Posted inଜାତୀୟ

ଭାବପ୍ରବଣ ପୋଷ୍ଟ କଲେ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ

ନୂଆଦିଲ୍ଲୀ,୧୨।୮: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କରୋନା ସଂକ୍ରମିତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି। ଗତ ସୋମବାର ତାଙ୍କ ବ୍ରେନ୍‌ ସର୍ଜରୀ କରାଯାଇଥିଲା। ଏବେ ସେ ଭେଣ୍ଟିଲେଟରରେ ଅଛନ୍ତି। ବୁଧବାର ତାଙ୍କ କଂଗ୍ରେସ ନେତ୍ରୀ ତଥା ପ୍ରଣବଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ପିତାଙ୍କ ସୁସ୍ଥତା କାମନା କରି ଟୁଇଟରରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଶର୍ମିଷ୍ଠା ଟୁଇଟ୍‌ ଯୋଗେ କହିଛନ୍ତି, ଗତ ଅଗଷ୍ଟ ୮ରେ ମୋ ଜୀବନର ସବୁଠୁ ଖୁସିର ଦିନ ଥିଲା। କାରଣ ମୋ ପିତାଙ୍କୁ ଭାରତ ରତ୍ନରେ ସମ୍ମାନିତ କରାଯାଇଥିଲା। ଗୋଟିଏ ବର୍ଷ ପରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗମ୍ଭୀର ହୋଇଯାଇଛି। ଭଗବାନ ତାଙ୍କ ପାଇଁ ଭଲ କରନ୍ତୁ ଏବଂ ମୋତେ ଜୀବନର ସୁଖ ଏବଂ ଦୁଃଖ ମୁହୂର୍ତ୍ତ ସ୍ବୀକାର କରିବା ପାଇଁ ଶକ୍ତି ଦିଅନ୍ତୁ ବୋଲି ସେ କହିଛନ୍ତି।
ପ୍ରଣବ ମୁଖାର୍ଜୀ କରୋନା ଆକ୍ରାନ୍ତ ହୋଇ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଗତ ଅଗଷ୍ଟ ୧୦ତାରିଖରେ ଆର୍ମି ହସ୍ପିଟାଲ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାରେ ପରୀକ୍ଷା ସମୟରେ ମସ୍ତିଷ୍କରେ ରକ୍ତ ଜମାଟ ବାନ୍ଧିଥିବାର ଜଣାପଡିଥିଲା। ଏହା ପରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ସେ ଭେଣ୍ଟିଲେଟରରେ ଅଛନ୍ତି। ସୂଚନାଯୋଗ୍ୟ, ଦେଶର ବରିଷ୍ଠ କଂଗ୍ରେସ ନେତା ତଥା ରାଷ୍ଟ୍ରପତି ମୁଖାର୍ଜୀ ୨୦୧୨ରୁ ୨୦୧୭ ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୀମା ପାର୍‌ ଷଡ଼ଯନ୍ତ୍ର, ୭ ରାଜ୍ୟ ବାଟେ ଦିଲ୍ଲୀକୁ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ…

ନୂଆଦିଲ୍ଲୀ,୨୮।୨ : ଭାରତର ସୀମା ଆରପାରିରୁ କିଛି ସଂଗଠନ ଗ୍ୟାଙ୍ଗଷ୍ଟରଙ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇବାରେ ନିୟୋଜିତ ଅଛନ୍ତି। ଗୋଇନ୍ଦା ବିଭାଗ ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଏନେଇ ପ୍ରକାଶ...

କର୍ନାଟକରେ ହନୁମାନ ଚାଳିସା ପଢିଲେ ସ୍ମୃତି ଇରାନୀ

ବେଙ୍ଗାଲୁରୁ,୫।୫: କର୍ନାଟକ ବିଧାନସଭା ନିର୍ବାଚନକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଏବଂ କଂଗ୍ରେସ ମଧ୍ୟରେ ହନୁମାନଙ୍କୁ ନେଇ ରାଜନୀତି ଜାରି ରହିଛି। ତେବେ...

କରୋନା ଗ୍ରାଫ୍‌ ତଳମୁହାଁ: ୨୪ ଘଣ୍ଟାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଲକ୍ଷେରୁ କମିଲା…

ନୂଆଦିଲ୍ଲୀ,୮।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ସ୍ଥିତିରେ ଧୀରେଧୀରେ ସୁଧାର ଆସୁଛି। ନୂଆ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମିବାରେ ଲାଗିଛି। ଲକ୍‌ଡାଉନ୍‌ ପ୍ରଭାବରୁ ସଂକ୍ରମଣ...

ବଢ଼ୁଛି ହାଜତ ହିଂସା

ନୂଆଦିଲ୍ଲୀ, ୯।୮(ଆଇଏଏନ୍‌ଏସ୍‌): ସପ୍ତାହେ ପରେ ଭାରତ ପାଳିବାକୁ ଯାଉଛି ୭୫ତମ ସ୍ବାଧୀନତା ଦିବସ। ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୧ ଦେଶର ପ୍ରତ୍ୟେକ ନାଗରିକଙ୍କୁ ଜୀବନ ଧାରଣ...

ଜେଲ୍‌ ଗଲେ ଅପୂର୍ବା

ନୂଆଦିଲ୍ଲୀ,୨୭ା୪(ପି.ଟି.): ରୋହିତ ଶେଖର ତିଓ୍ବାରୀ ହତ୍ୟା ମାମଲାରେ ଗିରଫ ସ୍ତ୍ରୀ ଅପୂର୍ବା ଶୁକ୍ଳାଙ୍କୁ ଦିଲ୍ଲୀର ଏକ ଅଦାଲତ ଶୁକ୍ରବାର ୧୪ ଦିନ ପାଇଁ ବିଚାର ବିଭାଗୀୟ...

ହଂକଂରେ ଥିବା ପୁଅ ପାଇଁ ମାସ୍କ ପଠାଇ ପାରୁ ନାହାନ୍ତି ବାପା

ନଏଡା,୪।୨: ଚାଇନାରେ ଏବେ କରୋନାଭାଇରସ ମହାମାରୀର ରୂପ ନେଇଥିବା ବେଳେ ଏହାକୁ ଦେଖି ସାରା ବିଶ୍ୱ ଚିନ୍ତାରେ ପଡିଯାଇଛି। ଉତ୍ତରପ୍ରଦେଶ ନଏଡା ମେଡିକାଲ ଆସୋସିଏଶନର ଅଧ୍ୟକ୍ଷ...

କରୋନା ପାଇଁ କେବଳ ପାରାସିଟାମଲ: ଜଗନ ମୋହନ

ଅମରାବତି,୧୬।୩: କରୋନା ଭାଇରସ ଏବେ ସମସ୍ତଙ୍କ ମନରେ ଭୟ ସୃଷ୍ଟି କରିଥିବା ବେଳେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ବାଏସ୍‌ ଜଗନ ମୋହନ ରେଡ୍ଡୀ ଏହାକୁ ନେଇ ଭୟଭୀତ...

ବନ୍ୟାରେ ଭାଙ୍ଗି ଯାଇଛି ଘର, ଟ୍ରକ୍‌ରେ ଆଶ୍ରୟ ନେଇଛନ୍ତି ଲୋକେ

ପାଟଣା,୧୨ା୭: କୁହାଯାଏ, ଘର ବିନା ଶାନ୍ତି କେଉଁଠି ମିଳେନାହିଁ। ମାତ୍ର ମୁଜାଫରପୁରର କିଛି ଗାଁର ଲୋକମାନଙ୍କ ପାଇଁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି ଘର।...

Advertisement
Archives

Model This Week