ବନ କର୍ମଚାରୀ ନାକେଦମ୍‌

ପାଟଣା,୨୩।୧୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜକୁ ପୁଣି ଗତ ଶୁକ୍ରବାର ରାତିରେ ୨୪ ଟିକିଆ ଝାଡ଼ଖଣ୍ଡୀ ହାତୀପଲ ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜରୁ ଆସି ଉତ୍ପାତ ଚଳାଇଛନ୍ତି। ପାଟଣା ରେଞ୍ଜ ବନବୀର, ଖଡିବେଡ଼ା, କୁଦାବେଡା, ରେଙ୍ଗାଳବେଡା, କୁଣ୍ଡଳା, ଏରଣ୍ଡେଇ, ବେଗେନାଖମଣ, ପାଟନାଳୀ, ଗୁଳୁଦିପଶି, ଦହିବାହାଳି ଓ ଝାଟିପଡ଼ା ଗ୍ରାମରେ ଧାନ ଫସଲ ଖାଇବା ସହ ବ୍ୟାପକ ଭାବେ ନଷ୍ଟ କରିଛନ୍ତି। ଚାଷୀମାନେ କିଭଳି ସରକାରୀ ସହାୟତା ପାଇ ପାରିବେ ସେ ନେଇ ବନ ବିଭାଗ ପକ୍ଷରୁ ସହଯୋଗ କରାଯିବା ପରିବର୍ତ୍ତେ କର୍ମଚାରୀମାନେ ଅସହଯୋଗ କରୁଥିବା କ୍ଷତିଗ୍ରସ୍ତ ଚାଷୀ ଅଭିଯୋଗ କରିଛନ୍ତି। ଏଣେ କମ୍‌ ସଂଖ୍ୟକ କର୍ମଚାରୀଙ୍କୁ ନେଇ ହାତୀ ଘଉଡ଼ାଇବା କାର୍ଯ୍ୟରେ ବନ ବିଭାଗ ନାକେଦମ୍‌ ହେଉଥିବା ଦେଖିବାକୁ ମିଳିଛି।
ହାତୀ ପଲ ମଙ୍ଗଳବାର ପାଟଣା- ପିପିଳିଆ ରାସ୍ତାର ଦହିବାହାଳି ଜଙ୍ଗଲରୁ ଝାଟିପଡ଼ା ସଂରକ୍ଷିତ ଜଙ୍ଗଲକୁ ଯାଉଥିବା ବେଳେ ଦୀର୍ଘ ସମୟ ରାସ୍ତା ଉପରେ ଛିଡ଼ା ହୋଇଥିଲେ। ଫଳରେ ଏହି ରାସ୍ତାରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ସାରେ ହାତୀପଲ ଝାଟିପଡ଼ା ସଂରକ୍ଷିତ ଜଙ୍ଗଲକୁ ଚାଲି ଯାଇଛନ୍ତି। ହାତୀ ଉତ୍ପାତରେ ଚାଷୀ ଅତିଷ୍ଠ ହୋଇ ପଡ଼ିଥିବା ବେଳେ ବନ ବିଭାଗ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ଦୀର୍ଘ ଦିନ ହେବ ପାଟଣା ରେଞ୍ଜ ଅଞ୍ଚଳରେ ହାତୀପଲ ଘୁରି ବୁଲୁଥିବା ବେଳେ ବନ ବିଭାଗ ସାଇରନ ବଜାଇ ହାତୀଙ୍କୁ ଜନବସତିଠାରୁ ଦୂରରେ ରଖିବାକୁ ପ୍ରୟାସ କରୁ ନ ଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ପ୍ରତିଦିନ ସାରୁ ବିଦ୍ୟୁତକାଟ୍‌ ହେଉଥିବାରୁ ଛାତ୍ରୀଛାତ୍ରମାନଙ୍କର ପାଠ ପଢ଼ିିବାରେ ବ୍ୟାଘାତ ସୃଷ୍ଟି ହେଉଛି। ଏଣେ ବିଦ୍ୟୁତ୍‌ ବିଭାଗ ହାତୀ ଚଳପ୍ରଚଳ ଅଞ୍ଚଳ ବିଦ୍ୟୁତ୍‌ ଖୁଣ୍ଟରେ ପୋଲ ସ୍ପାଇକ ଓ ଟ୍ରାନ୍ସଫର୍ମର ଫେନିସିଙ୍ଗ ନ କରି ଦିନ ଦିନ ଧରି ବିଦ୍ୟୁତ୍‌ କାଟ କରୁଥିବାରୁ ଉପଭୋକ୍ତାମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏଣେ ଲୋକେ ପ୍ରତି ଗଁାମୁଣ୍ଡରେ ଜଗି ରହି ଟାୟାର ଜାଳୁଛନ୍ତି, ବାଣ ଫୁଟାଉଛନ୍ତି ତ କୋଉଠି ଗଛ ଡାଳ ପକାଇ ରାସ୍ତା ଅବରୋଧ କରି ହାତୀଙ୍କୁ ଗଁାରେ ପୁରାଇ ନ ଦେବା ପାଇଁ ନିଜ ନିଜ ସ୍ତରରେ ଉଦ୍ୟମ କରୁଛନ୍ତି। ଖୁବ୍‌ ଶୀଘ୍ର ହାତୀପଲଙ୍କୁ ଏ ଅଞ୍ଚଳରୁ ଘଉଡ଼ାଇବା ସହ କ୍ଷୟକ୍ଷତି ଆକଳନ କରି କ୍ଷତିଗ୍ରସ୍ତଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?