Posted inଜାତୀୟ

ଚାରଧାମ ଯାତ୍ରା: ୪୬ ଦିନରେ ଗଲାଣି ୧୭୫ ପ୍ରାଣୀଙ୍କ ଜୀବନ

ଋୁଦ୍ରପ୍ରୟାଗ,୨୩ ।୬: କେଦାରନାଥ ଯାତ୍ରାରେ ପ୍ରାଣୀଙ୍କ ମୃତ୍ୟୁ ଲଗାତାର ଜାରି ରହିଛି । କଥା କହିପାରୁ ନ ଥିବା ଏହି ପ୍ରାଣୀ ମାଲିକଙ୍କ ପଟେକ ଭରିବା ପରେ ମୃତ୍ୟୁ କୋଳକୁ ଚାଲିଯାଉଥିଲେ ବି ଏଥିପ୍ରତି ଯେମିତି କାହାର ନଜର ନାହିଁ । ମିଳିଥିବା ସୂଚନା ଅନୁଯାୟୀ, କେଦାରନାଥ ଯାତ୍ରାରେ ଚଳିତବର୍ଷ ଘୋଡା-ଖଚ୍ଚରରୁ ପାଖାପାଖି ୫୬ କୋଟି ଟଙ୍କା ଆୟ ହେଲାଣି । ଏହାପରେ ବି ଏମାନଙ୍କ କଷ୍ଟ ଲାଘବ କରିବାକୁ ଯେମିତି କାହାର ନଜର ପଡୁନାହିଁ । ଏହି ପ୍ରାଣୀଗୁଡିକଙ୍କ ଉପରେ ଅମାନବୀୟ ଭାବରେ ଯେମିତି ଜିନିଷ ପତ୍ର ଓ ଯାତ୍ରୀଙ୍କୁ ବୁହା ଚାଲିଛି ତାହା ପ୍ରାଣୀପ୍ରେମିକୁ ଆଘାତ ଦେଉଛି । କୁହାଯାଉଛି କି ଗତ ୪୬ ଦିନ ମଧ୍ୟରେ ଯାତ୍ରୀଙ୍କ ପାଇଁ ନିୟୋଜିତ ହୋଇଥିବା ପ୍ରାୟ ୧୭୫ ପ୍ରାଣୀଙ୍କ ଜୀବନ ଗଲାଣି ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଗୌରିକୁଣ୍ଡରୁ କେଦାରନାଥ ପାଇଁ ୮୫୧୬ ଘୋଡା-ଖଚ୍ଚରଙ୍କ ପଞ୍ଜିକରଣ କରାଯାଇଥିଲା । ବହୁ ସଂଖ୍ୟାରେ ଯାତ୍ରୀ ଏହି ୧୬ କିଲୋମିଟର ଦୁର୍ଗମ ରାସ୍ତାକୁ ଖୋଡା-ଖଚ୍ଚର ସହାୟତାରେ ପାର କରିଥାଆନ୍ତି । ଏବେ ପର୍ଯ୍ୟନ୍ତ ୨,୬୮,୮୫୮ ଯାତ୍ରୀ ଘୋଡା-ଖଚ୍ଚର ମାଧ୍ୟମରେ କେଦାରନାଥ ପହଞ୍ଚି ଦର୍ଶନ କରି ସାରିଲେଣି । ଏହି ସମୟରେ ୫୬ କୋଟି ଟଙ୍କାର ବ୍ୟବସାୟ ବି ହୋଇ ସାରିଲାଣି । ଜିଲା ପଞ୍ଚାୟତକୁ ପଞ୍ଜିକରଣ ଶୁଳ୍କ ଭାବେ ପାଖାପାଖି ୨୯ ଲକ୍ଷ ଟଙ୍କା ମିଳି ସାରିଲାଣି ।
ଏହାପରେ ବି ଏହି କଥା କହିପାରୁ ନ ଥିବା ପ୍ରାଣୀଙ୍କ ପାଇଁ ଚଲାବାଟରେ କିଛି ସୁବିଧା କରାଯାଇ ନାହିଁ । ତେବେ ଏମାନଙ୍କୁ ଗୋଟିଏ ଥର ଯିବାର ଅନୁମତି ଥିବା ବେଳେ ଲୋଭରେ ମାଲିକମାନେ ଘୋଡା-ଖଚ୍ଚରଙ୍କୁ ୨-୩ ରାଉଣ୍ଡ ଚକ୍କର ଲାଗଇବାରୁ ଏମାନଙ୍କ ସ୍ୱାସ୍ଥ୍ୟ ବିଗିଡିଯିବା ସହ ଏମାନଙ୍କର ମୃତ୍ୟୁ ହେଉଥିବା କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଡ଼ ବନ୍ଧା ହୋଇ ଘରେ ପଡୁଛି ପୁଅ, ଅର୍ଥ ଅଭାବରୁ ଚିକିିତ୍ସା ପାଇଁ ମା-ବାପା…

କୁଜଙ୍ଗ,୬ା୫(ମନୋଜ ପ୍ରଧାନ): ଏରସମା ବ୍ଲକ ବାମଦେଇପୁର ପଞ୍ଚାୟତ ବାରାକଣା ଗ୍ରାମର ସୁରେଶ ଚନ୍ଦ୍ର ପାଣି (୪୫) ଜଣେ ଦିନମଜୁରିଆ ଭାବେ କାର୍ଯ୍ୟ କରି ପରିବାର ଚଳାଉଥିଲେ। ପରିବାର…

ଆକ୍ସନ ମୋଡରେ ଶାହା; ୯ରେ ବଙ୍ଗଳାରେ ଶପଥ ଗ୍ରହଣ ସମାରୋହ, ୮ରେ ନିଷ୍ପତ୍ତି ହେବ ମୁଖ୍ୟମନ୍ତ୍ରୀଙ୍କ ନାମ!

କୋଲକାତା,୬ା୫: ପଶ୍ଚିମବଙ୍ଗରେ ଭାଜପାର ଐତିହାସିକ ବିଜୟ ପରେ, ନୂତନ ସରକାର ଗଠନ ପାଇଁ ପ୍ରସ୍ତୁତି ଏବେ ଜୋରଦାର ହୋଇଛି । ରାଜ୍ୟର ପ୍ରଥମ ଭାଜପା ମୁଖ୍ୟମନ୍ତ୍ରୀ ଏବଂ…

‘ପାଠ ପଢ଼ି ମାର୍କ ଆଣିବା ଚିନ୍ତାରୁ ବାହାରି ଗବେଷଣା କରିବା ଜରୁରୀ’

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟ ଇଲୋକ୍ଟ୍ରୋନିକ୍ସ ବିଭାଗ ପକ୍ଷରୁ ବୁଧବାର ଏକ ପାଠଚକ୍ର ଅନୁଷ୍ଠିତ ହୋଇଥିଲା। ଏଥିସହ ଯୁକ୍ତ…

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ଶେଷ ହେବ ଯୁଦ୍ଧ! ଇରାନ-ଆମେରିକା ମଧ୍ୟରେ ଚୁକ୍ତିନାମା, ଏହି 3 ଟି ପ୍ରସଙ୍ଗରେ ସହମତି…

ଓ୍ବାଶିଂଟନ,୬ା୫: ଇରାନ ଏବଂ ଆମେରିକା ମଧ୍ୟରେ ଶତ୍ରୁତା ବନ୍ଦ କରିବା ନେଇ ଏକ ସହମତି ହୋଇଛି । ଆଗାମୀ ୪୮ ଘଣ୍ଟା ମଧ୍ୟରେ ଦୁଇ ରାଷ୍ଟ୍ର ମଧ୍ୟରେ…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ଓଡ଼ିଶା ଚାଖିବ ଭିଏତନାମ ଡୁରିଆନ, ଦୁଇ ଦେଶ ମଧ୍ୟରେ ୧୦ ଚୁକ୍ତିନାମା

ନୂଆଦିଲ୍ଲ,୬ା୫: ଭାରତ ଏବଂ ଭିଏତନାମ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବାକୁ ଯାଉଛି । ରାଷ୍ଟ୍ରପତି ଟୋ ଲାମଙ୍କ ଭାରତ ଗସ୍ତ ପରେ – ତାଙ୍କ ନିର୍ବାଚନର…

ତାମିଲନାଡ଼ୁରେ ସରକାର ଗଢ଼ିବେ ଥଲାପତି ବିଜୟ, ରାଜ୍ୟପାଳଙ୍କୁ ଭେଟିଲେ TVK ମୁଖ୍ୟ

ଚେନ୍ନାଇ,୬।୫:  ବୁଧବାର ଦିନ ତାମିଲନାଡୁ ରାଜନୀତିରେ ଏକ ବଡ଼ ମୋଡ଼ ଦେଖିବାକୁ ମିଳିଛି । ସୁପରଷ୍ଟାର ଥଲାପତି ବିଜୟଙ୍କ ଦଳ ଟିଭିକେକୁ ସରକାର ଗଠନ ପାଇଁ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri