯାଇଥିଲା ଏବଂ ସମସ୍ତ ଯାଞ୍ଚ ପରେ ବିମାନ ଉଡ଼ାଣକୁ ଅନୁମତି ଦିଆଯାଇଥିଲା। ଏହି ଭୁଲ ପାଇଁ ସେ କ୍ଷମା ମାଗିଛନ୍ତି।
ସୂଚନାଯୋଗ୍ୟ, ଡିସେମ୍ବର ୧୦, ୨୦୨୨ରେ ଇଣ୍ଡିଗୋ ବିମାନରେ ବୋର୍ଡିଂ ପ୍ରକ୍ରିୟା ଚାଲିଥିବାବେଳେ ଜଣେ ଯାତ୍ରୀ ହଠାତ୍‌ ବିମାନର ଜରୁରୀକାଳୀନ ଦ୍ୱାର ଖୋଲିଥିଲେ। ଯାତ୍ରୀ ଏଥିପାଇଁ ତୁରନ୍ତ କ୍ଷମା ମାଗିଥିଲେ। ଏହା ପରେ ସମସ୍ତ ପ୍ରକାର ଯାଞ୍ଚ ପରେ ବିମାନଟି ଉଡ଼ିଗଲା। ଏହି ଘଟଣା ଯୋଗୁ ବିମାନ ବିଳମ୍ବ ହୋଇଥିଲା। ତେବେ ଏହି ଦାବି ଖୋଲିବା ପାଇଁ ବିମାନ କିମ୍ବା ଡିଜିସିଏ ଦ୍ୱାରା ଯାତ୍ରୀଙ୍କ ନାମ ପ୍ରକାଶ କରାଯାଇ ନ ଥିଲା। କିନ୍ତୁ ବିମାନରେ ଥିବା ଅନ୍ୟ ଜଣେ ଯାତ୍ରୀ ଭୁଲ କରିଥିବା ଯାତ୍ରୀ ଜଣଙ୍କ ଭାଜପା ଏମ୍‌ପି ତେଜସ୍ବୀ ସୂର୍ଯ୍ୟ ବୋଲି କହିଥିଲେ। ଏହା ପରେ କଂଗ୍ରେସ, ଏଆଇଏମଏମ ଏବଂ ଟିଏମସି ଭାଜପାକୁ ଟାର୍ଗେଟ୍‌ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ପାଇଁ ଜିଲାପାଳଙ୍କୁ ଫେରାଦ

ବରଗଡ଼,୧୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲି ବ୍ଲକ ଅନ୍ତର୍ଗତ କେବାଡ଼ ଗ୍ରାମରେ ଏକ ଧାନମଣ୍ଡି ଖୋଲିବାକୁ ଦାବି ହୋଇଛି। ଏହି ଦାବି ନେଇ ବୁଧବାର ଗ୍ରାମର ଚାଷୀମାନେ…

ରାସ୍ତା ନ ଥିବାରୁ ରନ୍ଧା ସାମଗ୍ରୀ ଧରି ଧାରଣା ବସିଲେ ପଡ଼ାବାସୀ

ବରଗଡ଼,୧୬ା୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଭଟଲି ବ୍ଲକ ଅନ୍ତର୍ଗତ ଟୁକୁର୍ଲା ଗ୍ରାମର ନୂଆଁପଡ଼ା। ଦୀର୍ଘ ୭ବର୍ଷ ପୂର୍ବରୁ ଲୋକେ ଏଠାରେ ବସତି ସ୍ଥାପନ କରିଛନ୍ତି। ଏହି ପଡ଼ାରେ…

ହର୍ମୁଜକୁ ନେଇ ଇରାନ ଆଗରେ ସର୍ତ୍ତ ରଖିଦେଲେ ଟ୍ରମ୍ପ, ନ ମାନିଲେ ହେବ ବଡ଼ ଯୁଦ୍ଧ

ଓ଼୍ବାଶିଂଟନ,୧୬।୪: ଆମେରିକା ଏବଂ ଇରାନ ମଧ୍ୟରେ ସଂଘର୍ଷ ସମାପ୍ତ କରିବା ପାଇଁ କୂଟନୈତିକ ପ୍ରୟାସ ପୁଣି ଆରମ୍ଭ ହୋଇଛି। ଉଭୟ ଦେଶ ଦ୍ୱିତୀୟ ପର୍ଯ୍ୟାୟ ଶାନ୍ତି ଆଲୋଚନା…

