ମାଗଣା ଯୋଜନା ଓ ଭବିଷ୍ୟତ

ଏବେ ଆମ ଜନପ୍ରିୟ ଗଣତାନ୍ତ୍ରିକ ସରକାର ନିର୍ବାଚନରେ ବାରମ୍ବାର ଜିତି ଶାସନ କ୍ଷମତା ଅକ୍ତିଆର କରିବାକୁ କେବଳ ଟଙ୍କା, ଖାଦ୍ୟ ସାମଗ୍ରୀ ଓ ଅନ୍ୟାନ୍ୟ ଜିନିଷ ବାଣ୍ଟିବାର ଯୋଜନାମାନ ପ୍ରସ୍ତୁତ କରିଚାଲିଛନ୍ତି। ମାଗଣାରେ ଚାଉଳ, ଗହମ, ସ୍କୁଲ ୟୁନିଫର୍ମ, ଜୋତା, ଲାପ୍‌ଟପ୍‌, ମୋବାଇଲ, ସାଇକେଲ ଇତ୍ୟାଦି ବଣ୍ଟା ଚାଲୁଥିଲା ଓ ସବୁ ରାଜ୍ୟରେ ଚାଲିଛି ମଧ୍ୟ। କିନ୍ତୁ ଏବେ ଟଙ୍କାବଣ୍ଟା ଯୋଜନା ଚାଲିଛି। ଚାଷୀମାନଙ୍କୁ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ନିୟମିତଭାବେ ଟଙ୍କା ବାଣ୍ଟି ଚାଲିଛନ୍ତି। ବାଣ୍ଟିବାରେ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ମଧ୍ୟରେ ଏକରକମ ପ୍ରତିଯୋଗିତା ଆରମ୍ଭ କରିଦେଇଛନ୍ତି। ପଞ୍ଜାବର ଚରଣଜିତ ସିଂ ମାନ୍‌ଙ୍କ କଂଗ୍ରେସ ସରକାର ସାଧାରଣବର୍ଗର ଅଢ଼େଇ ଲକ୍ଷ ଛାତ୍ରଙ୍କ ପାଇଁ ମାଗଣା ଡ୍ରେସ୍‌ର ବ୍ୟବସ୍ଥା କରି ଦେଇଗଲେ ଏବଂ ତେପନ ଲକ୍ଷ ଲୋକଙ୍କର ବାକି ଥିବା ଇଲେକ୍ଟ୍ରିବିଲ୍‌ ଛାଡ଼ କରିଦେଲେ। ସମସ୍ତ ମହିଳାଙ୍କ ପାଇଁ ବସ୍‌ଭଡ଼ା ଛାଡ଼ କରିଦେଲେ ଏବଂ କେବଳ ଟିଭି ଦେୟକୁ ମାସିକ ଶହେ ଟଙ୍କାରେ ସୀମିତ କରିଦେଲେ। କରତାରପୁର ପାଇଁ ବସ୍‌ ସେବାକୁ ମାଗଣା କରିଦେଇଗଲେ। ନିର୍ବାଚନରେ ଜିତିବା ପାଇଁ ପ୍ରତିଶ୍ରୁତି ଦେଇ ପଞ୍ଜାବର ପ୍ରଥମ ଆମ୍‌ ଆଦ୍‌ମୀ ପାର୍ଟି ସରକାର କ୍ଷମତାକୁ ଆସିବା ପରେ ଘୋଷଣା କରିଦେଲେ ଯେ ପଞ୍ଜାବର ସମସ୍ତ ମହିଳା ମାସକୁ ହଜାରେ ଟଙ୍କା ଲେଖଁାଏ ପାଇବେ। ମୁକ୍ତ ପାଣି ଓ ବିଜୁଳି ବିଲ୍‌ ସହ କୋଡ଼ିଏ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହସ୍ପିଟାଲ ଅପରେଶନ ଖର୍ଚ୍ଚ ସରକାର ବହନ କରିବେ।
ୟୁପିରେ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଗତ ନିର୍ବାଚନରେ ପଚିଶ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷିଋଣ ଛାଡ଼ କରିବାକୁ ଏକ ସ୍ବତନ୍ତ୍ର ସରକାରୀ ଫଣ୍ଡ୍‌ ସୃଷ୍ଟି କରିବେ ବୋଲି କହିଥିଲେ ଏବଂ ତିନିଶହ ୟୁନିଟ୍‌ ପର୍ଯ୍ୟନ୍ତ ବିଜୁଳି ବିଲ୍‌ ଛାଡ଼ ସହ ପାଞ୍ଚବର୍ଷଯାଏ ମାଗଣା ରାଶନ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଠିକ୍‌ ଏକା ସମୟରେ କଂଗ୍ରେସର ପ୍ରିୟଙ୍କା ଭଦ୍ରା କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍ମାର୍ଟ ଫୋନ୍‌ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କେବଳ ଏତିକି ନୁହେଁ, କଂଗ୍ରେସ ୟୁପିରେ କ୍ଷମତାକୁ ଆସିଲେ ସମସ୍ତ ଗ୍ରାଜୁଏଟ୍‌ ଛାତ୍ରୀଛାତ୍ରଙ୍କୁ ମାଗଣାରେ ‘ସ୍କୁଟି’ ଦେବେ ବୋଲି ମଧ୍ୟ କହିଥିଲେ। ମହିଳାଙ୍କୁ ମାଗଣା ବସ୍‌ଯାତ୍ରା ସହ ପରିବାର ପାଇଁ ବର୍ଷକୁ ତିନୋଟି ଗ୍ୟାସ୍‌ ସିଲିଣ୍ଡର ମାଗଣା ଦିଆଯିବ ବୋଲି ମଧ୍ୟ କହିଥିଲେ। ଏବେ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ବାଣ୍ଟୁଥିବା ଟଙ୍କା ଓ ଜିନିଷପତ୍ରର ଆନୁମାନିକ ମୂଲ୍ୟ କେତେ ଲକ୍ଷ କୋଟି ହେବ ସଠିକ୍‌ କହି ହେବ ନାହିଁ, କାରଣ ଏହା ପ୍ରତିବର୍ଷ ଦ୍ରୁତଗତିରେ ବଢ଼ି ଚାଲିଛି। ଏ ସମସ୍ତ ବଣ୍ଟାବଣ୍ଟି ମାଗଣା ଟଙ୍କା ଓ ଜିନିଷ ପ୍ରକୃତ ଚାଷୀ, ଛାତ୍ର ବା ସାଧାରଣ ଜନତା ପାଆନ୍ତୁ ବା ନ ପାଆନ୍ତୁ ପଛେ, କିନ୍ତୁ ବାଣ୍ଟୁଥିବା ରାଜନୈତିକ ଦଳର କର୍ମୀ ଓ ଭାଟମାନେ ନିୟମିତ ପାଇ ଚାଲିଛନ୍ତି।
ଏବେ ଆସନ୍ତୁ ଗୋଟିଏ ରାଜ୍ୟ ସରକାରଙ୍କର ଗୋଟିଏ ମାତ୍ର ଯୋଜନାର ଖର୍ଚ୍ଚ ହିସାବ କରିବା। ପଞ୍ଜାବରେ ମହିଳାଙ୍କ ସଂଖ୍ୟାା କୋଟିଏରୁ ଊର୍ଦ୍ଧ୍ୱ ହୋଇଥିଲେ ବି ଧରାଯାଉ ଏହା ମାତ୍ର ଏକ କୋଟି। ମାସକୁ ହଜାରେ ଟଙ୍କା ଲେଖାଏଁ ସରକାର ପ୍ରତି ମାସରେ ଏକ ହଜାର କୋଟି ଅର୍ଥାତ୍‌ ବର୍ଷକରେ ବାର ହଜାର କୋଟି ବାଣ୍ଟିବେ। ପଞ୍ଜାବ ସରକାରଙ୍କର ଆନୁମାନିକ ବାର୍ଷିକ ରେଭିନ୍ୟୁ ଆଦାୟ ଏକ ଲକ୍ଷ ବାଷଠି ହଜାର କୋଟି ଓ ଖର୍ଚ୍ଚ ଏକ ଲକ୍ଷ ଅଠଷଠି ହଜାର କୋଟି। ଅର୍ଥାତ୍‌ ପ୍ରତିବର୍ଷ ଛଅ ହଜାର କୋଟି ନିଅଣ୍ଟ । ଏ ବାର ହଜାର କୋଟିର ଗୋଟିଏ ମାଗଣା ଯୋଜନାରେ ବାର୍ଷିକ ନିଅଣ୍ଟ ପରିମାଣ ହେବ ଅଠର ହଜାର କୋଟି ଟଙ୍କା। ତେବେ ଭାବନ୍ତୁ, ପଞ୍ଜାବ ସରକାରଙ୍କ ସମସ୍ତ ”ମାଗଣା ଓ ଛାଡ଼“ କାର୍ଯ୍ୟକାରୀରେ ଏ ନିଅଣ୍ଟ କେତେରେ ପହଞ୍ଚତ୍ବ! ସେଇ ଅନୁସାରେ ଦେଶର ସମସ୍ତ ରାଜ୍ୟର ମାଗଣା ବଣ୍ଟା ଯୋଜନାରେ ଆସନ୍ତା ୫ ବର୍ଷ ପରେ ଦେଶର ଆର୍ଥିକ ସ୍ଥିତି ଶ୍ରୀଲଙ୍କାର ଏବକା ଅର୍ଥନତିକ ଦେବାଳିଆ ସ୍ଥିତିରେ ପହଞ୍ଚତ୍ୟିବ ନାହିଁ ତ! ଦେଶର କୋଟି କୋଟି ଜନତା ଏ ମାଗଣା ଯୋଜନା ଭରସାରେ ଅଳସୁଆ ଓ ନିକମା ହୋଇଯିବେନି ତ!
ଗତ ୩୧.୩.୨୦୨୨ ସୁଦ୍ଧା ପଞ୍ଜାବ ରାଜ୍ୟ ସରକାରଙ୍କ ଋଣ ଭାର ଥିଲା ଦୁଇ ଲକ୍ଷ ବୟାଅଶୀ ହଜାର କୋଟି, ଯାହାକି ଅବିଳମ୍ବେ ପନ୍ଦର ଲକ୍ଷ ବା କୋଡ଼ିଏ ଲକ୍ଷ କୋଟିରେ ପହଞ୍ଚତ୍ୟିବ। ଏହିପରି ଦେଶର ତିରିଶଟିଯାକ ରାଜ୍ୟର ଋଣଭାର ବର୍ତ୍ତମାନ ଅସମ୍ଭାଳ ଅବସ୍ଥା ଆଡ଼କୁ ଦ୍ରୁତଗତିରେ ଆଗେଇ ଚାଲିଛି। ଏଣେ ଦୁର୍ନୀତି ନିବାରଣ ବିଭାଗ ଏପରିକି ସି.ବି.ଆଇ. ମଧ୍ୟ ସରକାରଙ୍କ ନିର୍ଦ୍ଦେଶରେ ନିରପେକ୍ଷ ନ ରହି ବିରୋଧୀ ଦଳ ନେତା ଓ ଶିଳ୍ପପତିଙ୍କ ଘର ରେଡ୍‌ କରି ଚାଲିଛି। ଏ ପ୍ରକ୍ରିୟା ଏବକା ଶାସନକର୍ତ୍ତା ବିରୋଧୀ ଦଳ ହେବା ପରେ ବି ଚାଲୁରହିବ ବୋଲି କ୍ଷମତାସୀନ ସରକାର ହୃଦୟଙ୍ଗମ କରିପାରୁନାହନ୍ତି।
ସରକାରଙ୍କ ନିୟନ୍ତ୍ରଣରେ ଥିବା ବ୍ୟାଙ୍କମାନଙ୍କରୁ ପ୍ରତିଷ୍ଠିତ ଶିଳ୍ପପତିମାନେ ସରକାରରେ ଥିବା ନେତା(ମନ୍ତ୍ରୀ)ମାନଙ୍କ ସହାୟତାରେ ଲକ୍ଷ ଲକ୍ଷ କୋଟି ଟଙ୍କା ଋଣ ନେଇ ଫେରାଇବା କଥା ଚିନ୍ତା ନ କରି ଦେଶ ଛାଡ଼ି ବିଦେଶ ପଳାଇଲେ। ସେମାନଙ୍କ ଯିବା ବାଟକୁ ପରିଷ୍କାର କରି ବିଭିନ୍ନ ସମୟରେ ଆମ କ୍ଷମତାସୀନ ସରକାର ସେମାନଙ୍କ ବିରୋଧରେ ସେମାନେ ଦେଶ ଛାଡ଼ି ଚାଲିଯିବା ପରେ ଟଙ୍କା ଆଦାୟ ପାଇଁ କୋର୍ଟରେ ମକଦ୍ଦମା ରୁଜୁ କଲେ। ସେମାନଙ୍କର ଆମ ଦେଶକୁ ଫେରିବା ଓ ଟଙ୍କା ଫେରାଇବା ଏକରକମ ଅସମ୍ଭବ ଜାଣି ଆମ ଏବକା କେନ୍ଦ୍ର ସରକାର ରିଜର୍ଭ ବ୍ୟାଙ୍କ ମାଧ୍ୟମରେ ଟଙ୍କା ଛପାଇ ସେ ସବୁ ଋଣରୁ ଅଧିକାଂଶକୁ ଏନ୍‌.ପି.ଏ. (ନନ୍‌ ଫରଫରମିଂ ଆସେଟ୍‌) ବା ଅନାଦାୟ ଋଣ ଆଖ୍ୟା ଦେଇ ବ୍ୟାଙ୍କଗୁଡ଼ିକୁ ପୁନଃ ସାହାଯ୍ୟ ଯୋଜନାରେ ଗତିଶୀଳ କରାଇଦେଲେ। ଫଳ ଏତିକି ଯେ, ସ୍ବାଧୀନତା ବେଳେ ଗୋଟିଏ ଡଲାର ଏକ ଟଙ୍କାରେ ମିଳୁଥିବା ବେଳେ ଏବେ ଅଶୀ ଟଙ୍କା ଦେବାକୁ ପଡୁଛି- ଏ ପ୍ରକାର ନିଷ୍ପତ୍ତି ଓ ତଜ୍ଜନିତ ମୁଦ୍ରାସ୍ପୀତି କ୍ରମଶଃ ନିୟନ୍ତ୍ରଣ ବାହାରକୁ ଚାଲିଯାଉଛି। ଦେଶର ସମସ୍ତ ସରକାରୀ ନେତା, ପଦାଧିକାରୀ, ଦୁର୍ନୀତି ଓ ଲାଞ୍ଚ ମାଧ୍ୟମରେ ଏବଂ ବ୍ୟବସାୟୀମାନେ ନିର୍ବାଚନରେ ସାହାଯ୍ୟ କରି ସରକାରଙ୍କ ପ୍ରୋତ୍ସାହନରେ ନିଜର ବ୍ୟକ୍ତିଗତ ସମ୍ପତ୍ତି ବଢ଼ାଇବାରେ ବ୍ୟସ୍ତ ଅଛନ୍ତି। ସୀମାନ୍ତର ସୈନିକମାନଙ୍କ ଛଡ଼ା ଆଉ ଦେଶ କଥା କାହା ମୁଣ୍ଡରେ ନାହିଁ। ଆମ କୋଟିପତି ନେତା ଓ ଶିଳ୍ପପତିମାନେ ଥରେ ୟୁକ୍ରେନ୍‌ ବା ଶ୍ରୀଲଙ୍କାକୁ ଯାଇ ଦେଶ ଚାଲିଗଲେ କିଭଳି ସର୍ବହରା ହୋଇ ଅନ୍ୟ ଦେଶର ଭିକାରି ସାଜିବାକୁ ହୁଏ, ଦେଖି ଆସନ୍ତୁ। ବୋଧହୁଏ କୌଣସି ପ୍ରତିଷ୍ଠିତ ନେତା ବା ବ୍ୟବସାୟୀ ଏହା କରିବେନି, କାରଣ ମୃତ୍ୟୁ ନ ଆସିବା ପର୍ଯ୍ୟନ୍ତ ସମ୍ପତ୍ତି ବାଡ଼ି ବଢ଼ାଇ ଚାଲିଥିବା ମଣିଷ ହଠାତ୍‌ ମରିଯିବ ବୋଲି ଭାବେ ନାହିଁ!

  • ନାରାୟଣ ମିଶ୍ର
    ଗୁରୁକୃପା, ୪୯/୬୦୦, ଲକ୍ଷ୍ମୀବିହାର, ଭୁବନେଶ୍ୱର, ମୋ: ୯୯୩୭୪୪୬୩୭୭

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

ସମ୍ବର ପରିବର୍ତ୍ତେ ଡାଲମା

ଅଗଷ୍ଟ ୧୫ରେ ଭାରତ ତା’ର ୮୦ତମ ସ୍ବାଧୀନତା ଦିବସ ପାଳନ କରିଛି। ପାରମ୍ପରିକ ଭାବେ ନୂଆଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ସମ୍ବୋଧିତ କରିଛନ୍ତି।…

ଶ୍ରୀଅରବିନ୍ଦଙ୍କ ଦୃଷ୍ଟିରେ ପାରିବାରିକ ଜୀବନ

ଶ୍ରୀଅରବିନ୍ଦଙ୍କ ଅନୁସାରେ କଥିତ ପରିବାର ହେଉଛି ମଣିଷର ଜୀବନଗତ ପ୍ରକୃତିର ଏକ ଆବଶ୍ୟକ ସୃଷ୍ଟି ଯାହା ମୌଳିକ, ସାମାଜିକ ଏବଂ ଜୈବିକ ପ୍ରବୃତ୍ତିକୁ ପୂରଣ କରିବା ପାଇଁ…

ଗବେଷଣାରେ ମୌଳିକତାର ମୃତ୍ୟୁ

ଆଧୁନିକ ଭାରତରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଖ୍ୟା ଗତ କିଛି ଦଶନ୍ଧି ମଧ୍ୟରେ ବୃଦ୍ଧି ପାଇଛି ସତ, କିନ୍ତୁ ଶୈକ୍ଷିକ ମାନଦଣ୍ଡ ଏବଂ ଗବେଷଣାର ଗୁଣାତ୍ମକ ଦିଗଟି ଏବେ ଏକ…

Dillip Cherian

ତଳ ସ୍ତରରେ ଅନିଶ୍ଚିତତା

କେନ୍ଦ୍ର ସରକାର କ୍ୟାବିନେଟ୍‌ ସଚିବ ଟି.ଭି. ସୋମନାଥନ୍‌ ଏବଂ ସ୍ବରାଷ୍ଟ୍ର ସଚିବ ଗୋବିନ୍ଦ ମୋହନଙ୍କ କାର୍ଯ୍ୟକାଳ ଆଉ ୧ ବର୍ଷ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରଭାବୀ…

ରିଲ୍ସ ସାମ୍ରାଜ୍ୟ

ପୁଞ୍ଜିବାଦର ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ର ଆଉ ଶାସନ କରେନାହିଁ, ପର୍‌ଫର୍ମ (କାର୍ଯ୍ୟ) କରେ। ପ୍ରଧାନମନ୍ତ୍ରୀଙ୍କଠାରୁ ଗ୍ରାମପଞ୍ଚାୟତ ସଦସ୍ୟ- ସମସ୍ତେ ଯେପରି ଇତିହାସର ଚରିତ୍ର ନୁହନ୍ତିି, ଇନ୍‌ଷ୍ଟାଗ୍ରାମର କଣ୍ଟେଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri