ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ ଘଟିଥିବା ହୋହଲ୍ଲା, ଯାତ୍ରୀଙ୍କ ଚିତ୍କାର ଏବଂ ଆକ୍ରମଣକାରୀଙ୍କୁ କାବୁ କରିବା ପାଇଁ ଚାଲିଥିବା ଉଦ୍ୟମର ଦୃଶ୍ୟ ଦେଖାଯାଉଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓଟି କକ୍‌ପିଟ୍‌ ନିକଟରେ ବସିଥିବା ଜଣେ ଯାତ୍ରୀ ମୋବାଇଲ୍‌ ଫୋନ୍‌ରେ ରେକର୍ଡ କରିଥିବା ଜଣାପଡ଼ିଛି। ଭିଡିଓରେ କିଛି ଲୋକ ଇଂରାଜୀ ଓ ହିବ୍ରୁ ଭାଷାରେ ଚିତ୍କାର କରୁଥିବା ଶୁଣିବାକୁ ମିଳୁଛି । ଜଣେ ବ୍ୟକ୍ତି କହୁଛନ୍ତି, “ସେ ବିମାନକୁ କ୍ରାଶ କରିବାକୁ ଚେଷ୍ଟା କରିଥିଲେ।” ଘଟଣାରେ ବିମାନର ଭାରତୀୟ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛର ଆହତ ହୋଇଥିଲେ । ରିପୋର୍ଟ ଅନୁସାରେ, କୋ-ପାଇଲଟ୍‌ଙ୍କ ସହ ହୋଇଥିବା ସଂଘର୍ଷ ପରେ କ୍ୟାପ୍ଟେନ୍‌ କକ୍‌ପିଟ୍‌ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ । ଏହାପରେ ଯାତ୍ରୀ ଓ କ୍ରୁ ସଦସ୍ୟମାନେ ହସ୍ତକ୍ଷେପ କରି କୋ-ପାଇଲଟ୍‌ଙ୍କୁ କାବୁ କରିଥିଲେ।

ଭିଡିଓର ଆଉ ଏକ ଦୃଶ୍ୟରେ ଜଣେ ବ୍ୟକ୍ତି କକ୍‌ପିଟ୍‌ ନିକଟରେ ଥିବା ଲୋକଙ୍କୁ ଶାନ୍ତ ରହିବା ଏବଂ ବାହାରକୁ ଆସିବାକୁ କହୁଥିବା ଦେଖାଯାଉଛି । ସେହି ସମୟରେ କ୍ୟାବିନରେ ଥିବା ଜଣେ କ୍ରୁ ସଦସ୍ୟ ଚିକିତ୍ସକଙ୍କୁ ଖୋଜୁଥିବା ଶୁଣିବାକୁ ମିଳୁଛି “କୌଣସି ଡାକ୍ତର ଅଛନ୍ତି କି?”

ଏହାପରେ ଇସ୍ରାଏଲୀ ଦନ୍ତ ଚିକିତ୍ସକ ଡା. ଶୋତା ମୁସାୟେଭ୍‌ କକ୍‌ପିଟ୍‌ ନିକଟକୁ ଆସିଥିବା ଦେଖାଯାଉଛି । କ୍ୟାମେରାର ଆଙ୍ଗଲ୍‌ ଯୋଗୁଁ କକ୍‌ପିଟ୍‌ ଭିତରର ସମ୍ପୂର୍ଣ୍ଣ ଦୃଶ୍ୟ ଦେଖାଯାଇନାହିଁ। ଭିଡିଓର ପରବର୍ତ୍ତୀ ଅଂଶରେ କ୍ୟାପ୍ଟେନ୍‌ ସ୍ମିତ୍‌ ମଚ୍ଛରଙ୍କୁ କକ୍‌ପିଟ୍‌ ବାହାରେ ଆହତ ଅବସ୍ଥାରେ ଦେଖାଯାଉଛି । ସେ କୋ-ପାଇଲଟ୍‌ ତାଙ୍କୁ ଏକାଧିକ ଥର ଆକ୍ରମଣ କରିଥିବା କହୁଥିବା ଶୁଣାଯାଉଛି । ତାଙ୍କ ହାତରେ ଗୁରୁତର ଆଘାତ ଲାଗିଥିବା ଏବଂ ହାତକୁ ହଲାଇ ପାରୁଥିଲେ ମଧ୍ୟ ମୁଠା କରିପାରୁନଥିବା ସେ କହିଥିବା ରିପୋର୍ଟରେ ଉଲ୍ଲେଖ ରହିଛି।

ଫ୍ଲାଇଦୁବାଇର FZ1073 ବିମାନ ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ବେଳେ ଏହି ଘଟଣା ଘଟିଥିଲା। ପରେ ବିମାନଟି ସାଉଦି ଆରବର ତାବୁକ୍‌ରେ ଜରୁରୀ ଅବତରଣ କରିଥିଲା। ବିମାନରେ ୧୭୦ରୁ ଅଧିକ ଯାତ୍ରୀ ଥିଲେ। ଘଟଣାର କାରଣ ଓ ଉଦ୍ଦେଶ୍ୟକୁ ନେଇ ତଦନ୍ତ ଜାରି ରହିଛି । ସାଉଦି ଆରବର ପ୍ରାଥମିକ ତଦନ୍ତରେ କ୍ୟାପ୍ଟେନ୍‌ଙ୍କୁ କୋ-ପାଇଲଟ୍‌ ଆକ୍ରମଣ କରିଥିବା କୁହାଯାଇଛି । ଏପଟେ ୟୁଏଇ କର୍ତ୍ତୃପକ୍ଷ ଘଟଣାଟି ପଛରେ କୌଣସି ଆତଙ୍କବାଦୀ ଉଦ୍ଦେଶ୍ୟ, ପୂର୍ବ ଯୋଜନା କିମ୍ବା କାହାର ନିର୍ଦ୍ଦେଶ ଥିଲା କି ନାହିଁ, ତାହାର ତଦନ୍ତ କରୁଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆନ୍ଦୋଳନରେ ବସିଛନ୍ତି ଟାଟା ପାୱାର ଠିକା କର୍ମଚାରୀ: ଅନ୍ଧାରରେ ଉପଭୋକ୍ତା

ଭଞ୍ଜନଗର, ୮।୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ନେଇ ଠିକା ବିଦ୍ୟୁତ କର୍ମଚାରୀଙ୍କ ଧାରଣା ଆଜି…

ଚର୍ଚ୍ଚାରେ ଶ୍ରୀଲଙ୍କା କ୍ରିକେଟ୍‌: ଟେଷ୍ଟ ଅଧିନାୟକ ପଦ ଛାଡ଼ିଲେ ଧନଞ୍ଜୟ, ତିନି ଫର୍ମାଟ୍‌ର ଅଧିନାୟକ ହେଲେ ମେଣ୍ଡିସ୍

କଲମ୍ବୋ,୮।୧୦: ଶେଷରେ ସେହିଆ ହିଁ ହେଲା, ଯାହାକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ଶ୍ରୀଲଙ୍କା ଟେଷ୍ଟ ଦଳର ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି ଧନଞ୍ଜୟ ଡି’ସିଲ୍ଭା। ନିକଟରେ…

ମୃତ୍ୟୁର ୪ ଦିନ ପୂର୍ବରୁ ଗୋଆରେ ନାଚୁଥିଲେ ନାନା ପାଟେକର, କହିଥିଲେ ଏଭଳି କଥା

ମୁମ୍ବାଇ,୮ା୧୦: ବଲିଉଡ୍‌ର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ପରେ ତାଙ୍କର ଶେଷ ପବ୍ଲିକ୍ ଅପିୟରାନ୍ସର ଭିଡିଓ ଏବେ ଚର୍ଚ୍ଚାରେ ରହିଛି । ମୃତ୍ୟୁର ମାତ୍ର ୪…

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?