Posted inଫୁରସତ

ଫ୍ରି ଫାୟାର ଗେମ୍‌ ଖେଳିବା ସମୟରେ ହେଲା ବନ୍ଧୁତା, ଘର ଛାଡି ପଳାଇଲେ ୪ ଭଉଣୀ, ଭାଇରାଲ ହେଉଛି ମାମଲା

ଦୁନିଆରେ ଅନଲାଇନ୍‌ ଗେମ୍‌ ପାଇଁ ଲୋକଙ୍କର କ୍ରେଜ୍‌ ରହିଛି। ଲୋକମାନେ ଦିନସାରା ଖେଳଗୁଡିକର କଳ୍ପନା ଦୁନିଆରେ ବୁଡି ରହିଥା’ନ୍ତି । ବର୍ତ୍ତମାନ ଏହିପରି ଅନେକ ଖେଳ ମଧ୍ୟ ଆସିଛି । ଯେଉଁଠାରେ ଆପଣ ଅନଲାଇନ୍‌ ଗେମ୍‌ ଖେଳିବା ସମୟରେ ଅନ୍ୟ ଲୋକଙ୍କ ସହିତ କଥାବାର୍ତ୍ତା କରିପାରିବେ । ଏହି ସମୟରେ ଲୋକଙ୍କ ବନ୍ଧୁତା ମଧ୍ୟ ବଢୁଛି ଏବଂ ଅନେକ କ୍ଷେତ୍ରରେ ଏହା ବିବାହରେ ମଧ୍ୟ ପହଞ୍ଚେ । ସବୁଠୁ ବଡ଼ ଉଦାହରଣ ହେଉଛି ସୀମା ହାଇଦର୍‌ ଏବଂ ସଚିନ ମୀନା। ପବ୍‌ଜି ଖେଳିବାବେଳେ ପାକିସ୍ତାନର ସୀମା ହଇଦର ଏବଂ ଭାରତର ସଚିନଙ୍କ ଭିତରେ ଭଲ ପାଇବା ହୋଇଥିଲା ଏବଂ ଦୁହେଁ ବିବାହ କରିଥିଲେ। ବିହାରରୁ ଏଭଳି ଏକ ମାମଲା ଭାଇରାଲ ହେଉଛି। ଯେଉଁଠାରେ ଚାରି ଭଉଣୀ ଅନଲାଇନ୍‌ ଗେମ୍‌ ଫ୍ରି ଫାୟାର ଖେଳି କିଛି ପୁଅଙ୍କ ଦ୍ୱାରା ବିଭ୍ରାନ୍ତ ହୋଇ ଘରୁ ପଳାଇ ଯାଇଛନ୍ତି।

ନିକଟରେ ବିହାରର ସମସ୍ତିପୁର ଜିଲାର ଏକ ଆଶ୍ଚର୍ଯ୍ୟଜନକ ମାମଲା ଭାଇରାଲ ହେବାରେ ଲାଗିଛି। ଯେଉଁଠାରେ ଚାରି ଭଉଣୀ ବିଦ୍ୟାଳୟକୁ ଯାଇଥିଲେ, କିନ୍ତୁ ସ୍କୁଲରୁ ଘରକୁ ଫେରିନଥିଲେ। ଯେତେବେଳେ ତାଙ୍କ ପରିବାର ସଦସ୍ୟ ପୋଲିସ ନିକଟରେ ଅଭିଯୋଗ କରିଥିଲେ, ସେତେବେଳେ ମାମଲାଟି ସାମ୍ନାକୁ ଆସିଥିଲା। ବାସ୍ତବରେ, ବିହାରର ସମସ୍ତିପୁର ଜିଲାରେ ରହୁଥିବା ଚାରି ଭଉଣୀ ଅନଲାଇନ ଫ୍ରି ଫାୟାର ଗେମ୍‌ ଖେଳୁଥିଲେ । ଯେଉଁଠାରେ ତାଙ୍କର ପୁଅଙ୍କ ସହିତ ବନ୍ଧୁତା ହୋଇଥିଲା।

ପୋଲିସ ଏହି ଘଟଣାର ଅନୁସନ୍ଧାନ ବେଳେ ମହାରାଷ୍ଟ୍ରର ପୁଣେରେ ଏହି ଝିଅମାନଙ୍କର ଅବସ୍ଥିତି ଜାଣିବାକୁ ପାଇଲା। ପୋଲିସ ସେମାନଙ୍କର ସ୍ବତନ୍ତ୍ର ଟିମ ପଠାଇ ଚାରି ଝିଅଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ୪ ଜଣ ପୁଅଙ୍କୁ ଗିରଫ କରିଥିଲା। ଫ୍ରି ଫାୟାର ଗେମ୍‌ ଖେଳିବାବେଳେ ଏହି ପୁଅମାନେ ଝିଅମାନଙ୍କୁ ପ୍ରଲୋଭିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଶାହରୁଖଙ୍କ ବଡ଼ ଉପଲବ୍ଧି: ଗୋଲ୍ଡ କଏନରେ ରହିଲା କିଙ୍ଗଖାନ୍‌ଙ୍କ ଫଟୋ

ମୁମ୍ବାଇ,୨୭।୭: ବଲିଉଡ ବାଦଶାହା ଶାହରୁଖ ଖାନ୍‌ଙ୍କୁ ମିଳିଛି ଆଉ ଏକ ବଡ଼ ଉପଲବ୍ଧି। ପୂର୍ବରୁ କୌଣସି କଳାକାର ହାସଲ କରି ନ ଥିବା ସମ୍ମାନର ହକ୍‌ଦାର...

