Posted inଜାତୀୟ

ମାଗଣା ବିଜୁଳି, କୃଷକଙ୍କ ଋଣ ଛାଡ, ନିର୍ବାଚନ ରାଜ୍ୟରେ କଂଗ୍ରେସର ବଡ ଘୋଷଣା

ନୂଆଦିଲ୍ଲୀ,୫।୧୧: ଆଗାମୀ ଦିନରେ ୫ଟି ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ରାଜନୈତିକ ଦଳଗୁଡ଼ିକ ଜୋରଦାର ପ୍ରଚାର କରୁଛନ୍ତି। ସର୍ବସାଧାରଣ ଭୋଟ ପାଇବା ପାଇଁ କଂଗ୍ରେସ-ଭାଜପା ସେମାନଙ୍କ ମନିଫେଷ୍ଟୋରେ ଅନେକ ପ୍ରତିଶୃତି ଦେଇଛି। କଂଗ୍ରେସ ରାଜସ୍ଥାନ, ମଧ୍ୟପ୍ରଦେଶ ଏବଂ ଛତିଶଗଡବାସୀଙ୍କୁ ଏହାର ମନିଫେଷ୍ଟୋ ମାଧ୍ୟମରେ ଅନେକ ପ୍ରତିଶ୍ରୁତି ଦେଇଥିଲା ଯେଉଁଥିରେ ମାଗଣା ବିଦ୍ୟୁତଠାରୁ ପୁରୁଣା ପେନ୍ସନ ଯୋଜନା ପର୍ଯ୍ୟନ୍ତ ଆଲୋଚନା କରାଯାଇଥିଲା।

ନଭେମ୍ବର ୭ ଏବଂ ନଭେମ୍ବର ୧୭ରେ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଅନୁଷ୍ଠିତ ହେବ ଏବଂ ଫଳାଫଳ ଡିସେମ୍ବର ୩ରେ ଘୋଷଣା କରାଯିବ। ଏଠାରେ କ୍ଷମତାକୁ ଫେରିବା ପାଇଁ କଂଗ୍ରେସ କ୍ରମାଗତ ଭାବେ ଭାଜପା ଉପରେ ଆକ୍ରମଣ କରୁଛି। ଏଠାରେ ପୁଣିଥରେ ସରକାର ଗଠନ ପାଇଁ କଂଗ୍ରେସ ଅନେକ ପ୍ରତିଶ୍ରୁତି ଦେଇଛି। ଗତ ବିଧାନସଭା ନିର୍ବାଚନରେ ମଧ୍ୟ କୃଷକଙ୍କ ଋଣ ଛାଡ କରିବାକୁ କଂଗ୍ରେସ ପ୍ରତିଶ୍ରୁତି ଦେଇଥିଲା। ଏଥର ମଧ୍ୟ କଂଗ୍ରେସ ସମାନ ପ୍ରତିଶ୍ରୁତି ଦେଇଛି।

ଛତିଶଗଡ଼ରେ କଂଗ୍ରେସ ୨୦୧୮ ଭଳି ଚାଷୀଙ୍କ ଋଣ ଛାଡ ଘୋଷଣା କରିଛି।
ଯଦି କଂଗ୍ରେସ ସରକାର ଗଠନ ହୁଏ, ତେବେ ଏକର ପିଛା ୨୦କ୍ୱିଣ୍ଟାଲ ଧାନ କ୍ରୟ କରାଯିବ। ପୂର୍ବରୁ ଏକର ପିଛା ୧୫ କ୍ୱିଣ୍ଟାଲ କିଣାଯାଉଥିଲା।
କୁହାଯାଇଛି ଯେ ଯଦି ରାଜ୍ୟରେ କଂଗ୍ରେସ ସରକାର ଗଠନ ହୁଏ ତେବେ ୨୦୦ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ ଯୋଗାଇ ଦିଆଯିବ। ଏହାଠାରୁ ଅଧିକ ବିଦ୍ୟୁତ ବ୍ୟବହାର କରୁଥିବା ଗ୍ରାହକମାନେ ମଧ୍ୟ ୨୦୦ୟୁନିଟ ମାଗଣା ବିଦ୍ୟୁତ ପାଇବେ।
କେନ୍ଦୁପତ୍ର ବ୍ୟାଗ ୪୦୦୦ଟଙ୍କା ବଦଳରେ ୬୦୦୦ ଟଙ୍କାରେ ଉପଲବ୍ଧ ହେବ।
କଂଗ୍ରେସ ସରକାର ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଯୋଗାଇ ଦେବେ।
ମହତାରୀ ନ୍ୟାୟଯୋଜନା ଅଧୀନରେ ଗ୍ୟାସ ସିଲିଣ୍ଡର ୫୦୦ଟଙ୍କାରେ ଉପଲବ୍ଧ ହେବ।
କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା (ପୋଷ୍ଟ ଗ୍ରାଜୁଏସନ)।


Enter your email to get our daily news in your inbox.

All Right Reserved By Dharitri.Com

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

‘ଦେଶର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ?’ ଅଭିଜିତ ଦୀପକେଙ୍କ ଉତ୍ତରକୁ ନେଇ ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୮: କକରୋଚ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜୀତ ଦୀପକେଙ୍କୁ ଯେତେବେଳେ ପଚରାଯାଇଥିଲା ଯେ, ଦେଶର ଏପର୍ଯ୍ୟନ୍ତର ସବୁଠାରୁ ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ କିଏ, ସେତେବେଳେ ସେ ପଣ୍ଡିତ…

ରକ୍ଷାବନ୍ଧନରେ ଗ୍ରହମାନଙ୍କ ୩ ମହାଯୋଗ: ଏହି ୫ ରାଶିର ଦ୍ରୁତ ଗତିରେ ଉନ୍ନତି, ହେବେ ମାଲାମାଲ!

୨୮ ଅଗଷ୍ଟ ୨୦୨୬ରେ ଶ୍ରାବଣ ମାସର ଶୁକ୍ଳପକ୍ଷ ପୂର୍ଣ୍ଣିମା ତିଥି। ଏହି ଦିନ ରକ୍ଷାବନ୍ଧନ, ଗାୟତ୍ରୀ ଜୟନ୍ତୀ ସହ ବର୍ଷର ଦ୍ୱିତୀୟ ଏବଂ ଶେଷ ଚନ୍ଦ୍ରଗ୍ରହଣ ପଡ଼ୁଛି।…

ଭବାନୀପାଟଣାରେ ଖାଦ୍ୟ ନିରାପତ୍ତା ବିଭାଗର ଚଢ଼ାଉ: ୩୨ କିଲୋ ବାସି-କୃତ୍ରିମ ରଙ୍ଗଯୁକ୍ତ ଖାଦ୍ୟ ନଷ୍ଟ

ଭବାନୀପାଟଣା,୨୪।୮(ଉତ୍ତମ କୁମାର ଦାଶ): ଆଗକୁ ଆସୁଥିବା ପର୍ବପର୍ବାଣୀକୁ ଦୃଷ୍ଟିରେ ରଖି ଭବାନୀପାଟଣା ସହରର ବିଭିନ୍ନ ସ୍ଥାନରେ ସୋମବାର ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ପୋଲିସ ସହଯୋଗରେ ଚଢ଼ାଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri