ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ ସମଗ୍ର ଗାଁ ରେ ଆତଙ୍କ ପ୍ରକାଶ ପାଇଛି। ସୋମବାର ସକାଳେ କିଛି ବ୍ୟକ୍ତି ପୋଖରୀ ରେ ଗାଧୋଉଥିବା ବେଳେ ପାଣି ରେ ୪ ଟି କୁମ୍ଭୀର ଥିବା ଦେଖିଥିଲେ।ଖବର ପ୍ରଚାରିତ ହେବା ପରେ ବହୁ ସଂଖ୍ୟକ ଗ୍ରାମବାସୀ ପୋଖରୀ ହିଡ ରେ ପହଞ୍ଚି କୁମ୍ଭୀର ଦେଖିଥିଲେ। ଗାଁ ର ଏକମାତ୍ର ପୋଖରୀ ଉପରେ ନିର୍ଭରଶୀଳ ଗ୍ରାମବାସୀ ପୋଖରୀ କୁ ଗାଧୋଇବା ଓ ଶୌଚ ପାଇଁ ଯିବାକୁ ଭୟ କରୁଥିବା ଜଣାପଡ଼ିଛି।ଖବର ପାଇ ଦିଗପହଣ୍ଡି ଫରେଷ୍ଟର ସନ୍ତୋଷ ବିଷୋୟୀରତ୍ନ ,ଫରେଷ୍ଟ ଗାର୍ଡ ପ୍ରଦୀପ କୁମାର ସ୍ବାଇଁ,ଜଗନ୍ନାଥ ବାଡତ୍ୟା ପ୍ରମୁଖ ସନ୍ଧ୍ୟାରେ ଗାଁ ରେ ପହଞ୍ଚି ପୋଖରୀ କୁ ଅନୁଧ୍ୟାନ କରିଥିଲେ ମଧ୍ୟ କୁମ୍ଭୀର ଙ୍କ କୌଣସି ଗତିବିଧି ଜଣାପଡିନଥିଲା। ପରେ ବନ କର୍ମଚାରୀ ବୃନ୍ଦ ଗାଁ ରେ କୁମ୍ଭୀର ସମ୍ପର୍କରେ ସଚେତନତା କରିବା ସହ ପୋଖରୀ କୁ ଯିବା ସମୟରେ ସତର୍କ ରହିବାକୁ ପରାମର୍ଶ ଦେଇ ଫେରିଥିବା ଜଣାପଡ଼ିଛି।ଦିଗପହଣ୍ଡି ବ୍ଲକ ଖମାରୀ ଗାଁ  ପୋଖରୀ ରେ ନିନି ଗୌଡ଼ ନାମ୍ନି ଜଣେ ମହିଳା କୁମ୍ଭୀର ଆକ୍ରମଣରେ ଆହତ ହୋଇଛନ୍ତି। ଗତ ୨୦୨୩ ଫେବୃୟାରୀ ୨୨ ତାରିଖ  ଅପରାହ୍ନ ପ୍ରାୟ ୫ ଟାରେ ଦିଗପହଣ୍ଡି ବ୍ଲକ ଖମାରିଗାଁ ର ନିନି ଗୌଡ଼ ଗ୍ରାମର ସାଗର ପୋଖରୀ ତୁଠ ରେ ବସି ଲୁଗା ସଫା କରୁଥିବା ବେଳେ ଏକ କୁମ୍ଭୀର ତାଙ୍କ ବାମ ହାତ କୁ କାମୁଡି ପାଣି ମଧ୍ୟକୁ ଟାଣି ନେଇଥିଲା। ନିନି ପାଟି କରିବାରୁ ଆଖପାଖ ରେ ଥିବା କିଛି ଗ୍ରାମବାସୀ ସେଠାରେ ପହଞ୍ଚି ପୋଖରୀ ପାଣି ମଧ୍ୟରୁ ନିନି ଙ୍କୁ  ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ଗତ ୨୦୨୩ ଜୁନ ୨୫ ତାରିଖରେ କୁମ୍ଭୀର ଆକ୍ରମଣରେ ଖମାରିଗାଁ ପଞ୍ଚାୟତ ସେବକ . ଟିକରପଡା ଗ୍ରାମ ନଦୀଗଣ୍ଡରେ ଗାଧୋଇବା ସମୟରେ କୁମ୍ଭୀର ଆକ୍ରମଣରେ  ଜଣେ ୫ମ ଶ୍ରେଣୀ ଛାତ୍ର ଶୁଭ୍ରାଂଶୁ ଗୈାଡଙ୍କ ମୃତ୍ୟୁ ହୋଇଥିଲା । କୁମ୍ଭୀର ତାଙ୍କୁ ପ୍ରାୟ ୨ କି. ମି ଯାଏଁ ପାଣିରେ ଟାଣି ନେଇଥିଲା। କିଛି ବର୍ଷ ପୂର୍ବେ ବାଲିଘାଇ ଗ୍ରାମର ରାଧାକୃଷ୍ଣ ବେହେରା ଙ୍କୁ କୁମ୍ଭୀର ଆକ୍ରମଣ କରିଥିଲା।