ଶୁଖୁଆରେ ମିଶାଯାଉଛି ଫର୍ମାଲିନ୍‌

ଅସ୍ତରଙ୍ଗ,୩୦।୯(ପ୍ରଦୀପ୍ତ କୁମାର ଦୀକ୍ଷିତ): ଅସ୍ତରଙ୍ଗ ଅଞ୍ଚଳର ବିଭିନ୍ନ ହାଟବଜାରରେ ବିକ୍ରି ହେଉଥିବା ଶୁଖୁଆର ମାନକୁ ନେଇ ପ୍ରଶ୍ନ ଉଠିଲାଣି। ଏଠାକାର ଶୁଖୁଆ ପ୍ରସ୍ତୁତିରେ କ୍ଷତିକାରକ ଫର୍ମାଲିନ ବ୍ୟବହାର କରାଯାଉଛି। ଏହି ଶୁଖୁଆ ଆଣି ବେପାରୀମାନେ ସ୍ଥାନୀୟ ହାଟବଜାରରେ ବିକ୍ରି କରୁଛନ୍ତି। ଏହାକୁ ଲୋକେ କିଣିନେଉଛନ୍ତି। ତେବେ ଏହି ଶୁଖୁଆ ଗ୍ରାହକଙ୍କ ସ୍ବାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇଥାଏ। ତେଣୁ ଏ ଦିଗରେ ପ୍ରଶାସନ ଅଙ୍କୁଶ ଲଗାଇବା ସହ ସଚେତନ କରିବା ଉଚିତ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଅସ୍ତରଙ୍ଗ ବଜାର ସମେତ ନୂଆଗଡ଼, ବାଲିଡିଆ, କାଳିଆକଣ, ସହନ, ଡାଳୁଅକଣି, ପାଟସୁନ୍ଦରପୁର ଅଞ୍ଚଳରେ ଏବେ ଶୁଖୁଆ ବେପାର ଜମୁଛି। ବେପାରୀମାନେ ମାସକୁ କୁଇଣ୍ଟାଲ କୁଇଣ୍ଟାଲ ଶୁଖୁଆ ଏହି ସବୁ ଅଞ୍ଚଳରୁ ଖାଉଟିଙ୍କୁ ବିକ୍ରୟ କରୁଛନ୍ତି। ପୂର୍ବରୁ ଏଠାକାର ଶୁଖୁଆର ମାନ ବହୁତ ଭଲ ଥିଲା। ତେବେ ଗତକିଛି ବର୍ଷ ଭିତରେ ଶୁଖୁଆର ମାନ ବିଗିଡି ଯାଇଛି। ପୂର୍ବରୁ ପ୍ରାକୃତିକ ଉପାୟରେ ଶୁଖୁଆ ଖଳାରେ ଶୁଖୁଆ ପ୍ରସ୍ତୁତ ହେଉଥିଲା। ଏଥିପାଇଁ କିଛି ଦିନ ସମୟ ଲାଗୁଥିଲା। ଦିନ ଦିନ ଧରି ଖରାରେ ଶୁଖାଇବାକୁ ପଡୁଥିଲା। ହେଲେ ଏବେ ଶୁଖୁଆର ପ୍ରସ୍ତୁତ ତରିକା ବଦଳିଯାଇଛି। ରାସାୟନିକ ଉପାୟରେ ଶୁଖୁଆ ପ୍ରସ୍ତୁତ କରାଯାଉଛି। ଶୁଖୁଆକୁ ଶୁଖେଇବା ଓ ସତେଜ ରଖିବା ପାଇଁ ଫର୍ମାଲିନ ନାମକ କେମିକାଲ ବ୍ୟବହାର କରାଯାଉଛି। ମାଛ ଧରା ଯିବା ପରେ କଞ୍ଚାମାଛକୁ କାଟି ଫର୍ମାଲିନ ଦିଆଯାଉଛି। ସମୁଦ୍ର ମଝିରେ ନ ହେଲେ ଶୁଖୁଆ ଖଳାରେ ଏହି କେମିକାଲ ବ୍ୟବହାର କରାଯାଉଛି। ଏହା ମଣିଷର ଫୁସ୍‌ଫୁସ୍‌, ଖାଦ୍ୟନଳୀ, ପାକସ୍ଥଳୀ ଏପରିକି କିଡନୀ ଉପରେ ପ୍ରଭାବ ପକାଇଥାଏ। ଖଳାରୁ ବୋରେଇ, କଣ୍ଟିଆ, ଚିଙ୍ଗୁଡ଼ି, ଖଇଙ୍ଗା, ଫାସି ଓ ଅନ୍ୟ ପ୍ରକାର ଶୁଖୁଆ ଚାରିଚକିଆ ଓ ତିନିଚକିଆରେ ଅସ୍ତରଙ୍ଗ ବଜାରକୁ ଆସୁଛି। ଖଇଙ୍ଗା ଶୁଖୁଆର ବିଶେଷ ଆଦର ରହିଛି, ଯାହା ୩ଶହରୁ ୫ଶହ ଟଙ୍କା ଓ କଣ୍ଟିଆ କିଲୋ ୮୦ ଟଙ୍କାରୁ ୨ଶହ ଟଙ୍କାରେ ବିକ୍ରି ହେଉଛି। କିଛି ବର୍ଷ ତଳେ ମତ୍ସ୍ୟ ସମ୍ପଦ ବିଭାଗ ପକ୍ଷରୁ ସଚେତନତା ପାଇଁ ଜେଟିରେ ବ୍ୟାନର ଓ ପୋଷ୍ଟର ଲଗାଯାଇଥିଲା। ଶୁଖୁଆ ପ୍ରସ୍ତୁତିରେ କୌଣସି ପ୍ରକାର ରାସାୟନିକ ବ୍ୟବହାର ନ କରିବା ପାଇଁ ସଚେତନ କରାଯାଇଥିଲା। କଟକଣା ସତ୍ତ୍ୱେ ଶୁଖୁଆରେ ଫର୍ମାଲିନ ବ୍ୟବହାରକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏ ସଂକ୍ରାନ୍ତରେ ଜିଲା ମତ୍ସ୍ୟ ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବଜାରକୁ ଶୁଖୁଆ ଆସିବା ପୂର୍ବରୁ ଖାଦ୍ୟ ନିରାପତ୍ତା ଅଧିକାରୀ ମାନ ଯାଞ୍ଚ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭିତ୍ତିଭୂମି ଅଭାବରେ କ୍ରୀଡ଼ା ବିକାଶ ଦିଗହରା: ଜାତୀୟସ୍ତରରେ ସଫଳତା ସତ୍ତ୍ୱେ ମିଳୁନି ପ୍ରୋତ୍ସାହନ

