ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା ଆଶ୍ୱିନ ମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥି ୧୮ ରବିବାର ପର୍ଯ୍ୟନ୍ତ ପୂଜା ପାଠ ଚାଲିବ ବୋଲି ଝାଟିପଦର ଗ୍ରାମ୍ୟ ପୂଜା ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଝାଟିପଦର ଗ୍ରାମରେ ବିଜେ ମା’ ଭଗବତୀ କରୁଣାମୟୀ ମା’ ବୁଢୀ ଠାକୁରାଣୀ ଶକ୍ତି ପୀଠରେ ଗତ ୧୬ ବର୍ଷ ଧରି ଏହି ନବରାତ୍ର ପୂଜା ଚାଲିଛି। ଶନିବାରଠାରୁ ଆରମ୍ଭ ହେବ ଷୋଡ଼ଶ ଦିବସାତ୍ମକ ଶାରଦୀୟ ଦୁର୍ଗା ପୂଜାଭତ୍ସବ ଏବଂ କ୍ଳେଶ ହରଣ ଅଖଣ୍ଡ ଦୀପ ମହାଯଜ୍ଞ। ସମସ୍ତ ପାରମ୍ପରିକ ରୀତିରେ ମହା ସମାରୋହରେ ଅନୁଷ୍ଠିତ ହେବ। ଏଥିପାଇଁ ଚଳଚଞ୍ଚଳ ହୋଇ ଉଠିଛି ସମଗ୍ର ଅଞ୍ଚଳ। ମୁଖ୍ୟ ପୁରୋଧା ପଣ୍ଡିତ ଗୋପାଳ କୃଷ୍ଣ ବ୍ରହ୍ମାଙ୍କ ବେଦମନ୍ତ୍ର ପଦ ଧନିରେ ପ୍ରକମ୍ପିତ ହୋଇ ଉଠିବ ମା’ଙ୍କ ଶକ୍ତି ପୀଠ। ଗ୍ରାମବାସୀଙ୍କ ସହଯୋଗ ଓ ତତ୍ତ୍ୱାବଧାନରେ ଏହି ପୂଜା ପ୍ରତ୍ୟେକ ବର୍ଷ ଦଶହରା ଉପଲକ୍ଷେ ନବରାତ୍ର ପୂଜା ପାଳିତ ହୋଇ ଆସୁଛି। ଏଥିସହ ଠାକୁରାଣୀ ଯୁବ ଗୋଷ୍ଠୀ ଓ ସ୍ଥାନୀୟ ଅଞ୍ଚଳର ଭକ୍ତଙ୍କ ନିଃସ୍ବାର୍ଥ ସହଯୋଗରେ ମା’ଙ୍କ ଯାତ୍ରା ଅନୁଷ୍ଠିତ ହୁଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

‘ବରିଷ୍ଠ ନାଗରିକ ହେଉଛନ୍ତି ସମାଜର ଦର୍ପଣ ସଦୃଶ’

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ କନ୍‌ଫରେନ୍ସ ହଲ୍‌ଠାରେ ସାମାଜିକ ସୁରକ୍ଷା ଓ ଭିନକ୍ଷମ ସଶକ୍ତିକରଣ ଓଡ଼ିଶା ସରକାରଙ୍କ ପରାମର୍ଶ କ୍ରମେ ବ୍ଲକ ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?