ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁରଙ୍କୁ ଛୁରି ଭୁସି ହତ୍ୟା

ପୁରୁଷୋତ୍ତମପୁର,୩୦ା୩(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଶିକୁଳା ଗ୍ରାମ ପୁଣି ଅଶାନ୍ତ ହୋଇପଡ଼ିଛି। ଦୀର୍ଘ ଦୁଇବର୍ଷ ହେଲା ପଞ୍ଚାୟତ ନିର୍ବାଚନ ପରଠାରୁ ଏଠାରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଲାଗି ରହି ବିଭିନ୍ନ ସମୟରେ ବାଦ ବିବାଦ ପରିସ୍ଥିତି ଉପୁଜି ଗ୍ରାମରେ ଅଶାନ୍ତି ଲାଗିରହିଛି। ଗତବର୍ଷ ଠିକ୍‌ ଏହି ମାର୍ଚ୍ଚ ୨୬ରେ ଗୁଳିକାଣ୍ଡ ଘଟିବା ସହ ଖଣ୍ଡାରେ ହାଣି ଜଣଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ପୁଣି ବର୍ତ୍ତମାନ ପୂର୍ବତନ ସରପଞ୍ଚଙ୍କ ଦେଢ଼ଶୁର କାହ୍ନୁଚରଣ ବେହେରା (୫୫)ଙ୍କୁ ନିର୍ମମ ଭାବେ ଛୁରିରେ ଭୁସି ହତ୍ୟା କରାଯାଇଛି। ମୃତ କାହ୍ନୁଙ୍କ ଭାଇ ଛଇଲ ପୋଲିସରେ ଅଭିଯୋଗ କରିଛନ୍ତି ଯେ, ସେ ଗ୍ରାମରେ ରାତିରେ ହେଉଥିବା ଦଣ୍ଡଯାତ୍ରା ଦେଖି ଭୋର୍‌ ସମୟରେ ପୋଖରୀରୁ ଶୌଚ ହୋଇ ଫେରିବା ବେଳେ ପୂର୍ବ ଶତ୍ରୁତାକୁ ନେଇ ସେହି ଗ୍ରାମର ସନାତନ ପ୍ରଧାନ ତାଙ୍କ ସହଯୋଗୀମାନେ ମୁଖାବାନ୍ଧି ଆସି ତାଙ୍କୁ ଗାଳିଗୁଲଜ କରି ଧମକ ଦେଇ ମୁଣ୍ଡରେ ପିସ୍ତଲ ଲଗାଇବା ସହ ମାଡ଼ ମାରିଥିଲେ। ସେହି ସମୟରେ ରାସ୍ତାରେ ଯାଉଥିବା ତାଙ୍କ ଭାଇ କାହ୍ନୁଙ୍କୁ ମଧ୍ୟ ଛୁରାରେ ମଧ୍ୟ ମରଣାତ୍ମକ ଭାବରେ ଆକ୍ରମଣ କରିଥିଲେ। ଫଳରେ ଗୁରୁତର ଅବସ୍ଥାରେ କାହ୍ନୁଙ୍କୁ ପ୍ରଥମେ କୋଦଳା ମେଡିକାଲ ଓ ସେଠାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ଚିକିସା ନିମନ୍ତେ ନିଆଯାଇଥିଲା। ମାତ୍ର ସେଠାରେ ଚିକିସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହାକୁ ନେଇ କେସ୍‌ ନଂ ୨୩୪/୨୪ରେ ପୁରୁଷୋତ୍ତମପୁର ପୋଲିସ ବ୍ରହ୍ମପୁର ବଡ଼ମେଡିକାଲକୁ ଯାଇ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳକୁ ଯାଇ ତଦନ୍ତ ଚଲାଇଛି। ଘଟଣାର ସଠିକ୍‌ କାରଣ ଜଣା ପଡ଼ି ନ ଥିବା ବେଳେ ପୂର୍ବଶତ୍ରୁତା ସହ କମେଣ୍ଟ ମରା, ମଦ କାରବାର ଓ ଜୁଆଖେଳକୁ ନେଇ ଦୀର୍ଘଦିନ ହେଲା ଲାଗି ରହିଥିବା ଅଶାନ୍ତିରୁ ନେଇ ଏଭଳି ଘଟିଥିବାର ଗ୍ରାମରେ ଆଲୋଚନା ହେବାରେ ଲାଗିଛି। ଏହାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଲାଗିରହିଛି। ବର୍ତ୍ତମାନ ନିର୍ବାଚନ ସମୟ ଓ ଦଣ୍ଡଯାତ୍ରା ଚାଲିଥିବାରୁ କେତେବେଳେ କ’ଣ ପରିସ୍ଥିତି ଘଟିବ କହିବା କଷ୍ଟକର ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

ବିଷାକ୍ତ ଛତୁ ଖାଇ ୩ ଶିଶୁ ଗୁରୁତର: କଲ୍ୟାଣସିଂହପୁର ମେଡିକାଲରେ ଭର୍ତ୍ତି, ଚିକିତ୍ସା ପରେ ଅବସ୍ଥା ସ୍ଥିର

କଲ୍ୟାଣସିଂହପୁର, ୨୬।୬ (ଦୀପକ କୁମାର ପରିଡା): ବିଷାକ୍ତ ଛତୁ ଖାଇ ୩ ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ପଡ଼ିଛନ୍ତି। ସେମାନଙ୍କୁ ଗୁରୁତର ଅବସ୍ଥାରେ କଲ୍ୟାଣସିଂହପୁର ଗୋଷ୍ଠୀ…

ବରଗଡ଼ରେ ଚାଞ୍ଚଲ୍ୟ: ଏ-କ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ବନ୍ଧୁକ ମୁନରେ ଧମକ, ଥାନାରେ ଏତଲା ପରେ…

ବରଗଡ଼, ୨୬।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଏକ ସାଙ୍ଘାତିକ ଘଟଣା ସାମ୍ନାକୁ ଆସିଛି। ଜଣେ ଜଣାଶୁଣା ଏ-କ୍ଲାସ କଣ୍ଟ୍ରାକ୍ଟର ସୁଜୟ ଶ୍ରୀମନ୍ତ ବିଶିଙ୍କୁ ବନ୍ଧୁକ ମୁନରେ…

ପୋଡ଼ି ପାଉଁଶ ହେଲା ୩,୧୧୬ କିଲୋ ଗଞ୍ଜେଇ, NDPS ଆକ୍ଟ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ

ମୋହନା, ୨୬।୬ (ମନ୍ମଥ ମିଶ୍ର): ଗଜପତି ଜିଲା ରା. ଉଦୟଗିରି ଥାନା ପୋଲିସ ପକ୍ଷରୁ ଆଜି ମାଦକ ଦ୍ରବ୍ୟ କାରବାର ବିରୋଧରେ ଏକ ବଡ଼ ପଦକ୍ଷେପ ଗ୍ରହଣ…

ବାଣପୁରରେ ଦୁର୍ଘଟଣା: ଭାରସାମ୍ୟ ହରାଇ ବିଲ ମଝିକୁ ଓଲଟିଲା ଦ୍ରୁତଗାମୀ କାର୍, ୫ ମଦ୍ୟପ ଯୁବକ…

ବାଣପୁର, ୨୬।୬ (ଦିଲ୍ଲୀପ କୁମାର ସ୍ୱାଇଁ): ନାଚୁଣୀ ଥାନା ଅଧୀନ ଦେଓଗାଁ ଆଗୁଳଛକ ନିକଟ ବ୍ରିଜ୍‌ ପାଖରେ ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଦୁବାଇରେ ହଠାତ ବାଜିଲା ସାଇରନ୍‌! ମିସାଇଲ୍‌ ଆକ୍ରମଣର ଚେତାବନୀ, ଖେଳିଗଲା ଆତଙ୍କ

ଦୁବାଇ,୨୬।୬: ସଂଯୁକ୍ତ ଆରବ ଏମିରେଟ୍ସ (UAE) କର୍ତ୍ତୃପକ୍ଷଙ୍କ ପକ୍ଷରୁ ଶୁକ୍ରବାର ଦିନ ଦୁବାଇ ପାଇଁ ଏକ ମିସାଇଲ ଆକ୍ରମଣର ସତର୍କ ସୂଚନା (Alert) ଜାରି କରାଯାଇଛି। ଏହାକୁ…

ଭାଜପାରେ ମିଶିଲେ ବିଜେଡି ନେତା କେଦାର ସ୍ୱାଇଁ

ଗଞ୍ଜାମ, ୨୬/୬ (ବିଦ୍ୟାଧର ସାହୁ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ତମ ଜନ୍ମଦିନ ଅବସରରେ ଛତ୍ରପୁରରେ ଆୟୋଜିତ ମେଗା ରକ୍ତଦାନ ଶିବିରରେ ବିଜେଡି ନେତା ତଥା ପୂର୍ବତନ ସରପଞ୍ଚ…

ଚାଇନାର ୧୦୯ ମହଲା ବିଶିଷ୍ଟ ଅଟ୍ଟାଳିକା ‘CITIC  ଟାଓ୍ବାର’ ସହ ପିଟିହେଲା ବିମାନ, ସାମ୍ନାକୁ ଆସିଲା ଭୟଙ୍କର VIDEO

ବେଜିଂ,୨୬।୬: ଚାଇନାର ରାଜଧାନୀ ବେଜିଂରେ ଶୁକ୍ରବାର ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ବେଜିଂର ସବୁଠାରୁ ଉଚ୍ଚ ସ୍କାଈସ୍କ୍ରେପର (ଗଗନଚୁମ୍ବୀ ଅଟ୍ଟାଳିକା) ଅଟ୍ଟାଳିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri