Posted inଖେଳ

ଅବସର ଘୋଷଣା କଲେ ଷ୍ଟାର ହକି ଖେଳାଳି

ନୂଆଦିଲ୍ଲୀ,୧।୧୦ : ଅଭିଜ୍ଞ ଭାରତୀୟ ପୁରୁଷ ହକି ଷ୍ଟ୍ରାଇକର ଏସ୍‌.ଭି. ସୁନୀଲ ଶୁକ୍ରବାର ଅବସର ଘୋଷଣା କରିଛନ୍ତି। ଏଥିସହ ଦୀର୍ଘ ୧୪ ବର୍ଷ କ୍ୟାରିୟରର ଅନ୍ତ ହୋଇଛି। ୨୦୧୪ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳର ସେ ସଦସ୍ୟ ଥିଲେ। ଦୁଇ ଦିନ ମଧ୍ୟରେ ତୃତୀୟ ଭାରତୀୟ ଖେଳାଳି ଭାବେ ସୁନୀଲ ଅବସର ନେଇଛନ୍ତି। ଗୁରୁବାର ଡ୍ରାଗ ଫ୍ଲିକର ରୂପିନ୍ଦର ପାଲ ସିଂ ଓ ଅଭିଜ୍ଞ ଡିଫେଣ୍ଡର ବୀରେନ୍ଦ୍ର ଲାକ୍ରା ମଧ୍ୟ ଅବସର ଘୋଷଣା କରିଥିଲେ।

କର୍ନାଟକରୁ ଆସିଥିବା ୩୨ ବର୍ଷୀୟ ସୁନୀଲ ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ ଦଳରେ ସ୍ଥାନ ପାଇ ନ ଥିଲେ। ସୁନୀଲ ଭାରତ ପାଇଁ ୨୬୪ଟି ମ୍ୟାଚ୍‌ ଖେଳି ମୋଟ ୭୨ ଗୋଲ ସ୍କୋର କରିଛନ୍ତି।

ତାଙ୍କ ପରିବାର ସେତେଟା ସ୍ବଚ୍ଛଳ ହୋଇ ନ ଥିବା ବେଳେ ସେ ପ୍ରଥମେ ବାଉଁଶ ବାଡିରେ ହକି ଖେଳିବା ଆରମ୍ଭ କରିଥିଲେ ବୋଲି ନିଜ ଟୁଇଟର ହ୍ୟାଣ୍ଡଲରେ ଉଲ୍ଲେଖ କରିଛନ୍ତି। ଅବସର ସଂକ୍ରାନ୍ତରେ ନିଷ୍ପତ୍ତି ନେବା ସେତେଟା ସହଜ ନ ଥିଲା। ଅଲିମ୍ପିକ୍ସ ଦଳରେ ସ୍ଥାନ ପାଇ ନ ଥିବାରୁ ଏହି ନିଷ୍ପତ୍ତି ନେବା ସେତେଟା କଷ୍ଟକର ମଧ୍ୟ ନ ଥିଲା। ଅଲିମ୍ପିକ୍ସ ଦଳରୁ ବାଦ୍‌ ପଡିବା ପରେ ମୋ ଭବିଷ୍ୟତ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ୨୦୨୪ ପ୍ୟାରିସ ଅଲିମ୍ପିକ୍ସକୁ ଆଉ ୩ ବର୍ଷ ବାକିଥିବା ବେଳେ ଯୁବ ଖେଳାଳିଙ୍କୁ ନେଇ ଏକ ଶକ୍ତିଶାଳୀ ଦଳ ଗଠନ କରିବାର ଆବଶ୍ୟକତା ରହିଛି ବୋଲି ସୁନୀଲ କହିଛନ୍ତି


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାତକୁ ଦି’ ହାତ ହେଲେ ଏହି ଦକ୍ଷିଣ ଆଫ୍ରିକା କ୍ରିକେଟର୍‌, ଆଇପିଏଲ ନିଲାମରେ ହୋଇପାରନ୍ତି କୋଟିପତି

କେପ୍‌ଟାଉନ୍‌,୫।୧୨: ଦକ୍ଷିଣ ଆଫ୍ରିକାର ଯୁବ ଦ୍ରୁତ ବୋଲର ଜେରାଲ୍ଡ କୋଟଜି ଡିସେମ୍ବର ୧୦ରୁ ଭାରତ ବିପକ୍ଷ ଟି-୨୦ ସିରିଜ ପୂର୍ବରୁ ବିବାହ କରିଛନ୍ତି। ସେ ତାଙ୍କ...

ଆଇପିଏଲ୍‌ରୁ ଓହରିଯିବାକୁ ଆର୍ଚରଙ୍କୁ ନିର୍ଦ୍ଦେଶ

ଲଣ୍ଡନ, ୫ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିଯିବା ଲାଗି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଜୋଫ୍ରା ଆର୍ଚରଙ୍କୁ ନିର୍ଦ୍ଦେଶ ଦେଇଛି। ବାରମ୍ବାର...

ବାଇଜୁସ୍‌କୁ ଏନ୍‌ସିଏଲ୍‌ଟି ନୋଟିସ୍‌

ନୂଆଦିଲ୍ଳୀ, ୫ା୧୨: ଭାରତୀୟ କ୍ରିକେଟ ବୋର୍ଡ(ବିସିସିଆଇ)ର ୧୫୮ କୋଟି ଟଙ୍କା ବାକି ରଖିବା ପ୍ରସଙ୍ଗରେ ବାଇଜୁସ୍‌କୁ ନୋଟିସ୍‌ ପ୍ରେରଣ କରିଛି ଏନ୍‌ସିଏଲ୍‌ଟି। ଅର୍ଥ ପରିଶୋଧ ହୋଇ...

ଇଂଲଣ୍ଡକୁ ହରାଇଲା ଓ୍ବେଷ୍ଟଇଣ୍ଡିଜ୍‌

ନର୍ଥ ସାଉଣ୍ଡ,୫ା୧୨: ଅଧିନାୟକ ତଥା ଉଇକେଟ କିପର ଶାଇ ହୋପଙ୍କ ଶତକ ଓ ରୋମାରିଓ ଶେଫର୍ଡଙ୍କ ଦ୍ରୁତ ୪୯ ରନ୍‌ ବଳରେ ପ୍ରଥମ ଦିନିକିଆରେ ଇଂଲଣ୍ଡକୁ...

ସୁଖରାମ ଅଧିନାୟକ

ଭୁବନେଶ୍ୱର, ୫।୧୨ (ତପନ ସ୍ବାଇଁ):ଜାତୀୟ ଦୃଷ୍ଟିବାଧିତ କ୍ରିକେଟ ଟୁର୍ନାମେଣ୍ଟ ନଗେଶ ଟ୍ରଫି ପାଇଁ ସୋମବାର ଓଡ଼ିଶା ଦଳ ଘୋଷଣା କରାଯାଇଛି। ଏହି ସମ୍ମାନଜନକ ଟୁର୍ନାମେଣ୍ଟ ପାଇଁ...

କ୍ରୀଡ଼ା ଭିତ୍ତିଭୂମି ପାଇଁ କିଟ୍‌ ପୁରସ୍କୃତ

ଭୁବନେଶ୍ୱର, ୫।୧୨(ତପନ ସ୍ବାଇଁ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ  କିଟ୍‌କୁ ସମ୍ମାନଜନକ ସିଆଇଆଇ ସ୍ପୋଟର୍‌ସ ବିଜନେସ ପୁରସ୍କାର-୨୦୨୩...

ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ବେଳେ ଅଘଟଣ: ବୁଢ଼ା ଆଙ୍ଗୁଠି ହରାଇଲେ ଶୁଟର

ନୂଆଦିଲ୍ଳୀ,୫ା୧୨: କାର୍ନି ସିଂ ଶୁଟିଂ ରେଞ୍ଜରେ ଅଭ୍ୟାସ କରୁଥିବା ସମୟରେ ପିସ୍ତଲରେ ଥିବା ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ କାରଣରୁ ଜଣେ ଶୁଟର ନିଜର ବାମହାତର ବୁଢା...

ବୁମ୍‌ରାଙ୍କୁ ଉପଦେଶ ଦେଲେ ନୀରଜ ଚୋପ୍ରା

ନୂଆଦିଲ୍ଲୀ,୫।୧୨: ଭାରତର ଜାଭେଲିନ ତାରକା ନୀରଜ ଚୋପ୍ରା ମଧ୍ୟ କ୍ରିକେଟ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଅନୁଷ୍ଠିତ ବିଶ୍ୱକପ ଫାଇନାଲ ଦେଖିବା ପାଇଁ ସେ ଅହମ୍ମଦାବାଦର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri