କାଗଜ କଲମରେ ସୀମିତ ‘ଜଙ୍ଗଲ ଅଧିକାର’: ସେମେଳପଦର ଗ୍ରାମବାସୀଙ୍କୁ ମିଳୁନି ହକ୍, ପ୍ରଶାସନିକ ଅବହେଳାରୁ ବଢୁଛି ଅସନ୍ତୋଷ

ଥୁଆମୂଳ ରାମପୁର, ୬ା୫ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କର୍ଲାପାଟ ପଞ୍ଚାୟତର ସେମେଳପଦର ଗ୍ରାମରେ ଜଙ୍ଗଲ ଅଧିକାର ଆଇନ କେବଳ ପ୍ରହସନ ପାଲଟିଛି। ଦଶକ ଦଶକ ଧରି ଜଳ, ଜଙ୍ଗଲ ଓ ଜମି ସହ ଯୋଡ଼ି ହୋଇ ରହିଥିବା ଆଦିବାସୀ ପରିବାରମାନେ ଆଜି ପର୍ଯ୍ୟନ୍ତ ନିଜର ଆଇନଗତ ଅଧିକାରରୁ ବଞ୍ଚିତ ଅଛନ୍ତି। ୨୦୦୬ ମସିହାରେ ପ୍ରଣୀତ ଐତିହାସିକ ଜଙ୍ଗଲ ଅଧିକାର ଆଇନର ଲକ୍ଷ୍ୟ ଥିଲା ବନବାସୀଙ୍କୁ ତାଙ୍କର ପାରମ୍ପରିକ ଅଧିକାର ଫେରାଇବା, କିନ୍ତୁ ପ୍ରଶାସନିକ ସ୍ଥାଣୁତା ଯୋଗୁ ଏହି ଗ୍ରାମର ୬୯ଟି ପରିବାର ଏବେ ବି ସରକାରୀ ସ୍ୱୀକୃତିକୁ ଚାହିଁ ବସିଛନ୍ତି।

ସୂଚନା ଅନୁସାରେ, ଗତ ୨୦୨୪ ନଭେମ୍ବର ୨୦ ତାରିଖରେ ଅନୁଷ୍ଠିତ ଗ୍ରାମସଭାରେ ସେମେଳପଦର ଗ୍ରାମର ୬୯ ଜଣ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜମି ଅଧିକାର (IFR) ସହିତ ୬୬୫.୫୬୨ ହେକ୍ଟର ଜଙ୍ଗଲ ଜମି ଉପରେ ଗୋଷ୍ଠୀଗତ ଜଙ୍ଗଲ ସମ୍ବଳ ଅଧିକାର (CFRR) କୁ ଅନୁମୋଦନ କରାଯାଇଥିଲା। ଏହି ଅନୁମୋଦିତ ଦାବିକୁ ଥୁଆମୂଳ ରାମପୁର ତହସିଲଦାର ପତ୍ର ସଂଖ୍ୟା ୨୨୭୧/FRA, ତା-୧୮.୧୨.୨୦୨୪ ମାଧ୍ୟମରେ ଭବାନୀପାଟଣା ଉପଜିଲାପାଳଙ୍କ ନିକଟକୁ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରେରଣ କରିଥିଲେ। କିନ୍ତୁ ଦୁର୍ଭାଗ୍ୟର ବିଷୟ, ଦୀର୍ଘ ୧୭ ମାସ ବିତିଯାଇଥିଲେ ସୁଦ୍ଧା ଏହି ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିପାରିନାହିଁ।

ସେମେଳପଦର ସମେତ ବ୍ଲକର ଅନ୍ୟ ଅଣସର୍ଭେ ଗ୍ରାମ ଯଥା ତେନ୍ତୁଳିପଦର ଓ ଗୁଳିକନାକୁ ‘ରାଜସ୍ୱ ଗ୍ରାମ’ ମାନ୍ୟତା ଦେବା ପ୍ରକ୍ରିୟା ମଧ୍ୟ ବର୍ଷ ବର୍ଷ ଧରି ଲାଲଫିତା ଶାସନରେ ଅଟକି ରହିଛି। ପୂର୍ବତନ ଜିଲାପାଳ ପରାଗ ହର୍ଷଦ ଗଭାଲୀଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ସରକାରୀ ବାବୁମାନଙ୍କ ଅବହେଳା ଯୋଗୁ ଆଗକୁ ବଢ଼ିପାରୁନାହିଁ। ରାଜସ୍ୱ ପରିଷଦରୁ ସଂଶୋଧନ ପାଇଁ ଫେରିଥିବା କାଗଜପତ୍ର ପୁନର୍ବାର ପଠାଯିବାରେ ଅହେତୁକ ବିଳମ୍ବ ହେଉଥିବାରୁ ଏହି ଗ୍ରାମଗୁଡିକରେ ମୌଳିକ ସୁବିଧା ଓ ସରକାରୀ ଯୋଜନାର ସୁଫଳ ପହଞ୍ଚିବାରେ ବାଧା ସୃଷ୍ଟି ହେଉଛି।