ଅମରପାଲି,୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲାର ବୀରମହାରାଜପୁର ଉପଖଣ୍ଡରେ ଭିତ୍ତିଭୂମି ଅଭାବ କାରଣରୁ କ୍ରୀଡ଼ାର ବିକାଶ କ୍ଷେତ୍ରରେ ଦିଗହରା ହୋଇଛି। ବୀରମହାରାଜପୁର ଏନ୍‌ଏସି, ବୀରମହାରାଜପୁର ଓ ଉଲୁଣ୍ଡା ବ୍ଲକକୁ…

ପୂର୍ବତନ ବିଧାୟକଙ୍କ ଝିଅଙ୍କୁ ଯୌତୁକ ନିର୍ଯାତନା,ହତ୍ୟା ଉଦ୍ୟମ: ଅଭିଯୁକ୍ତ ସ୍ବାମୀଙ୍କୁ ଅନୁଗୋଳରୁ ଗିରଫ କଲା ପୋଲିସ

ଦେବଗଡ,୬।୮(ଶଶାଙ୍କ ଶେଖର ଝାଙ୍କର) : ଦେବଗଡ ସହରର ଜଣେ ଯୁବତୀଙ୍କୁ ବିବାହ ପରେ ଯୌତୁକ ନିର୍ଯାତନା ଓ ହତ୍ୟା ଉଦ୍ୟମ ଅଭିଯୋଗରେ ଦେବଗଡ ଥାନା ପୋଲିସ ଅନୁଗୋଳର…

ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଯୁଗ୍ମ ରାଜ୍ୟ ସମ୍ପାଦକ ହେଲେ କର୍ଣ୍ଣରାଜ

ଅମରପାଲି, ୬ା୮(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ଗ୍ରାମର କର୍ଣ୍ଣରାଜ ପଧାନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ, ଓଡ଼ିଶା ଶାଖାର ଯୁଗ୍ମ ରାଜ୍ୟ ସମ୍ପାଦକ…

ବିଜେଡି, କଂଗ୍ରେସ ପୋଛିନେଲେ ସମସ୍ତ ୧୧ ଆସନ: ନିର୍ବାଚନରୁ ଦୁରେଇ ରହିଲା ଭାଜପା

ସୋନପୁର,୬।୮(ମୃତ୍ୟୁଞ୍ଜୟ ଶତପଥୀ): ସୁବର୍ଣ୍ଣପୁର ଜିଲା ଯୋଜନା କମିଟିରେ ଖାଲିଥିବା ୧୧ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଜିଲାର ନିର୍ବାଚିତ ଜିଲା ପରିଷଦ ସଭ୍ୟାସଭ୍ୟ ଏହି ନିର୍ବାଚନରେ…

ସ୍ବାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୦୦୦କୁ ବୃଦ୍ଧି ପାଇବ ଡାକ୍ତରୀ ସିଟ୍‌

ଭୁବନେଶ୍ୱର, ୬ା୮(ରବିନାରାୟଣ ଜେନା): ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଲୋକଙ୍କ ନିକଟତ୍ତର କରିବା ଏବଂ ଡାକ୍ତର ଅଭାବ ପୂରଣ କରିବାକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି କ୍ରମରେ ଭାଜପା ସରକାର…

ଶ୍ରୀମନ୍ଦିର ପ୍ରଶାସନ ନାଁରେ ନକଲି ନିଯୁକ୍ତିପତ୍ର ଭାଇରାଲ

ପୁରୀ,୬ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପ୍ରଶାସନ ନାଁରେ ଏକ ନକଲି ନିଯୁକ୍ତିପତ୍ର ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଉକ୍ତ ଚିଠିରେ ଉଲ୍ଲେଖ ରହିଛି ଯେ, ପୁରୀ ଜିଲାର…

ଆୟୁଷ୍ମାନ୍‌ କାର୍ଡରେ କ୍ୟାନ୍‌ସର ଚିକିତ୍ସା ପାଇଁ ଆଉ ୯୧ ପ୍ୟାକେଜ ସାମିଲ

ଭୁବନେଶ୍ୱର,୬ା୮(ସୁଚିସ୍ମିତା ସାହୁ): ରାଜ୍ୟର କର୍କଟ ରୋଗୀଙ୍କୁ ଅଧିକ ଉନ୍ନତମାନର ଦେୟମୁକ୍ତ ଚିକିତ୍ସା ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ୟାନ୍‌ସର କେୟାର ଅଭିଯାନ ଅଧୀନରେ…

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ୩ ଦିନିଆ ନୂଆଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬।୮(ସୁନିତ୍‌ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାରଠାରୁ ୩ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ। ଓଡ଼ିଶା ଫୁଡ୍‌ ପ୍ରୋସେସିଂ -୨୦୨୬ ଆଣ୍ଡ ଇନ୍‌ଭେଷ୍ଟର ରୋଡ୍‌ ଶୋ କାର୍ଯ୍ୟକ୍ରମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri