ସେକ୍ସ ରାକେଟ ଠାବ: ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ଚାଲିଥିଲା…

ଅନୁଗୋଳ,୧୬ା୯ (ଜ୍ୟୋତିରଞ୍ଜନ ସାହୁ):ଘର ଆଗରେ ନେମପ୍ଲେଟ ଲାଗିଛି। ଅବସରପ୍ରାପ୍ତ ପୋଲିସ କର୍ମଚାରୀ ବୋଲି ସେଥିରେ ଉଲ୍ଲେଖ ରହିଛି। ହେଲେ ଉକ୍ତ ଘରେ ଦେହ ବ୍ୟବସାୟ ଚାଲିଥିବା ଭଳି ଏକ ଗୁପ୍ତ ସୂଚନା ଲାଗିଥିଲା ପୋଲିସ ହାତରେ। ଜନସାଧାରଣଙ୍କୁ ଚକିତ କରିଦେବା ଭଳି ଏପରି ଖବର ମିଳିବା ପରେ ମଙ୍ଗଳବାର ସନ୍ଧ୍ୟାରେ ଅନୁଗୋଳ ଟାଉନ ଥାନା ପୋଲିସ ଓ ସ୍ବତନ୍ତ୍ର ସ୍କ୍ବାଡ୍‌ ତୁରନ୍ତ ଅମଲାପଡ଼ାସ୍ଥିତ ଉକ୍ତ ଘରେ ଚଢ଼ାଉ କରିଥିଲା। ଉକ୍ତ ଘରୁ ବାହାର ରାଜ୍ୟର ୨ ଯୁବତୀଙ୍କ ସହ ୨ ଜଣ ଗ୍ରାହକଙ୍କୁ ପୋଲିସ ଧରିବା ସହ ଘର ମାଲିକଙ୍କୁ ମଧ୍ୟ ଥାନାକୁ ନେଇଥିଲା। ସେଠାରେ ଘର ମାଲିକଙ୍କୁ ଅଟକ ରଖି ପୋଲିସ ଅଧିକ ତଦନ୍ତ ଚଳାଇଛି।
ସୂଚନା ଅନୁସାରେ, ଅମଲାପଡ଼ା ଅନୁଗୋଳ ସହରର ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳ। ଏହାଠାରୁ ଅନୁଗୋଳ ଟାଉନ ଥାନା ଓ ଏସ୍‌ପି ଅଫିସ୍‌ ଦୂରତା ବହୁତ କମ୍‌। ଏଭଳି ଏକ ଅଞ୍ଚଳରେ ଓ ଜଣେ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଘରେ ସେକ୍ସ ରାକେଟ୍‌ ଚାଲିବା ଭଳି ଆଶ୍ଚର୍ଯ୍ୟକର ଖବର ପୋଲିସକୁ ମିଳିଥିଲା। ଏପରି ସୂଚନା ପାଇବାପରେ ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଟାଉନ ଥାନା ପୋଲିସର ଏକ ଟିମ୍‌ ଉକ୍ତ ଘର ଉପରେ ଚଢ଼ାଉ କରିଥିଲା। ନେମପ୍ଲେଟରେ ଉଲ୍ଲେଖଥିବା ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ପରଲୋକ ହୋଇଯାଇଥିଲେ ମଧ୍ୟ ତାଙ୍କ ଘରେ ଦୀର୍ଘଦିନ ଧରି ଏପରି ଦେହ ବ୍ୟବସାୟ ଚାଲୁଥିଲେ ବି ପୋଲିସ ଓ ସ୍ଥାନୀୟ ଲୋକଙ୍କ ନଜରକୁ ଏହା କିପରି ଆସିଲା ନାହିଁ ତାହା ଚର୍ଚ୍ଚାର ବିଷୟ ହୋଇଛି। ଏପରି ବେଆଇନ କାରବାର କେବେଠାରୁ ସେଠାରେ ଚାଲିଥିଲା ଏବଂ ଏହା ପଛରେ ଆଉ କେଉଁମାନଙ୍କ ହାତ ରହିଛି ତାହା ଜାଣିବାକୁ ପୋଲିସ ଖୋଳତାଡ଼ କରୁଛି। ଏପରିକି ଏହି ଘଟଣାକୁ ନେଇ ସହରର ଆଉ କେତୋଟି ସ୍ଥାନରେ ମଧ୍ୟ ପୋଲିସ ଚଢ଼ାଉ ଚଳାଇଥିବା ଅନୁଗୋଳ ଟାଉନ ଥାନା ଆଇଆଇସି ପ୍ରକାଶ ମାଝୀ ସୂଚନା ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ମକର ରାଶିରେ ରାହୁଙ୍କ ପ୍ରବେଶ: ୨୦୨୮ ଯାଏ ୫ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ହାତକୁ ଆସିବ ପ୍ରଚୁର ଟଙ୍କା, ବ୍ୟବସାୟରେ…

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ରାଶିକୁ କର୍ମ, ଅଧିକାର ଓ ସଂଘର୍ଷ ପରେ ସଫଳତାର ପ୍ରତୀକ ଭାବେ ଦେଖାଯାଏ। ଶନିଙ୍କ ଅଧିପତ୍ୟ ଥିବା ଏହି ରାଶିରେ…

ଅବହେଳିତ କଳାହାଣ୍ଡିର ଲୋକନୃତ୍ୟ ‘ଘୁମୁରା’: ପ୍ରଶିକ୍ଷଣ କେନ୍ଦ୍ରରେ ଝୁଲୁଛି ତାଲା

ଭବାନୀପାଟଣା, ୧୬ା୯ (ଉତ୍ତମ କୁମାର ଦାଶ):କଳାହାଣ୍ଡିର ଲୋକନୃତ୍ୟ ଘୁମୁରାକୁ ଆହୁରି ସମୃଦ୍ଧ କରିବା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡିଶା ସଂଗୀତ ନାଟକ ଏକାଡେମୀ ପକ୍ଷରୁ…

ଫ୍ରାଜାଇଲ ଫାଇଭ୍‌

ବର୍ତ୍ତମାନର କେନ୍ଦ୍ର ସରକାର ବାରମ୍ବାର କହୁଛନ୍ତି, ଦେଶରେ ସବୁ କିଛି ଠିକ୍‌ଠାକ୍‌ ଚାଲିଛି। ୨୦୧୪ ପୂର୍ବରୁ ଭାରତ ‘ଫ୍ରାଜାଇଲ ଫାଇଭ୍‌’ ଅର୍ଥନୀତିରେ ଥିବା ବେଳେ ଏହାର ଅଭିବୃଦ୍ଧି…

ଲୋନ୍‌ ନେଇଥିବା ଲୋକଙ୍କୁ ଲାଗିବ ବଡ଼ ଝଟକା: ମହଙ୍ଗା ହେବ EMI! ଅକ୍ଟୋବରରୁ RBI …

ନୂଆଦିଲ୍ଲୀ,୧୬।୯: ଯଦି ଆପଣ ବ୍ୟାଙ୍କରୁ ହୋମ ଲୋନ, କାର୍‌ ଲୋନ କିମ୍ବା ପର୍ସନାଲ ଲୋନ ନେଇଛନ୍ତି, ତେବେ ଆଗାମୀ ଦିନରେ ଆପଣଙ୍କ ଉପରେ ଅତିରିକ୍ତ EMI ବୋଝ…

ଚା’-ପକୋଡ଼ି, ପରିବା ବ୍ୟବସାୟୀଙ୍କ ଟେନସନ ବଢ଼ିବ! UPIର ୧ ଲକ୍ଷ ଲିମିଟ୍‌କୁ ନେଇ ଦେଶରେ ହଇଚଇ

ନୂଆଦିଲ୍ଲୀ, ୧୬।୯: UPI ପେମେଣ୍ଟକୁ ନେଇ ଏବେ ବଡ଼ ଚର୍ଚ୍ଚା। ଦୁଇ ହଜାର ଟଙ୍କାରୁ ଅଧିକ ମର୍ଚ୍ଚାଣ୍ଟ UPI ପେମେଣ୍ଟ ଉପରେ MDR ବା Merchant Discount…

ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରୁଥିଲେ ସହନିର୍ଦ୍ଦେଶକ,ଜଣାପଡ଼ିବା ପରେ ଘଟିଲା…

ଭୁବନେଶ୍ୱର,୧୬।୯ (ପ୍ରସନଜିତ ସାହୁ):ଧାରାବାହିକ ଅଭିନେତ୍ରୀଙ୍କୁ ଏକତରଫା ପ୍ରେମ କରି ତାଙ୍କ ଫଟୋ ଭାଇରାଲ ଘଟଣା ସାମ୍ନାକୁ ଆସିଛି। ଏନେଇ ସମ୍ପୃକ୍ତ ଅଭିନେତ୍ରୀ ଥାନାରେ ଅଭିଯୋଗ କରିବା ପରେ…

୬,୬,୬,୬…, ବୈଭବ ସୂର୍ଯ୍ୟବଂଶୀଙ୍କ ଅନ୍ଦାଜରେ ବ୍ୟାଟିଂ କଲେ ସଞ୍ଜୁ, ଷ୍ଟ୍ରାଇକ ରେଟ୍‌ ଦେଖି ଉଡ଼ିଯିବ ହୋସ

ନୂଆଦିଲ୍ଲୀ,୧୬।୯: ଆଫଗାନିସ୍ତାନ ବିପକ୍ଷରେ ଦ୍ୱିତୀୟ ଟି-୨୦ ମ୍ୟାଚରେ ବ୍ୟାଟରେ ଜବରଦସ୍ତ ଜବାବ ଦେଇଛନ୍ତି ସଞ୍ଜୁ ସାମସନ। ପ୍ରଥମ ମ୍ୟାଚରେ ମାତ୍ର ୧୦ ରନ କରି ଆଉଟ ହୋଇଥିବା…

୬ଥର ପାଇଁ ଦାରା ସିଂଙ୍କ ମୁକ୍ତି ଆବେଦନ ଖାରଜ

ଭୁବନେଶ୍ୱର,୧୬ା୯(ସୁନିତ୍‌ ମିଶ୍ର): ଗ୍ରାହାମ୍‌ ଷ୍ଟେନ୍ସ ଏବଂ ତାଙ୍କ ୨ପୁଅ ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଦାରା ସିଂଙ୍କୁ ଜେଲରୁ ମୁକ୍ତି ଦେବାକୁ କରାଯାଇଥିବା କ୍ଷମା ପ୍ରାର୍ଥନା ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?