ଲାଞ୍ଚ ମାମଲାରେ ଅବସରପ୍ରାପ୍ତ ତହସିଲଦାରଙ୍କୁ ୨ବର୍ଷ ଜେଲଦଣ୍ଡ

କେନ୍ଦୁଝର,୨୫।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି ରଞ୍ଜିତା ଦଳେଇ ଶୁକ୍ରବାର ଏକ ଲାଞ୍ଚ ମାମଲାର ଶୁଣାଣୀ କରି ଅବସରପ୍ରାପ୍ତ ତହସିଲଦାର ଏବଂ ପିଅନଙ୍କୁ ଜେଲ ଦଣ୍ଡାଦେଶ କରିଛନ୍ତି। ସେମାନେ ହେଲେ ପୂର୍ବତନ ତହସିଲଦାର ପ୍ରଦୀପ କୁମାର ନାୟକ ଏବଂ ପିଅନ ବିଶ୍ୱନାଥ ନାୟକ।

୨୦୦୯ ସେପ୍ଟେମ୍ବର ୮ ତାରିଖରେ ପାଟଣା ତହସିଲ ତୁରୁମୁଙ୍ଗା ଅଞ୍ଚଳର ସନାତନ ପୃଷ୍ଟିଙ୍କଠାରୁ ୫ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ପୂର୍ବତନ ତହସିଲଦାର ପ୍ରଦୀପ ଧରାପଡିଥିଲେ। ସନାତନ ପୃଷ୍ଟି ଏବଂ ତାଙ୍କ ୪ ଭାଇ ୫ଟି ପ୍ଲଟ କ୍ରୟ କରିଥିଲେ। ଉକ୍ତ ଜମିକୁ ସେମାନଙ୍କ ନାମରେ ପଟ୍ଟା କରିବା ପାଇଁ ପାଟଣା ତହସିଲରେ ଆବେଦନ କରିଥିଲେ। ପଟ୍ଟା କରିବା ପାଇଁ ୫ଟି ମ୍ୟୁଟେସନ କେସ କରାଯାଇଥିଲା। ଏନେଇ ତହସିଲଦାର ପ୍ରଦୀପ ଆବେଦନକାରୀଙ୍କୁ ୫ହଜାର ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା। ଏହି ଟଙ୍କା ପିଅନ ବିଶ୍ୱନାଥ ନାୟକଙ୍କୁ ଦେବା ପାଇଁ ସେ କହିଥିଲେ। ଏହାପରେ ସନାତନ ଭିଜିଲାନ୍ସ ବାଲେଶ୍ୱର ଏସ୍‌ପିଙ୍କ ନିକଟରେ ୭।୦୯।୨୦୦୯ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ଭିଜିଲାନ୍ସ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା।

ଏପରିକି ଭିଜିଲାନ୍ସ ଟିମ୍‌ ଟଙ୍କା ଲାଞ୍ଚ ନେବାବେଳେ ପିଅନ ବିଶ୍ୱନାଥ ନାୟକଙ୍କୁ ତହସିଲ କାର୍ଯ୍ୟାଳୟ ପରିସରରୁ ଧରିଥିଲା। ଉକ୍ତ ଟଙ୍କା ତହସିଲଦାରଙ୍କ କହିବା ଅନୁସାରେ ସେ ଗ୍ରହଣ କରିଥିବା ଭିଜିଲାନ୍ସକୁ କହିବା ପରେ ଭିଜିଲାନ୍ସ ତାଙ୍କ ସହିତ ତହସିଲଦାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏନେଇ ଭିଜିଲାନ୍ସ କୋର୍ଟ ମାମଲା(ନଂ.୩୭/୨୦୦୯) ରୁଜୁ ହୋଇଥିଲା। ୧୬ଜଣ ସାକ୍ଷୀ ଏବଂ ପ୍ରମାଣକୁ ଭିତ୍ତି କରି ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ଶୁକ୍ରବାର ତତ୍‌କାଳୀନ ତହସିଲଦାର ପ୍ରଦୀପ କୁମାର ନାୟକଙ୍କୁ ୨ବର୍ଷ ଜେଲ ଏବଂ ୭ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି। ଜରିମାନା ଅନାଦେୟ ଅଧିକ ୯ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ପିଅନ ବିଶ୍ୱନାଥ ନାୟକଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଏବଂ ୨୦୦୦ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଆଉ ୨ ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଭିଜିଲାନ୍ସ ପକ୍ଷରୁ ମାମଲାକୁ ସ୍ବତନ୍ତ୍ର ପିପି ଦେବଦତ୍ତ ବିଶ୍ୱାଳ ପରିଚାଳନା କରିଥିଲେ।

ଦଣ୍ଡିତ ଅବସରପ୍ରାପ୍ତ ତହସିଲଦାର ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା କଟିକଟା ଗ୍ରାମର ହୋଇଥିବା ବେଳେ ସେ ଏବେ ଯାଜପୁର ଟାଉନ କଲେଜରୋଡ ଲଲିତେଶ୍ୱର ନଗରରେ ରହୁଛନ୍ତି। ସେହିପରି ପିଅନ ବିଶ୍ୱନାଥଙ୍କ ଘର ପାଟଣା ବ୍ଲକ ତୁରମୁଙ୍ଗା ଥାନା ମହିଷାମୁଣ୍ଡି ଗ୍ରାମରେ ବୋଲି ଜଣାପଡିଛି। ଉଭୟ କର୍ମଚାରୀ ସରକାରୀ ଚାକିରୀରୁ ଅବସର ଗ୍ରହଣ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?