ସ୍ଥାଣୁ ପାଲଟିଛି ବନ ବିଭାଗ

ବାଳକାଟୀ,୧୪।୧୨ (ମନୋଜ ମଣ୍ଡଳ)ବିଶ୍ୱତାପନ ସମସ୍ୟା ସମସ୍ତ ପ୍ରାଣିଜଗତ ପାଇଁ ବର୍ତ୍ତମାନ ଚିନ୍ତାର କାରଣ ସାଜିଛି। ପରିବେଶ ସନ୍ତୁଳନ ରଖିବା ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡିଛି। ଅଧିକରୁ ଅଧିକ ଚାରାରୋପଣ କରି ପରିବେଶରେ ସବୁଜ ବଳୟ ସୃଷ୍ଟି କରିବା ଅତି ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି। ଏଥିପାଇଁ ରାଜ୍ୟ ସରକାର ବନ ବିଭାଗ ମାଧ୍ୟମରେ ବନୀକରଣ ଦ୍ୱାରା ପରିବେଶ ସୁରକ୍ଷା ନେଇ ବାର୍ଷିକ କୋଟି କୋଟି ଟଙ୍କା ଖର୍ଚ୍ଚ କରି ପତିତ, ଅନାବାଦୀ ଓ ସରକାରୀ କିସମ ଜମିରେ ଚାରାରୋପଣ କରି ନୂତନ ଜଙ୍ଗଲ ସୃଷ୍ଟି କରୁଛନ୍ତି। ମାତ୍ର ବିଭିନ୍ନ ସ୍ଥାନରେ ଚାଲିଥିବା ଚୋରା କରତ କଳ ଏବେ ଗ୍ରାମ୍ୟ ଜଙ୍ଗଲ ପାଇଁ ବିପଦର କାରଣ ସାଜିଛି। ରାଜଧାନୀ ଉପକଣ୍ଠ ଜୟଦେବ ନିର୍ବାଚନମଣ୍ଡଳୀ ଏବେ କାଠ ମାଫିଆଙ୍କ ଚୋରା ଭୂମି ପାଲଟିଛି। କାଠ ମାଫିଆ ଗ୍ରାମ୍ୟ ଜଙ୍ଗଲ ଭିତରେ ଚୋରା କରତ କଳ ଚଳାଇ ଜଙ୍ଗଲ ଧ୍ୱଂସ କରି ଚାଲିଛି। ହେଲେ ସ୍ଥାନୀୟ ବନ ବିଭାଗ ସ୍ଥାଣୁ ପାଲଟିବା ନେଇ ବିଭାଗୀୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜଙ୍ଗଲ ପଦା କରି କରତ କଳ ମାଲିକ ଓ କାଠ ମାଫିଆ ମୋଟା ଅଙ୍କର ଅର୍ଥ ଉପାର୍ଜନ କରୁଥିବାବେଳେ ବନ ବିଭାଗ ଅଧିକାରୀ ମାସିକିଆ ପାଇ ମାଲାମାଲ ହେଉଥିବା ଆଲୋଚନା ହେଉଛି। ବାଲିଅନ୍ତା ବ୍ଲକ ଭିଙ୍ଗାରପୁର ପଞ୍ଚାୟତ ଇଚ୍ଛାଦେଇପୁରପାଟଣା ଗ୍ରାମରେ ଖୋଦ ଗ୍ରାମ୍ୟ ଜଙ୍ଗଲ ପରିସୀମା ଭିତରେ ଏକ କରତ କଳ ଚାଲିଥିବାବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ବନ ବିଭାଗ ନିରବ ରହୁଛି। ସେହିପରି ବାଳକାଟୀ ବନ ବିଭାଗ କାର୍ଯ୍ୟାଳୟ ବାରିପଟେ ବେଧଡ଼କ ଭାବେ ଏକ କରତ କଳ ଦିନ ରାତି ଚାଲିଛି। ହୀରାପୁର, ବାଲିଅନ୍ତା ଥାନା ନିକଟ, ପ୍ରତାପରୁଦ୍ରପୁର, ବାଲିପାଟଣାର ମଧୁବନ, ବାଲିପାଟଣା ଛକ, ଧାନହରା, ଭାକର ସାହି ଆଦି ଅଞ୍ଚଳରେ ୧୦ରୁ ଊର୍ଦ୍ଧ୍ୱ କରତ କଳ ବେଆଇନ ଭାବେ ଚାଲୁଥିବା ଅଭିଯୋଗ ହେଉଛି। ଗ୍ରାମ୍ୟ ଜଙ୍ଗଲ ଓ ଆଖପାଖ ଅଞ୍ଚଳରୁ ମୂଲ୍ୟବାନ କାଠ ଚୋରି କରି ଏହି କରତ କଳରେ ଚିରାଯାଉଛି। କରତ କଳରେ ଶାଗୁଆନ, ଶିଶୁ, କସି ଆଦି ମୂଲ୍ୟବାନ କାଠ ଚିରାଯିବା ପରେ ଟ୍ରାକ୍ଟର ଯୋଗେ ଥାନା ସମ୍ମୁଖ, ବେଣୁପୁର ପୂର୍ତ୍ତ ବିଭାଗ ରାସ୍ତା ବାଳକାଟୀ, ବନମାଳୀପୁର ମୁଖ୍ୟ ରାସ୍ତା ଏପରିକି ବାଳକାଟୀସ୍ଥିତ ବନ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ବେଧଡକ ଭାବେ ଦିବାଲୋକରେ ଯାଉଥିବାବେଳେ ବନ ବିଭାଗ ଆଖିରେ ଅନ୍ଧ ପୁଟୁଳି ବାନ୍ଧି ବସି ଦେଖୁଥିବା ଚର୍ଚ୍ଚା ହେଉଛି। କଁା ଭଁା ବର୍ଷକୁ ଥରେ ଦୁଇଥର ଭିଜିଲାନ୍ସ ଚଢ଼ାଉ କରି କରତ କଳକୁ ଜବତ କରୁଥିବାବେଳେ ୨ ମାସ ପରେ ସେଇ କରତ କଳ ପୁଣି ବେଧଡକ ଭାବେ ଚାଲୁଥିବା ଦେଖାଯାଉଛି, ଯାହାକି ଲୋକଦେଖାଣିଆ ଭାବେ ଚଢ଼ାଉ ହେଉଥିବା ଚର୍ଚ୍ଚା ହେଉଛି। ଏ ସମ୍ପର୍କରେ ବାଲିପାଟଣା ରେଞ୍ଜର ଶାନ୍ତନୁ ଦଳେଇଙ୍କୁ ପଚାରିବାରେ, କୋଉଠି ଗ୍ରାମ୍ୟ ଜଙ୍ଗଲ ଭିତରେ କରତ କଳ ଚାଲିଛି ସେ ଅବଗତ ନାହାନ୍ତି। ଏ ବାବଦରେ ସେ ତାଙ୍କ କର୍ମଚାରୀଙ୍କୁ ପଠାଇ ବୁଝିବେ। ଯେଉଁଠି ବେଆଇନ କରତ କଳ ଚାଲିଛି, ସେଠାରେ ଚଢ଼ାଉ ପାଇଁ ଯୋଜନା କରିବେ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?