ସିବିଏସ୍‌ଇ ଦଶମ ପାସ୍‌ ହାର ୯୩.୭୦%

ଭୁବନେଶ୍ୱର,୧୬ା୪(ସୁଚିସ୍ମିତା ସାହୁ): କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ(ସିବିଏସ୍‌ଇ) ଦ୍ୱାରା ପରିଚାଳିତ ଦଶମ ପରୀକ୍ଷାଫଳ ବୁଧବାର ପ୍ରକାଶ ପାଇଛି। ସର୍ବ ଭାରତୀୟସ୍ତରରେ ଦଶମ ପାସ୍‌ ହାର ୯୩.୭୦% ରହିିଥିବାବେଳେ…

ଇରାନ୍‌ରେ ମୁନିର, ସାଉଦି ଆରବରେ ଶରିଫ୍‌

ତେହରାନ୍‌/ରିୟାଦ,୧୬ ୪: ପାକିସ୍ତାନର ସର୍ବୋଚ୍ଚ ସାମରିକ ଅଧିକାରୀ ଫିଲ୍ଡ ମାର୍ଶାଲ ଆସିମ ମୁନିର ବୁଧବାର ଇରାନ୍‌ରେ ପହଞ୍ଚତ୍ଥିବାବେଳେ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍‌ ସାଉଦି ଆରବ ଗସ୍ତ କରିଛନ୍ତି।…

ଆମେରିକା ଦେଲା ଝଟକା: ଆଉ ରୁଷିଆଠାରୁ ଶସ୍ତା ତେଲ କିଣିପାରିବ ନାହିଁ ଭାରତ

ତେହରାନ୍‌,୧୬।୪: ହର୍ମୁଜ ଅବରୋଧ ମଧ୍ୟରେ, ଆମେରିକା ଏକ ଗୁରୁତ୍ୱପୂର୍ଣ୍ଣ ଆଘାତ ଦେଇଛି। ଯାହା ଅନେକ ଦେଶକୁ ପ୍ରଭାବିତ କରିବ। ପ୍ରକୃତରେ, ଆମେରିକା ଆଉ ଭାରତକୁ ରୁଷୀୟ ତେଲ…

RCBର ଏତିହାସିକ ବିଜୟ, ପ୍ରଥମ ଥର ପାଇଁ ଘରୋଇ ମଇଦାନରେ ଲକ୍ଷ୍ନୌକୁ କଲା ପରାସ୍ତ

ନୂଆଦିଲ୍ଲୀ,୧୫।୪: ଭାରତୀୟ ପ୍ରିମିୟର ଲିଗ୍  ର ଏକ ରୋମାଞ୍ଚକର ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ନିଜର ଘରୋଇ ଗ୍ରାଉଣ୍ଡ ଏମ୍.ଏ. ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଲକ୍ଷ୍ନୌ ସୁପର ଜାଏଣ୍ଟସ…

ଏଥର ରାଜସ୍ଥାନ ରୟାଲ୍ସ ହିଁ ଜିତିବ ଆଇପିଏଲ୍‌? ଗୋଟିଏ ପରାଜୟ ଦେଲା ଖୁସିଖବର!

ନୂଆଦିଲ୍ଲୀ,୧୫।୪: ଆଇପିଏଲ୍‌ ୨୦୨୬ ସଂସ୍କରଣରେ ରାଜସ୍ଥାନ ରୟାଲ୍ସ (RR) ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ଖେଳିଥିବା ୫ଟି ମ୍ୟାଚ୍‌ରୁ ଦଳ ୪ଟିରେ ବିଜୟୀ ହୋଇଥିବାବେଳେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri