ଅଣଦେଖା କରନି

ବାସହୀନ ଲୋକଙ୍କୁ ସରକାର ସବୁକିଛି ମାଗଣାରେ ଯୋଗାଇପାରିବେ ନାହିଁ। ସେମାନେ ଦେଶ ପାଇଁ କିଛି କରିବା ଉଚିତ ବୋଲି ବମ୍ବେ ହାଇକୋର୍ଟ ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣି କରି ଏହା କହିଛନ୍ତି । ବ୍ରିହାନ୍‌ ମୁମ୍ବାଇ ମହାନଗର ନିଗମରେ ରହୁଥିବା ବାସହୀନ ଲୋକଙ୍କୁ ପୁଷ୍ଟିକର ଖାଦ୍ୟ, ପାନୀୟ ଜଳ, ଶୌଚାଳୟ ଏବଂ ଯୁବତୀ ଓ ମହିଳାମାନଙ୍କୁ ସାନିଟାରୀ ନାପ୍‌କିନ୍‌ ଯୋଗାଇ ଦେବା ସକାଶେ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେବାକୁ ହାଇକୋର୍ଟରେ ଏ ନେଇ ଆବେଦନ କରାଯାଇଥିଲା। ହେଲେ ମୁଖ୍ୟ ବିଚାରପତି ଦୀପଙ୍କର ଦତ୍ତ ଓ ବିଚାରପତି ଜି.ଏସ୍‌. କୁଲକର୍ଣ୍ଣୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ, କୌଣସି କାମ କରୁ ନ ଥିବା ବାସହୀନ ଲୋକଙ୍କୁ ଯଦି ସବୁକିଛି ଯୋଗାଇ ଦିଆଯିବ, ତାହା ହେଲେ ସେମାନଙ୍କ ସଂଖ୍ୟା ବୃଦ୍ଧି ପାଇବ। ଦେଖିବାକୁ ଗଲେ ହାଇକୋର୍ଟଙ୍କ ମତ ସାର୍ବଜନୀନ ନୁହେଁ। କାରଣ ଏକ ଜନମଙ୍ଗଳକାରୀ ରାଷ୍ଟ୍ରରେ ଅଭାବୀଙ୍କୁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ମୌଳିକ ସୁବିଧା ଯୋଗାଇଦେବା ଗଣତାନ୍ତ୍ରିକ ସରକାରଙ୍କ ମୁଖ୍ୟ କାର୍ଯ୍ୟ। କେହି ଯେଭଳି ଭୋକରେ ନ ମରିବେ ତାହା ସୁନିଶ୍ଚିତ କରିବା ଦିଗରେ ସବୁ ପ୍ରକାର ପଦକ୍ଷେପ ନିଆଯିବା ଉଚିତ। ଖଣ୍ଡପୀଠ ଯେଉଁ ଆଶଙ୍କା କରିଛନ୍ତି ଯେ, ଲୋକମାନେ କାମ ନ କରି ମାଗଣାରେ ସୁବିଧା ପାଇଯାଉଥିବାରୁ ସେମାନଙ୍କ ସଂଖ୍ୟା ସମାଜରେ ବଢ଼ିଯିବ, ତାହା ମଧ୍ୟ ଯୁକ୍ତିସଙ୍ଗତ ମନେ ହେଉନାହିଁ। କାରଣ ଯେଉଁମାନେ ବାସହୀନ ଅଛନ୍ତି ସେମାନେ ନିଶ୍ଚିତ ଭାବେ ଅତ୍ୟନ୍ତ ଦରିଦ୍ର। ତେବେ ଏହା କୁହାଯାଇପାରେ ଯେ, ତାଲିକାରେ ଏପଟସେପଟ କରୁଥିବା ଲୋକଙ୍କୁ ଧରିବା ଲାଗି ପ୍ରଶାସନିକ ତତ୍ପରତା ହେବା ଦରକାର।
ସାଧାରଣରେ ଅଭିଯୋଗ ହୋଇଥାଏ ଯେ ଗରିବମାନଙ୍କୁ ସରକାର ସବୁ ଦେଉଛନ୍ତି। ବାସ୍ତବରେ ଦାରିଦ୍ର୍ୟ ସୀମାରେଖା ତଳେ (ବିପିଏଲ୍‌) ଥିବା ଲୋକଙ୍କ ପାଇଁ ସରକାରୀ ବ୍ୟବସ୍ଥା ଏକମାତ୍ର ସାହାଭରସା। କେନ୍ଦ୍ର ହେଉ ବା ରାଜ୍ୟ ସରକାର ଗ୍ରାମାଞ୍ଚଳର ଗରିବଙ୍କୁ ବିନାମୂଲ୍ୟରେ ବିଦ୍ୟୁତ୍‌ ସଂଯୋଗ କରାଇ ଦେଉଛନ୍ତି। ସ୍ଥଳବିଶେଷରେ ଗୋଟିଏ ବଲ୍‌ବ ବା ପଙ୍ଖାଟିଏ ଘୂରିବା ଲାଗି ମାଗଣା ସୁବିଧା ଦେଉଛନ୍ତି। ଯେଉଁଠାରେ ସେମାନେ ଅଧିକ ବ୍ୟବହାର କରୁଛନ୍ତି ସେଠାରେ ବିଦ୍ୟୁତ୍‌ ବିଲ୍‌ ପଇଠ କରୁଛନ୍ତି କିମ୍ବା ଡ୍ରପ୍‌ ଆଉଟ୍‌ ଉଡିଯାଉଛି। ତେଣୁ ଜାଲିଆତି କରିବା କଷ୍ଟକର ବ୍ୟାପାର। ଗୋଟିଏ ଦେଶରେ କର୍ପୋରେଟ୍‌ ସଂସ୍ଥା ହଜାର ହଜାର କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ଫାଙ୍କି ଦେଉଥିବା ବେଳେ ଗରିବଙ୍କୁ ସାମାନ୍ୟ ସୁବିଧା ମିଳିଗଲେ ବମ୍ବେ ହାଇକୋର୍ଟର ବିଚାରପତିଙ୍କ ଭଳି ଅନେକେ ବ୍ୟକ୍ତି ବିରୋଧ କରୁଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ଭଳି ନୂଆଦିଲ୍ଲୀରେ ରାଜକୀୟ ସୌଧ ଗଢ଼ିବା ସକାଶେ କେନ୍ଦ୍ର ସରକାରଙ୍କ ନିକଟରେ ଅର୍ଥ ଥିବା ବେଳେ ଗରିବ ଲୋକଙ୍କୁ ମୌଳିକ ସୁବିଧା ଦେବା ବେଳେ କୁନ୍ଥୁକୁନ୍ଥୁ ହେବା ଠିକ୍‌ ନୁହେଁ। ସରକାର ସଂଗ୍ରହ କରୁଥିବା ଅର୍ଥ ଯଦି ଏହିଭଳି ଲୋକଙ୍କ କଲ୍ୟାଣ ଦିଗରେ ବିନିଯୋଗ ହେବ ନାହିଁ, ତାହା ହେଲେ ସେହି ଅର୍ଥ କେଉଁଥିପାଇଁ ଉଦ୍ଦିଷ୍ଟ ବୋଲି ପ୍ରଶ୍ନ ହେବା ସ୍ବାଭାବିକ। ଓଡ଼ିଶା ସମେତ ଦେଶର ବିଭିନ୍ନ ରାଜ୍ୟରେ ଦରକାରୀ ଲୋକଙ୍କୁ ମାଗଣାରେ ଖାଦ୍ୟ ଯୋଗାଇ ଦିଆଯାଉଛି। ଫଳରେ ପୂର୍ବାପେକ୍ଷା ଅନାହାର ମୃତ୍ୟୁ କମିଛି। ଏହା ସରକାରଙ୍କ ଦ୍ୱାରା ନିଆଯାଇଥିବା ଉତ୍ତମ ପଦକ୍ଷେପ। ଅଭିଯୋଗ ହେଉଛି, ମାଗଣା ଜିନିଷ ଦିଆଯାଇ ଲୋକଙ୍କୁ କୋଢ଼ କରିଦିଆଯାଉଛି। ବାସ୍ତବରେ ସରକାର ସେମାନଙ୍କୁ ଏଭଳି ସ୍ଥିତିକୁ ଆଣୁ ନାହାନ୍ତି। ଏଥିପାଇଁ ଲୋକମାନେ ନିହାତି ଦାୟୀ। କାରଣ ମୌଳିକ ସୁବିଧା ପାଇଯାଉଥିବା ବ୍ୟକ୍ତି ଯଦି କାମ କରି ଆଗକୁ ବଢ଼ିବାକୁ ନ ଚାହିଁବେ, ତେବେ ସେ ପଙ୍ଗୁ ମାନସିକତାରେ ରହିଗଲେ ବୋଲି ବୁଝିବାକୁ ହେବ।
ବମ୍ବେ ହାଇକୋର୍ଟରେ ହୋଇଥିବା ପିଆଇଏଲ୍‌କୁ ଦେଖିଲେ ସେଠାକାର ସରକାର, ମହାନଗର ନିଗମ କର୍ତ୍ତୃପକ୍ଷ ଏବଂ ଏନ୍‌ଜିଓ ସହଯୋଗରେ ବାସହୀନ ଓ ଗରିବଙ୍କୁ ଖାଦ୍ୟପୁଡ଼ିଆ, ମହିଳାଙ୍କୁ ସାନିଟାରୀ ନାପ୍‌କିନ ବଣ୍ଟନ କରାଯାଉଥିବା ଖଣ୍ଡପୀଠଙ୍କ ନିକଟରେ କୁହାଯାଇଛି। ତେଣୁ ଅସହାୟ ଓ ଗରିବମାନେ କିଭଳି ସରକାରୀ ସହଯୋଗ ପାଇ ଅଧିକ ଉପକୃତ ହୋଇପାରିବେ ସେ ଦିଗରେ ବିଶେଷ ଚିନ୍ତା କରାଯିବା ଦରକାର। କୋଭିଡ୍‌ ମହାମାରୀ ଭଳି ସଙ୍କଟ ସମୟରେ ଏକ ଉପରଠାଉରିଆ ମାନସିକତା ରଖାଯାଇ ବାସହୀନଙ୍କ ଅଧିକାରକୁ ଅଣଦେଖା କରାଯିବା ଆଦୌ ସ୍ପୃହଣୀୟ ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?