Posted inଖେଳ

ମହାମାରୀ ଭୟ ସତ୍ତ୍ୱେ ଟୋକିଓରେ ନିର୍ବାଚନ

ଟୋକିଓ,୫।୭(ଏପି): କୋଭିଡ୍‌-୧୯ ମହାମାରୀର ଭୟାବହତା ପାଇଁ ଅଲିମ୍ପିକ୍ସ ଆୟୋଜନ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲେ ମଧ୍ୟ ଟୋକିଓରେ ଆସେମ୍ବ୍ଲି ନିର୍ବାଚନ ଅନୁଷ୍ଠିତ ହୋଇଛି। ଆଉ ପାଖାପାଖି ୩ ସପ୍ତାହ ପରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ କରୋନ ସଂକ୍ରମଣ ବଢିବାରେ ଲାଗିଛି। ରବିବାର ଅନୁଷ୍ଠିତ ନିର୍ବାଚନରେ ୧୨୭ଟି ସିଟ୍‌ ପାଇଁ ୨୭୧ ଜଣ ପ୍ରାର୍ଥୀ ନିର୍ବାଚନରେ ଅବତୀର୍ଣ୍ଣ ହୋଇଥିଲେ। ଟୋକିଓର ୧୪ ମିଲିୟନ ଲୋକଙ୍କ ମଧ୍ୟରୁ ୯.୮ ମିଲିୟନ ଲୋକ ଭୋଟ ଦେବାକୁ ଯୋଗ୍ୟ ବିବେଚିତ ଥିଲେ।
ଏକ ପବ୍ଲିକ ଓପିନିୟନ ସର୍ଭେରେ ପାଖାପାଖି ୬୦ ପ୍ରତିଶତ ଲୋକ ଅଲିମ୍ପିକ୍ସ ବାତିଲ କରିବାକୁ କିମ୍ବା ଘୁଞ୍ଚାଇ ଦେବାକୁ ନିଜର ମତ ରଖିଛନ୍ତି। ଏ ପର୍ଯ୍ୟନ୍ତ ମାତ୍ର ୧୦ ପ୍ରତିଶତ ଲୋକଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇଛି। ୟୁରିକୋ କୋଇକେଙ୍କ ତୋମିନ ଫାର୍ଷ୍ଟ ପାର୍ଟି ଓ ପ୍ରଧାନମନ୍ତ୍ରୀ ୟୋଶିହାଇଡ ସୁଗାଙ୍କ ଲିବେରାଲ ଡେମୋକ୍ରାଟ୍ସ ପାର୍ଟି ମଧ୍ୟରେ କଡ଼ା ମୁକାବିଲା ହେବ ବୋଲି ଏକ୍‌ଜିଟ ପୋଲ୍‌ରୁ ଜଣାଯାଇଛି। ତୋମିନ ଫାର୍ଷ୍ଟ ୨୦ରୁ ୩୫ ଓ ଲିବେରାଲ ୨୫ରୁ ୪୩ ସିଟ୍‌ ଜିତିବ ବୋଲି ଅନୁମାନ କରାଯାଇଛି। ନିରାପତ୍ତାର ସହ ସୁରକ୍ଷିତ ଭାବେ ଲିବେରାଲ ଅଲିମ୍ପିକ୍ସ ଆୟୋଜନ କରିବାକୁ ପ୍ରତିଶ୍ରୁତି ଦେଇଛି ଓ ଦଳ ପାଖରେ ଏବେ ୨୫ଟି ସିଟ୍‌ ରହିଛି।
ଜୁଲାଇ ୨୩ରୁ ଆରମ୍ଭ ହେବାକୁ ଥିବା ଅଲିମ୍ପିକ୍ସରେ ୧୫,୦୦୦ ଆଥ୍‌ଲେଟଙ୍କ ସମେତ ୫୦,୦୦୦ ଅଫିସିଆଲ ଟୋକିଓ ଆସିବେ ଓ ୭୦,୦୦୦ ଭଲ୍ୟୁଣ୍ଟିୟର୍ସ ଦାୟିତ୍ୱରେ ରହିବେ। ଅଲିମ୍ପିକ୍ସ ଦ୍ୱାରା କରୋନା ସଂକ୍ରମଣରେ ବିସ୍ଫୋରଣ ହେବ ବୋଲି କେତେଜଣ ଚିକିତ୍ସା ବିଜ୍ଞାନୀ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିକାଶଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌

ନ୍ୟୁୟର୍କ, ୨୦ା୪ (ପି.ଟି.)-ଭାରତୀୟ ବକ୍ସର ବିକାଶ କ୍ରିଷନ ତାଙ୍କ ଦ୍ୱିତୀୟ ପ୍ରଫେଶନାଲ ବାଉଟ୍‌ରେ ଆମେରିକାର ନୋଆ କିଡ୍‌ଙ୍କୁ ଭେଟିବେ। ଏହି ମୁକାବିଲା ଶନିବାର ସ୍ଥାନୀୟ ଆଇକନିକ...

ରଣଜୀ ଟ୍ରଫି: କର ବା ମର ସ୍ଥିତିରେ ଓଡ଼ିଶା

କଟକ ଅଫିସ,୧୨।୨- ଚଳିତ ରଣଜୀ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍‌ ବୁଧବାରଠାରୁ ଖେଳାଯିବ। ଏହିକ୍ରମରେ ଓଡ଼ିଶା ଏହାର ଅନ୍ତିମ ମ୍ୟାଚ୍‌ରେ ଝାଡ଼ଖଣ୍ଡକୁ ଭେଟିବାର କାର୍ଯ୍ୟସୂଚୀ...

ପାକିସ୍ତାନ ଗସ୍ତ କରିବାକୁ ଜିମ୍ବାଓ୍ବେ ଦଳକୁ ଅନୁମତି

ହରାରେ,୨୪।୯ (ଏପି): ଆସନ୍ତାମାସ ଏକ ସୀମିତ ଓଭର ସିରିଜ ଖେଳିବାକୁ ଜିମ୍ବାଓ୍ବେ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଏ ନେଇ ଜିମ୍ବାଓ୍ବେ ସରକାର ଅନୁମତି...

ଆଇପିଏଲ୍‌: ରାତି ମ୍ୟାଚ୍‌ ଟାଇମିଂ ଅପରିବର୍ତ୍ତିତ

ନୂଆଦିଲ୍ଲୀ, ୨୭।୧ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ରାତିରେ ଖେଳାଯିବାକୁ ଥିବା ମ୍ୟାଚ୍‌ର ଆରମ୍ଭ ଟାଇମିଂରେ କୌଣସି ପରିବର୍ତ୍ତନ କରାଯାଇନାହିଁ। ପୂର୍ବଭଳି ରାତି ମ୍ୟାଚ୍‌...

କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ବିଦା କଲା ଓଡ଼ିଶା ଏଫ୍‌ସି: ମହଙ୍ଗା ପଡ଼ିଲା ରେପ୍‌ ମନ୍ତବ୍ୟ

ନୂଆଦିଲ୍ଳୀ,୩।୨(ପି.ଟି.): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଅନ୍ୟତମ ଦଳ ଓଡ଼ିଶା ଏଫ୍‌ସି ମଙ୍ଗଳବାର ହେଡ୍‌ କୋଚ୍‌ ଷ୍ଟୁଆର୍ଟ ବକ୍ସଟରଙ୍କୁ ଦାୟିତ୍ୱରୁ ହଟାଇଛି। ସୋମବାର ଗୋଆର ବାମ୍ବୋଲିମ୍‌ରେ...

ରାଜସ୍ଥାନରେ ଯୋଗଦେବାକୁ ପ୍ରତିଶ୍ରୁତି ଦେଲେ ଅମିର ଖାନ୍‌

ନୂଆଦିଲ୍ଲୀ,୨୩।୫: ବଲିଉଡ୍‌ ସୁପରଷ୍ଟାର ଅମିର ଖାନ୍‌ଙ୍କୁ ଆଇପିଏଲ୍‌ରେ କିଣିବାକୁ ରାଜି ହୋଇଛି ରାଜସ୍ଥାନ ରୟାଲ୍ସ। ପ୍ରଥମ ସିଜନ ଚାମ୍ପିୟନ ‘ମିଃ ପରଫେକ୍‌ଶନିଷ୍ଟ’ଙ୍କ କ୍ରିକେଟିଂ ଦକ୍ଷତା ଉପରେ...

୧୩ରୁ ରାଜ୍ୟସ୍ତରୀୟ ଖୋ ଖୋ ଚାମ୍ପିୟନଶିପ୍‌

ପୁରୀ ଅଫିସ, ୧୨ା୧୧: ଓଡ଼ିଶାର ଜଗରନଟ୍ସ ଖୋ ଖୋ ଦଳ ଗତ ଅଗଷ୍ଟରେ ପୁଣେରେ ଅନୁଷ୍ଠିତ ପ୍ରତିଯୋଗିତାରେ ଚାମ୍ପିୟନ ହୋଇଥିଲା। ତେଣୁ ଖୋ ଖୋ ଖେଳକୁ...

ମ୍ୟାଚ୍‌ର କିଛି ସମୟ ପୂର୍ବରୁ ଜେଜେ ମା’ ପ୍ରାଣ ହରାଇଥିଲେ, ତଥାପି ପଡିଆକୁ ଓହ୍ଲାଇ ବିସ୍ଫୋରକ ପାଳି ଖେଳିଲେ ଏହି କ୍ରିକେଟର୍‌

ପୋର୍ଟ ଅଫ ସ୍ପେନ, ୧୬।୮: ୱେଷ୍ଟଇଣ୍ଡିଜକୁ ତୃତୀୟ ଦିନିକିଆରେ ୬ ଉଇକେଟରେ ପରାସ୍ତ କରି ଦିନିକିଆ ସିରିଜକୁ ୨-୦ରେ ପୋଛି ନେଇଛି ଭାରତ। ଏହି ମ୍ୟାଚ୍‌ରେ...

Advertisement
Archives

Model This Week