କୁମ୍ଭୀର କାମୁଡ଼ା ରେ ତାଙ୍କ ଡ଼ାହାଣ ପାଦ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା। ସେ ଏବେ ଦିବ୍ୟାଙ୍ଗ ଭାବେ ଚଳପ୍ରଚଳ ହେଉଛନ୍ତି। ୨୦୨୫ ଜୁଲାଇ ୨୩ ତାରିଖରେ ଖମାରି ଗାଁ ସାଗର ବନ୍ଧରେ ଗାଧୋଇବା ସମୟରେ ଗୌଡ଼ ଗାଁ ପଞ୍ଚାୟତ ଦାଉଣୀ ଗ୍ରାମର ଜଣେ ରାଜମିସ୍ତ୍ରୀ ଟୁକୁନା ବେହେରା ଙ୍କ ବାମ ଗୋଡ଼କୁ କୁମ୍ଭୀର ଟାଣି ନେଇଥିଲା। ସୌଭାଗ୍ଯବଶତଃ ଟୁକୁନା କୁମ୍ଭୀର ସହ ଲଢି ପାଣି ଭିତରୁ ଫେରି ଆସିଥିଲେ ତାଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ଭର୍ତ୍ତି କରାଯାଇଥିଲା।ଚଳିତ ବର୍ଷ ଜାନୁଆରୀ ୯ ତାରିଖରେ ବନ ବିଭାଗ ପକ୍ଷରୁ କରାଯାଇଥିବା କୁମ୍ଭୀର ଗଣନା ଅନୁସାରେ ଘୋଡାହାଡ ଡ଼୍ୟାମ ରେ ୯୫ ଟି କୁମ୍ଭୀର ରହିଥିବା ବେଳେ ନିକଟସ୍ଥ ପୋଖରୀ ଓ ନଦୀଗଣ୍ଡ ମାନଙ୍କରେ ୩୨ ଟି କୁମ୍ଭୀର ରହିଥିବା ବନବିଭାଗ ରେକର୍ଡ ରୁ ଜଣାପଡିଛି  । ଖୁବ ଶୀଘ୍ର ଘୋଡ଼ାହାଡ଼ ଡ଼୍ୟାମ  ସମେତ ନିକଟବର୍ତ୍ତୀ ଗ୍ରାମ ମାନଙ୍କରେ ଥିବା ପୋଖରୀ ଓ ନଦୀଗଣ୍ଡରୁ କୁମ୍ଭୀର ମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର  କରାନଯାଏ ତେବେ ଅଞ୍ଚଳବାସୀ ଙ୍କ ପକ୍ଷରୁ ଦିଗପହଣ୍ଡି ବନବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଗଣ ଧାରଣା ଦିଆଯିବା ସହ ଦୁର୍ବାର ଆନ୍ଦୋଳନ କରାଯିବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନ୍ୟୁଜିଲାଣ୍ଡରେ ପହଞ୍ଚିଲେ କିଙ୍ଗ କୋହଲି: ଘଟିଲା ଏମିତି, ଯାହାକୁ ଦେଖି କାନ୍ଦି ପକାଇଲେ ମହିଳା ଫ୍ୟାନ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ ନଭେମ୍ବର ୪ ତାରିଖରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ ପାଇଁ ଶୁଭମନ…

ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ…

ଭଞ୍ଜନଗର ଗସ୍ତରେ ଆସୁଛନ୍ତି ମୁଖ୍ୟମନ୍ତ୍ରୀ: ଆକାଶମାର୍ଗରୁ ବନ୍ୟାଞ୍ଚଳର ସ୍ଥିତି କରିବେ ଅନୁଧ୍ୟାନ

ଭଞ୍ଜନଗର, ୩୦।୧୦ (ବାବୁଲା ପ୍ରଧାନ)- ବାତ୍ୟା ପରବର୍ତ୍ତୀ ବନ୍ୟା ପରିସ୍ଥିତିର ଅନୁଧ୍ୟାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁକ୍ରବାର ଗଞ୍ଜାମ ଜିଲା ଗସ୍ତରେ ଆସୁଛନ୍ତି।…

୨୦୨୮ ଦଶମ ବୋର୍ଡ ପରୀକ୍ଷା ନିୟମ ଜାରିକଲା ସିବିଏସ୍‌ଇ

ନୂଆଦିଲ୍ଲୀ, ୩୦୧୦: ସିବିଏସଇ ଗୁରୁବାର ୨୦୨୮ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ଢାଞ୍ଚା ସମ୍ପର୍କରେ ସ୍ପଷ୍ଟ କରିଛି। ଏଥିରେ ଛାତ୍ରୀଛାତ୍ରଙ୍କ ପାଇଁ ୫ଟି ବାଧ୍ୟତାମୂଳକ ବିଷୟ ରହିବ…

ଟ୍ରେନ୍‌ ଦୁର୍ଘଟଣା ପରେ ସ୍ପେନରେ ବିକ୍ଷୋଭ

ମାଡ୍ରିଡ୍‌, ୩୦ା୧୦: ବୁଧବାର ଏକ ଭୟାବହ ହାଇ-ସ୍ପିଡ ଟ୍ରେନ ଦୁର୍ଘଟଣାରେ ୬୮ ଜଣଙ୍କ ମୃତ୍ୟୁ ଗଟିବା ପରେ ସ୍ପେନର ପରିବହନ ମନ୍ତ୍ରୀ ଓସ୍କାର ପୁଏନ୍ତେଙ୍କ ଇସ୍ତଫା ଦାବି…

ନାଗପୁର ଏମ୍‌ଏଲ୍‌ସି ଆସନରେ କଂଗ୍ରେସର ବିଜୟ: ଭାଜପାକୁ ଝଟକା

ନାଗପୁର, ୩୦।୧୦: ଏକ କଡ଼ା ପ୍ରତିଦ୍ୱନ୍ଦ୍ୱିତାରେ କଂଗ୍ରେସ ପ୍ରାର୍ଥୀ ତଥା ବର୍ତ୍ତମାନର ଏମ୍‌ଏଲ୍‌ସି ଅଭିଜିତ ୱଞ୍ଜାରୀ ନାଗପୁର ଡିଭିଜନ ଗ୍ରାଜୁଏଟ୍ସ ନିର୍ବାଚନମଣ୍ଡଳୀ ଆସନରେ ଭାଜପାର ସୁଧାକର କୋହଲେଙ୍କୁ…

ବିନା ଛକାରେ ୧୬୭ ରନ୍‌ର ବିସ୍ଫୋରକ ଇନିଂସ ଖେଳିଲେ ଏହି ବ୍ୟାଟ୍‌ର୍‌: ହାସଲ କଲେ ବିରଳ ରେକର୍ଡ

ଲାହୋର,୩୦।୧୦: ଇଂଲଣ୍ଡର ଷ୍ଟାର୍‌ ଓପନର୍‌ ବେନ ଡକେଟଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଦମ୍‌ଦାର ଇନିଂସ। ପାକିସ୍ତାନ ଆୟୋଜିତ ଦିନିକିଆ ଟ୍ରାଇ ସିରିଜ୍‌ରେ ଶ୍ରୀଲଙ୍କା ବିପକ୍ଷ ଶେଷ ମ୍ୟାଚ୍‌ରେ…

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବ: ଜଳବନ୍ଦୀ ଗାଁ ବୁଲି ସ୍ଥିତି ପରଖିବାକୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ

ଗଞ୍ଜାମ,୩୦।୧୦(ଅନାଥ ତରାଇ): ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଗଞ୍ଜାମ ବ୍ଲକ୍ର ବିଭିନ୍ନ ପଞ୍ଚାୟତରେ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଅନେକ ଗାଁ ଜଳଘେରରେ ରହିଥିବାରୁ ଜନଜୀବନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?