ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି ଏକ ଗୁପ୍ତ ସୂଚନା ଲାଗିଥିଲା ପୋଲିସ ହାତରେ। ଜନସାଧାରଣଙ୍କୁ ଚକିତ କରିଦେବା ଭଳି ଏପରି ଖବର ମିଳିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳ ଟାଉନ ଥାନା ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ ତୁରନ୍ତ ଅମଲାପଡ଼ାସ୍ଥିତ ଉକ୍ତ ଘରେ ଚଢ଼ାଉ କରିଥିଲା। ଉକ୍ତ ଘରୁ ବାହାର ରାଜ୍ୟର ୨ ଯୁବତୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ପୋଲିସ ଧରିବା ସହ ଘର ମାଲିକଙ୍କୁ ମଧ୍ୟ ଥାନାକୁ ନେଇଥିଲା। ସେଠାରେ ଘର ମାଲିକଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଅମଲାପଡ଼ା ଅନୁଗୋଳ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏହାଠାରୁ ଅନୁଗୋଳ ଟାଉନ ଥାନା ଓ ଏସ୍‌ପି ଅଫିସ୍‌ ଦୂରତା ବହୁତ କମ୍‌। ଏଭଳି ଏକ ଅଞ୍ଚଳରେ ଓ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ସେକ୍ସ ରାକେଟ୍‌ ଚାଲିବା ଭଳି ଆଶ୍ଚର୍ଯ୍ୟକର ଖବର ପୋଲିସକୁ ମିଳିଥିଲା। ଏପରି ସୂଚନା ପାଇବାପରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଟାଉନ ଥାନା ପୋଲିସର ଏକ ଟିମ୍‌ ଉକ୍ତ ଘର ଉପରେ ଚଢ଼ାଉ କରିଥିଲା। ନେମପ୍ଲେଟରେ ଉଲ୍ଲେଖଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପରଲୋକ ହୋଇଯାଇଥିଲେ ମଧ୍ୟ ତାଙ୍କ ଘରେ ଦୀର୍ଘଦିନ ଧରି ଏପରି ଦେହ ବ୍ୟବସାୟ ଚାଲୁଥିଲେ ବି ପୋଲିସ ଓ ସ୍ଥାନୀୟ ଲୋକଙ୍କ ନଜରକୁ ଏହା କିପରି ଆସିଲା ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏପରି ବେଆଇନ କାରବାର କେବେଠାରୁ ସେଠାରେ ଚାଲିଥିଲା ଏବଂ ଏହା ପଛରେ ଆଉ କେଉଁମାନଙ୍କ ହାତ ରହିଛି ତାହା ଜାଣିବାକୁ ପୋଲିସ ଖୋଳତାଡ଼ କରୁଛି। ଏପରିକି ଏହି ଘଟଣାକୁ ନେଇ ସହରର ଆଉ କେତୋଟି ସ୍ଥାନରେ ମଧ୍ୟ ପୋଲିସ ଚଢ଼ାଉ ଚଳାଇଥିବା ଅନୁଗୋଳ ଟାଉନ ଥାନା ଆଇଆଇସି ପ୍ରକାଶ ମାଝୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ମାଷ୍ଟରଷ୍ଟ୍ରୋକ୍: ସ୍ମୃତି ମନ୍ଧାନାଙ୍କୁ କରାଗଲା ଅଧିନାୟକ, ଜାଣନ୍ତୁ କାହିଁକି ଏହି ନିଷ୍ପତ୍ତି ନେଲା…

ଗୁଆହାଟୀ,୬।୧୦: ଭାରତୀୟ ମହିଳା କ୍ରିକେଟ୍ ଦଳରେ ଏକ ବଡ଼ ଧରଣର ପରିବର୍ତ୍ତନ କରାଯାଇଛି। ହରମନ୍‌ପ୍ରୀତ କୌରଙ୍କ ସ୍ଥାନରେ ଷ୍ଟାର୍ ବ୍ୟାଟର ସ୍ମୃତି ମନ୍ଧାନାଙ୍କୁ ଭାରତୀୟ ମହିଳା କ୍ରିକେଟ୍…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?