ଜଙ୍ଗଲ ଅଧିକାର କମିଟି ଓ ଗ୍ରାମବାସୀ ଏନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣିରେ ବାରମ୍ବାର ଗୁହାରି କରିଛନ୍ତି। ପ୍ରତିଥର ଶୀଘ୍ର ସମାଧାନର ଆଶ୍ୱାସନା ମିଳୁଥିଲେ ହେଁ କ୍ଷେତ୍ରସ୍ତରରେ କୌଣସି ପରିବର୍ତ୍ତନ ଦେଖାଯାଉ ନାହିଁ। ଜିଲାପାଳ ଓ ତହସିଲଦାର ବଦଳୁଛନ୍ତି, କିନ୍ତୁ ସେମେଳପଦର ବାସୀଙ୍କ ଭାଗ୍ୟ ବଦଳୁନି।

“ଆମେ ପାରମ୍ପରିକ ଭାବେ ଜଙ୍ଗଲ ଉପରେ ନିର୍ଭର କରି ଚଳୁଛୁ। ସବୁ କାଗଜପତ୍ର ଥାଇ ମଧ୍ୟ ସରକାର ଆମକୁ ପଟ୍ଟା ଦେବାରେ କାହିଁକି ବିଳମ୍ବ କରୁଛନ୍ତି, ତାହା ବୁଝିପାରୁନାହୁଁ,” ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତୁରନ୍ତ ସେମେଳପଦର, ତେନ୍ତୁଳିପଦର ଓ ଗୁଳିକନା ଗ୍ରାମକୁ ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ ସହ ଯୋଗ୍ୟ ପରିବାରଙ୍କୁ ଜଙ୍ଗଲ ଅଧିକାର ପଟ୍ଟା ବଣ୍ଟନ କରିବାକୁ ସାଧାରଣରେ ଦାବି ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ସରକାରୀ ଜମି ଦଖଲକୁ ନେଇ ଗୋଷ୍ଠୀ ସଂଘର୍ଷ: ୨ ମହିଳାଙ୍କ ସମେତ ୯ ଅଭିଯୁକ୍ତ ଗଲେ ଜେଲ, ଫୋର୍ସ ମୁତୟନ

ଦିଗପହଣ୍ଡି, ୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦିଗପହଣ୍ଡି ଥାନା ନୂଆ ଅନନ୍ତେଇ ଗ୍ରାମରେ ସରକାରୀ ଜମି ଦଖଲ ଏବଂ ଚାଷକୁ ନେଇ…

କମେ ଗାଁ ଜଙ୍ଗଲରୁ ହାତୀଛୁଆର ମୃତଦେହ ଉଦ୍ଧାର: ନର୍ଲା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁକୁ ନେଇ…

ନର୍ଲା, ୭।୮(ସନ୍ତୋଷ ପାତ୍ର): କଳାହାଣ୍ଡି ଜିଲା ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ କମେ ଗାଁ ଜଙ୍ଗଲରୁ ଶୁକ୍ରବାର ଏକ ହାତୀ ଛୁଆର ମୃତଦେହ ଉଦ୍ଧାର କରାଯାଇଛି।…

“କାମ କର, ନଚେତ୍ ଅନ୍ୟପାଇଁ ବାଟ ଛାଡ଼”: କଡ଼ା ଚେତାବନୀ ଦେଇ…

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କଂଗ୍ରେସର ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକାରିଣୀ ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ପ୍ରଦେଶ ଏବଂ ଜାତୀୟ ସ୍ତରର ପ୍ରମୁଖ ଦଳୀୟ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଛାତ୍ରଛାତ୍ରୀଙ୍କୁ ମିଳିଲା ସ୍ୱାସ୍ଥ୍ୟ ପରାମର୍ଶ: ଏଚ୍‌ଆଇଭି-ଏଡ୍‌ସ୍ ଏବଂ ଯକ୍ଷ୍ମା ରୋଗରୁ ବର୍ତ୍ତିବାର ଉପାୟ ସମ୍ପର୍କରେ ସଚେତନ…

ଦିଗପହଣ୍ଡି,୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପୋଡ଼ାମାରି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଶୁକ୍ରବାର ଏଚ୍‌ଆଇଭି (HIV), ଏଡ୍‌ସ୍ ଏବଂ ଯକ୍ଷ୍ମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri