Posted inଖେଳ

ଏହି କ୍ରିକେଟର୍‌ଙ୍କ ଭାଇଙ୍କୁ ଗୁଳି କରି ହତ୍ୟା

କେପ୍‌ଟାଉନ, ୮।୧୦: ଦକ୍ଷିଣ ଆଫ୍ରିକାର ପୂର୍ବତନ ଦ୍ରୁତ ବୋଲର ଭର୍ନନ ଫିଲାଣ୍ଡରଙ୍କ ଭାଇ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର କେପ୍‌ଟାଉନରେ ଟାଇରୋନଙ୍କୁ ଗୁଳି କରି ହତ୍ୟା କରାଯାଇଥିବା ନିଜେ ଭର୍ନନ ଏହି ସୂଚନା ଟୁଇଟର୍‌ ଜରିଆରେ ପ୍ରଦାନ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଟାଇରନ୍‌ ରାଭେନ୍ସମେଡ୍‌ସ୍ଥିତ ବାସଭବନରେ ବୁଧବାର ନିଜ ପଡ଼ୋଶୀଙ୍କୁ ପାଣି ଦେବାକୁ ଯାଇଥିବାବେଳେ ସେହି ସମୟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ତାଙ୍କ ମା’ ବୋନିଟା ଆଖି ସାମ୍ନାରେ ଏହି ଭୟଙ୍କର ଘଟଣା ଦେଖିଥିଲେ। ପୋଲିସ ଘଟଣାର ତଦନ୍ତ ଚଳାଇଥିବାବେଳେ ହତ୍ୟାକାରୀ ଏବେ ମଧ୍ୟ ଫେରାର୍‌ ଥିବା ଜଣାପଡ଼ିଛି।
ଫିଲାଣ୍ଡରଙ୍କ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତିରେ କୁହାଯାଇଛି, ଆମ ପରିବାର ରାଭେନ୍ସମେଡ୍‌ରେ ଘଟିଥିବା ନୃଶଂସ ହତ୍ୟାର ସାମ୍ନା କରିଛି। ମୁଁ କେବଳ ଏତିକି କହିବାକୁ ଚାହୁଁଛି ଏହି କଠିନ ସମୟରେ ଆମ ପରିବାରର ଗୋପନୀୟତାକୁ ସମ୍ମାନ ଦିଅନ୍ତୁ। ଏଠାରେ ଉଲ୍ଲେଖଯୋଗ୍ୟ, ଚଳିତ ବର୍ଷ ପ୍ରାରମ୍ଭରେ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ଗ୍ରହଣ କରିଥିବା ଫିଲାଣ୍ଡର ଦକ୍ଷିଣ ଆଫ୍ରିକା ପକ୍ଷରୁ ୬୪ ଟେଷ୍ଟ, ୩୦ ଦିନିକିଆ ଓ ୭ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୨୪, ୪୧ ଓ ୪ ଉଇକେଟ୍‌ ନେଇଛନ୍ତି। ଟେଷ୍ଟରେ ମଧ୍ୟ ତାଙ୍କ ନାମରେ ୧,୭୭୯ ରନ୍‌ ଲିପିବଦ୍ଧ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ

ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…

ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…

ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…

ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…

ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…

ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ

କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…

ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍‌ ରାହୁଲ, ଚାରିଆଡୁ ପ୍ରଶଂସା

ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍‌କିପର ବ୍ୟାଟର କେଏଲ୍‌ ରାହୁଲ ।…

ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ

ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍‌ଚୁପ୍‌ ଖାଇ ୧୦୦ରୁ ଅଧିକ ଲୋକ…

ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍‌ ଧକ୍କାରେ…

ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍‌…

କର୍ମଚାରୀଙ୍କୁ ଲକ୍ଷେ ଟଙ୍କା ଦୀପାବଳି ବୋନସ ଦେଲେ ବ୍ୟବସାୟୀ, ଥାଳିରେ ସଜାଇ….

ନୂଆଦିଲ୍ଲୀ,୮ା୧୧: ଦୀପାବଳିରେ ସାଧାରଣତଃ କର୍ମଚାରୀଙ୍କୁ ଅତିରିକ୍ତ ଦରମା, ମିଠା କିମ୍ବା ଉପହାର ଆକାରରେ ବୋନସ୍‌ ମିଳିଥାଏ । କିନ୍ତୁ ଗୁଜରାଟର ସୁରଟରେ ଜଣେ କପଡ଼ା ବ୍ୟବସାୟୀ ନିଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?