Posted inଖେଳ

ଫର୍ମୁଲାଓ୍ବାନ ମୋଟରରେସିଂ: ଭର୍ଷ୍ଟାପେନ୍‌ ଜିତିଲେ ଅଷ୍ଟ୍ରିଆନ ଗ୍ରାଁ ପ୍ରି

ସ୍ପେଲବର୍ଗ (ଅଷ୍ଟ୍ରିଆ), ୫।୭- ରେଡ୍‌ବୁଲ୍‌ ଡ୍ରାଇଭର ମ୍ୟାକ୍ସ ଭର୍ଷ୍ଟାପେନ ଅଷ୍ଟ୍ରିଆନ ଗ୍ରାଁ ପ୍ରି ଫର୍ମୁଲାଓ୍ବାନ ମୋଟରରେସିଂ ଟାଇଟଲ ଜିତିଛନ୍ତି। ରବିବାର ଅନୁଷ୍ଠିତ ରେସ୍‌ରେ ସେ ୧:୨୩:୫୪.୫୪୩ ସେକେଣ୍ଡ ସମୟ ନେଇ ପ୍ରଥମସ୍ଥାନ ଅଧିକାର କରିଛନ୍ତି। ମର୍ସିଡିଜ୍‌ର ଭାଲଟେରୀ ବୋଟ୍ଟାସ ଏବଂ ମ୍ୟାକଲରେନର ଲାନ୍‌ଡୋ ନୋରିସ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଫଳରେ ଏହି ତିନି ଡ୍ରାଇଭରଙ୍କୁ ଯଥାକ୍ରମେ ୨୬, ୧୮ ଓ ୧୫ ପଏଣ୍ଟ ମିଳିଛି। ୪ର୍ଥରୁ ଯଥାକ୍ରମେ ୧୦ମ ସ୍ଥାନ ହାସଲ କରି ଟପ୍‌-୧୦ ଫିନିଶ୍‌ କରିଥିବା ଅନ୍ୟ ଡ୍ରାଇଭରମାନେ ହେଲେ ମ୍ୟାକ୍‌ଲରେନର ଲୁଇସ ହାମିଲଟନ, ଫେରାରୀର କାର୍ଲୋସ ସିଞ୍ଜ୍‌ ଜୁନିୟର, ରେଡ୍‌ବୁଲ୍‌ର ସର୍ଗିଓ ପେରେଜ, ମ୍ୟାକଲରେନର ଡାନିଏଲ ରିକାର୍ଡୋ, ଫେରାରୀର ଚାଲର୍‌ସ ଲେକ୍‌ରେକ୍‌, ଆଲ୍‌ଫା ଟୌରୀର ପିଏରେ ଗାସ୍‌ଲେ ଏବଂ ଆଲପାଇନ୍‌ର ଫର୍ନାଣ୍ଡୋ ଆଲୋଁସୋ। ଅନ୍ୟ ନାମୀ ଡ୍ରାଇଭରଙ୍କ ମଧ୍ୟରେ ଆଲ୍‌ଫା ରୋମିଓର କିମି ରାଇକୋନେନ ଏବଂ ଆଷ୍ଟନ ମାର୍ଟିନର ସେବାଷ୍ଟିଆନ ଭେଟେଲ ପ୍ରମୁଖ ଯଥାକ୍ରମେ ୧୬ ଓ ୧୭ତମ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରିଆନ ଗ୍ରାଁ ପ୍ରି ପରେ ଭର୍ଷ୍ଟାପେନ ୧୮୨ ପଏଣ୍ଟ ସହିତ ଡ୍ରାଇଭର୍ସ ଷ୍ଟାଣ୍ଡିଂର ଶୀର୍ଷସ୍ଥାନରେ ରହିଛନ୍ତି। ସେ ଏହାକୁ ମିଶାଇ ୫ଟି ଗ୍ରାଁ ପ୍ରି ଜିତି ସାରିଛନ୍ତି। ୩ ଗ୍ରାଁ ପ୍ରି ଜିତିଥିବା ହାମିଲଟନ ୧୫୦ ପଏଣ୍ଟ ସହିତ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ୧୦୦ରୁ ଊର୍ଦ୍ଧ୍ୱ ପଏଣ୍ଟ ପାଇଥିବା ଅନ୍ୟ ୨ ଡ୍ରାଇଭର ହେଲେ ରେଡ୍‌ବୁଲ୍‌ର ସର୍ଗିଓ ପେରେଜ (୧୦୪) ଓ ମ୍ୟାକ୍‌ଲରେନର ଲାନ୍‌ଲୋ ନୋରିସ(୧୦୧)। କନ୍‌ଷ୍ଟ୍ରକ୍ଟର୍ସ ଷ୍ଟାଣ୍ଡିଂରେ ୨୮୬ ପଏଣ୍ଟ ସହିତ ରେଡ୍‌ବୁଲ୍‌ ଟିମ୍‌ ଶୀର୍ଷରେ ଅପରିବର୍ତ୍ତିତ ରହିଛି। ମର୍ସିଡିଜ୍‌ ୨୪୨ ଏବଂ ମ୍ୟାକଲରେନ ୧୪୧ ପଏଣ୍ଟ ପାଇ ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଭାରତୀୟ ହକି ଅମ୍ପାୟରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ, ୨ା୧୦: ଯୌନ ନିର୍ଯାତନା ଅଭିଯୋଗରେ ଜାପାନରେ ଚାଲିଥିବା ଏସିଆନ ଗେମ୍ସରୁ ହକି ଅମ୍ପାୟର ତଥା ଟେକ୍‌ନିକାଲ ଅଫିସିଆଲ ଗୁରିନ୍ଦର ସିଂ ସାଙ୍ଘାଙ୍କୁ ସ୍ବଦେଶ ଫେରାଇ ଅଣାଯାଇଛି।…

ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ନୀରୁ ଧଣ୍ଡା ହେବେ ପତାକା ବାହକ, ଜାଣନ୍ତୁ ନୀରୁ କିଏ…

ନାଗୋୟା,୨ା୧୦: ରବିବାର ହେବାକୁ ଥିବା ଏସିଆନ ଗେମ୍ସ ଉଦ୍‌ଯାପନୀ ଉତ୍ସବରେ ଭାରତର ଅଗ୍ରଣୀ ଟ୍ରାପ୍‌ ଶୁଟର ନୀରୁ ଧଣ୍ଡା ଭାରତୀୟ ଦଳର ମହିଳା ପତାକା ବାହକ ହେବେ।…

ଗୋଟିଏ ଦିନରେ ଭାରତକୁ ମିଳିଲା ୬ ସ୍ବର୍ଣ୍ଣ ପଦକ

ନିଶିଓ,୨।୧୦: ଏସିଆନ ଗେମ୍ସରେ ଶୁକ୍ରବାର ଭାରତ ଚମତ୍କାର ପ୍ରଦର୍ଶନ କରିଛି। ଭାରତ ଗୋଟିଏ ଦିନରେ ୬ ସ୍ବର୍ଣ୍ଣ ପଦକ ହାସଲ କରିଛି। ଭାରତୀୟ ବକ୍ସର ହ୍ୟାଟ୍ରିକ ସ୍ବର୍ଣ୍ଣ…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?