ଅନ୍ତ୍ୟୋଦୟ ଯୋଜନା କାର୍ଡରେ ଜାଲିଆତି

ଡେରାବିଶ,୧୨ା୭ (ବେବର୍ତ୍ତା ଅଜୟ ଦାସ): ଖାଦ୍ୟ ସୁରକ୍ଷା ଯୋଜନାରେ ସମସ୍ତ ଗରିବ ହିତାଧିକାରୀଙ୍କୁ ଖାଦ୍ୟ ମିଳିବା ନେଇ ରାଜ୍ୟ ଓ କେନ୍ଦ୍ର ସରକାର ଯୋଗ୍ୟ ହିତାଧିକାରୀଙ୍କୁ ରାଶନ କାର୍ଡ ପ୍ରଦାନ କରିଛନ୍ତି। ଏଥିସହ ଭୂମିହୀନ, ଅସହାୟ, ବେରୋଜଗାର ଓ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ପ୍ରତ୍ୟେକ ମାସରେ ଅନ୍ତ୍ୟୋଦୟ ଯୋଜନା ମାଧ୍ୟମରେ ୩୫ କେଜି ଚାଉଳ ଦେବାକୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଯୋଜନା ପ୍ରସ୍ତୁତ କରିଛନ୍ତି। ଅନ୍ତ୍ୟୋଦୟ କାର୍ଡ ରହିଛି, ମାତ୍ର ୫ବର୍ଷରୁ ଊର୍ଦ୍ଧ୍ୱ ହେବ ଗରିବ ହିତାଧିକାରୀ ଜନୈକା ବୃଦ୍ଧା ଚାଉଳ ନ ପାଇବା ଯୋଗାଣ ବିଭାଗର ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଭଳି ଏକ ଘଟଣା କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ଗୁଆଳସିଂ ପଞ୍ଚାୟତ ଠାକୁରପାଟଣା ଗ୍ରାମରେ ଦେଖିବାକୁ ମିଳିଛି। ଗ୍ରାମର ସ୍ବର୍ଗତ ସନାତନ ନାୟକଙ୍କ ସ୍ତ୍ରୀ ସତ୍ୟଭାମା (୮୫)। ସ୍ବାମୀଙ୍କ ମୃତ୍ୟୁ ପରେ ଦୀର୍ଘବର୍ଷ ହେବ ଆର୍ଥତ୍କ ଦୁରାବସ୍ଥା ମଧ୍ୟ ଦେଇ ନୁଆଣିଆ ଚାଳ ଘରେ ଜୀବନ ବିତାଉଛନ୍ତି। ବର୍ଷାରୁ ରକ୍ଷା ପାଇଁ ପାଲ ଖଣ୍ଡେ ଚାଳ ଉପରେ ପକାଇ ଗୋଟିଏ ବଖରାରେ ପରିବାର ସହ ବୃଦ୍ଧା ସତ୍ୟଭାମା ରହୁଛନ୍ତି। ମାଟି କାନ୍ଥରେ ଫାଟ ସୃଷ୍ଟି ହୋଇଛି। ବାରଣ୍ଡାରେ ରୋଷେଇ କରି ନିଜ ପରିବାର ସହ ସେ ରହୁଛନ୍ତି। ଏଭଳି ଏକ ଗରିବ ପରିବାର ପାଇଁ ସେ ପାଇଥିବା ଅନ୍ତ୍ୟୋଦୟ ଯୋଜନାର କାର୍ଡରୁ ୫ବର୍ଷରୁ ଊର୍ଦ୍ଧ୍ୱ ହେବ ଚାଉଳ ମିଳୁ ନ ଥିବା ନେଇ ବୃଦ୍ଧା ଜଣକ ବ୍ଲକ ଯୋଗାଣ ନିରୀକ୍ଷକ ଓ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ବାରମ୍ବାର ଅଭିଯୋଗ କରିଥିଲେ ସୁଦ୍ଧା ଏଯାଏ ତାଙ୍କ ଦୁଃଖ କେହି ଶୁଣୁନାହାନ୍ତି ବୋଲି ସତ୍ୟଭାମା କହିଛନ୍ତି।
ସତ୍ୟଭାମାଙ୍କ ସୂଚନା ଅନୁଯାୟୀ, ଅନ୍ତ୍ୟୋଦୟ କାର୍ଡ ପାଇବା ଦିନଠାରୁ ଦୁଇ ଥର ଚାଉଳ ପାଇବା ପରେ ଗ୍ରାମର ଡିଲର ଭାସ୍କର ନାୟକ ଉକ୍ତ କାର୍ଡଟିକୁ କାଇଦା କରି ନିଜ ପାଖରେ ରଖି ଦେଇଛନ୍ତି। ପ୍ରତିମାସରେ ଡିଲର ଘରକୁ ଯାଇ ଚାଉଳ ନ ପାଇ ବାରମ୍ବାର ନିରାଶ ହୋଇ ଫେରିବା ପରେ ନିଜ ଭାଗ୍ୟକୁ ଆଦରି ସତ୍ୟଭାମା ପଡି ରହିଥିବା କହିଛନ୍ତି। ଦୁମାସ ତଳେ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ମିଳିଥିବା ୧ ହଜାର ଟଙ୍କା ବ୍ଲକରୁ ଆସିଥିବା ଜନୈକ ଅଧିକାରୀ ଦେଇଥିଲେ। ତାଙ୍କ ଉପସ୍ଥିତିରେ ମୋ କାର୍ଡ କେବେ ଦେବ ବୋଲି ଡିଲରଙ୍କୁ ପଚାରିବାରୁ କାର୍ଡ ମୋ ପାଖରେ ଅଛି ବ୍ୟସ୍ତ ହେବାର ନାହିଁ ବୋଲି ସେ କହିଥିଲେ। ଶେଷରେ ଗ୍ରାମର କେତେଜଣ ବ୍ୟକ୍ତିଙ୍କ ସହାୟତାରେ ନେଟରେ ନିଜ କାର୍ଡ ସମ୍ପର୍କରେ ଜାଣିବା ପାଇଁ ଚେଷ୍ଟା କରିବାରୁ ମୋ କାର୍ଡରେ ପ୍ରତି ମାସରେ ଆସୁଥିବା ୩୫ କେଜି ଚାଉଳ କେହି ଜଣେ ଟିପ୍‌ ମାରି ହଡପ କରୁଥିବା ଜାଣିବାକୁ ପାଇଲି। ତେବେ ଏହି ଗରିବ ଅସହାୟା ବୃଦ୍ଧାଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚତ୍ତ ନ କରିବା ପାଇଁ କେନ୍ଦ୍ରାପଡ଼ା ଜିଲାପାଳ, ଉପଜିଲାପାଳ, ଜିଲା ଯୋଗାଣ ଅଧିକାରୀ ଓ ଡେରାବିଶ ବିଡିଓଙ୍କୁ ଲିଖିତ ଅଭିଯୋଗ କରିଥିବା ସତ୍ୟଭାମା କହିଛନ୍ତି। ଏଯାଏ ଚାଉଳ ମିଳି ନ ଥିବା ବେଳେ ସେହି କାର୍ଡଟି ଗ୍ରାମର ସମ୍ପର୍କୀୟ ଡିଲର ନାୟକଙ୍କ ପାଖରେ ରହିଛି। ଏ ନେଇ ଡିଲର ଭାସ୍କର ନାୟକଙ୍କୁ ପଚାରିବାରେ ସତ୍ୟାଭାମାଙ୍କୁ ବାରମ୍ବାର ଖବର ଦେଲେ ମଧ୍ୟ ସେ ଆସି ଅନ୍ତ୍ୟୋଦୟ ଚାଉଳ ନେଉନାହାନ୍ତି ବୋଲି ସେ କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଶ୍ରୀନିବାସ ସାହୁଙ୍କୁ ପଚାରିବାରୁ ଏହାର ତଦନ୍ତ ହେବା ପରେ ସେ ସମ୍ପର୍କରେ ଯାହା କିଛି ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?