ମୋ ମୁହଁରେ ଭର୍ତ୍ତି କରି ଦେଇଥିଲେ AK-47, ସେଦିନର ଲୋମଟାଙ୍କୁରା ଘଟଣା ବଖାଣିଲେ ପାଇଲଟ୍‌

ନୂଆଦିଲ୍ଲୀ,୨୬ା୭: ଆଜି ଅର୍ଥାତ୍‌ ୨୬ ଶୁକ୍ରବାର କାର୍‌ଗିଲ ବିଜୟ ଦିବସର ୨୫ବର୍ଷ ପୂରଣ ହୋଇଛି। ଏହି ଦିନ କାର୍‌ଗିଲ ଯୁଦ୍ଧରେ ଭାରତୀୟ ସେନା ପାକିସ୍ତାନକୁ ପରାସ୍ତ...

ଜୀବନ୍ତ ଗିଳି ଦେବାକୁ ଚେଷ୍ଟା କରୁଥିଲା ଅଜଗର, ବ୍ୟକ୍ତି ଜଣଙ୍କ କଲେ ଏଭଳି, ଭିଡିଓ ଦେଖିଲେ…

ଭୋପାଳ,୨୬।୭: ମଧ୍ୟପ୍ରଦେଶର ଜବଲପୁରର କଲ୍ୟାଣପୁର ଗ୍ରାମରେ ୧୫ ଫୁଟ ଲମ୍ବର ଅଜଗର ସାପ ଆକ୍ରମଣ କରିବା ପରେ ଜଣେ ବ୍ୟକ୍ତି ମୃତ୍ୟୁ ମୁଖରୁ ରକ୍ଷା ପାଇଯାଇଛନ୍ତି।...

ଜନ୍ମନେଲେ ଅଜବ ଶିଶୁ: ରହିଛି ୨୫ ଆଙ୍ଗୁଠି

ବେଙ୍ଗାଲୁରୁ,୨୪।୭:କର୍ନାଟକର ବାଗଲକୋଟ ଜିଲାର ବନହଟ୍ଟି ଅଞ୍ଚଳର ସନ୍‌ସାଇନ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲରେ ମଙ୍ଗଳବାର ୨୫ ଆଙ୍ଗୁଠି ଥିବା ଏକ ଦୁର୍ଲଭ ଶିଶୁ ଜନ୍ମ ହୋଇଛି। ଏହି...

ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଲେ କେତେ ଟଙ୍କା ମିଳେ କ୍ଷତିପୂରଣ, ଜାଣିଲେ…

କାଠମାଣ୍ଡୁ/ନୂଆଦିଲ୍ଲୀ ,୨୪ା୭: ସୌର୍ଯ୍ୟ ଏୟାରଲାଇନ୍ସର ୯ଏନ୍‌-ଏଏମ୍‌ଇ (ସିଆରଜେ- ୨୦୦) ବିମାନ ଭାରତର ପଡ଼ୋଶୀ ଦେଶ ନେପାଳର ରାଜଧାନୀ କାଠମାଣ୍ଡୁର ତ୍ରିଭୂବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ଦୁର୍ଘଟଣାର ଶିକାର...

ଜୀବନରେ ‘ରିଫ୍ରେଶ’ ରହିବା ଜରୁରୀ

ପ୍ରତିବର୍ଷ ଜୁଲାଇ ମାସର ଚତୁର୍ଥ ଗୁରୁବାର ନ୍ୟାଶନାଲ୍‌ ରିଫ୍ରେଶ୍‌ମେଣ୍ଟ ଡେ’ ପାଳନ କରାଯାଏ। ଏହି ଦିନ ଲୋକମାନେ ଥଣ୍ଡା ଲେମ୍ବୁ, ବରଫଯୁକ୍ତ ଚା’, କୋଲ୍ଡ ପାନୀୟ,...

ବାପାଙ୍କୁ କୁଣ୍ଢାଇ ଧରି କାନ୍ଦିକାନ୍ଦି ଏମିତି କହିଲେ ଝିଅ: ବାପାଙ୍କ ଆଖିରେବି ରହିଲାନି ଲୁହ, ଭାଇରାଲ ଭିଡିଓ ଦେଖିଲେ…

ସୋସିଆଲ ମିଡିଆରେ ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଚା’  ବିକାଳଙ୍କ  ଝିଅ ତାଙ୍କ ବାପାଙ୍କୁ କୁଣ୍ଢାଇ ଧରିି କହନ୍ତି, ପାପା,...

ସାଂସ୍କୃତିକ ଆଦାନ ପ୍ରଦାନକୁ ପ୍ରୋତ୍ସାହିତ କରେ

ପ୍ରତିବର୍ଷ ଜୁଲାଇ ୨୩ରେ ଜାତୀୟ ପ୍ରସାରଣ ଦିବସ ପାଳନ କରାଯାଇଥାଏ। ୧୯୨୭ରେ ବମ୍ବେ (ମୁମ୍ବାଇ)ଷ୍ଟେଶନରୁ ପ୍ରସାରିତ ପ୍ରଥମ ରେଡିଓ ପ୍ରସାରଣକୁ ସ୍ମରଣ କରିବା ଉଦ୍ଦେଶ୍ୟରେ ଏହି...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri