Posted inଜାତୀୟ

ଜେଲରେ ସୁକେଶଙ୍କୁ ଭେଟିଥିଲେ ୧୨ ଅଭିନେତ୍ରୀ

ନୂଆଦିଲ୍ଲୀ, ୨୦।୧୨: କୋଟିପତି ଠକ ବ୍ୟବସାୟୀ ସୁକେଶ ଚନ୍ଦ୍ରଶେଖର ତିହାର ଜେଲରେ ବିଳାସପୂର୍ଣ୍ଣ ଜୀବନ ଯାପନ କରୁଥିଲେ। ଜେଲରେ ଥାଇ ଚଳାଉଥିଲେ ବଟି ଆଦାୟ ର଼୍ୟାକେଟ। ଜେଲରେ ତାଙ୍କୁ ଗୋଟିଏ କି ଦୁଇଟି ନୁହେଁ ୧୨ ବଲିଉଡ୍‌ ଅଭିନେତ୍ରୀ ଆସିଥିଲେ। ଏହି ତାଲିକାରେ ଜାକଲିନ ଫର୍ନାଣ୍ଡିଜ୍‌, ନୋରା ଫତେହିଙ୍କ ଭଳି ଅଭିନେତ୍ରୀ ଅଛନ୍ତି। ଏ ସବୁ ବ୍ୟବସ୍ଥା ପାଇଁ ସେ ତିହାର ଜେଲ୍‌ ଅଧିକାରୀଙ୍କୁ ମସେଉଥିଲେ ମାସିକ ୧ କୋଟି ଟଙ୍କା। ସ୍ବତନ୍ତ୍ର କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜଶିଟରେ ଏହା ଦର୍ଶାଉଛି।

ପ୍ରଲୋଭନ ଦେଖାଇ ଲୋକଙ୍କ ବିଶ୍ୱାସ ଜିତିବା ପରେ ସେମାନଙ୍କୁ ଠକିବା ସୁକେଶଙ୍କ ପେସା। ସେ ୨୦୨୦ ଜୁନ୍‌ରୁ ୨୦୨୧ ମେ’ ମଧ୍ୟରେ ରାନବାକ୍ସିର ପୂର୍ବତନ ମାଲିକ ଶିବିନ୍ଦର ସିଂଙ୍କ ସ୍ତ୍ରୀ ଅଦିତି ସିଂଙ୍କଠାରୁ ୨୦୦ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି। ଦିଲ୍ଲୀର ତିହାର ଜେଲରେ ଥିବା ସୁକେଶଙ୍କ ବିରୋଧରେ ଇଡି ମନିଲଣ୍ଡରିଂ ମାମଲାର ତଦନ୍ତ ଚଳାଇଛି। ସୁକେଶ ଏବଂ ଅଦିତିଙ୍କ ଭଉଣୀ ଅରୁନ୍ଧତୀ ଖାନ୍ନାଙ୍କୁ ଇଡି ଜେରା କରିବା ପରେ କେତେକ ତଥ୍ୟ ସାମନାକୁ ଆସିଛି। ଅରୁନ୍ଧତୀଙ୍କ ସୂଚନା ଅନୁଯାୟୀ ସୁକେଶ ନିଜକୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍‌ଓ)ର ସ୍ବତନ୍ତ୍ର ଡ୍ୟୁଟିରେ ଥିବା ଅଧିକାର ଅଭିନବ ବୋଲି ପରିଚୟ ଦେବା ସହ ଆୟକର ବିଭାଗ, ଗୋଇନ୍ଦା ବ୍ୟୁରୋ ଏବଂ ଆଇନ ବିଭାଗର ପ୍ରମୁଖ ଅଧିକାରୀମାନେ ତାଙ୍କ ଅଧୀନରେ ବୋଲି କହିଥିଲେ। ସୁକେଶ ମୋବାଇଲ ଆପ୍ଲିକେଶନ ଏବଂ ଭଏସ୍‌ ମଡ୍ୟୁଲେଶନ ସଫ୍ଟଓ୍ବେର ସହାୟତାରେ ବିଭିନ୍ନ ବରିଷ୍ଠ ଅଧିକାରୀମାନଙ୍କ ସ୍ବରରେ ଅଦିତିଙ୍କୁ ଫୋନ୍‌ କରୁଥିଲେ। ଗିରଫ ହୋଇଥିବା ତାଙ୍କ ସ୍ବାମୀଙ୍କୁ ଜାମିନ ମଞ୍ଜୁର କରାଇଦେବାର ପ୍ରତିଶ୍ରୁତି ଦେଇ ଟଙ୍କା ଆଦାୟ କରୁଥିଲେ। ସୁକେଶ ଜେଲ୍‌ରେ ଥାଇ ଏଭଳି କାରନାମା ଚଳାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ଯୋଜନା

ଭୁବନେଶ୍ୱର,୨୪ା୮(ବନ୍ଦନା ସେଠୀ): ଦେଶରେ ଖୁବ୍‌ଶୀଘ୍ର ଲାଗୁ ହେବ ‘ୱାନ୍‌ ନେଶନ ୱାନ୍‌ ହେଲ୍‌ଥ’ ବା ଏକ ଦେଶ, ଏକ ସ୍ବାସ୍ଥ୍ୟ ଯୋଜନା। ଏଥିସହ ଡାକ୍ତରମାନେ କିଭଳି ଡିଜିଟାଲ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏଣିକି ପ୍ରତିବର୍ଷ ଯୋଗାଇ ଦିଆଯିବ ୩ଟି ମାଗଣା ଗ୍ୟାସ ସିଲିଣ୍ଡର

ଚେନ୍ନାଇ,୨୪।୮: ବିଧାନସଭାରେ ଏକ ବଡ଼ ଘୋଷଣା କରି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ କହିଛନ୍ତି ଯେ ‘ଅନ୍ନପୂର୍ଣ୍ଣି ସୁପର ସିକ୍ସ’ ଯୋଜନା ଅଧୀନରେ ପ୍ରତିବର୍ଷ ତିନୋଟି ମାଗଣା…

ଗୁପଚୁପ ଖାଇବା ପରେ ଆସିଲା ନିଦ; ବାକ୍ସ ଉପରେ ଶୋଇପଡ଼ିଲା ହନୁ ମାଙ୍କଡ଼, ଭାଇରାଲ ହେଉଛି Video

ପାଟଣା,୨୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଷ୍ଟେଟବ୍ୟାଙ୍କ ସମ୍ମୁଖରେ ରବିବାର ଏକ ରୋଚକ ଦୃଶ୍ୟ ଦେଖିବାକୁ ମିଳିଥିଲା। ବଜାର ଅଞ୍ଚଳର ବିଭିନ୍ନ ଦୋକାନରୁ ଖାଦ୍ୟ ମାଗି…

ହୀରାକୁଦ ଡ୍ୟାମର ଖୋଲିଲା ଆଉ ୩ ଗେଟ୍‌, ୮ ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ

​ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ପରିମାଣ ବୃଦ୍ଧି ଯୋଗୁଁ ହୀରାକୁଦ ଜଳଭଣ୍ଡାରକୁ ପୁଣିଥରେ ବନ୍ୟା ଜଳ ପ୍ରବେଶ ବୃଦ୍ଧି ପାଇଛି । ଫଳରେ…

ବିନା ଲାଇସେନ୍ସରେ ବିଭିନ୍ନ ବ୍ରାଣ୍ଡ୍‌ର ମଦ ବିକ୍ରି, ୩ ବ୍ୟବସାୟୀଙ୍କୁ ଗିରଫ କରି…

ଦିଗପହଣ୍ଡି,୨୪ା୮(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଚାନ୍ଦପୁର ଗ୍ରାମ ବଜାରରେ ଚିକିଟି ଏସ୍‌ଡିପିଓ ବିଶ୍ୱାମିତ୍ର ହରପାଲ, ଚିକିଟି ଫାଣ୍ଡି ଅଧିକାରୀ ଏସ୍‌ଆଇ…

ପରଘର ବାରଣ୍ଡାରେ ଚାଲିଛି ପାଠପଢ଼ା: ଅନ୍ଧକାରରେ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ

ଜୁନାଗଡ଼,୨୪ା୮(ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍‌ର ଅନେକ ପ୍ରାଥମିକ ବିଦ୍ୟାଳୟର ଭିତ୍ତିଭୂମି ଦୟନୀୟ ଅବସ୍ଥାରେ ରହିଛି। ଫଳରେ ସେଠାକାର ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ…

ପାରାଦୀପ ଜାହାଜ ବୁଡ଼ି ଘଟଣା: ଏବେ ବି ୨୨ ନାବିକଙ୍କର ମିଳିନି ପତ୍ତା, ଚାଲିଛି ଖୋଜା

ପାରାଦୀପ/ଭୁବନେଶ୍ୱର,୨୪।୮(ଶରତ ରାଉତ/ପି.ଟି.): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଅଭିମୁଖେ ଯାଉଥିବା ପାନାମା-ପତାକାବାହୀ ଜାହାଜ ‘ଏମ୍‌ଭି ଓସେନ ୱିନର୍‌’ ବଙ୍ଗୋପସାଗରରେ ବୁଡ଼ିଯାଇଛି। ପାରାଦୀପ ଉପକୂଳରୁ ପ୍ରାୟ…

ଅସ୍ଥିର ହେଲାଣି ବଙ୍ଗୋପସାଗର, ଅନେକ ରାଜ୍ୟରେ ହେବ ପ୍ରବଳ ବର୍ଷା IMD ଜାରି କଲା ସତର୍କତା

ନୂଆଦିଲ୍ଲୀ,୨୪।୮: ବିଶ୍ୱବ୍ୟାପୀ ପାଣିପାଗ ବିଜ୍ଞାନୀମାନେ ବର୍ତ୍ତମାନ ଏଲ ନିନୋର ସକ୍ରିୟତା ବିଷୟରେ ଆଲୋଚନା କରୁଛନ୍ତି; କିନ୍ତୁ ଏପର୍ଯ୍ୟନ୍ତ ଭାରତରେ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପରିଲକ୍ଷିତ ହୋଇନାହିଁ। ମୌସୁମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri