ମହିଳାଙ୍କ ପାଇଁ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଅକ୍ଟୋବର ୨ରୁ ମାଗଣାରେ ବସ୍‌ ଯାତ୍ରା

ନୂଆଦିଲ୍ଲୀ,୨୨।୯: ଆଗାମୀ ୨ ଅକ୍ଟୋବର ୨୦୨୬ରୁ ସମଗ୍ର ତାମିଲନାଡୁରେ ଲାଗୁ ହେବାକୁ ଥିବା ‘ଭେଟ୍ରି ପୟନମ’ ଯୋଜନା ଦ୍ୱାରା ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ପ୍ରତ୍ୟକ୍ଷ ଭାବେ ଉପକୃତ ହେବାର ଅନୁମାନ କରାଯାଉଛି। ଏହି ଯୋଜନା ଆରମ୍ଭ ହେବା ସହିତ ଏବେ ସାଧାରଣ ପୌର ନିଗମ (ମ୍ୟୁନିସିପାଲ) ବସ ବ୍ୟତୀତ ଏକ୍ସପ୍ରେସ, ଡିଲକ୍ସ ଏବଂ ଘାଟି ରାସ୍ତାର ବସଗୁଡ଼ିକରେ ମଧ୍ୟ ମହିଳାମାନେ ମାଗଣାରେ ଯାତ୍ରା କରିପାରିବେ।

ତାମିଲନାଡୁ ସରକାର ରାଜ୍ୟର ମହିଳା ଓ ଛାତ୍ରୀମାନଙ୍କ ଆର୍ଥିକ ସଶକ୍ତୀକରଣ ତଥା ଶିକ୍ଷା ଓ ରୋଜଗାର କ୍ଷେତ୍ରକୁ ସହଜରେ ପହଞ୍ଚିବା ପାଇଁ ମାଗଣା ବସ ଯାତ୍ରା ଯୋଜନା ‘ଭେଟ୍ରି ପୟନମ’ର ସମ୍ପ୍ରସାରଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହା ନିଶ୍ଚିତ କରାଯାଇଛି ଯେ ଏହି ଯୋଜନା ୨ ଅକ୍ଟୋବରରୁ ସମଗ୍ର ତାମିଲନାଡୁରେ କାର୍ଯ୍ୟକାରୀ ହେବ। ଏହି ନିଷ୍ପତ୍ତି ଫଳରେ କାର୍ଯ୍ୟରତ ମହିଳା ଏବଂ କଲେଜ ଯାଉଥିବା ଛାତ୍ରୀମାନଙ୍କୁ ଯାତାୟାତ ଖର୍ଚ୍ଚରୁ ମୁକ୍ତି ମିଳିବା ସହିତ ସୱାସ୍ଥ୍ୟ ସେବା ପର୍ଯ୍ୟନ୍ତ ସେମାନଙ୍କ ପହଞ୍ଚ ମଧ୍ୟ ବେଶ ସହଜ ହୋଇଯିବ।

ସରକାରୀ ତଥ୍ୟ ଅନୁଯାୟୀ, ଏହି ସମ୍ପ୍ରସାରିତ ଯୋଜନାର ଲାଭ ପ୍ରତିଦିନ ପ୍ରାୟ ୮୪.୩୨ ଲକ୍ଷ ମହିଳା ଉଠାଇବେ। ରାଜ୍ୟ ପରିବହନ ନିଗମ ଦ୍ୱାରା ପରିଚାଳିତ ମୋଟ ବସର ୬୯ ପ୍ରତିଶତ ଅର୍ଥାତ ୧୨,୬୯୨ଟି ସରକାରୀ ବସ ଏହି ଯୋଜନା ଅଧୀନରେ ସଂରକ୍ଷିତ କରାଯାଇଛି। ଏହି ବସଗୁଡ଼ିକ ପ୍ରତିଦିନ ମୋଟ ୧,୬୫,୩୧୨ଟି ସିଙ୍ଗଲ ଟ୍ରିପ ପୂରଣ କରିବେ, ଯାହା ରାଜ୍ୟର ମୋଟ ବସ ଚଳାଚଳର ପ୍ରାୟ ୮୫ ପ୍ରତିଶତ ଅଟେ।

ପୂର୍ୱରୁ ଏହି ସୁବିଧା କେବଳ ସାଧାରଣ ସିଟି ଏବଂ ଟାଉନ ବସ ମଧ୍ୟରେ ସୀମିତ ଥିଲା, କିନ୍ତୁ ଏବେ ଏହାର ପରିସର ବହୁତ ବଢ଼ାଇ ଦିଆଯାଇଛି। ନୂତନ ବ୍ୟବସ୍ଥା ଅନୁଯାୟୀ, ମହିଳାମାନେ ଏବେ ମହାନଗର ନିଗମ ଏବଂ ପୌରପାଳିକା ସୀମା ମଧ୍ୟରେ ଏକ୍ସପ୍ରେସ ଓ ଡିଲକ୍ସ ବସ୍ରେ ମଧ୍ୟ ବିନା ଭଡ଼ାରେ ଯାତ୍ରା କରିପାରିବେ। ଏହା ବ୍ୟତୀତ, ଦୂରଗାମୀ ତଥା ପାର୍ୱତ୍ୟାଞ୍ଚଳରେ ୪୦ କିଲୋମିଟରରୁ ଅଧିକ ଦୂରତା ପର୍ଯ୍ୟନ୍ତ ଚାଲୁଥିବା ମଫସିଲ ଅର୍ଡିନାରୀ ଏବଂ ଘାଟି ଅର୍ଡିନାରୀ ବସରେ ମଧ୍ୟ ଯାତ୍ରା କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଜାଲ ନୋଟ ଦେଇ କିଣୁଥିଲେ ସ୍କୁଟି, ଧରାପଡ଼ିଲେ ଅଭିଯୁକ୍ତ: ପୂରା ଘଟଣା ଜାଣିଲେ…

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ):ଜାଲ ନୋଟ ଦେଇ ବରଗଡ଼ ସହରରେ ଜଣେ ସ୍କୁଟି କିଣି ଧରାପଡ଼ିଡା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନ ଅନୁଯାୟୀ, ବରଗଡ ବ୍ୟାଙ୍କ କଲୋନୀ ବାସିନ୍ଦା…

କର୍କଟ ରାଶିରେ ଏକାଠି ହେବେ ୩ ବଡ଼ ଗ୍ରହ: ୪ ରାଶିଙ୍କ କ୍ୟାରିୟରରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ କୋଟିକୋଟି ଟଙ୍କା!

ଭୁବନେଶ୍ୱର,୨୨।୯: ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଯେତେବେଳେ ତିନିଟି ଗ୍ରହ ଗୋଟିଏ ରାଶିରେ ଏକାଠି ଅବସ୍ଥାନ କରନ୍ତି, ସେତେବେଳେ ତ୍ରିଗ୍ରହୀ ଯୋଗ ଗଠିତ ହୁଏ। ଆସନ୍ତା ଅକ୍ଟୋବର ୪ରେ…

ଗ୍ରାଚ୍ୟୁଇଟିକୁୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ: ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ପାଇଁ…

ନୂଆଦିଲ୍‌ଲୀ,୨୨।୯: ସୁପ୍ରିମକୋର୍ଟଙ୍କ ଦ୍ୱାରା ଗ୍ରାଚ୍ୟୁଇଟିକୁ ନେଇ ଏକ ବଡ଼ ରାୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି ଯେ ଚୁକ୍ତିଭିତ୍ତିକ (କଣ୍ଟ୍ରାକ୍ଟ) କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ପାଇଁ ମୁଖ୍ୟ…

ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ: ଏହି ୭ ଜିଲାରେ ଭୀଷଣ ବର୍ଷା! ରେଡ୍‌ ୱାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୨।୯: ବଡ଼ ବର୍ଷା ନେଇ ସତର୍କ କରାଇଲେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ। ୨୩ ଓ ୨୪ ପାଇଁ କୋରାପୁଟ, ଗଜପତି, ଗଞ୍ଜାମକୁ ରେଡ…

ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ, ଆତଙ୍କିତ କୃଷ୍ଣପ୍ରସାଦବାସୀ

କୃଷ୍ଣପ୍ରସାଦ, ୨୨।୯(କୈଳାଶ ଚନ୍ଦ୍ର ପଟନାୟକ ): ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ । ଏହାକୁ ନେଇ ପୁରୀ ଜିଲା ଉପକୂଳବାସୀଙ୍କ ମନରେ ଛନକା ପଶିଛି…

ନବରଙ୍ଗପୁର ଜିଲାପାଳଙ୍କ ବଡ଼ ଘୋଷଣା: ସରକାରୀ ଅଧିକାରୀଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଝରିଗାଁ,୨୧।୯(କିଶୋର ଚନ୍ଦ୍ର ମଣ୍ଡଳ): ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଉଛି। ଫଳରେ ରାଜ୍ୟ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଆସନ୍ତା…

PM Kisan କୁ ନେଇ ବଡ଼ ଖବର, ଅକ୍ଟୋବରରୁ ଏମାନଙ୍କୁ ମିଳିବନି କିସ୍ତି ଟଙ୍କା; ଲିଷ୍ଟରୁ କଟିଲା ନାଁ!

ନୂଆଦିଲ୍‌ଲୀ,୨୨।୮: ଦେଶର କୋଟି କୋଟି ଚାଷୀଙ୍କ ପାଇଁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (PM-KISAN) ଯୋଜନା ଏକ ବଡ଼ ସାହାଯ୍ୟରୁ କମ ନୁହେଁ। ୨୩ତମ କିସ୍ତି ମିଳିବା…

ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?