ବେଦାଗ ଗୋରା ତ୍ୱଚା ପାଇଁ

ଧୂଳି, ଧୂଆଁ, ପ୍ରଦୂଷଣ, ସୂର୍ଯ୍ୟକିରଣ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ଯୋଗୁ ବର୍ତ୍ତମାନ ଅନେକଙ୍କଠାରେ ତ୍ୱଚାର ରଙ୍ଗ କଳା ପଡିବା, ଦାଗ ବା ଡାର୍କ ପ୍ୟାଚେସ୍‌ ହେବା ଭଳି ସମସ୍ୟା ଦେଖିବାକୁ ମିଳୁଛି। ହେଲେ ଆପଣ ଚାହିଁଲେ କେତୋଟି ସହଜ ଉପାୟ ଆପଣେଇ ବେଦାଗ ଗୋରା ତ୍ୱଚା ପାଇପାରିବେ। ଜାଣନ୍ତୁ ସେ ସମ୍ପର୍କରେ…

– ଓଟ୍ସ ପାଉଡର ଏକ ଚାମଚ ନେଇ ସେଥିରେ ଅଳ୍ପ କ୍ଷୀର ମିଶାନ୍ତୁ। ଏହ ପେଷ୍ଟକୁ ମୁହଁ, ବେକରେ ଭଲ ଭାବେ ଲଗାଇ ଧୀରେ ଧୀରେ ସ୍କ୍ରବ୍‌ କରନ୍ତୁ। ପରେ ଏହାକୁ ୧୦ମିନିଟ୍‌ ପର୍ଯ୍ୟନ୍ତ ରଖିବା ପରେ ଥଣ୍ଡା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।
– ଏକ ପାତ୍ରରେ ଏକ ଚାମଚ ଲିମ୍ବପତ୍ର ଗୁଣ୍ଡ, ଦୁଇ ଚାମଚ ଲେଖାଏ ଯଅ ଅଟା, ବୁଟ ଅଟା, ମୁଲତାନୀ ମାଟି, ଅଧା ଚାମଚ ମହୁ, ଅଳ୍ପ ଲେମ୍ବୁ ରସ ମିଶାଇ ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ଏହାକୁ ମୁହଁରେ ଲଗାଇ କିଛି ସମୟ ରଖିବା ପରେ ଧୀରେ ଧୀରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହକୁ ଥରେ ଏପରି କଲେ ତ୍ୱଚାରେ ଥିବା ସମସ୍ତ ଦାଗ ଦୂର ହେବା ସହ ଗ୍ଲୋ ବଢିଥାଏ।
– ସ୍କିନ୍‌ ଡ୍ରାଏ ହୋଇଥିଲେ ବାଦାମ ଏବଂ ମହୁ ମିଶାଇ ପେଷ୍ଟ କରି ଲଗାନ୍ତୁ। କ୍ଷୀର ଏବଂ କେମୋମାଇଲ୍‌ ତେଲକୁ ମିଶାଇ ଲଗାଇଲେ ବି ସ୍କିନ୍‌ ମଶ୍ଚରାଇଜ୍‌ ହୋଇ ରହିବା ସହ ବେଦାଗ ହେବାରେ ସାହାଯ୍ୟ କରିଥାଏ।
– ଖଣ୍ଡ ହଳଦୀ, ସର ଏବଂ ଗୋଲାପଜଳକୁ ଏକାଠି ଗ୍ରାଇଣ୍ଡ କରି ପ୍ୟାକ୍‌ ପ୍ରସ୍ତୁତ କରନ୍ତୁ। ପ୍ରତିଦିନ ଏହାକୁ ଲଗାନ୍ତୁ। ମାତ୍ର କିଛିଦିନ ମଧ୍ୟରେ ଆପଣ ଫରକ ଜାଣିପାରିବେ। ତ୍ୱଚାର ରଙ୍ଗ ପୂର୍ବାପେକ୍ଷା ଅଧିକ ସଫା, ଚିକଣ ଏବଂ ବେଦାଗ ଲାଗିବ।


Enter your email to get our daily news in your inbox.

All Right Reserved By Dharitri.Com

ଆଜ୍‌ମାରୁ ମୁକ୍ତି ପାଇଁ ଘରୋଇ ଉପଚାର

ଶୀତଦିନେ ଥଣ୍ଡାର ପ୍ରକୋପ ଯୋଗୁ ଆଜ୍‌ମା ରୋଗୀଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଏ। ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ ହୋଇଥାଏ। ଅଳ୍ପ ପରିଶ୍ରମ କରିବା...

ବୁଦ୍ଧିମାନ କିନ୍ତୁ ନିଜର ଗର୍ବି ସ୍ବଭାବ ଯୋଗୁ ନିଜର କ୍ଷତି କରିଥାନ୍ତି ଏହି ୩ ରାଶିର ବ୍ୟକ୍ତି

ଜ୍ୟୋତିଷଶାସ୍ତ୍ରରେ ରାଶି ଅନୁଯାୟୀ ଗୁଣ, ଦୋଷ ଏବଂ ସ୍ବଭାବ ଆଦି ବିଷୟରେ ଭବିଷ୍ୟବାଣୀ କରାଯାଇଥାଏ। କିଛି ଲୋକ ବହୁତ ବୁଦ୍ଧିମାନ ହୋଇଥିଲେ ହେଁ ଅହଂଙ୍କାର ପାଇଁ...

କୋକୋନଟ୍‌ ବର୍ଫି

ଆବଶ୍ୟକ ସାମଗ୍ରୀ: ନଡ଼ିଆ କୋରା ୨୫୦ମିଲି.ଗ୍ରାମ୍‌, ଏକ କପ୍‌ କ୍ଷୀର, ଏକ କପ୍‌ ରାବିଡି କିମ୍ବା ମିଲ୍କମେଡ୍‌, ୩-୪ଟି ଗୁଜୁରାତିର ଗୁଣ୍ଡ, ଅଧା ଚାମଚ ଗୋଲାପଜଳ,...

ଗ୍ୟାସ୍‌ଟ୍ରିକ୍‌ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ଅଧାଗ୍ଲାସେ…

ଥଣ୍ଡା କ୍ଷୀର ପିଇଲେ ବହୁ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ସେହିପରି ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି...

ଜରା ଯନ୍ତ୍ରଣା

ସତୁରି ବର୍ଷ ପରେ ମଣିଷ ଜରାଗ୍ରସ୍ତ ହୁଏ। ଏହି ବୟସରେ ଅନେକ ବ୍ୟାଧି ଦେଖାଯାଏ। ଶାରୀରିକ, ମାନସିକ ଓ ସାମାଜିକ ସମସ୍ୟା ବଞ୍ଚତ୍ବାର ଆଶାକୁ ଧୂଳିସାତ...

ରାତ୍ରିଭୋଜନ ବିଳମ୍ବରେ କରୁଥିଲେ

କାର୍ଯ୍ୟବ୍ୟସ୍ତତା ଲାଗି ହେଉ ଅବା ଅନ୍ୟାନ୍ୟ କାରଣରୁ ଅନେକେ ରାତ୍ରିଭୋଜନ ବିଳମ୍ବରେ କରିଥା’ନ୍ତି। ହେଲେ ଏହା ଦ୍ୱାରା ବିଭିନ୍ନ ସ୍ବାସ୍ଥ୍ୟ ସମସ୍ୟା ଉପୁଜିବାର ଆଶଙ୍କା ରହିଛି।...

ହାତଦେଇ ଛିଙ୍କିବା ଜରୁରୀ: ବାୟୁମଣ୍ଡଳରେ ମିଶିଥାଏ ୩,୦୦୦ କ୍ଷୁଦ୍ର ଜଳକଣିକା

ଓ୍ବାଶିଂଟନ,୨୩।୩: କରୋନା ମହାମାରୀ ବେଲଗାମ୍‌ ହେବାରେ ଲାଗିଛି। ଇତି ମଧ୍ୟରେ ମୃତ୍ୟୁ ସଂଖ୍ୟା ୧୪ ହଜାର ଟପିଛି। କରୋନା ଭୂତାଣୁ ସଂକ୍ରମଣଠାରୁ ଦୂରେଇ ରହିବା ଲାଗି...

ଅଖାଦ୍ୟ ଘିଅ ପ୍ରତି ସାବଧାନ

ମନ୍ଦିରରେ ଦେବଦେବୀ ଦର୍ଶନ ପରେ ଆମକୁ ପ୍ରସାଦ ଭାବେ ଯେଉଁ ଘିଅ ବା ବଟର ମିଳିଥାଏ ତାହା ଖାଦ୍ୟ ଅନୁପଯୋଗୀ ହୋଇପାରେ ଏବଂ ଏପରି କି...

Advertisement
Archives

Model This Week