ଫରେଷ୍ଟର, ଫରେଷ୍ଟ ଗାର୍ଡ ନିଲମ୍ବିତ

ଭୁବନେଶ୍ୱର, ୧୬।୨(ବ୍ୟୁରୋ): ଆଠଗଡ଼ ବନଖଣ୍ଡ ଅଧୀନ ନରସିଂହପୁର ୱେଷ୍ଟ ରେଞ୍ଜରେ ବାରାସିଂଘା ବିଟ୍‌ ଅନ୍ତର୍ଗତ ବାଲିକିଆରୀ ରିଜର୍ଭ ଫରେଷ୍ଟରୁ ହାତୀର ଗଳିତ ମୃତଦେହ ଜବତ ଘଟଣାରେ ବନ ବିଭାଗ ତରଫରୁ ପ୍ରଥମ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଠଗଡ଼ ଡିଏଫ୍‌ଓ ମଙ୍ଗଳବାର ଫରେଷ୍ଟର ବିବେକାନନ୍ଦ ଜାନି ଏବଂ ଫରେଷ୍ଟ ଗାର୍ଡ ସୁନାୟକ ମାଝିଙ୍କୁ କର୍ତ୍ତବ୍ୟରେ ଅବହେଳା ପାଇଁ ଚାକିରିରୁ ନିଲମ୍ବନ କରିଛନ୍ତି। ଆଗକୁ ତଦନ୍ତରେ ଅନ୍ୟ କେହି ଅଧିକାରୀଙ୍କର ସମ୍ପୃକ୍ତି ସାମ୍ନାକୁ ଆସିଲେ ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପିସିସିଏଫ୍‌ (ବନ୍ୟପ୍ରାଣୀ) ଶଶୀ ପଲ୍‌ କହିଛନ୍ତି।
ଅନ୍ୟପକ୍ଷରେ ବନ ବିଭାଗର କାର୍ଯ୍ୟାନୁଷ୍ଠାନକୁ ନେଇ ଚର୍ଚ୍ଚା ଜୋର ଧରିଛି। ଘଟଣାକୁ ୭ଦିନ ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନ ଥିଲା। ଏହା ପ୍ରତିବାଦରେ ମଙ୍ଗଳବାର ସକାଳେ ଏକାମ୍ର ୱେଲଫେୟାର ଟ୍ରଷ୍ଟର ପୂରବୀ ପାତ୍ରଙ୍କ ନେତୃତ୍ୱରେ ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କ ଅଫିସ ଫାଟକ ବନ୍ଦ କରି ଧାରଣା ଦିଆଯାଇଥିଲା। କୌଣସି କର୍ମଚାରୀ ମୁଖ୍ୟ ଫାଟକ ବାଟ ଦେଇ ଅଫିସ ଭିତରକୁ ଯାଇପାରି ନ ଥିଲେ। ତେବେ ପ୍ରାୟ ସାଢେ ୧୦ଟା ବେଳେ ଅଲଗା ରେଞ୍ଜରୁ ମହିଳା ଗାର୍ଡ ଫରେଷ୍ଟରଙ୍କୁ ଡକାଯାଇ, ଜୋର ଜବରଦସ୍ତି ପୁରବୀଙ୍କୁ ହଟାଇ ରାସ୍ତା ସଫା କରାଯାଇଥିଲା। ପିସିସିଏଫ୍‌ (ବନ୍ୟପ୍ରାଣୀ)ଙ୍କ ଅଫିସ ଘେରାଉ କରାଯିବା ଓଡ଼ିଶାରେ ପ୍ରଥମ ଘଟଣା। ହାତୀ ମୃତ୍ୟୁକୁ ବନ ବିଭାଗ ଲୁଚାଇବା ପ୍ରତିବାଦରେ ଏହି ଧାରଣା ଦିଆଯାଇଥିଲା। ଏଥିରେ କେନ୍ଦ୍ରୀୟ ବନ୍ୟପ୍ରାଣୀ ବୋର୍ଡର ପୂର୍ବତନ ସଦସ୍ୟ ବିଶ୍ୱଜିତ ମହାନ୍ତି, ପରିବେଶପ୍ରେମୀ ଅନିଲ ଧୀର ପ୍ରମୁଖ ପ୍ଲା କାର୍ଡ ଧରି ସାମିଲ ହୋଇଥିଲେ। ପରେ ଡିସିଏଫ ସମ୍ୟକ ସାମନ୍ତରାୟ ଆସି ବୁଝାଶୁଝା କରିବାରୁ ପୂରବୀ ଆନ୍ଦୋଳନରୁ ଓହରିଥିଲେ। ଯଦି ଆଗାମୀ ୧୫ଦିନ ଭିତରେ ହାତୀ ମୃତ୍ୟୁକୁ ଲୁଚାଇବା ଘଟଣାରେ ସମ୍ପୃକ୍ତ ଉଚ୍ଚ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନ ନିଆଯିବ, ତାହେଲେ ପୁଣି ଅଫିସ୍‌ ଫାଟକ ବନ୍ଦ କରାଯିବ ବୋଲି ପୂରବୀ କହିଛନ୍ତି। ଏହି ଆନ୍ଦୋଳନ ଯୋଗୁ ବନ ବିଭାଗ ତରଫରୁ ତରବରିଆ ଭାବେ ଫରେଷ୍ଟର ଓ ଫରେଷ୍ଟ ଗାର୍ଡଙ୍କୁ ନିଲମ୍ବନ କରାଯାଇଛି। ହେଲେ ୫ଜଣ ୱାଚର ସିଧାସଳଖ ଜଣେ ରେଞ୍ଜରଙ୍କ ନିର୍ଦ୍ଦେଶରେ ଏହି କାମ ହୋଇଥିବା କଥା ନିଜର ଜମାନବନ୍ଦୀରେ କହିଥିଲେ ମଧ୍ୟ ତାଙ୍କୁ ଘଣ୍ଟ ଘୋଡ଼ାଯାଇଛି ବୋଲି ପୂରବୀ ଅଭିଯୋଗ କରିଛନ୍ତି। ଏ ନେଇ ବିଶ୍ୱଜିତ କହିଛନ୍ତି, ତଳିଆ କର୍ମଚାରୀମାନଙ୍କୁ ନିଲମ୍ବନ କରି ବନ ବିଭାଗ କିଛି ଉଚ୍ଚ ଅଧିକାରୀଙ୍କୁ ସୁରକ୍ଷା ଦେଉଛନ୍ତି। କିନ୍ତୁ ସେମାନେ ବନ୍ୟପ୍ରାଣୀଙ୍କୁ ସୁରକ୍ଷା ଦେବା ପାଇଁ ସରକାରଙ୍କଠାରୁ ଦରମା ପାଉଛନ୍ତି। ଉଲ୍ଲେଖଯୋଗ୍ୟ, ୨୦୨୧ ନଭେମ୍ବର ମାସରେ ଏଭଳି ଏକ ହାତୀ ମୃତ୍ୟୁ ଘଟଣାରେ କର୍ତ୍ତବ୍ୟରେ ଅବହେଳା ପାଇଁ ଆଠଗଡ଼ ରେଞ୍ଜରଙ୍କୁ ନିଲମ୍ବନ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଧଳାବାଘ ‘ସ୍ନେହା’ ମୃତ

ଭୁବନେଶ୍ୱର,୧୯।୪: ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିକିତ୍ସିତ ହେଉଥିବାବେଳେ ଧଳାବାଘ ‘ସ୍ନେହା’ର ମୃତ୍ୟୁ ଘଟିଛି। ବୃଦ୍ଧାବସ୍ଥା ଏବଂ ଗ୍ରୀଷ୍ମ ପ୍ରବାହ କାରଣରୁ ଗତକାଲି ଅସୁସ୍ଥ ହେବା...

୨ଦିନ ପରେ ହ୍ରାସ ପାଇବ ତାପମାତ୍ରା

ଭୁବନେଶ୍ୱର,୧୯।୪: ଆଗାମୀ ୨ଦିନ ତାପମାତ୍ରାରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ପକ୍ଷରୁ ଶୁକ୍ରବାର ସୂଚନା ଦିଆଯାଇଛି। ଅର୍ଥାତ ୨ ଦିନ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିପଜ୍ଜନକ ସ୍ତରରେ ହିଟ୍‌ଓ୍ବେଭ୍‌, ଚିନ୍ତା ବଢ଼ାଇଲା ଆଇଏମଡି ରିପୋର୍ଟ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ସକାଳ ସାଢ଼େ ୮ଟାରେ ୬୪% ଆର୍ଦ୍ରତା...

୨୧ରୁ ତାତିରେ ଲାଗିବ ବ୍ରେକ୍‌, ଏହି ସବୁ ଜିଲାରେ ବର୍ଷିବ

ଭୁବନେଶ୍ୱର,୧୯।୪: ତାତିରୁ ମିଳିବ ଆଶ୍ୱସ୍ତି। ୨୧ ଓ ୨୨ ତାରିଖ ବେଳକୁ ଖରାର ପ୍ରକୋପ ସାମାନ୍ୟ ହ୍ରାସ ପାଇବା ସହ ରାଜ୍ୟରେ କିଛି ସ୍ଥାନରେ ବର୍ଷା...

‘ଓଡ଼ିଶାରେ ଏତିକି ଲୋକ ସଭା ଆସନ ଜିତିବ ଭାଜପା’

ଭୁବନେଶ୍ୱର,୧୯।୪: ବିଧାନସଭା ନିର୍ବାଚନ ପାଇଁ ଭାଜପା ଦ୍ୱିତୀୟ ପର୍ଯ୍ୟାୟ ସୁଦ୍ଧା ୧୩୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଖୁବ୍‌ଶୀଘ୍ର ଭାଜପାର ଅବଶିଷ୍ଟ ବିଧାନସଭା ପ୍ରାର୍ଥୀ...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri