Posted inଖେଳ

ଏହି କାରଣ ଲାଗି ସାନିଆଙ୍କୁ ଭେଟିପାରୁ ନାହାନ୍ତି ସୋଏବ

କରାଚୀ, ୨୧।୭- ଘରୋଇ ଇଂଲଣ୍ଡ ବିପକ୍ଷ ଦ୍ୱିପାକ୍ଷିକ ସିରିଜ ଖେଳିବା ଲାଗି ପାକିସ୍ତାନ କ୍ରିକେଟ୍‌ ଦଳ ଗତ ସପ୍ତାହରେ ବ୍ରିଟେନ ଗସ୍ତ କରିସାରିଛି। ଏହି ଗସ୍ତ ଲାଗି ପାକିସ୍ତାନ ପକ୍ଷରୁ ଘୋଷିତ ୨୯ ଜଣିଆ ଦଳରେ ଭେଟେରାନ ଅଲ୍‌ରାଉଣ୍ଡର ସୋଏବ ମଲିକ ସ୍ଥାନ ପାଇଥିଲେ ମଧ୍ୟ ଦଳ ସହିତ ଯାତ୍ରା କରିନାହାନ୍ତି। ସୋଏବ ପରିବାର ସହ ସାକ୍ଷାତ୍‌ କରି ବିଳମ୍ବରେ ଇଂଲଣ୍ଡ ଗସ୍ତ କରି ଦଳ ସହ ଯୋଗ ଦେବେ ବୋଲି ଜଣାପଡ଼ିଛି। ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ମଧ୍ୟ ତାଙ୍କୁ ଏନେଇ ସ୍ବତନ୍ତ୍ର ଅନୁମତି ପ୍ରଦାନ କରିଛି। ୨୦୧୦ରେ ଭାରତୀୟ ଟେନିସ ଷ୍ଟାର୍‌ ସାନିଆ ମିର୍ଜାଙ୍କୁ ବିବାହ କରିଥିବା ସୋଏବ ବର୍ତ୍ତମାନ ସିଆଲ୍‌କୋଟ୍‌ରେ ରହୁଛନ୍ତି। ଅପରପକ୍ଷରେ ସାନିଆ ଓ ତାଙ୍କୁ ପୁଅ ବର୍ତ୍ତମାନ ହାଇଦ୍ରାବାଦରେ ଅବସ୍ଥାପିତ। ଫଳରେ କରୋନା କଟକଣା ଲାଗି ଏହି ପାକିସ୍ତାନ କ୍ରିକେଟର୍‌ ତାଙ୍କ ସ୍ତ୍ରୀ ଓ ୫ ମାସର ପୁଅକୁ ଦୀର୍ଘ ୬ ମାସରୁ ଊର୍ଦ୍ଧ୍ୱ ସମୟ ହେବ ସାକ୍ଷାତ୍‌ କରିପାରି ନାହାନ୍ତି। ଭାରତ ସରକାର ବର୍ତ୍ତମାନ ଜୁଲାଇ ୩୧ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଲଗାଇଛନ୍ତି। ତେଣୁ ଏହି ସମୟ ପରେ ହିଁ ମଲିକ ତାଙ୍କ ସାନିଆ ଓ ପୁଅଙ୍କ ସହ ସାକ୍ଷାତ୍‌ କରିବାର ସୁଯୋଗ ପାଇବେ। ପୂର୍ବରୁ ସୋଏବ ଜୁଲାଇ ୨୪ରେ ଇଂଲଣ୍ଡ ଗସ୍ତ କରିବାର ଥିଲା। କିନ୍ତୁ ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଭାରତ ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଲଗାଇବା ପରେ ସୋଏବ ପୁଣିଥରେ ତାଙ୍କ ଇଂଲଣ୍ଡ ଗସ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିଛନ୍ତି। ଏହି କଟକଣା ଉଠିବା ପରେ ସୋଏବ ପ୍ରଥମେ ତାଙ୍କ ସ୍ତ୍ରୀ ଓ ପୁଅକୁ ଭେଟି ପରେ ଅଗଷ୍ଟରେ ଦଳ ସହ ଯୋଗଦେବେ ବୋଲି ଜଣାପଡ଼ିଛି। ଇଂଲଣ୍ଡରେ ପହଞ୍ଚତ୍ବା ପରେ ନିୟମ ମୁତାବକ ସେ କିଛିଦିନ କ୍ୱାରାଣ୍ଟାଇନରେ ରହିବେ ବୋଲି ଜଣାପଡ଼ିଛି। ଇଂଲଣ୍ଡ ଓ ପାକିସ୍ତାନ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଅଗଷ୍ଟ ୫ରୁ ମାଞ୍ଚେଷ୍ଟରରେ ଆରମ୍ଭ ହେବ। ଏହାପରେ ଅଗଷ୍ଟ ୨୮ରୁ ଦୁଇ ଦେଶ ମଧ୍ୟରେ ୩ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳାଯିବ। ସୋଏବ ପ୍ରାରମ୍ଭରୁ କେତୋଟି ମ୍ୟାଚ୍‌ ଅନୁପସ୍ଥିତ ରହିବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା-ଇରାନ ମଧ୍ୟରେ ଶାନ୍ତି ଚୁକ୍ତିକୁ ଭାରତର ସ୍ବାଗତ: ପ୍ରଧାନମନ୍ତ୍ରୀ ମୋଦି କହିଲେ, ମୁଁ ଏହି ଚୁକ୍ତିକୁ…

ନୂଆଦିଲ୍ଲୀ,୧୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଏବଂ ଇରାନ ମଧ୍ୟରେ ହୋଇଥିବା ଶାନ୍ତି ଚୁକ୍ତିକୁ ସ୍ବାଗତ କରିଛନ୍ତି। ଏହି ଚୁକ୍ତି ଏହି ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା…

ବହୁ ଖୋଜାଖୋଜିି ପରେ ବି ମିଳିଲେନି: ଏବେ ଜଙ୍ଗଲରେ…

ଭଞ୍ଜନଗର, ୧୫।୬ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ତାରସିଂ ଥାନା ପୋଲିସ ସୋମବାର ବ୍ରାହ୍ମଣପଦର ନିକଟସ୍ଥ ଜଙ୍ଗଲରୁ ଜଣେ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି। ମୃତକ…

ବଡ଼ ଭାଇର ପ୍ରେମ ପାଇଁ ସାନ ଭାଇକୁ ଗୁଳି: ପାଣ୍ଡରାସିଙ୍ଗାରେ ରାସ୍ତାରୋକ, ହତ୍ୟାକାଣ୍ଡକୁ ନେଇ ତୀବ୍ର ଉତ୍ତେଜନା

ଗଣିଆ,୧୫।୬: ନୟାଗଡ଼ ଜିଲାର ଗଣିଆ ଅଞ୍ଚଳରେ ଗ୍ୟାରେଜ ମାଲିକ ରବୀନ୍ଦ୍ରଙ୍କ ହତ୍ୟା ଘଟଣାକୁ ନେଇ ସୋମବାର ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। କଣ୍ଟିଲୋ–ଗଣିଆ ମୁଖ୍ୟ ରାସ୍ତାର ପାଣ୍ଡରାସିଙ୍ଗା…

ପୋଖରୀର ଦୂଷିତ ପାଣି ପିଉଛନ୍ତି ଗ୍ରାମବାସୀ

ମହାକାଳପଡ଼ା,୧୫ା୬ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପେଟ୍‌ଛେଲା ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଦେଇଛି। ମହିଳାମାନେ ପାନୀୟଜଳ ସମସ୍ୟା ଯୋଗୁ ଗଡ଼ିଆ, ପୋଖରୀର…

୧୮ରେ ଖୋଲିବ ସ୍କୁଲ; ଖରା ବଢ଼ିଲେ ପୁନର୍ବିଚାର…

ଭୁବନେଶ୍ୱର,୧୫।୬: ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ନେଇ ସ୍କୁଲ ଖୋଲିବା ନ ଖୋଲିବା ଚର୍ଚ୍ଚା ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୋମବାର ମସ୍ପଷ୍ଟ କରିଛନ୍ତି।…

କେନାଲ ଗଛରେ ଝୁଲୁଛି ମେଡିକାଲ କର୍ମଚାରୀଙ୍କ ମୃତଦେହ

ଭବାନୀପାଟଣା,୧୫।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଉଦେପୁର-ଗୋପିନାଥପୁର କେନାଲ ନିକଟସ୍ଥ ଏକ ଗଛରୁ ସୋମବାର ଜଣେ ମେଡିକାଲ କର୍ମଚାରୀଙ୍କ ଝୁଲନ୍ତା ମୃତ…

ଆମେରିକା-ଇରାନ ଚୁକ୍ତି ଭାରତର ବଲ୍ଲେ-ବଲ୍ଲେ: ପାଇବ ସର୍ବାଧିକ ଲାଭ

ନୂଆଦିଲ୍ଲୀ,୧୫।୬: ମାସ ମାସର ସଂଘର୍ଷ ପରେ, ଶେଷରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ହୋଇଛି। ଡୋନାଲ୍ଡ ଟ୍ରମ୍ପ ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶେହବାଜ…

ସର୍ଟସର୍କିଟ୍‌ରୁ ଅଗ୍ନିକାଣ୍ଡ: ୩ ବଖରା ଘର ଜଳିପୋଡ଼ି ଛାରଖାର

ତିହିଡି,୧୫।୬(କାଳନ୍ଦୀ ବେହେରା): ଭଦ୍ରକ ଜିଲା ଧାମନଗର ବ୍ଲକ ଅଧୀନସ୍ଥ କୋଠାର ପଞ୍ଚାୟତର ମହନ୍ତ ସାହିରେ ସୋମବାର ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ସୁବାସ ଚନ୍ଦ୍ର ସେଠୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri