ଜନବସତିକୁ ମାଡ଼ିଗଲା ମାଲବାହୀ ଟ୍ରେନ୍‌

ରାଉରକେଲା, ୬ା୧(ସଙ୍ଗୀତା ଜେନା): ଦକ୍ଷିଣ-ପୂର୍ବ ରେଳପଥର ରାଉରକେଲା ଷ୍ଟେଶନ ନିକଟରେ ବୁଧବାର ସକାଳ ପ୍ରାୟ ୬ଟାରେ ଟ୍ରେନ ଦୁର୍ଘଟଣା ଘଟିଛି। ମାଲଗୋଦାମ ଏଫ୍‌ସିଆଇ ବସ୍ତି ନିକଟରେ ଏକ ମାଲବାହୀ ଟ୍ରେନ୍‌ ୟାର୍ଡ ଭିତରେ ପଛଉ ଥିବାବେଳେ ୟାର୍ଡ଼ ପାଚେରି ଭାଙ୍ଗି ୫ଟି ବଗି ଜନବସତି ମଧ୍ୟକୁ ପଶିଆସିଥିଲା। ମାଲବାହୀ ଟ୍ରେନ ନମ୍ବର ୬୧୪୦୮୧୦ର ବଗି ନମ୍ବର ୩୧୫, ୭୩୨, ୭୪୯, ୭୫୬, ୩୨୨ ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି। ଏଥିରେ କେହି ମୃତାହତ ହୋଇ ନ ଥିବା କୁହାଯାଇଥିବା ବେଳେ ବସ୍ତିରେ ରଖାଯାଇଥିବା ୧୦ରୁ ଊର୍ଦ୍ଧ୍ୱ ଠେଲା, ରିକ୍ସା, ଅଟୋ ଉପରେ ଉକ୍ତ ବଗିଗୁଡ଼ିକ ଚଢ଼ିଯାଇଥିଲା। ଦୁର୍ଘଟଣା ପରେ ରେଳ କର୍ତ୍ତୃପକ୍ଷ ଓ ଟେକ୍‌ନିକାଲ ଟିମ୍‌ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲେ। ଅପରାହ୍ନ ୩ଟାରେ ଦକ୍ଷିଣ-ପୂର୍ବ ରେଳପଥର ଜେନେରାଲ ମ୍ୟାନେଜର ଅନିଲ ମିଶ୍ର, ଚକ୍ରଧରପୁର ଡିଭିଜନର ରେଳ ମ୍ୟାନେଜର (ଡିଆର୍‌ଏମ୍‌) ତରୁଣ ହୁରିଆ, ବନ୍ଧମୁଣ୍ଡା ଏଆର୍‌ଏମ୍‌ ସମୀର ସୌରଭ, ସିନିୟର ଡିସିଏମ୍‌ ଆଦିତ୍ୟ ଚୌଧୁରୀ, ଡିଭିଜନାଲ ଅପରେଶନ୍‌ ମ୍ୟାନେଜର ଅବିନାଶ କୁମାର, ମୁଖ୍ୟ ବାଣିଜି୍ୟକ ନିରୀକ୍ଷକ ଅତୁଲ ଘୋଷଙ୍କ ସମେତ ବରିଷ୍ଠ ଅଧିକାରୀମାନେ ପହଞ୍ଚତ୍ ପରିସ୍ଥିତିର ସମୀକ୍ଷା କରିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଏହି ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ସୂଚନା ମିଳିଛି। ଉକ୍ତ ଘଟଣା ମୁଖ୍ୟ ଲାଇନରେ ଘଟି ନ ଥିଲେ ବି କିଛି ସମୟ ମୁଖ୍ୟ ଲାଇନରେ ରେଳ ଚଳାଚଳ ବ୍ୟାହତ ହୋଇଥିଲା। ଲୋକମାନେ ଶୋଇଥିବାବେଳେ ପ୍ରଚଣ୍ଡ ଶବ୍ଦ କରି ଟ୍ରେନ୍‌ ବଗିଗୁଡ଼ିକ ବସ୍ତି ମଧ୍ୟକୁ ଧସେଇ ପଶିଥିଲା। ବସ୍ତିବାସୀ ସମରପ୍ରିୟ ତନ୍ତୀଙ୍କ କହିବା ଅନୁସାରେ, ବସ୍ତି ସୁରକ୍ଷାକୁ ଆଦୌ ଦୃଷ୍ଟିକୁ ନିଆଯାଉନାହିଁ। କ୍ଷତିଭରଣା ପ୍ରଦାନ ସହ ଆଗାମୀ ଦିନରେ ଏପରି ତ୍ରୁଟି ନ ହେବା ପାଇଁ ପ୍ରତିଶ୍ରୁତି ଦିଅନ୍ତୁ ବୋଲି କହିଥିଲେ। ବସ୍ତିର ଅନ୍ୟମାନେ କ୍ଷତି ଭରଣା ଲାଗି ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିସିଟିଭିକୁ ବି ଖାତିର ନାହିଁ! ହୁମାରେ ଖୁଲମ୍‌ଖୁଲା ବାଇକ୍ ଚୋରି, ଗୋଟିଏ ରାତିରେ ୩ ବାଇକ୍ ଗାଏବ, ଆତଙ୍କିତ ବ୍ୟବସାୟୀ

ହୁମା, ୫।୯(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମା ଅଞ୍ଚଳରେ ବାଇକ୍ ଚୋରିର ଆତଙ୍କ ଖେଳିଯାଇଛି। କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସକ୍ରିୟ ହୋଇଉଠିଛନ୍ତି…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ଗୁରୁଦିବସରେ ଗୁରୁଙ୍କ ପ୍ରତିବାଦ: କଳା ବ୍ୟାଚ୍ ପିନ୍ଧି ‘କଳା ଦିବସ’ ପାଳିଲେ ଅଂଶୁପା ସ୍ନାତକ ମହାବିଦ୍ୟାଳୟ ଅଧ୍ୟାପକ

ବାଙ୍କୀ,୫।୯(ଶୁଭେନ୍ଦୁ ମହାପାତ୍ର): ଗୋଟିଏ ପଟେ ସାରା ରାଜ୍ୟରେ ଗୁରୁଦିବସ ପାଳିତ ହୋଇଯାଇଥିବା ବେଳେ ବାଙ୍କୀ ଉପଖଣ୍ଡ ଅଂଶୁପା ସ୍ନାତକ ମହାବିଦ୍ୟାଳୟଠାରେ ଦେଖିବାକୁ ମିଳିଛି ଭିନ୍ନ ଚିତ୍ର। ଓସ୍ନେଲିଆ…

ପାଟଣାରେ ଗୁରୁଦିବସ: ଅବସରପ୍ରାପ୍ତ ଗୁରୁଙ୍କୁ ମାନପତ୍ର ଓ ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧନା

ପାଟଣା,୫।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ଓ ଏହାର ଆଖପାଖ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଦାର୍ଶନିକ ଡକ୍ଟର ସର୍ବପଲ୍ଲୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ଆଖି ବୁଜିଛନ୍ତି ଗୁରୁ, ହେଲେ ଆଦର୍ଶକୁ ଭୁଲିନାହାନ୍ତି ଶିଷ୍ୟ: ପ୍ରତିମୂର୍ତ୍ତୀ ଗଢ଼ି ଗୁରୁଦିବସ ପାଳିଲା…

ପୁରୁଷୋତ୍ତମପୁର,୫।୯ (ସବିତା ମିଶ୍ର): ଗୁରୁଙ୍କ ଶରୀର ନ ଥାଇପାରେ, କିନ୍ତୁ ତାଙ୍କ ଆଦର୍ଶ ଆଜି ବି ଜୀବନ୍ତ। ଏହି ବାକ୍ୟକୁ ସତ୍ୟରେ ପରିଣତ କରିଛନ୍ତି ଗଞ୍ଜାମ ଜିଲା…

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri