ଫରେଷ୍ଟର ଆମତ୍ହତ୍ୟା ମାମଲା:ବିଭାଗୀୟ ଅଧିକାରୀଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ସ୍ତ୍ରୀ

ରାୟଗଡ଼ା,୨୧ା୯(ଆଶିଷ ରଞ୍ଜନ ପଣ୍ଡା):ଦୀର୍ଘ ୧୨ ବର୍ଷ ବନ ବିଭାଗ ସିଲ୍‌ଭିକ୍‌ଲଚର ଡିଭିଜନରେ କାର୍ଯ୍ୟରତ ଥିଲେ ରାୟଗଡ଼ା ସହର ଶୁଣ୍ଢିସାହିର ଲବଣୀ ନାୟକଙ୍କ ସାନ ପୁଅ ସଞ୍ଜୟ ନାୟକ। ବିଭାଗୀୟ ଅଧିକାରୀଙ୍କୁ ୫୦ ପ୍ରତିଶତ ପିସି ଦେଇ ନ ପାରି ମାନସିକ ଭାରସାମ୍ୟ ହରାଇ ଗତ ୧୮ ତାରିଖରେ କଳାହାଣ୍ଡି ଜିଲା ଭବାନୀପାଟଣାରେ କାର୍ଯ୍ୟରତ ଥିବା ବେଳେ ସରକାରୀ ବାସଭବନରେ ଆତ୍ମହତ୍ୟା କରିଥିବା ତାଙ୍କ ସ୍ତ୍ରୀ ପ୍ରିୟଙ୍କା ସୁବୁଦ୍ଧି ଶୁକ୍ରବାର ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଶ୍ରମ ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ରାୟଗଡ଼ା ଗସ୍ତରେ ଯାଇଥିବା ବେଳେ ଶୁକ୍ରବାର ସଞ୍ଜୟଙ୍କ ପରିବାର ଲୋକଙ୍କୁ ଭେଟି ସମବେଦନା ଜଣାଇବା ସହ ଘଟଣାର ନିରପେକ୍ଷ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ପ୍ରିୟଙ୍କା ତାଙ୍କର ଥଇଥାନ ଓ ସ୍ବାମୀଙ୍କ କାମର ବକେୟା ଟଙ୍କା, ଅନ୍ୟ ସରକାରୀ ସହାୟତା ଯୋଗାଇଦେବା ନିମନ୍ତେ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ରାୟଗଡ଼ା ବିଧାୟକ ଆପଲସ୍ବାମୀ କାଡ୍ରାକା ମଧ୍ୟ ସଞ୍ଜୟଙ୍କ ପରିବାରବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହ ଘଟଣାର ନିରପେକ୍ଷ ତଦନ୍ତକରି ନ୍ୟାୟ ପାଇଁ ଦାବି କରିଛନ୍ତି।

ସଞ୍ଜୟ ୨୦୧୨ରେ ବନ ବିଭାଗ ସିଲ୍‌ଭିକଲ୍‌ଚରରେ ଚାକିରି ପାଇଥିଲେ। ପ୍ରଥମେ ରାୟଗଡ଼ା, ପରେ କୋରାପୁଟ ଏବଂ ୨୦୨୦ରୁ ଭବାନୀପାଟଣାରେ ନିୟୋଜିତ ଥିଲେ। ହେଲେ ରାୟଗଡ଼ା ସିଲ୍‌ଭିକଲ୍‌ଚର ଡିଭିଜନ ମୁଖ୍ୟ ଦେବେନ୍ଦ୍ର ବେହେରାଙ୍କୁ ପିସି ବା କମିଶନ ଦେଇ ନ ପାରିବାରୁ ମାନସିକ ଚାପରେ ଆମତ୍ହତ୍ୟା କରିଛନ୍ତି। ଆମତ୍ହତ୍ୟା ପୂର୍ବରୁ ଏକ ସୁଇସାଇଡ୍‌ ନୋଟ୍‌ ଛାଡ଼ିଯାଇଛନ୍ତି, ଯେଉଁଥିରେ ବିଭାଗୀୟ ଅଧିକାରୀ ଦେବେନ୍ଦ୍ରଙ୍କୁ ପିସି ଦେଇ ନ ପାରିବାରୁ ଆମତ୍ହତ୍ୟା କରିଥିବା ସେ ଉଲ୍ଲେଖ କରିଛନ୍ତି। ଶୁକ୍ରବାର ପ୍ରିୟଙ୍କାଙ୍କ ସହ ଆଲୋଚନା କରିବା ସମୟରେ ତାଙ୍କୁ ସଞ୍ଜୟ ବିଭିନ୍ନ ସମୟରେ ଅଧିକାରୀ ଦେବେନ୍ଦ୍ର ଗତ ୩ବର୍ଷ ମଧ୍ୟରେ ମାନସିକ ନିର୍ଯାତନା ଦେଉଥିବା, ୫୦ ପ୍ରତିଶତ ପିସି ମାଗିବା, ପିସି ନ ଦେଲେ ବିଲ୍‌ ବନ୍ଦ ଆଦି ବିଷୟରେ ସୂଚନା ଦେଇଥିଲେ। ପ୍ରିୟଙ୍କାଙ୍କ କହିବାନୁସାରେ, ନର୍ସରିରେ ଚାରା ଉତ୍ପନ୍ନ ପାଇଁ ମାଟି ଅଙ୍କୁରଣ, ବେଡ୍‌ ପ୍ରସ୍ତୁତି, ବିଭିନ୍ନ କିସମର ମଞ୍ଜି ବୁଣିବା, ପଲିଥିନ୍‌ ପ୍ୟାକିଂ, କାର୍ଯ୍ୟାଳୟ ପକ୍ଷରୁ ଚାରା ବଣ୍ଟନ ଓ ସାର ଆଦି ସଞ୍ଜୟ ବାହାରୁ କିଣିଥାନ୍ତି। ଏଥିପାଇଁ ଆବଶ୍ୟକ ମଜୁରିଆଙ୍କୁ ମଧ୍ୟ ଯୋଗାଡ଼କରି କାମରେ ଲଗାଇଥାନ୍ତି। ଏସବୁ ସରିବା ପରେ ତା’ର ମଷ୍ଟରରୋଲ ଓ ବିଲ୍‌ ପ୍ରସ୍ତୁତି କରି ଦେବେନ୍ଦ୍ରଙ୍କୁ ହସ୍ତାନ୍ତର କରିଥାନ୍ତି। ଅଧିକାରୀ ଉକ୍ତ ବିଲ୍‌ ଅନୁମୋଦନ ପରେ ବିଭାଗରୁ ଟଙ୍କା ମିଳିଲେ ତା’ର ହିସାବ କରିଥାନ୍ତି ସଞ୍ଜୟ। ତେବେ ଏହି ବିଲ୍‌ ଅନୁମୋଦନ ବେଳେ ଏହାର ୫୦ ପ୍ରତିଶତ ପିସି ବାବଦରେ ଦେବେନ୍ଦ୍ର ମାଗୁଥିବା ସଞ୍ଜୟ ପ୍ରିୟଙ୍କାଙ୍କୁ କହିଥିଲେ।

ପ୍ରକାଶ ଯେ, ଗତ ୧୮ରେ କଳାହାଣ୍ଡି ଜିଲାର ଭବାନୀପାଟଣାରୁ ସଞ୍ଜୟଙ୍କ ପରିବାରକୁ ସୂଚନା ଆସିଥିଲା ସେ ଆମତ୍ହତ୍ୟା କରିଛନ୍ତି। ଏହି ଖବର ପାଇ ଭବାନୀପାଟଣା ଯାଇଥିଲେ ବଡ଼ଭାଇ ରବି। ସେଠାରେ ପୋଲିସକୁ ଘଟଣା ବିଷୟରେ ପଚାରିଥିଲେ। କଳାହାଣ୍ଡି ଏସ୍‌ପିଙ୍କ ସମ୍ମୁଖରେ ରବି ସାନଭାଇ ଲେଖିଯାଇଥିବା ସୁଇସାଇଡ୍‌ ନୋଟ୍‌ ପଢ଼ିଥିଲେ। ଉକ୍ତ ନୋଟ୍‌ରେ ରାୟଗଡ଼ା ସିଲ୍‌ଭିକଲ୍‌ଚର ଡିଭିଜନର ସିଲ୍‌ଭିକଲ୍‌ଚରିଷ୍ଟ ତଥା ବନଖଣ୍ଡ ଅଧିକାରୀ ଦେବେନ୍ଦ୍ର ନର୍ସରି କାର୍ଯ୍ୟ ଖର୍ଚ୍ଚ ବିଲ୍‌ ଅନୁମୋଦନ ପାଇଁ ୫୦ ପ୍ରତିଶତ ପିସି ମାଗୁଥିଲେ। ଗତ ଦିନରେ ୭ ଲକ୍ଷ, ଏସି, ଫ୍ୟାନ୍‌, ମନ୍ଦିର ପାଇଁ ଚାନ୍ଦା, ବୋର୍‌ୱେଲ ଖନନ ଆଦି ପିସି ବାବଦରେ ଦେବାକୁ ଦେବେନ୍ଦ୍ର ବାରମ୍ବାର ସଞ୍ଜୟଙ୍କୁ କହୁଥିଲେ। ତାହା ନ ଦେଲେ ପଦୋନ୍ନତି ବନ୍ଦ ସହ ମାନସିକ ନିର୍ଯାତନା ଦେଉଥିବା ସୁଇସାଇଡ୍‌ ନୋଟ୍‌ରେ ଉଲ୍ଲେଖ ରହିଥିବା ରବି ସୂଚନା ଦେଇଥିଲେ। ସେହି ସମାନ ଅଭିଯୋଗ ରଖିଛନ୍ତି ପ୍ରିୟଙ୍କା।


Enter your email to get our daily news in your inbox.

All Right Reserved By Dharitri.Com

ନବନିର୍ମିତ ପ୍ରଶାସନିକ ଗୃହ ଉଦ୍‌ଘାଟିତ: ୫୨ ଲକ୍ଷ ଟଙ୍କା ବ୍ୟୟରେ ହୋଇଛି ନିର୍ମାଣ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ନବନିର୍ମିତ ପ୍ରଶାସନିକ ଗୃହ ଶୁକ୍ରବାର କଳାହାଣ୍ଡି ଲୋକସଭା ସାଂସଦ ମାଳବିକା ଦେବୀଙ୍କ ଦ୍ୱାରା ଉଦ୍‌ଘାଟିତ…

ବ୍ୟାଙ୍କର ୩ ସ୍କାଏଲାଇଟ୍‌ ଭାଙ୍ଗି ପଶିଥିଲେ: ୪ ଗିରଫ

କେସିଙ୍ଗା, ୧୮।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଥାନା ଅଧୀନ ଗିଗିନା ଗ୍ରାମରେ ଥିବା କାନାରା ବ୍ୟାଙ୍କ ଶାଖାରୁ ଚୋରି ଅଭିଯୋଗରେ ୪ ଜଣଙ୍କୁ ପୋଲିସ…

କେସିଙ୍ଗା ବ୍ଲକରେ ନୂତନ ଯୋଗାଣ ଅଧିକାରୀ: ଦୀର୍ଘଦିନ ପରେ ପୂରଣ ହେଲା ଖାଲି ପଦବୀ

କେସିଙ୍ଗା, ୧୮/୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକରେ ଦୀର୍ଘଦିନ ଧରି ଯୋଗାଣ ଅଧିକାରୀ ପଦବୀ ଖାଲି ରହିଥିଲା। ଫଳରେ ରାସନ କାର୍ଡରେ ନାମ ଯୋଡ଼ିବା…

IPL 2027 ନିଲାମ ପୂର୍ବରୁ ୧୧ ବଡ଼ ବ୍ୟାଟରଙ୍କୁ ରିଲିଜ କରାଯିବ! ଲିଷ୍ଟ ଦେଖିଲେ ମୁଣ୍ଡରେ ହାତ ଦେବେ

ନୂଆଦିଲ୍ଲୀ,୧୮।୯: ସମସ୍ତ ଦଳ ଇଣ୍ଡିଆନ ପ୍ରିମିୟର ଲିଗ (IPL)ର ୨୦ତମ ସିଜିନଅର୍ଥାତ IPL 2027 ପାଇଁ ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ଯଦିଓ ଏହି ଟୁର୍ଣ୍ଣାମେଣ୍ଟ ଆସନ୍ତା ବର୍ଷ…

୨୧ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଜୟପୁର,୧୭ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରଠାରେ ଏମ୍‌ଡିଆର ବିଲ୍‌ ପ୍ରତ୍ୟାହାର ଦାବିରେ ଏମ୍‌ପି, ବିଧାୟକ କଂଗ୍ରେସ ନେତା ଓ କର୍ମୀଙ୍କୁ ନେଇ ଜିଲା କଂଗ୍ରେସ କମିଟି ଆହ୍ବାନରେ…

ବସ୍‌ଷ୍ଟାଣ୍ଡରୁ ବାଘ ଛାଲ ଜବତ

ବାଲିଗୁଡ଼ା,୧୮ା୯(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ା ବସ୍‌ଷ୍ଟାଣ୍ଡରୁ ୨ କଲରାପତରିଆ ବାଘ ଛାଲ ଜବତ ହୋଇଛି। ଏନେଇ ଜଣଙ୍କୁ ଗିରଫ କରାଯାଇଛି। ସେ ହେଲେ ଫିରିଙ୍ଗିଆ…

ହଜାରେ ଝିଅଙ୍କ ଦାୟିତ୍ୱ ନେବେ ରଣବୀର ସିଂହ; ରଣବୀର ଓ ଆଲିଆ ମଧ୍ୟ ନେଲେ ଗୁରୁତ୍ୱପୂର୍ଣ୍ଣ ସଂକଳ୍ପ

ମୁମ୍ବଇ,୧୮।୯: ୧୪ ସେପ୍ଟେମ୍ବରରେ ଗଣେଶ ଚତୁର୍ଥୀ ଅବସରରେ, ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ବଲିଉଡ ତାରକାଙ୍କ ପର୍ଯ୍ୟନ୍ତ ସାରା ଦେଶର ଲୋକମାନେ ନିଜ ଘରେ ଭଗବାନ ଗଣେଶଙ୍କ…

ବିପଦରେ ଅଜିତ ଅଗରକରଙ୍କ ପଦବୀ! BCCIର ନୂଆ ମୁଖ୍ୟ ଚୟନକର୍ତ୍ତା ହେବେ କି ପାର୍ଥିବ ପଟେଲ? ଏକ ପୋଷ୍ଟକୁ ନେଇ…

ନୂଆଦିଲ୍ଲୀ,୧୮।୯: ପୂର୍ବତନ ଭାରତୀୟ କ୍ରିକେଟର ପାର୍ଥିବ ପଟେଲ ପୁରୁଷ ସିନିୟର ଚୟନ କମିଟିର ଅଧ୍ୟକ୍ଷ ଭାବରେ ଅଜିତ ଅଗରକରଙ୍କ ସ୍ଥାନ ନେଇପାରନ୍ତି। ସେ ‘X’ (ଟୁଇଟର) ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?